କଣ ଆପଣ ଜାଣିଛନ୍ତି କି ? ରାତିରେ ତୁଳସୀ ଗଛର ପତ୍ରକୁ ତକିଆ ତଳେ ରଖିଲେ କଣ ଫାଇଦା ମିଳିଥାଏ,ଜାଣନ୍ତୁ ….

ହିନ୍ଦୁ ଧର୍ମ ଅନୁସାରେ ତୁଳସୀର ଅନେକ ମହତ୍ତ୍ୱ ରହିଛି ଏବଂ ତୁଳସୀର ଅନେକ ଗୁଣ ଏବଂ ଚମତ୍କାରୀତା ରହିଛି । ତୁଳସୀ ଯେଉଁଠି ଶରୀରର ଅଧିକାଂଶ ରୋଗ ଭଲ କରିବାରେ ସହାୟକ ହୋଇଥାଏ ସେଠାରେ ପୁଣି ଏକ ଔଷଧି ଭାବରେ କାର୍ଯ୍ୟ କରି ମଣିଷର ଜୀବନକୁ ମଧ୍ୟ ବଦଳାଇ ପାରେ । ତେବେ ତୁଳସୀର ଔଷଧୀୟ ଗୁଣ ଦ୍ୱାରା ଅନେକ ପ୍ରକାରର ରୋଗ ଯେପରିକି କ୍ୟାନ୍ସର , ଏଡ୍ସ , ଶ୍ୱାସ ସମ୍ବନ୍ଧୀୟ କିମ୍ବା ଚର୍ମ ସମ୍ବନ୍ଧୀୟ ଅନେକ ପ୍ରକାରର ରୋଗ ଠିକ ହୋଇଥାଏ । ତେଣୁ ଏହାକୁ ଅନେକ ରୋଗର ରାମବାଣ ମଧ୍ୟ କୁହାଯାଏ ।

ଏହି କାରଣରୁ ସମସ୍ତଙ୍କ ଘରେ ତୁଳସୀ ଚଉରା ନିଶ୍ଚିତ ଥାଏ । କାରଣ ତୁଳସୀ ଗଛ ଦ୍ୱାରା ଆଖପାଖ ଅଞ୍ଚଳରେ ଏକ ପୋଜିଟିଭ ଶକ୍ତି ଜାତ ହୋଇଥାଏ । ଯାହାଦ୍ୱାରା ଘରର ଲୋକେ ମଧ୍ୟ ସେହି ପୋଜିଟିଭ ଶକ୍ତି ଦ୍ୱାରା ପରିଚାଳିତ ହୁଅନ୍ତି । ଏପରି କୁହାଯାଏ ଯେ ଯଦି ଘରର ତୁଳସୀ ଗଛ ମରିଯାଏ କିମ୍ବା ଶୁଖିଯାଏ ତେବେ ଏହା ଦର୍ଶାଉଛି ଯେ ଘର ଉପରକୁ ଆସିବାକୁ ଥିବା ସମସ୍ୟାକୁ ତୁଳସୀ ନିଜ ଉପରକୁ ନେବାରୁ ଗଛ ଏପରି ମଉଳି ଯାଇଛି । ମାତ୍ର ବାରମ୍ବାର ଏପରି ହେଲେ ଜାଣି ଯାଆନ୍ତୁ ଯେ ଆପଣଙ୍କ ଘରର କୌଣସି ସଦସ୍ୟଙ୍କ ଉପରେ ବୁଧ ଦୋଷା ପଡ଼ିଛି । ଏପରି ହେଲେ ତୁରନ୍ତ ପୁରୁଣା ତୁଳସୀକୁ କୌଣସି ଜଳାଶୟରେ ଭସାଇ ନୂଆ ତୁଳସୀ ଗଛ ଆଣି ଲଗାଇବା ଉଚିତ ।

ପ୍ରତ୍ୟେକ ଦିନ ରାତିରେ ଶୋଇବା ବେଳେ ତକିଆ ତଳେ ତୁଳସୀ ପତ୍ର ରଖି ଶୋଇବାର ଅନେକ ଫାଇଦା ରହିଥାଏ । ପ୍ରତ୍ୟେକ ଦିନ ଚାରୋଟି ତୁଳସୀ ପତ୍ର ନିଜ ତକିଆ ତଳେ ରଖି ଶୋଇ ଯାଆନ୍ତୁ । ଏହାର ଆଗାମୀ ଦିନ ସେଥିମଧ୍ୟରୁ ଦୁଇଟି ତୁଳସୀ ପତ୍ରକୁ ସେବନ କରି ଅନ୍ୟ ଦୁଇଟିକୁ ସଂରକ୍ଷଣ କରି ରଖନ୍ତୁ । ଏହିପରି ଆପଣଙ୍କୁ ଲଗାତାର ୪୩ ଦିନ ପର୍ଯ୍ୟନ୍ତ କରିବାକୁ ପଡ଼ିବ । ଏହାଦ୍ବାରା ଅନେକ ଲାଭ ମିଳିଥାଏ । ପ୍ରଥମତଃ ଦୁଃସ୍ୱପ୍ନ ଆସୁଥିଲେ ତାହା ଏହି ପୋଜିଟିଭ ତରଙ୍ଗ ସହିତ ଆଉ ଆସିବ ନାହିଁ । ଦ୍ଵିତୀୟରେ ଯଦି ଆପଣ ମାନସିକ ଭାବରେ ଦୁର୍ବଳ ଏବଂ ଚିନ୍ତାରେ ରହୁଛନ୍ତି ତେବେ ଏହି ତୁଳସୀ ପତ୍ର ଦ୍ୱାରା ଏସବୁ ସମସ୍ୟା ଦୂରେଇ ଯିବ ।

ଯଦି ଆପଣ କୌଣସିବି କାମରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଏକ ତୁଳସୀ ଗଛର ମୂଳକୁ ଆଣି ତାହାକୁ ଗଙ୍ଗା ଜଳରେ ଧୋଇ ଏକ ହଳଦିଆ କପଡ଼ାରେ ବାନ୍ଧି ନିଜ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଆପଣ ଚାହିଁଲେ ଏହି ବନ୍ଧନକୁ ଅଭିମନ୍ତ୍ରିତ କରିବା ସମୟରେ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ ମଧ୍ୟ କରି ପାରିବେ । ଏହାଦ୍ବାରା ଆପଣଙ୍କର ଧନ ସମ୍ବନ୍ଧୀ କିମ୍ବା ଚାକିରୀ ସମ୍ବନ୍ଧିତ କୌଣସି ବି ସମସ୍ୟାର ସମାଧାନ ହୋଇଯିବ ।

ପୁଣି ଯଦି ଆପଣଙ୍କ ହଠାତ ସ୍ୱାସ୍ଥ୍ୟ ସମସ୍ୟା କିମ୍ବା କାହାରି ଖରାପ ଦୃଷ୍ଟି ପଡ଼ିବା ଅନୁମାନ ହୁଏ ତେବେ ସାତୋଟି ତୁଳସୀ ପତ୍ର ଏବଂ କଳା ମିର୍ଚି ନେଇ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ସାତ ଥର ବୁଲାଇ ଓଁ ଓଁ ସାତ ଥର କହି ସେହି କଳା ମିର୍ଚିକୁ ପୀଡ଼ିତ ବ୍ୟକ୍ତିକୁ ଚୋବାଇବାକୁ ଦେଇ ଦିଅନ୍ତୁ । ଏହାସହିତ ତୁଳସୀ ପତ୍ରକୁ ମଧ୍ୟ ପେଶୀ ତାହାକୁ ସେବନ କରିବାକୁ ଦେଇ ଦିଅନ୍ତୁ । ଏହାପରେ ପୀଡ଼ିତ ବ୍ୟକ୍ତିଙ୍କୁ ଶୁଆଇ ତାଙ୍କ ପାଦକୁ କୌଣସି କପଡ଼ାରେ ସାତ ଥର ଝାଡ଼ି ଦିଅନ୍ତୁ । ଏହାଦ୍ୱାରା ତାଙ୍କ ମଧ୍ୟରେ ଥିବା ସବୁ ଖରାପ ନଜର ଦୂରେଇ ଯିବ ।

ଯଦି ଆପଣ ମାଲାମାଲ ହେବାକୁ ଚାହାଁନ୍ତି ତେବେ ଘରର ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ଵରେ ଦୁଇଟି ତୁଳସୀ ଗଛ ସ୍ଥାପନ କରନ୍ତୁ । ପ୍ରତିଦିନ ତୁଳସୀର ଯତ୍ନ ନିଅନ୍ତୁ । ଏହାଦ୍ବାରା ଆପଣଙ୍କ ଘରକୁ ଧନର ଆଗମନ ହେବ ଏବଂ ଧନ ଜନିତ ସବୁ ସମସ୍ୟା ଦୂର ହୋଇଯିବ । ଘରର ମୁଖ୍ୟ ଦ୍ୱାରର ଦୁଇ ପାଖରେ ତୁଳସୀ ଗଛ ଲଗାଇଲେ ନେଗେଟିଭ ଶକ୍ତିର ନାଶ ହୁଏ । ପ୍ରତ୍ୟେକ ଦିନ ସକାଳେ ତୁଳସୀ ଗଛ ମୂଳରେ ମୂଳରେ ପାଣି ଚଢ଼ାନ୍ତୁ । ସମୟ ସମୟରେ ତାହାର ମାଟି ମଧ୍ୟ ବଦଳାଇ ଦିଅନ୍ତୁ । ଆଉ ଖାଦ ମଧ୍ୟ ଦିଅନ୍ତୁ । ଏହାବ୍ୟତୀତ ଘରର ସବୁ ସଦସ୍ୟ ତୁଳସୀ ଗଛ ମୂଳରେ ପ୍ରତ୍ୟେକ ଦିନ ପାଣି ଦେଲେ କୌଣସି ପ୍ରକାରର ସମସ୍ୟା ହେଉ ତାହା ଶେଷ ହୋଇଯିବ ଏବଂ ଘରକୁ ଧନର ଆଗମନ ହେବ ।

Leave a Reply

Your email address will not be published. Required fields are marked *