ଘରର ଏହି ସ୍ଥାନରେ ରଖି ଦିଅନ୍ତୁ ଚାବି । ତାପରେ ଦେଖନ୍ତୁ କିଭଳି ଖୋଲୁଛି ଧନ ପ୍ରାପ୍ତିର ଦ୍ୱାର ।

ଅନେକ ସମୟରେ ମନୁଷ୍ୟ ଯେତେ ଚେଷ୍ଟା କଲେବି ସୁଦ୍ଧା ନିଜ ଭାଗ୍ୟକୁ ବଦଳାଇ ପାରେନାହିଁ । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ତାଲା ଏବଂ ଚାବିକୁ ନେଇ ଏକ ଖାସ ପ୍ରୟୋଗ ବିଷୟରେ କହିବୁ ଯାହାକୁ କଲେ ଆପଣଙ୍କ ଭାଗ୍ୟ ନିଶ୍ଚୟ ଦୃଢ଼ ହେବ । କିନ୍ତୁ ସର୍ତ୍ତ ଅନୁଯାୟୀ ସେହି ତାଲା ଏବଂ ଚାବିକୁ ଖୋଲିବେ ନାହିଁ ।

ତାହାକୁ ଦୋକାନରୁ ଆଣି ନଖୋଲି ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ରଖି ଶୋଇ ଯାଆନ୍ତୁ । ଏହି ଉପାୟକୁ କୌଣସି ଶୁକ୍ରବାର କିମ୍ବା ଶନିବାର ଦିନ କରି ଦିଅନ୍ତୁ । ଆଗାମୀ ଦିନ ସକାଳୁ ଉଠି ନିତ୍ୟକର୍ମ ଶେଷ କରି ଏବଂ ସ୍ନାନ କରି ଏକ ଲୋଟା ଜଳ ଏବଂ ସେହି ତାଲା ଏବଂ ଚାବିକୁ ନେଇ ପାଖ କୌଣସି ଶିବ ମନ୍ଦିରକୁ ଚାଲି ଯାଆନ୍ତୁ ।

ଯେତେବେଳେ କେହି ଦେଖୁ ନଥିବେ ସେତେବେଳେ ଏହି ତାଲା ଏବଂ ଚାବିକୁ ମୁଣ୍ଡ ଉପର ଦେଇ ଓଲଟା ତିନିଥର ବୁଲାଇ ମନ୍ଦିରର କୌଣସି ସ୍ଥାନରେ ରଖି ଦିଅନ୍ତୁ । ଅନେକ ସମୟରେ ଲୋକେ ତନ୍ତ୍ରକ୍ରିୟା କରି ଭାଗ୍ୟକୁ ବାନ୍ଧି ଦିଅନ୍ତି ଏବଂ ବ୍ୟବସାୟକୁ ବାନ୍ଧି ଦିଅନ୍ତି ଏଭଳି ପରିସ୍ଥିତିରେ ଏକ ଖୋଲା ତାଲା ଏବଂ ଚାବି ନେଇ ତାହାକୁ କୌଣସି କୌଣସି ନଦୀ ପାଖକୁ ନେଇ ଯାଆନ୍ତୁ ।

ନିର୍ଜନ ନଦୀ ସ୍ଥାନକୁ ଯାଇ ସେଠାରେ ଏକ ଖାସ ମନ୍ତ୍ରକୁ ଅତିକମରେ ୫ ଥର ଜପ କରି ଚାବିକୁ ଏବଂ ତାଲାକୁ ହାତରେ ଧରନ୍ତୁ । ଏହାପରେ ଚାବିକୁ ଏଣ୍ଟିକ୍ଲକ ୱାଇଜ୍ ମୁଣ୍ଡରୁ ଗୋଡ଼ ବୁଲାଇ ସେହି ଚାବିରେ ତାଲାକୁ ବନ୍ଦ କରି ଦିଅନ୍ତୁ । ଏହାପରେ ପଛକୁ ନବୁଲି ଘରକୁ ପଳେଇ ଆସନ୍ତୁ । ଏହାଦ୍ବାରା କୌଣସି ପ୍ରକାରର ରୋଗ କିମ୍ବା ତନ୍ତ୍ରକ୍ରିୟା ତାହା ନଷ୍ଟ ହୋଇଯିବ ।

କୌଣସି ଶୁକ୍ରବାର ଦିନ ଏକ ନୂଆ ବନ୍ଦ ଥିବା ତାଲା ଏବଂ ଚାବି ନେଇ ଆସନ୍ତୁ । ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ତକିଆ ପାଖରେ ରଖି ଦିଅନ୍ତୁ । ଆଗାମୀ ଦିନ ଅର୍ଥାତ ଶନିବାର ଦିନ ସେହି ତାଲା ଚାବିକୁ ନେଇ ସକାଳୁ କେହି ନଦେଖୁଥିବା ସମୟରେ ତାହାକୁ ନେଇ ଅଶ୍ୱତ୍ଥ ଗଛ ମୂଳରେ ରଖିଦେଇ ଆସନ୍ତୁ । ଏହାପରେ ଘରକୁ ଫେରି ଆସନ୍ତୁ ।

ଯଦି କୌଣସି ଅଶ୍ୱତ୍ଥ ଗଛ ନାହିଁ ତେବେ କୌଣସି ମନ୍ଦିରର ସିଡ଼ି ପାହାଚରେ ରଖିଦେଇ ଆସନ୍ତୁ । ଯଦି କେହି ସେହି ତାଲାକୁ ଚାବି ଦ୍ୱାରା ଖୋଲନ୍ତି ତେବେ ଆପଣଙ୍କ ବନ୍ଦ ଭାଗ୍ୟର ତାଲା ମଧ୍ୟ ଖୋଲିଯିବ । ଘରର ମୁଖ୍ୟଦ୍ୱାର ଘରର ମେରୁଦଣ୍ଡ ହୋଇଥାଏ । ତେଣୁ ଘରର ମୁଖ୍ୟଦ୍ୱାର କବାଟ ସବୁବେଳେ ଠିକ ଭାବରେ ଖୋଲୁଥିବା ଦରକାର ଯାହାଦ୍ୱାରା ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେବ ନାହିଁ ।

Leave a Reply

Your email address will not be published. Required fields are marked *