ବିବାହିତ ମହିଳା ସିନ୍ଦୁର ଡବାରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ । ସ୍ୱାମୀ ହୋଇଯିବେ ଧନୀ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ମହିଳାଙ୍କ ସିନ୍ଦୁର ଲଗାଇବାର ଉଚିତ ନିୟମ ଠାରୁ ଆରମ୍ଭ କରି ସିନ୍ଦୁର ସମ୍ବନ୍ଧୀୟ କେଉଁ ଭୁଲ କରିବା ଉଚିତ ନୁହେଁ ସେହି ବିଷୟରେ ମଧ୍ୟ କହିବୁ । ହିନ୍ଦୁ ଧର୍ମରେ ବିବାହିତା ମହିଳାଙ୍କର ସିନ୍ଦୁରର ଅନେକ ଗୁରୁତ୍ୱ ରହିଛି ଏବଂ ବିବାହ ସମୟରେ ମଧ୍ୟ ସିନ୍ଦୁର ଦାନ ପରେ ଅନ୍ୟାନ୍ୟ ବିଧି ରହିଥାଏ । ସିନ୍ଦୁର ଲଗାଇବାର ଅନେକ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ରହିଛି ଯାହାକୁ ସମସ୍ତେ ଜାଣି ରଖିବା ଉଚିତ । କାରଣ ଆଜିକାଲି ଅନେକ ମହିଳା ମଥାରେ ସିନ୍ଦୁର ଲଗାଉ ନାହାଁନ୍ତି । କିନ୍ତୁ କିଛି ଜରୁରୀ ନିୟମ ଯାହାକୁ ସବୁ ମହିଳା ଜାଣି ରଖିବା ଉଚିତ ସେହି ବିଷୟରେ କହିବୁ ।

୧ . ବିବାହିତା ମହିଳା ସର୍ବଦା ନିଜ ଟଙ୍କାରେ ହିଁ ସିନ୍ଦୁର କିଣି ପିନ୍ଧିବା ଉଚିତ ମ ଅନ୍ୟର ଟଙ୍କାରେ କିଣାଯାଇଥିବା ସିନ୍ଦୁର ନାରୀର ମଥାରେ ଶୋଭା ପାଇବା ଉଚିତ ନୁହେଁ । କାରଣ ତାହା ଅନର୍ଥ କରିଥାଏ ।

୨ . କୌଣସି ପରିସ୍ଥିତିରେବି ବିବାହିତା ମହିଳା ଅନ୍ୟ କୌଣସି ମହିଳାର ସିନ୍ଦୂର ନିଜ ମଥାରେ ଲଗାଇବା ଉଚିତ ନୁହେଁ । ଏହା ବହୁତ ଅଶୁଭ ହୋଇଥାଏ । ଏଭଳି କରୁଥିବା ମହିଳାଙ୍କ ସ୍ୱାମୀଙ୍କୁ ଧନ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

୩ . ଉପହାର ଆକାରରେ ମିଳିଥିବା ସିନ୍ଦୁରକୁ ବିବାହିତା ମହିଳା ବ୍ୟବହାର କରିବା ଉଚିତ ନୁହେଁ । ତାହାକୁ ଉପହାର ଆକାରରେ କେବଳ ପାଖରେ ରଖି ପାରିବେ ।

୪ . ବିବାହିତା ମହିଳା ମାନେ ସିନ୍ଦୁର ଲଗାଇ ସିନ୍ଦୁର ଲଗାଇବା ଉଚିତ ନୁହେଁ । ସିନ୍ଦୁର ଲଗାଇବା ସମୟରେ ସର୍ବଦା ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ ଏବଂ ଉନ୍ନତି ବିଷୟରେ କାମନା କରିବା ଆବଶ୍ୟକ । ସିନ୍ଦୁର ଲଗାଇବା ସମୟରେ ମାତା ପାର୍ବତୀଙ୍କୁ ଧ୍ୟାନ କରି ପାରିବେ । ଯାହାଦ୍ୱାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହେବ ।

୫ . ଋତୁସ୍ରାବ ସମୟରେ ସିନ୍ଦୁର ଲଗାଇଲେ ସିନ୍ଦୁରର ଅପମାନ ହୋଇଥାଏ ।

୬ . ସିନ୍ଦୁର ତଳେ ପଡ଼ିବା ଉଚିତ ନୁହେଁ ତେଣୁ ଏହାକୁ ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ ଏବଂ ଯତ୍ନର ସହକାରେ ରଖନ୍ତୁ ।

୭ . କାହାରି ସାମ୍ନାରେ ସିନ୍ଦୁର ଲଗାଇବା ଦ୍ୱାରା ସମ୍ପର୍କରେ ନଜର ଲାଗିଥାଏ । ତେଣୁ ମୁଣ୍ଡରେ ଓଢ଼ଣା ଦେଇ ସିନ୍ଦୁର ନାଇଁ ପାରିବେ ।

୮ .ମଥାରେ ସିନ୍ଦୁର ଲଗାଇବା ପାଇଁ ସର୍ବଦା ଶୁଖିଲା ସିନ୍ଦୁର ବ୍ୟବହାର କରନ୍ତୁ । ଭୁଲରେବି ଲିକ୍ୱିଡ଼ ସିନ୍ଦୁର ବ୍ୟବହାର କରନ୍ତୁ ନାହିଁ ।

୯ . ସିନ୍ଦୁର ତଳେ ପଡ଼ିଗଲେ ସର୍ବପ୍ରଥମେ ମାତା ପାର୍ବତୀଙ୍କୁ ହାତ ଯୋଡ଼ି କ୍ଷମା ମାଗି ନିଅନ୍ତୁ ।

୧୦ . ସିନ୍ଦୁରକୁ କେବେ ଲୋକଙ୍କ ନଜରରେ ଲୁଚାଇ ମଥାରେ ଲଗାନ୍ତୁ ନାହିଁ । ମଥାରେ ତାହା ସବୁବେଳେ ଦୃଶ୍ୟମାନ ହେବା ଉଚିତ ।

୧୧ . ବିବାହିତା ମହିଳା ନିଜର ନାକ ସିଧା କପାଳରେ ସିନ୍ଦୁର ଲଗାଇବା ଉଚିତ ।

୧୨ . ନବବିବାହିତ ମହିଳା ବିବାହ ସମୟରେ ଲାଗିଥିବା ସିନ୍ଦୁରକୁ ସାଇତି ରଖନ୍ତୁ ଏବଂ କୌଣସି ମଙ୍ଗଳ କାର୍ଯ୍ୟ ହେଲେ ସେଥିରେ ସେହି ସିନ୍ଦୁରକୁ ଲଗାନ୍ତୁ ।

Leave a Reply

Your email address will not be published. Required fields are marked *