ଜୀବନରେ ଅନେକ ଥର ପ୍ରେମ ଏବଂ ବ୍ରେକଅପ କରିଥାନ୍ତି ଏହି ରାଶିର ଲୋକମାନେ, ଗୋଟିଏ ସମ୍ପର୍କରେ ତିଷ୍ଠି ରହି ପାରେନାହିଁ ଏମାନଙ୍କ ଗାଡ଼ି…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ କୈାଣସି ବି ବ୍ୟକ୍ତିଙ୍କ ରାଶିର ଆଧାରରେ ତାଙ୍କର ସ୍ୱଭାବ ଏବଂ ଭବିଷ୍ଯ ବିଷୟରେ କହି ପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କୁ ସେହି ରାଶି ମାନଙ୍କ ବିଷୟରେ ଜଣାଇବା ପାଇଁ ଯାଉଛୁ ଯେଉଁମାନଙ୍କ ଜାତକ ଜୀବନରେ ବାରମ୍ବାର ପ୍ରେମ ଏବଂ ବ୍ରେକଅପ କରିଥାନ୍ତି। ଏମାନେ କୈାଣସି ଗୋଟିଏ ସମ୍ପର୍କରେ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହି ପାରନ୍ତି ନାହିଁ। ବାରମ୍ବାର ପାର୍ଟନର ପରିବର୍ତ୍ତନ କରିବା ଏମାନଙ୍କ ଅଭ୍ୟାସରେ ସାମିଲ ହୋଇଥାଏ।

ବୃଷ ରାଶି

ବୃଷ ରାଶିର ଜାତକ ଜୀବନରେ ଅନେକ ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟି କରିଥାନ୍ତି। ହେଲେ ଏମାନେ ନିଜ ଇଛାରେ ଏମିତି କରି ନଥାନ୍ତି। ସେମାନଙ୍କର ଭୁଲ କେବଳ ଏତିକି ହୋଇଥାଏ କି ଏମାନେ ଭୁଲ ଲୋକକୁ ହୃଦୟ ଦେଇ ବସିଥାନ୍ତି। ଏମାନଙ୍କୁ ଆକର୍ଷିତ କରିବା ବହୁତ ସହଜ ହୋଇଥାଏ। ଏମାନେ କାହା ଦ୍ବାରା ମଧ୍ୟ ଶୀଘ୍ର ମୋହିତ ହୋଇ ସେମାନଙ୍କୁ ହୃଦୟ ଦେଇ ବସିଥାନ୍ତି।

ଯେତେବେଳେ ପ୍ରେମରେ ଏମାନଙ୍କୁ ଧୋକା ମିଳିଥାଏ ତ ପୁଣି ଏମାନେ ଅନ୍ୟ ଜଣେ ପାର୍ଟନର ଖୋଜିବାରେ ଲାଗି ପଡିଥାନ୍ତି। ହେଲେ ଯଦି ଏମାନେ ଗୋଟିଏ ଥର କୈାଣସି ସମ୍ପର୍କକୁ ନେଇ ସିରିୟସ ହୋଇ ଯାଆନ୍ତି ତାହେଲେ ତାକୁ ପୁଣି କେବେବି ହାତରୁ ଯିବାପାଇଁ ଦେଇ ନଥାନ୍ତି। ଏମାନେ ପାର୍ଟନରଙ୍କ ସହିତ ସବୁବେଳେ ବିଶ୍ବସ୍ତ ହୋଇ ରହିଥାନ୍ତି।

ମିଥୁନ ରାଶି

ମିଥୁନ ରାଶିର ଜାତକଙ୍କର ସ୍ବଭାବ ଅଳ୍ପ ଖୁସିମିଜାଜ ଏବଂ ଚଞ୍ଚଳ ପ୍ରକୃତର ହୋଇଥାଏ। ଏମାନେ ବହୁତ ମିଳାପି ମଧ୍ୟ ହୋଇଥାନ୍ତି। ଏଥିପାଇଁ ଏମାନଙ୍କର ଅନ୍ୟ ମାନଙ୍କ ସହିତ ବନ୍ଧୁତା ଶୀଘ୍ର ହୋଇ ଯାଇଥାଏ। ଏମାନଙ୍କୁ ଅନ୍ୟ ଜଣଙ୍କ ସହିତ ପ୍ରେମ ମଧ୍ୟ ବହୁତ ଶୀଘ୍ର ହୋଇ ଯାଇଥାଏ। ଏହି ଚକରରେ ଏମାନେ ଅନେକ ସମ୍ପର୍କ ବନେଇ ଦେଇଥାନ୍ତି।

ଏମାନଙ୍କ ହୃଦୟ ବହୁତ ବଡ଼ ହୋଇଥାଏ। ଏମାନେ ଗୋଟିଏ ଜିନିଷରେ ବହୁତ ଶୀଘ୍ର ବିରକ୍ତ ମଧ୍ୟ ହୋଇ ଯାଇଥାନ୍ତି। ଏଥିପାଇଁ କୈାଣସି ଗୋଟିଏ ସମ୍ପର୍କରେ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହି ପାରନ୍ତି ନାହିଁ। ହେଲେ ପାର୍ଟନର ଏମାନଙ୍କୁ ବହୁତ ଭଲ ପାଇବେ ତ ବାହାଘର ପରେ ଏମାନେ ନିଜ ସମ୍ପର୍କକୁ ପୂରା ଵିଶ୍ଵାସର ସହିତ ତୁଲାଇଥାନ୍ତି।

ତୁଳା ରାଶି

ତୁଳା ରାଶିର ଜାତକଙ୍କ ମନ ବହୁତ ହିଁ ଚଞ୍ଚଳ ସ୍ବଭାବର ହୋଇଥାଏ। ଏମାନେ କୈାଣସି ବି ସମ୍ପର୍କରେ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହି ପାରନ୍ତି ନାହିଁ। ଏମାନେ ସମ୍ପର୍କକୁ ନେଇ ସିରିୟସ ହିଁ ହୋଇଥାନ୍ତି। କିଛିଦିନ ପରେ ଏମାନେ ବର୍ତ୍ତମାନ ସମ୍ପର୍କକୁ ଅଣଦେଖା କରିବା ପାଇଁ ଲାଗିଥାନ୍ତି।

ଏମାନଙ୍କର ସୃଷ୍ଟି ହୋଇଥିବା ସମ୍ପର୍କ ଦୁର୍ବଳ ହୋଇଥାଏ। ଏମାନେ ଅନ୍ୟ ଜଣଙ୍କୁ ସହଜରେ ଛାଡ଼ି ମଧ୍ୟ ଦେଇଥାନ୍ତି। ଏମାନଙ୍କୁ ନିଜ ଜୀବନରେ ଲଗାତର କିଛି ନୂଆ ଏବଂ ଅଲଗା ଆବଶ୍ୟକ ହୋଇଥାଏ। ଏଥିପାଇଁ ଏମାନେ ପୁରୁଣା ପାର୍ଟନରଙ୍କୁ ଛାଡ଼ି ନୂଆ ସହିତ ବହୁତ ଶୀଘ୍ର ଯୋଡି ହୋଇ ଯାଇଥାନ୍ତି।

କୁମ୍ଭ ରାଶି

କୁମ୍ଭ ରାଶିର ଜାତକ କୈାଣସି ଜଣେ ବ୍ୟକ୍ତିଙ୍କ ସହିତ ବାନ୍ଧି ହୋଇ ରହିବା ପାଇଁ ପସନ୍ଦ କରି ନଥାନ୍ତି। ଏମାନେ ସ୍ବାଧିନ ପକ୍ଷୀ ହୋଇଥାନ୍ତି। ଏମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଉଡ଼ିବା ଏବଂ ନୂଆ ନୂଆ ଲୋକଙ୍କ ସହିତ ମିଶିବା ପସନ୍ଦ ହୋଇଥାଏ। ଏମାନଙ୍କର କୈାଣସି ଜଣେ ପାର୍ଟନରଙ୍କ ସହିତ ଅଧିକ ଦିନ ପର୍ଯ୍ୟନ୍ତ ସମ୍ପର୍କ ତିଷ୍ଠି ରହି ନଥାଏ।

ଏମାନଙ୍କର ସମ୍ପର୍କରେ ବହୁତ ଶୀଘ୍ର ବ୍ରେକଅପ ହୋଇଥାଏ। ଏମାନେ ଏହି କଥାକୁ ନେଇ ବହୁତ ଶୀଘ୍ର ବିରକ୍ତ ହୋଇ ଯାଇଥାନ୍ତି। ହେଲେ ଅନେକ ଥର ଏମାନଙ୍କ ଭାଗ୍ୟ ମଧ୍ୟ ଖରାପ ଥାଏ।ଏହି ଚକରରେ ଏମାନଙ୍କର ବ୍ରେକଅପ ହୋଇ ଯାଇଥାଏ।

Leave a Reply

Your email address will not be published. Required fields are marked *