ମନସ୍କାମନାକୁ କାଗଜରେ ଲେଖି ବୁଡ଼ାଇ ଦିଅନ୍ତୁ ଲୁଣ ପାଣିରେ । ଆଉ ଦେଖନ୍ତୁ ଚମତ୍କାର । ଯାହା ଚାହିଁବେ ତାହା ମିଳିବ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ନିଜର ମନସ୍କାମନା ପୂରଣ କରିବା ପାଇଁ ଲୁଣ ପାଣିର ପ୍ରୟୋଗ କିଭଳି କରି ପାରିବେ , ସେହି ବିଷୟରେ କହିବୁ । ଏହି ଉପାୟକୁ ଖାସ କରି ମଙ୍ଗଳବାର , ଶନିବାର ଏବଂ ରବିବାର ଦିନ କଲେ ଭଲ ଫଳ ମିଳିବ । ଯଦି ସୁବିଧା ନଥାଏ ତେବେ ଆପଣ କୌଣସିବି ଦିନ କରି ପାରିବେ । ଏହି ଉପାୟ କରିବା ଦ୍ୱାରା ଶାରୀରିକ ସମସ୍ୟା , ବୈବାହିକ ସମସ୍ୟା , ଲୋଭ୍ ରିଲେସନଶିପ ସମସ୍ୟା , ବ୍ୟାପାରରେ ସମସ୍ୟା ଏବଂ ଚାକିରୀ ଜନିତ ସମସ୍ୟା ଦୂର ହୋଇଯିବ । ଏହି ପ୍ରୟୋଗକୁ କରିବା ପାଇଁ ମୁଖ୍ୟତଃ ସାଧାରଣ ଲୁଣର ଆବଶ୍ୟକତା ରହିଛି । ଏହାବ୍ୟତୀତ ପ୍ଲେନ କାଗଜ , ପେନ ଏବଂ ପାଣି ନିଅନ୍ତୁ ।

ସର୍ବପ୍ରଥମେ ଏହିସବୁ ଜିନିଷକୁ ଏକା ପାଖରେ ରଖନ୍ତୁ । ସର୍ବପ୍ରଥମେ ଘରର କୌଣସି ନିର୍ଜନ ସ୍ଥାନକୁ ନେଇ ପେନ ଏବଂ ପେପେର ନେଇ ସେଥିରେ ନିଜର ପୁରା ନାମ ଲେଖନ୍ତୁ । ନାମର ଠିକ ତଳେ ନିଜର ମନସ୍କାମନା ଲେଖି ଦିଅନ୍ତୁ । ମନସ୍କାମନା ଲେଖି ସାରିବା ପରେ ପେପରକୁ ଅତିକମରେ ତିନିଥର ଫଲଡ଼ କରି ଦିଅନ୍ତୁ ।

ଏହାପରେ ଏକ ପାତ୍ର କିମ୍ବା ପୁରୁଣା ବୋତଲ ନେଇ ସେଥିରେ ଅଳ୍ପ ସ୍ଥାନ ଛାଡ଼ି ଅଧାରୁ ଅଧିକ ପାଣି ଭରି ଦିଅନ୍ତୁ । ସେଥିରେ ଅତିକମରେ ୨ ଚାମଚ ଲୁଣ ମିଶାଇ ନିଜର ସ୍ୱାସ୍ଥ୍ୟ ଏବଂ ସମସ୍ୟା ବିଷୟରେ ସ୍ମରଣ କରନ୍ତୁ ଏବଂ ଭାବନ୍ତୁ ଯେ ସେହି ଲୁଣ ଆପଣଙ୍କର ସବୁ ନକାରାତ୍ମକକୁ ଶୋଷିନେବ । ଯେଉଁ କାଗଜରେ ଆପଣ ମନସ୍କାମନା ଲେଖିଥିଲେ ତାହାକୁ ମଧ୍ୟ ସେଥିରେ ପକାଇ ଦିଅନ୍ତୁ ।

ଯଦି ବୋତଲରେ ରଖିଛନ୍ତି ତେବେ ପେପରକୁ ପୁରେଇବା ପରେ ବୋତଲ ଢ଼ାଙ୍କୁଣୀକୁ ଟାଇଟ କରି ବନ୍ଦ କରି ଦିଅନ୍ତୁ । କିନ୍ତୁ ଗ୍ଲାସରେ ରଖିଥିଲେ ତାହାର ଉପରକୁ କୌଣସି ଜିନିଷ ଦ୍ୱାରା ବନ୍ଦ କରି ଦିଅନ୍ତୁ । ଭଗବାନଙ୍କୁ ସ୍ମରଣ କରି ତାହାକୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ କିମ୍ବା ଏଭଳି ସ୍ଥାନରେ ରଖି ଦିଅନ୍ତୁ ଯାହାକୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ କେହି ଦେଖିବେ ନାହିଁ ଏବଂ ଛୁଇଁବେ ନାହିଁ । ୭ ଦିନରେ ପ୍ରତ୍ୟେକ ଦିନ ନିଜର ମନସ୍କାମନାକୁ ଦହରାନ୍ତୁ । ସପ୍ତମ ଦିନ ସେହି ପାଣିକୁ ନେଇ ଟୟଲେଟରେ ଢ଼ାଳି ଦିଅନ୍ତୁ । ଯଦି କାଗଜ ରହି ଯାଉଛି ତେବେ ତାହାକୁ କୌଣସି ଗଛ ମୂଳରେ ଗାତ କରି ପୋତି ଦିଅନ୍ତୁ ଏବଂ ପଛକୁ ନଦେଖି ଚାଲି ଆସନ୍ତୁ ।

Leave a Reply

Your email address will not be published. Required fields are marked *