ସାବିତ୍ରୀ ବ୍ରତ ଦିନ ଭୁଲରେବି କରନ୍ତୁ ନାହିଁ ଏହି ଭୁଲ । ସ୍ୱାମୀଙ୍କ ଆୟୁଷ ହୋଇଯିବ କମ ।

ଆସନ୍ତା ଜୁନ ୬ ରେ ବିବାହିତ ମହିଳାଙ୍କର ଏକ ଖାସ ପର୍ବ ସାବିତ୍ରୀ ବ୍ରତ ପାଳିତ ହେବାକୁ ଯାଉଛି । ଓଡ଼ିଆ ଘରର ବିବାହିତ ନାରୀ ମାନେ ଏହିଦିନ ନିଜ ସ୍ୱାମୀର ମଙ୍ଗଳ ମନାସି ଉପବାସ କରିଥାନ୍ତି । କିନ୍ତୁ ଏହି ବ୍ରତ ପୂଜା ସମୟରେ ନାରୀ ମାନେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅମାବାସ୍ୟା ଦିନ ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ଯାହାକି ସାଧବା ନାରୀ ମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ । ଏହିଦିନ ଯମରାଜ , ସାବିତ୍ରୀ ଏବଂ ସତ୍ୟବାନଙ୍କ ପୂଜା କରାଯାଇଥାଏ । ସାବିତ୍ରୀ ଯେଉଁଦିନ ଠାରୁ ନିଜ ମୃତ ସ୍ୱାମୀଙ୍କୁ ଯମରାଜଙ୍କ ଠାରୁ ଫେରାଇ ଆଣିଥିଲେ ସେବେଠାରୁ ଏହି ସାବିତ୍ରୀ ବ୍ରତ ପାଳନ ହୋଇ ଆସୁଛି ।

ଏହିଦିନ ବିବାହିତା ମହିଳା ସକାଳୁ ଶୀଘ୍ର ଉଠି ନିତ୍ୟକର୍ମ ଶେଷ କରି ପୂଜା ପାଇଁ ଆବଶ୍ୟକୀୟ ଜିନିଷ ଯଥା ବ୍ରତ , ନାଲି ରଙ୍ଗର ଶାଢ଼ୀ , ଶଙ୍ଖା , ଅଳତା , ସିନ୍ଦୁର , ପାନିଆ , ଦର୍ପଣ , ଦୁବ , ବରକୋଳି ପତ୍ର ଇତ୍ୟାଦି ନେଇ ପୂଜା କରିବାକୁ ଯାଆନ୍ତି । ଖାଲି ସେତିକି ନୁହେଁ , ଭୋଗ ନିମନ୍ତେ ଅନେକ ପୂଜା ସାମଗ୍ରୀ ମଧ୍ୟ ନିଅନ୍ତି । ଏହିଦିନ ବିବାହିତ ମହିଳା ନାଲି ରଙ୍ଗର ଶାଢ଼ୀ ହିଁ ପିନ୍ଧିବା ଉଚିତ । କାରଣ ଏହା ବିବାହିତ ମହିଳାଙ୍କ ସଙ୍କେତ ଅଟେ । ଯଦି କଳା ରଙ୍ଗର ଶାଢ଼ୀ ପିନ୍ଧନ୍ତି ତେବେ ସ୍ୱାମୀଙ୍କ ଆୟୁଷ କ୍ଷୀଣ ହୋଇଥାଏ । ଏହି ଅମାବାସ୍ୟା ଦିନ ରାତିରେ ବାହାରେ ଲୁଗା ଶୁଖାନ୍ତୁ ନାହିଁ କାରଣ ଏହି ରାତିକୁ କାଳ ରାତି କୁହାଯାଏ ଯାହାକି ଅଶୁଭ ବୋଲି ମାନ୍ୟତା ରହିଛି ।

ସାବିତ୍ରୀ ବ୍ରତ ଦିନ ଭୁଲରେବି ସ୍ୱାମୀ ସ୍ତ୍ରୀ ରନ୍ଧା ଖାଦ୍ୟ ଖାଇବା ଉଚିତ ନୁହେଁ ଏବଂ ଶାରୀରିକ ସମ୍ବନ୍ଧ ମଧ୍ୟ ବନାଇବା ଉଚିତ ନୁହେଁ । ଭୁଲରେବି ନିଜେ କିମ୍ବା ନିଜ ସ୍ୱାମୀଙ୍କୁ କିଛିବି ଜିନିଷ କାଟିବାକୁ କିମ୍ବା ହାଣିବାକୁ ଦିଅନ୍ତୁ ନାହିଁ । ଯାହା ଆପଣ ଭୋଗ ଲଗାଇ ଥିବେ ସେଥିରୁ ଖାଇ ପାରିବେ କିନ୍ତୁ ଭୁଲରେବି ରନ୍ଧା ଖାଦ୍ୟ ଖାଇବେ ନାହିଁ । ଯଦି ଘରେ କାହାରି ମୃତ୍ୟୁ ହୋଇଛି କିମ୍ବା କାହାରି ଜନ୍ମ ହୋଇଛି ଏବଂ ଆପଣଙ୍କର ଋତୁସ୍ରାବ ଚାଲିଛି ତେବେ ଏହି ବ୍ରତ ପାଳନ କରନ୍ତୁ ନାହିଁ । ନଚେତ ଶୁଭ ବଦଳରେ ଅନେକ ଅଶୁଭ ଘଟଣା ଘଟିଥାଏ । ପୂଜା ସରିବା ପରେ ଅଦରକାରୀ ପୂଜା ଜିନିଷକୁ ପାଣିରେ ହିଁ ବିସର୍ଜିତ କରିବେ ।

ଏହିଦିନ ତ୍ରିଦେବଙ୍କର ପୂଜା କରାଯାଇଥାଏ । ଏହିଦିନ ଲକ୍ଷ୍ମୀ , ପାର୍ବତୀ ଏବଂ ସାବିତ୍ରୀଙ୍କ ପୂଜା କରି ପାରିବେ । ଏହି ସମସ୍ତ ଦେବତା ବରଗଛରେ ବାସ କରୁଥିବାରୁ ବରଗଛକୁ ମଧ୍ୟ ପୂଜା କରିବା ଜରୁରୀ ହୋଇଥାଏ । ତେଣୁ ଏହାକୁ ବାଟ ସାବିତ୍ରୀ ବ୍ରତ ବୋଲି ମଧ୍ୟ କୁହାଯାଏ । ଏହିଦିନ ନିଜର ଶୃଙ୍ଗାର ଜିନିଷ ଛାଡ଼ି ମହିଳା ଅନ୍ୟ ଜିନିଷ ଦାନ କରି ପାରିବେ । ଏହାଦ୍ବାରା ଭଗବାନ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଜୀବନରେ କେବେବି ଧନର ଅଭାବ ହେବ ନାହିଁ । ସାବିତ୍ରୀ ବ୍ରତଧାରୀଙ୍କୁ ଏହିଦିନ ଲୁଣ ସେବନ କରିବା ଉଚିତ ନୁହେଁ । ଘରେ କୌଣସି ବ୍ୟକ୍ତି ମଦ ମାଂସ ଭୋଜନ କରିବା ଉଚିତ ହୋଇ ନଥାଏ । ମୁହଁରେ ଅପଶବ୍ଦ ବାହାର କରିବା ଉଚିତ ନୁହେଁ । ଏହିଦିନ ବିବାହିତା ମହିଳା ଅଧିକ ଶୋଇବା ମଧ୍ୟ ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *