“ଚାଣକ୍ୟ ନୀତି” ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଓ ସୁଚାର ରହିବା ପାଇଁ ଉପଦେଶ ଦିଆଯାଇଛି। ଏହି ଗ୍ରନ୍ଥର ମୂଳ ଉଦ୍ଦେଶ୍ୟ ହେଉଛି ମାନବ ସମାଜକୁ ଜୀବନର ପ୍ରତ୍ୟେକ ଶିକ୍ଷା ବିଷୟରେ କହିବା। ଚାଣକ୍ୟ ଜଣେ ଜ୍ଞାନୀ ବ୍ୟକ୍ତି ଅଟନ୍ତି, ସେ ନିଜର ବୁଦ୍ଧିକୁ ବ୍ୟବହାର କରି ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରାଇଥିଲେ।
ମନୁଷ୍ୟ ଜୀବନର ୪ଟି ଜିନିଷ ଆବଶ୍ୟକ। ସେଗୁଡିକ ହେଉଛି ଧନ, ଜୀବନ, ବାସନ ଓ ଭୋଜନ। ଏହି ୪ଟି ପାଇଁ ମନୁଷ୍ୟ ସବୁବେଳେ ଭୋକିଲା ରହିଥାଏ। ଯେତେ ମାତ୍ରାରେ ମିଳିଲେ ମଧ୍ୟ ଏହାର ଲାଳସା କେବେବି କମ ହୁଏ ନାହିଁ। ଜୀବନର ସବୁବେଳେ ଚିନ୍ତା କରି ଚାଲ କେବେବି ଆପଣଙ୍କ ଉପରେ ଖରାପ ସମୟ ଆସିପାରେ। ସେଥିପାଇଁ କିଛି ଧନରାଶି ଅବଶ୍ୟ ରଖିବାକୁ ହେବ।
ଖରାପ ସମୟ ଆସିଲେ ନିଜ ଲୋକ ପରର ହୋଇଯାନ୍ତି। ଯଦି ଧନ ଥିବ ତେବେ ସେ ଏହାର ମୁକାବିଲା କରିପାରିବ। ବହୁତ ଭଲ ହୋଇ ଜୀବନ ଆଦୌ ବଞ୍ଚି ହେବନାହିଁ। କାରଣ ବହୁତ ଭଲ ଓ ସିଧା ମଣିଷକୁ ଦବାଇ ଦିଆଯାଏ। ସଚ୍ଚୋଟ ଓ ଇମାନଦାରିକୁ ଲୋକ ପାଗଳ ବୋଲି କୁହନ୍ତି। ଯେମିତି ଜଙ୍ଗଲରେ ସିଧା ଗଛକୁ ପ୍ରଥମେ କଟାଯାଏ ଓ ବଙ୍କା ଗଛକୁ ପଛରେ କଟାଯାଏ। ସେଥିପାଇଁ ଆପଣ ସିଧା ହୁଅନ୍ତୁ ନାହିଁ ଯେଉଁଥିରେ ଆପଣଙ୍କୁ ଲୋକ ଖାଇଯିବେ।
ଯେମିତି ପେଚା ଦିନରେ ନ ଦେଖିବା କଣ ସୂର୍ଯ୍ୟର ଭୁଲ। ଚାତକ ପକ୍ଷୀ ବର୍ଷାର ପାଣିକୁ ଅପେକ୍ଷା କରିବା କଣ ବାଦଲର ଭୁଲ। ବାସ୍ତବରେ ଦେଖିବାକୁ ଗଲେ ଏ ସବୁ ବିଧାତାଙ୍କର ଦାନ। ଈଶ୍ୱର ମହାନ ଓ ସର୍ବ ଶକ୍ତିମାନ ଅଟନ୍ତି। ଈଶ୍ୱର ରାଜାକୁ ଦାସ ଓ ଦାସକୁ ରାଜା କରିଦିଅନ୍ତି। ଈଶ୍ୱର ଗରିବକୁ ଧନୀ ଓ ଧନୀକୁ ଗରିବ କରିଦିଅନ୍ତି। ଈଶ୍ୱର ସବୁ ଜାଣିଛନ୍ତି ଓ ଦେଖୁଛନ୍ତି।
ଜୀବନରେ ନିଷ୍ପତ୍ତି ନେବା ପୂର୍ବରୁ ଅବଶ୍ୟ ଚିନ୍ତା କରିବା ଆବଶ୍ୟକ। ସବୁ ଜିନିଷ ବିବାଦରେ ପରିପୂର୍ଣ୍ଣ। ପ୍ରତ୍ୟେକ ପାହାଡ଼ ହୀରା ହୋଇନଥାଏ। ପ୍ରତ୍ୟେକ ହାତୀ ମୁଣ୍ଡରେ ମୁକ୍ତା ହୋଇନଥାଏ। ସବୁ ସ୍ଥାନରେ ଭଲ ମଣିଷ ମିଳନ୍ତି ନାହିଁ। ସବୁ ସ୍ଥାନରେ ଚନ୍ଦନ ମିଳେନାହିଁ। ସେହିପରି ସବୁ ଚମକିବା ଜିନିଷ ହୀରା ହୋଇନଥାଏ।
ଯେମିତି ହାତୀ ବୁଢ଼ା ହେଲେ ମଧ୍ୟ ଚଞ୍ଚଳ ରୁହେ। ଆଖୁ ପେସା ହେଲା ପରେ ମଧ୍ୟ ନିଜର ମିଠା ଅଂଶ ଛାଡେ ନାହିଁ। ସୁନା ନିଆଁରେ ଗରମ ହେବା ପରେ ମଧ୍ୟ ନିଜର ଚମକ ମଧ୍ୟ ଛାଡେ ନାହିଁ। ସେହି ପ୍ରକାର ଭଲ ଚରିତ୍ର ଲିଜ ସବୁବେଳେ ଚମକିଥାନ୍ତି। ବାସ୍ତବରେ ଅସଲ ରତ୍ନ ହେଉଛି ଶସ୍ୟ, ପାଣି ଓ ଜ୍ଞାନ। ଏହି ତିନୋଟି ହେଉଛି ଅସଲ ରତ୍ନ। କିନ୍ତୁ ବର୍ତ୍ତମାନ ସମୟରେ ମଣିଷ ଧନ, ରତ୍ନ ପଛରେ ଦୌଡିବାରେ ଲାଗିଛି।