ଏହିସବୁ ଜିନିଷ ଦାନ କଲେ ସବୁ ପ୍ରକାରର ଦୁର୍ଭାଗ୍ୟ ହୋଇଥାଏ ଦୂର !

ଆମ ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି ଅନେକ ଉପାୟ ବିଷୟରେ କୁହାଯାଇଛି ଯାହାକି ଆମ ଜୀବନକୁ ପରିବର୍ତ୍ତିତ କରିବା ଦିଗରେ କାର୍ଯ୍ୟକାରୀ ହୋଇ ପାରିବ । ସାଧରଣତଃ ଘରେ ବୟସ୍କ ଲୋକମାନେ ଅନେକ କଥା ଶିଖାଇ ଥାଆନ୍ତି ଯାହାଦ୍ୱାରା ଆମ ଜୀବନକୁ କୌଣସି ସମସ୍ୟା ଆସିବ ନାହିଁ । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏପରି ଉପାୟ ବିଷୟରେ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟ ରହିବ ନାହିଁ । ଶିବ ମହାପୁରାଣରେ କିଛି ଏପରି ବସ୍ତୁ ବର୍ଣ୍ଣିତ ଅଛି ଯାହାକୁ ଯଦି ଜଣେ ବ୍ୟକ୍ତି ଦାନ କରେ ତେବେ କିପରି ବି ଦୁର୍ଭାଗ୍ୟ ଥାଉ ତାହା ଦୂର ହୋଇଯିବ ।

ମନୁଷ୍ୟ ଯେତେ ବଡ଼ ସମସ୍ୟାରେ ରହିଥାଉ ନା କାହିଁକି ସେ ଯଦି ମହଦେବଙ୍କ ପୂଜା ପାଠ କରେ ତେବେ ତାର ସବୁ ସମସ୍ୟା ଦୂର ହୋଇଯାଏ । ଯଦି ଆପଣ ସୋମବାର ଦିନ ଶିବ ଲିଙ୍ଗ ପାଖରେ ବସି ନିଜର କିଛିବି ସମସ୍ୟା ବିଷୟରେ ଭଗବାନ ଶିବଙ୍କୁ ଜଣାନ୍ତି ତେବେ ଆପଣଙ୍କର ଯାହାବି ସମସ୍ୟା ଥିବ ତାହା ଦୂର ହୋଇଯିବ । ତେଣୁ ସେହି ଛଅଟି ଦାନ ଯୋଗ୍ୟ ବସ୍ତୁ ଯାହାକି ଶିବ ମହାପୁରାଣରେ ବର୍ଣ୍ଣିତ ହୋଇଛି ତାହା ଜାଣିବା ପାଇଁ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

କର୍ଣ୍ଣ , ରାଜା ହାରିଶ୍ଚନ୍ଦ୍ର ଏବଂ ଦଧିଚି ଙ୍କ ଦାନ ଧର୍ମ ବିଷୟରେ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଯେଉଁମାନେ ନିଜର ସର୍ବସ୍ବ ଦାନ ମଧ୍ୟ କରି ଦେଇଥିଲେ । କିନ୍ତୁ ମନେ ରଖନ୍ତୁ ନିଜର ଶକ୍ତି ଏବଂ ସାମ୍ୟର୍ଥ ଅନୁସାରେ ହିଁ ଦାନ କରିବା ଉଚିତ । ଯଦି ଆପଣ ଶିବଙ୍କ ଆରାଧନା କରି କୌଣସି ବି ଜିନିଷ ଦାନ କରନ୍ତି ତେବେ ଆପଣଙ୍କୁ ତାହା ଦୁଇଗୁଣା ହୋଇ ମିଳିଥାଏ ।

୧ . ଲୁଣ :- ଲୁଣ ଦାନ କରିବା ଦ୍ୱାରା ମଣିଷର ପ୍ରତ୍ୟେକ୍ଷ କିମ୍ବା ଅପ୍ରତ୍ୟେକ୍ଷ କୌଣସି ପ୍ରକାରର ସମସ୍ୟା ଦୂରେଇ ଯାଏ । ତେଣୁ ସୋମବାର ଦିନ ଲୁଣ ଦାନ କଲେ ଆପଣଙ୍କ ସମସ୍ୟା କିମ୍ବା ଦାରିଦ୍ର୍ୟତା ଦୂର ହୋଇଯିବ । ମନେ ରଖନ୍ତୁ ହାତରେ କେବେବି ଲୁଣ ଦାନ କରନ୍ତୁ ନାହିଁ ।

୧ . ଗୁଡ଼ :- ଗୁଡ଼ ଦାନ କରିବା ମଧ୍ୟ ଖୁବ ଲାଭ ଦେଇଥାଏ । ସୋମବାର ଦିନ ଗୁଡ଼ ଦାନ କଲେ ସମ୍ପର୍କରେ ମଧୁରତା ଆସିଥାଏ । ପୁଣି ତାହା ଯେଉଁ ପ୍ରକାରର ସମ୍ପର୍କ ହୋଇଥାଉ ନା କାହିଁକି । ପୁଣି ଯଦି ଆପଣ କୌଣସି ରୋଗରେ ପୀଡ଼ିତ ହୋଇଥାନ୍ତି ତେବେ ମଧ୍ୟ ସେହି ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ ଦୁର୍ଭାଗ୍ୟ ଭାଗ୍ୟରେ ପରିଣତ ହୋଇଯିବ । ଏହାବ୍ୟତୀତ ଗୁଡ଼ ଏବଂ ରୋଟି ଗାଈକୁ ଦାନ କଲେ ମଧ୍ୟ ସମ୍ପର୍କରେ ମଧୁରତା ଆସିଥାଏ ।

୩ . ତିଳ :- ଯଦି ଆପଣ ଶନିବାର ଦିନ ତିଳ ଦାନ କରନ୍ତି ତେବେ ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ଅନେକ ଲୋକ ଏପରି ଅଛନ୍ତି ଯେଉଁ ମାନଙ୍କର ସାମ୍ୟର୍ଥ ଥିଲେ ବି ଆତ୍ମବିଶ୍ବାସର ଅଭାବ ଥାଏ । ତେଣୁ ତିଳ ଦାନ କରିଲେ ଏହି ସମସ୍ୟା ଦୂରେଇ ଯାଏ

୪ . ଘିଅ :- ଘର ଦାନ କଲେ ସବୁ ପ୍ରକାରର ରୋଗ ଦୂରେଇ ଯାଏ । ଯଦି କୌଣସି ବ୍ୟକ୍ତି କୌଣସି ବି ରୋଗରେ ପୀଡ଼ିତ ଅଛନ୍ତି ତେବେ ତାଙ୍କ ହାତରେ ଘିଅ ସ୍ପର୍ଶ କରାଇ ତାହାକୁ ଅନ୍ୟକୁ ଦାନ କରି ଦିଅନ୍ତୁ । ଏହାଦ୍ବାରା ରୋଗ ଭଲ ହୋଇଯାଏ । ଯଦି ଆପଣ ଶୁଦ୍ଧ ଗାଈ ଘିଅ ଦାନ କରୁଛନ୍ତି ତେବେ ଏହା ଭଲ ଫଳପ୍ରଦ ହୋଇଥାଏ । ମହାଦେବଙ୍କୁ ଘିଅ ଚଢ଼ାଇଲେ ମଧ୍ୟ ଆପଣଙ୍କ ସମସ୍ୟା ଏବଂ ରୋଗ ଦୂର ହୋଇଯିବ ।

୫ . ଶସ୍ୟ :- ଯଦି ଆପଣ ନିଷ୍ଠାର ସହିତ କୌଣସି ଶୁଭ କାର୍ଯ୍ୟ କିମ୍ବା ଅନ୍ୟ ପ୍ରତି ସପ୍ତାହ ଶସ୍ୟ ଦାନ କରନ୍ତି ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଆପଣଙ୍କ ଭଣ୍ଡାର କେବେ ଖାଲି ହୁଏନାହିଁ । ଏହା ସହିତ ଘର ଧନ ଧାନ୍ୟରେ ମଧ୍ୟ ପୁରିଯିବ । ତେଣୁ ଆପଣ ପ୍ରତ୍ୟେକ ସୋମବାର ଶସ୍ୟ ଏବଂ ପ୍ରତ୍ୟେକ ଶନିବାର କଳା ତିଳ ଦାନ କରନ୍ତୁ ଯାହାଦ୍ୱାରା ଆପଣଙ୍କ ଖ୍ୟାତି ବଢ଼ିବ । ଏହାସହିତ ଦୁର୍ଭାଗ୍ୟ ମଧ୍ୟ ଭାଗ୍ୟରେ ପରିଣତ ହୋଇଯିବ ।

Leave a Reply

Your email address will not be published. Required fields are marked *