ଭାଗ୍ୟ ବଦଳାଇ ଦେବ କାଉ ସହ ଜଡ଼ିତ ଏହି ୧୪ ଟି ସଙ୍କେତ , ନିଶ୍ଚୟ ଜାଣି ରଖନ୍ତୁ :-

ପଶୁ ପକ୍ଷୀଙ୍କ ସହ ଜଡ଼ିତ ଏପରି ଅନେକ ସଙ୍କେତ ଆପଣଙ୍କୁ ଆପଣଙ୍କ ଦୈନନ୍ଦିନ ଜୀବନରେ ମିଳିଥାଏ । ଯାହାକି ଆପଣଙ୍କ ଭାଗ୍ୟ ବଦଳାଇ ଦେଇଥାଏ । ସେହିପରି ଆଜି ଆମେ ଏହି ଲେଖା ମାଧ୍ୟମରେ କାଉ ସହ ଜଡ଼ିତ ୧୪ଟି ସଙ୍କେତ ବିଷୟରେ କହିବୁ ଯାହା ବାସ୍ତବରେ ଆପଣଙ୍କ ଭାଗ୍ୟ ବଦଳାଇ ଦେବ ।

୧ . ଯଦି ଆପଣ ଯାତ୍ରା କରିଥିବା ସମୟରେ କାଉ କୌଣସି ପାତ୍ରରେ ମୁଁହ ବୁଡ଼ାଇ ପାଣି ପିଉଥିବାର ଦେଖନ୍ତି ତେବେ ଏହା ଧନ ଲାଭର ସଙ୍କେତ ଅଟେ । ଏହାବ୍ୟତୀତ ଆପଣଙ୍କ ଯାତ୍ରା ମଧ୍ୟ ନିଶ୍ଚିତ ଭାବରେ ସଫଳ ହେବ ।

୨ . ରାସ୍ତାରେ ଯଦି ଆପଣ କାଉକୁ ରୋଟି କିମ୍ବା କୌଣସି ମାଂସ ଟୁକଡ଼ା ଖାଉ ଥିବାର ଦେଖନ୍ତି ତେବେ ଆପଣଙ୍କର ସବୁ ମନସ୍କାମନା ପୁର୍ଣ୍ଣ ହେବାର ସଙ୍କେତ ଦେଇଥାଏ ।

୩ . ଯଦି ପ୍ରାତଃ କାଳରେ କୌଣସି କାଉ ଆପଣଙ୍କ ପାଦ ସ୍ପର୍ଶ କରି ଯାଉଛି ତେବେ ଏହା ଆପଣଙ୍କ ଉନ୍ନତି ଏବଂ ଧନ ପ୍ରାପ୍ତିର ସଙ୍କେତ ଅଟେ ।

୪ . ଯଦି ଆପଣ କାଉକୁ ଭୂମି ଖୋଳିବାର ଦେଖନ୍ତି ତେବେ ଏହା ଭାରି ଲାଭ ହେବାର ସଙ୍କେତ ଅଟେ ।

୫ . ରାସ୍ତାରେ ଯାଉଥିବା ସମୟରେ ଯଦି ଆପଣ ଡାଲରେ କାଉ ବସିଥିବାର ଦେଖନ୍ତି ତେବେ ଏହା ମନବାଞ୍ଛିତ ଫଳ ମିଳିବାର ସଙ୍କେତ ଅଟେ ।

୬ . ଯଦି ସକାଳ ସମୟରେ କାଉ ଆପଣଙ୍କ ଘର କିମ୍ବା ଛାତ ଉପରେ ରାବିଲେ ତାହା ଆପଣଙ୍କ ପ୍ରତିଷ୍ଠା ଏବଂ ଧନ ବୃଦ୍ଧିର ସଙ୍କେତ ଅଟେ ।

୭ . ଯଦି କୌଣସି କାଉ ନିଜ ଥୋଣ୍ଟରେ କପଡ଼ାର ଟୁକଡ଼ା ନେଇ ଉଡ଼ୁଥିବାର ଦେଖନ୍ତି ତେବେ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ ।

୮ . ଆପଣ ରାସ୍ତାରେ ଯାଉଥିବା ସମୟରେ ଯଦି କାଉ ମଧୁର ବାଣୀ କହି ଆପଣଙ୍କ ଡାହାଣ ପଟେ ଉଡ଼ିଯାଏ ତେବେ ତେବେ ଆପଣଙ୍କର କୌଣସି କଠିନ କାର୍ଯ୍ୟ ଆଶ୍ଚର୍ଯ୍ୟ ଜନକ ଭାବରେ ସଫଳ ହେବ ।

୯ . ଠିକ ଦ୍ୱିପ୍ରହର ପୂର୍ବରୁ ଯଦି ପୂର୍ବ କିମ୍ବା ଉତ୍ତର ଦିଗରୁ ଗଛ ଡାଳରେ ବସିଥିବା କାଉର ସ୍ୱର ଶୁଣାଯାଏ ତେବେ ଏହାକୁ ସ୍ତ୍ରୀ ସୁଖର ସଙ୍କେତ ମାନାଯାଏ ।

୧୦ . ଯଦି ସ୍ତ୍ରୀ ର ମୁଣ୍ଡରେ ପାଣି କଳସି ଥିବା ସମୟରେ ତାଉପରେ କାଉ ଆସି ବସିଯାଏ ତେବେ ଏହା ସେହି ସ୍ତ୍ରୀ ପାଇଁ ଶୁଭ ସଙ୍କେତ ଅଟେ । ଏହାକୁ ଧନ ପ୍ରାପ୍ତିର ସଙ୍କେତ ମଧ୍ୟ ମାନା ଯାଇଥାଏ ।

୧୧ . ଯଦି କାଉ ମୁଁହରେ ବାଲି , ଶସ୍ୟ , ଓଦା ମାଟି କିମ୍ବା ଫଳ ଫୁଲ ଭରି ଆପଣଙ୍କ ଘରକୁ ନେଇଆସେ ତେବେ ଏହା ହଠାତ ଆପଣଙ୍କୁ ହେବାକୁ ଥିବା ଧନ ଲାଭ ଦିଗରେ ଇଙ୍ଗିତ କରୁଛି ।

୧୨ . ବୈଶାଖ ମାସର ଯେତେବେଳେ କାଉ କୌଣସି ଭରପୁର ସବୁଜ ଗଛରେ ନିଜର ବସା ତିଆରି କରେ ତେବେ ଏଥିରେ ବର୍ଷା ଆସିବାର ସଙ୍କେତ ମିଳିଥାଏ ।

୧୩ . ରାସ୍ତାରେ ଯଦି ଆପଣ ଏକାଧିକ କାଉକୁ ପରସ୍ପର ମୁଁହରେ ଭଜନ ଦେଉଥିବାର ଦେଖିବାକୁ ମିଳେ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ ।

୧୪ . ସକାଳ ସମୟରେ ଆପଣ ଉଠିବା ମାତ୍ରେ ଯଦି କାଉ ରାବ ଶୁଣାଯାଏ ତେବେ ଏହା ଆପଣଙ୍କ ଘରକୁ ଅତିଥିଙ୍କ ଆଗମନର ସୂଚନା ଦିଏ । କିମ୍ବା ଆପଣଙ୍କୁ ଅନ୍ୟ କୌଣସି ଖୁସି ଖବର ମଧ୍ୟ ମିଳିପାରେ ।

ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏପରି ପକ୍ଷୀ ଅଛନ୍ତି ଯାହା ଯଦି ଆପଣଙ୍କ ଘରକୁ ଆସେ ତେବେ ଆପଣଙ୍କ ଘର ପୁରାପୁରି ବର୍ବାଦ ହେବାର ସମ୍ଭାବନା ଥାଏ । ଏମିତିକି ଏହା ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଭଲ ହୋଇନଥାଏ । ଆଉ କିଛି ପକ୍ଷୀ ଘରକୁ ଆସିଲେ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ଯାଏ ।

୧ . ସକାଳ ସମୟରେ ନିଦରୁ ଉଠିବା ମାତ୍ରେ ହିଁ ଯଦି କୌଣସି ବ୍ୟକ୍ତିଙ୍କୁ ଜଳ ପକ୍ଷୀ କିମ୍ବା ଧଳା ଫୁଲ ଦେଖାଯାଏ ତେବେ ତେବେ ତାଙ୍କ ଦିନ ଭଲରେ କଟିବ । କାରଣ ଏହି ଦୁଇଟିଯାକ ହିଁ ଶାନ୍ତିର ପ୍ରତୀକ ଅଟନ୍ତି ।

୨ . ସକାଳୁ ଉଠିବା ମାତ୍ରେ ଯଦି ଆପଣ ଗାଈ ଦେଖନ୍ତି ତେବେ ଆପଣଙ୍କ ଦିନ ଶୁଭ ହେବ । ଏହା ଧନ ପ୍ରାପ୍ତିର ମଧ୍ୟ ସଙ୍କେତ ଅଟେ ।

୩ . ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳ ସମୟରେ ଗୋବର କିମ୍ବା ସବୁଜ ଘାସ ଦେଖିବା ମଧ୍ୟ ଶୁଭ ହୋଇଥାଏ । ଏହାଦ୍ବାରା ବ୍ୟକ୍ତିର ଜୀବନରେ ଖୁସି ଆସିଥାଏ । ନୂଆ ଲୋକଙ୍କ ସହିତ ସାକ୍ଷାତ ହୁଏ ।

୪ . ସକାଳ ସମୟରେ ନଡ଼ିଆ କିମ୍ବା ହଂସ ଦେଖିବାକୁ ମିଳିଲେ ମଧ୍ୟ ଏହା ଶୁଭ ହୋଇଥାଏ । ଏହାଦ୍ବାରା ବ୍ୟକ୍ତିର ଉନ୍ନତି ହୋଇଥାଏ । ଏହାସହିତ ବ୍ୟକ୍ତିକୁ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ ।

୫ . ସକାଳୁ ସକାଳୁ ଘର ଆଗରେ ଗୋବର ପଡ଼ିଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି । ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୬ . ସକାଳୁ ସକାଳୁ ହାତ ପାପୁଲିକୁ ଦେଖି ଲକ୍ଷ୍ମୀ , ସରସ୍ୱତୀ ଏବଂ ହରିଙ୍କର ଦର୍ଶନ ହେଲେ ଧନ , ଜ୍ଞାନ ଏବଂ ସୁଖ ପ୍ରାପ୍ତି ହୋଇଥାଏ ।

୮ . ସକାଳୁ ଗଣେଶଙ୍କ ଫୋଟ କିମ୍ବା ମୂର୍ତ୍ତିର ଦର୍ଶନ ମଧ୍ୟ ଶୁଭ ହୋଇଥାଏ । ଏହାଦ୍ୱାରା ବ୍ୟକ୍ତିର ଦିନ ଭଲ ଯାଇଥାଏ ।

୯ . ଯଦି ସକାଳୁ ଉଠିବା ମାତ୍ରେ ଘର ଅଗଣାରେ ଚଢ଼େଇର କିଚିରିମିଚିରି ରାବ ଶୁଣାଯାଏ ତେବେ ବୁଝି ଯାଆନ୍ତୁ ଯେ ଘରକୁ ଖୁସି ଖବର ଆସିବାକୁ ଯାଉଛି ।

୧୦ . ସକାଳ ସମୟରେ ନୃତ୍ୟ କରୁଥିବା ମୟୁର ଦେଖିଲେ ଶୁଭ ହୋଇଥାଏ । ଏହାଦ୍ବାରା ଘରକୁ ସୁଖ ଶାନ୍ତି ଆସିଥାଏ ।

Leave a Reply

Your email address will not be published. Required fields are marked *