ସାବିତ୍ରୀ ବ୍ରତ ଦିନ ଖାଇ ନିଅନ୍ତୁ କେବଳ ଗୋଟିଏ ଜିନିଷ । ପୁରା ବର୍ଷ ଜମିକି ଆସିବ ପଇସା ।

ପବିତ୍ର ସାବିତ୍ରୀ ବ୍ରତରେ ବ୍ରତ କରୁଥିବା ମହିଳା ମାନେ ନିଶ୍ଚୟ ଏହି ଗୋଟିଏ ଜିନିଷ ଖାଇନେବା ଉଚିତ । ଯାହାଦ୍ୱାରା ବ୍ରତ ସଫଳ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ କେବେ ଦୂରତା ଆସି ନଥାଏ । ମାନ୍ୟତା ଅନୁଯାୟୀ ଏହି ବ୍ରତ ରଖିଲେ ସ୍ୱାମୀଙ୍କ ଆୟୁଷ ବଢ଼ିଥାଏ ବୋଲି କୁହାଯାଏ । ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ଦିନ ଗୁରୁବାରରେ ସାବିତ୍ରୀ ବ୍ରତ ପାଳନ କରାଯିବ । ଏହିଦିନ ଯମରାଜ , ସାବିତ୍ରୀ ଏବଂ ସତ୍ୟବାନଙ୍କ ପୂଜା କରାଯାଇ ଥାଏ । ପୌରାଣିକ କଥା ଅନୁଯାୟୀ ଏହି ଦିନ ସାବିତ୍ରୀ ବ୍ରତ କରି ମୃତ ସତ୍ୟବାନଙ୍କୁ ଯମରାଜଙ୍କ ପାଖରୁ ଫେରାଇ ଆଣିଥିଲେ । ସେହିଦିନ ଠାରୁ ଏହି ସାବିତ୍ରୀ ବ୍ରତ ପାଳନ ହୋଇ ଆସୁଛି । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସାବିତ୍ରୀ ବ୍ରତରେ କେଉଁ ଜିନିଷ ନିହାତି ଭାବରେ ଖାଇନେବା ଉଚିତ ।

ସାବିତ୍ରୀ ବ୍ରତରେ ଛୋଟ ଚଣା , ତରଭୁଜ ନିହାତି ଭୋଗ ଆକାରରେ ଲଗା ଯାଇଥାଏ । ବ୍ରତ ପୁରା ହେବା ପରେ ସେହି ଭୋଗକୁ ନିଶ୍ଚିତ ଖାଇନେବା ଉଚିତ । ଖାସକରି ଏହିଦିନ ଛୋଟ ଚଣାକୁ ନିହାତି ଦାନ କରନ୍ତୁ । ଏହାଦ୍ବାରା ସାବିତ୍ରୀ ମାତାଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ । ଏହିଦିନ ଖିରି ଏବଂ ହାଲୁଆ ଭୋଗ ଲଗାଇ ପୁରା ପରିବାର ସଦସ୍ୟଙ୍କୁ ତାହା ପ୍ରସାଦ ଆକାରରେ ଖାଇବାକୁ ଦିଅନ୍ତୁ ।

ସାବିତ୍ରୀ ବ୍ରତରେ ବିଶେଷ ଭାବରେ ତିନୋଟି ଜିନିଷ ଚଢ଼ାଇବା ଉଚିତ ହୋଇ ନଥାଏ । ଏହିଦିନ ବିବାହିତା ମହିଳା ନିଶ୍ଚିତ ଷୋହଳ ଶୃଙ୍ଗାର କରିବା ଉଚିତ । ଭୁଲରେବି ଏହିଦିନ କଳା କପଡ଼ା ପିନ୍ଧନ୍ତୁ ନାହିଁ । ଏହାବ୍ୟତୀତ ଧଳା ରଙ୍ଗର ପୋଷାକ ପିନ୍ଧିବା ମଧ୍ୟ ଅଶୁଭ ହୋଇଥାଏ । ପୂଜା ସହିତ ବର ଗଛକୁ ପୂଜା କଲେ ମାତା ସାବିତ୍ରୀ ପ୍ରସନ୍ନ ହୁଅନ୍ତି ।

ଏହିଦିନ ଭୁଲରେବି ବିବାହିତା ମହିଳା ନିଜର ସହବାଜ ଶୃଙ୍ଗାର ଜିନିଷ ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ । ଆପଣ ଚାହିଁଲେ ମାର୍କେଟରୁ କିଣି ଦାନ କରି ପାରିବେ । ସାବିତ୍ରୀ ବ୍ରତରେ ବ୍ରତଧାରୀଙ୍କୁ ଲୁଣର ସେବନ କରିବା ଉଚିତ ହୋଇ ନଥାଏ । ଘରେ କୌଣସି ବ୍ୟକ୍ତି ମଦ ମାଂସ ଭକ୍ଷଣ କରିବା ମଧ୍ୟ ଉଚିତ ହୋଇ ନଥାଏ । ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ଏମିତିକି ମୁହଁରେ ଅପଶବ୍ଦ ବାହାର କରିବା ମଧ୍ୟ ଉଚିତ ହୋଇ ନଥାଏ । ବିବାହିତା ମହିଳା ଏହିଦିନ ଅଧିକ ଶୋଇବା ମଧ୍ୟ ଉଚିତ ହୋଇ ନଥାଏ । ଏହାଦ୍ବାରା ସ୍ୱାମୀଙ୍କ ଆୟୁଷ କମ ହୁଏ । ସାବିତ୍ରୀ ବ୍ରତ ଦିନ ଯେତେ ପାରିରେ ସିଂଥିରେ ଲମ୍ବା ସିନ୍ଦୁର ନିଶ୍ଚୟ ଲଗାନ୍ତୁ । ଏହିଦିନ ମାତା ସାବିତ୍ରୀଙ୍କୁ ଯଦି ନାଲି ଫୁଲ ଅର୍ପଣ କରନ୍ତି ତେବେ ମଧ୍ୟ ମାତା ଜଲଦି ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *