ଜାଣି ରଖନ୍ତୁ ଏକ ସାଧାରଣ ଘାସର ଚମତ୍କାର । ଦେଖିଲେ ଆଦୋୖ ଫିଙ୍ଗନ୍ତୁ ନାହିଁ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଘାସ ବିଷୟରେ କହିବୁ ଯାହାକୁ ଚମେରି ଘାସ କୁହାଯାଏ । ଅନେକ ଲୋକ ତାହାକୁ ଖଟା ଘାସ କିମ୍ବା ତିନି ପତ୍ର ଥିବା ଘାସ ମଧ୍ୟ କହନ୍ତି । ଏହାର ଅନେକ ଆୟୁର୍ବେଦିକ ଗୁଣ ରହିଛି ଏବଂ ଏହା ଅନେକ ରୋଗର ଉପଶମ ପାଇଁ ବ୍ୟବହୃତ ହୋଇଥାଏ । ପେଟ ବ୍ୟଥା , ମୁହଁରେ କୌଣସି ସମସ୍ୟା ଥିଲେ ଏହା ଔଷଧ ଆକାରରେ ବ୍ୟବହୃତ ହୋଇଥାଏ । ଏହାର ଅନେକ ଆୟୁର୍ବେଦିକ ଲାଭ ରହିଛି । ଯାହା ବିଷୟରେ ଆମେ ଆପଣଙ୍କୁ କହିବୁ । ଏହି ଗଛର ଫଳକୁ ଯଦି ଆପଣ ଦବାଇ ଦିଅନ୍ତି ତେବେ ଏହା ଭିତରେ ଥିବା ମଞ୍ଜି ସବୁ ଛିଟିକି ପଡ଼ିଥାଏ । ଏହି ଗଛ ପ୍ରାୟତଃ ସବୁ ସ୍ଥାନରେ ମିଳିଯାଏ । ଏହି ଗଛର ସ୍ୱାଦ ଟିକିଏ ଖଟା ହୋଇଥାଏ ।

ପତ୍ର ତିନି ଭାଗରେ ବିଭକ୍ତ ହୋଇଥାଏ ଯେଉଁଥିରେ ଅନେକ ଭିଟାମିନ ଏବଂ ମିନେରାଲସ ରହିଥାଏ । ସେଥିରେ ଭିଟାମିନ ସି ଏବଂ ଅକ୍ସାଲେଟ ମଧ୍ୟ ରହିଥାଏ । ଯାହାକୁ ମୁଣ୍ଡବ୍ୟଥା ଅର୍ଥାତ ଅର୍ଦ୍ଧକପାଳି ସମସ୍ୟା ଥାଏ ସେମାନଙ୍କୁ ଏହି ଗଛ ରାମବାଣ ସଦୃଶ ଅଟେ । ଯେତେବେଳେ ଅଧିକ ମୁଣ୍ଡବ୍ୟଥା ସମସ୍ୟା ହେଉଛି ସେତେବେଳେ ଏହି ଗଛର ପତ୍ରକୁ ଭଲ ଭାବରେ ପେଶୀ ରସ ବାହାର କରି ଦିଅନ୍ତୁ । ସେହି ସମାନ ମାତ୍ରାରେ ପିଆଜ ରସ ବାହାର କରି ମିଶାଇ ଦିଅନ୍ତୁ । ତାହାକୁ ଭଲ ଭାବରେ ମୁଣ୍ଡରେ ମାଲିସ କରି ଦିଅନ୍ତୁ । ମୁଣ୍ଡ ବ୍ୟଥା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ । ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ଥିଲେ ମଧ୍ୟ ଏହା ଉପଶମ ଅଟେ ।

କୌଣସି ଅଙ୍ଗରେ ଏହାର ଲେପ ଲଗାଇ ଦେଲେ ଯନ୍ତ୍ରଣାର ଉପଶମ ହୋଇଯାଏ । ନଚେତ ଆପଣ ଏହାର କାଢ଼ା ବନାଇ ସେଥିରେ ଏକ ଚିମୁଟା ହେଙ୍ଗୁ ମିଶାଇ ସକାଳ ସନ୍ଧ୍ୟା ପିଇ ପାରିବେ । ଯାହାଦ୍ୱାରା ଯନ୍ତ୍ରଣା ମୂଳରୁ ଦୂର ହୋଇଯିବ । ଏହାର ସେବନ ଦ୍ୱାରା ପେଟ ସମସ୍ୟା , କୋଷ୍ଟକାଠିନ୍ୟ ସମସ୍ୟା ମଧ୍ୟ ଦୂରେଇ ଯିବ । ଛୋଟ ପିଲାଙ୍କୁ କମ ଭୋକ ଲାଗୁଥିଲେ ଏହି ପତ୍ରକୁ ପୁଦିନା ପତ୍ର ସହିତ ମିଶାଇ ଚଟଣି ପ୍ରସ୍ତୁତ କରି ପିଲାଙ୍କୁ ଖୁଆଇ ଦିଅନ୍ତୁ । ଏହାଦ୍ବାରା ଭୋକ ବଢ଼ିଥାଏ । ଦାନ୍ତ ଜନିତ ସମସ୍ୟା ଥିଲେ କିମ୍ବା ପାଟିରୁ ଦୁର୍ଗନ୍ଧ ବାହାରୁ ଥିଲେ ଦୁଇ ଚାରୋଟି ଚମେରି ପତ୍ର ଚୋବାଇ ଦିଅନ୍ତୁ । ସବୁ ସମସ୍ୟା ଦୂର ହୋଇଯିବ । କୋଷ୍ଟକାଠିନ୍ୟ ସମସ୍ୟା ଥିଲେ ଚମେରି ପତ୍ରକୁ ଭାଜି ଦହି ସହିତ ମିଶାଇ ଖାଇଲେ ଉପଶମ ମିଳିଥାଏ ।

Leave a Reply

Your email address will not be published. Required fields are marked *