ଯଦି ସ୍ୱପ୍ନରେ ଏହି ପାଞ୍ଚଟି ଜିନିଷ ଦେଖୁଛନ୍ତି,ତା ହେଲେ ଆଜି ନହେଲେ ବି କଲି ଆପଣ ନିଶ୍ଚିତ ଭାବରେ ହେବେ ଧନୀ ! ଜାଣନ୍ତୁ ସେ ସବୁ ସ୍ବପ୍ନ କଣ କଣ ?

ସାଧରଣତଃ ମଣିଷ ନିଦ୍ରାରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାଏ । ଯାହା ମଧ୍ୟରୁ କିଛି ତାକୁ ଶୁଭ ଫଳ ଦେଇଥାଏ ଏବଂ ଆଉ କିଛି ଅଶୁଭ ଫଳ ଦେଇଥାଏ । ତେବେ ଦେବ ଗୁରୁ ବୃହସ୍ପତି ହିଁ ସ୍ବପ୍ନର ନିର୍ମାଣ କରନ୍ତି । ଆଉ ସ୍ୱପ୍ନ ମଧ୍ୟ ତିନି ପ୍ରକାରର ହୋଇଥାଏ । ଯାହା ହେଉଛି ଦୈବିକ ସ୍ୱପ୍ନ , ଶୁଭ ସ୍ୱପ୍ନ ଏବଂ ଅଶୁଭ ସ୍ୱପ୍ନ । ବୃହସ୍ପତିଙ୍କ ଅନୁଯାୟୀ ଯଦି ଆପଣ ଦୈବିକ ସ୍ୱପ୍ନ ତେବେ ତାହା ଅନେକ ଶୁଭ ଫଳ ଦେଇଥାଏ । ସେହିପରି ଶୁଭ ସ୍ୱପ୍ନ ମଧ୍ୟ ଆପଣଙ୍କ ପାଇଁ ଶୁଭ ହୋଇଥାଏ । କିନ୍ତୁ ଅଶୁଭ ସ୍ୱପ୍ନ ଆପଣଙ୍କ ପାଇଁ ଅଶୁଭ ହୋଇଥାଏ

ଯଦି ଆପଣ ନିଦରେ କୌଣସି ଦୈବିକ ସ୍ୱପ୍ନ ଏବଂ ଶୁଭ ସ୍ୱପ୍ନ ଦେଖୁଛନ୍ତି ତେବେ ନିଦ ଭାଙ୍ଗି ଯିବା ପରେ ପୁନଃ ଶୁଅନ୍ତୁ ନାହିଁ । କିନ୍ତୁ ଯଦି ଆପଣ ଅଶୁଭ ସ୍ୱପ୍ନ ଦେଖୁଛନ୍ତି ତେବେ ପୁନଃ ଶୋଇଯାଆନ୍ତୁ । ଏହାଦ୍ବାରା ଅଶୁଭ ସ୍ବପ୍ନର ଅଶୁଭ ଫଳ ଆପଣଙ୍କୁ ଭୋଗିବାକୁ ପଡ଼ିବ ନାହିଁ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ୫ ଟି ସ୍ୱପ୍ନ ବିଷୟରେ କହିବୁ ଯାହା ଦେଖିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଆଉ କିଛି ସ୍ୱପ୍ନ ବିଷୟରେ କହିବୁ ଯାହା ଦେଖିବା ଦ୍ୱାରା ଆପଣଙ୍କ ଜୀବନରେ ଦାରିଦ୍ର୍ୟତା ଆସିଥାଏ ।

୧ . ଯଦି ଆପଣ ସ୍ୱପ୍ନରେ ଚିତା ଉପରେ ଜଳୁଥିବା ମନୁଷ୍ୟକୁ ଦେଖୁଛନ୍ତି ତେବେ ସେହି ବ୍ୟକ୍ତି ବାଧା ବିପତ୍ତିରେ ଘେରିଯିବ । ତେଣୁ ଏଥିରୁ ବର୍ତ୍ତିବା ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ଉଚିତ । ଏହାଦ୍ବାରା ସମସ୍ୟା ଆଉ ଆସିବ ନାହିଁ ।

୨ . ଯଦି ଆପଣ ସ୍ୱପ୍ନରେ ଏକ ଗାଈ ତାର ବାଛୁରୀ ସହିତ ନିଜ ଆଡ଼କୁ ଆସୁଥିବାର ଦେଖିବେ ତେବେ ଏହାର ଅର୍ଥ ଆପଣଙ୍କୁ ଧନ ପ୍ରାପ୍ତ ହେବାକୁ ଯାଉଛି । ମାତ୍ର ଯଦି ସେହି ଗାଈ ଏବଂ ବାଛୁରୀ ନିଜ ଠାରୁ ଦୂରକୁ ଯାଉଥିବାର ଦେଖନ୍ତି ତେବେ ଆପଣଙ୍କ ଜୀବନରେ ଦାରିଦ୍ର୍ୟତା ଆସିବାକୁ ଯାଉଛି ।

୩ . ଯଦି କୌଣସି ସ୍ତ୍ରୀ ନିଜ ସ୍ୱପ୍ନରେ ଅନ୍ୟ ଜଣେ ସ୍ତ୍ରୀକୁ ନାଲି ବସ୍ତ୍ର ପିନ୍ଧି ନିଜ ଆଭୂଷଣ ଯେପରିକି ମଙ୍ଗଳସୁତ୍ର ଛଡ଼ାଇ ନେଉଥିବାର ଦେଖନ୍ତି ତେବେ ଏହାର ଅର୍ଥ ଏହା ଯେ ତାଙ୍କ ସ୍ୱାମୀଙ୍କ ଉପରେ ବାଧା ଆସିବାକୁ ଯାଉଛି ।

୪ . ଯଦି କୌଣସି ବ୍ୟକ୍ତି ସ୍ବପ୍ନରେ ପାହାଡ଼ କିମ୍ବା ପର୍ବତ ଆରୋହଣ କରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଏହା ଯେ ତାଙ୍କ ଜୀବନରେ ସଫଳତା ଆସିବାକୁ ଯାଉଛି ।

୫ . ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ଜଣେ ସୁନ୍ଦରୀ କନ୍ୟା ସହିତ ନିଜର ବିବାହ ହେଉଥିବାର ଦେଖନ୍ତି ତେବେ ତାଙ୍କ ଜୀବନରେ ଧନ ପ୍ରାପ୍ତି ହେବାକୁ ଯାଉଛି । ଏହାବ୍ୟତୀତ ଯଦି କୌଣସି ବ୍ୟକ୍ତି ନିଜ ସ୍ୱପ୍ନରେ ଆଭୂଷଣରେ ସୁସଜ୍ଜିତ ଜଣେ କନ୍ୟାକୁ ଆଲିଙ୍ଗନ କରୁଥିବାର ଦେଖନ୍ତି ତେବେ ଏହା ମଧ୍ୟ ଧନ ପ୍ରାପ୍ତି ହେବାର ସଙ୍କେତ ଅଟେ ।

୬ . ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ଅନ୍ୟ କୌଣସି ବ୍ୟକ୍ତିର କିମ୍ବା ନିଜ ମୁଣ୍ଡ ଅନ୍ୟ କୌଣସି ବ୍ୟକ୍ତି ଦ୍ୱାରା କଟା ଯାଉଥିବାର ଦେଖନ୍ତି ତେବେ ଏହା ଧନ ପ୍ରାପ୍ତିର ସଙ୍କେତ ଅଟେ ।

୭ .ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ବର୍ଷା ହେଉଥିବାର କିମ୍ବା ବର୍ଷାରେ ନିଜେ ଭିଜୁଥିବାର ଦେଖନ୍ତି କିମ୍ବା ନିଆଁ ଜଳୁଥିବାର ଦେଖନ୍ତି ତେବେ ଲକ୍ଷ୍ମୀ ତାଙ୍କ ବଶ ହୋଇଯାଆନ୍ତି । ଅର୍ଥାତ ତାଙ୍କୁ ଧନ ପ୍ରାପ୍ତି ହୋଇଥାଏ ।

୮ . ଯେଉଁ ବ୍ୟକ୍ତି ସ୍ୱପ୍ନରେ ଇନ୍ଦ୍ରଧନୁ , ସୁର୍ଯ୍ୟ ଦେବତାଙ୍କ ରଥ କିମ୍ବା ଭଗବାନ ଶିବଙ୍କ ମନ୍ଦିର ଦେଖନ୍ତି ତେବେ ତାଙ୍କ ଧନରେ ବୃଦ୍ଧି ହୋଇଥାଏ ।

୯ . ଯେଉଁ ବ୍ୟକ୍ତି ସ୍ୱପ୍ନରେ ପାଣିରେ ପୂର୍ଣ୍ଣ କଳସୀ ଦେଖନ୍ତି ତେବେ ସେ ବହୁତ ଧନ ସମ୍ପତ୍ତି ଅର୍ଜନ କରନ୍ତି । ଏହାବ୍ୟତୀତ ଆଗାମୀ ପିଢ଼ି ଦ୍ୱାରା ସମ୍ମାନ ପାଆନ୍ତି ।

୧୦ . ଯେଉଁ ବ୍ୟକ୍ତି ସ୍ୱପ୍ନରେ ଗହମ କିମ୍ବା ସୋରିଷର ଦର୍ଶନ କରନ୍ତି ତେବେ ଏହା ଜ୍ଞାନ ଅର୍ଜନ କରିବାର ସଙ୍କେତ ଅଟେ । ଏହାବ୍ୟତୀତ ସେ ସଂସାରରେ କୀର୍ତ୍ତି ପାଆନ୍ତି ।

୧୧ . ଯେଉଁ ବ୍ୟକ୍ତି ସ୍ୱପ୍ନରେ ମାଛକୁ ହାତରେ ନିଏ ତେବେ ସେ ଧନବାନ ହୋଇଥାଏ ।

୧୨ . ଯେଉଁ ବ୍ୟକ୍ତି ସ୍ୱପ୍ନରେ ନିଜ ଘର ଭୁଶୁଡି ଯାଉଥିବାର ଦେଖାଯାଏ ତେବେ ଏହା ତାର ସବୁ ଧନ କୌଣସି କାରଣରୁ ଖର୍ଚ୍ଚ ହେବାର ସଙ୍କେତ ଅଟେ ।

Leave a Reply

Your email address will not be published. Required fields are marked *