ଏହି ଗଛର ମୂଳ ରଖି ଦିଅନ୍ତୁ ପକେଟରେ , କେହିବି କରି ପାରିବେନି କିଛି କ୍ଷତି ।

ହିନ୍ଦୁ ଧର୍ମରେ ବୃକ୍ଷଲତାର ଚମତ୍କାରୀ ଫାଇଦା ପ୍ରାୟ ସମସ୍ତେ ଅବଗତ ଅଛନ୍ତି । ସୃଷ୍ଟି ଆରମ୍ଭ ଠାରୁ ହିଁ ପ୍ରତ୍ୟେକ ଗଛଲତାରେ ଭିନ୍ନ ଭିନ୍ନ ଦୈବିକ ଶକ୍ତିର ବାସ ରହି ଆସିଛି । ଯାହାକୁ କେହି କେହି ବିଶ୍ୱାସ କରନ୍ତି କିନ୍ତୁ ଆଉ କେହି କେହି ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଅରଖ ଗଛ ଅତ୍ୟନ୍ତ ସ୍ୱତନ୍ତ୍ର ଗଛ ଅଟେ । ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ୧୧ ବର୍ଷ ପୁରୁଣା ଯେଉଁ ଅରଖ ଗଛ ତାହାର ମୂଳ ଶ୍ରୀଗଣେଶଙ୍କ ଶୁଣ୍ଢ ଆକୃତିର ହୋଇଥାଏ । ତେଣୁ ୧୧ ବର୍ଷର ପୁରୁଣା ଅରଖ ଗଛକୁ ଶ୍ରୀଗଣେଶଙ୍କ ସ୍ୱରୂପ ହିଁ ମାନା ଯାଇଥାଏ ।

ଜୀବନରେ କୌଣସି ପ୍ରକାରର ସମସ୍ୟା ଯଥା ଧନ ପ୍ରାପ୍ତି , ଆରୋଗ୍ୟ କିମ୍ବା ଅନ୍ୟ କୌଣସି ଲାଭ ପାଇଁ ଏହା ପ୍ରଭାବୀ ହୋଇଥାଏ । ଆଜିକାର ଲେଖାରେ ଆମେ ଅରଖ ଗଛର ଚେରର କିଛି ଖାସ ପ୍ରୟୋଗ ବିଷୟରେ କହିବୁ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଗଛର ଚେରକୁ ଗୋଟିଏ ଦିନ ପୂର୍ବରୁ ନିମନ୍ତ୍ରଣ ଦେଇ ଆସନ୍ତୁ ଏବଂ ଆଗାମୀ ଦିନ ଯାଇ ମୂଳର ଅଳ୍ପ ଅଂଶ ଆଣି ତାହାକୁ ନୀଳ କପଡ଼ାରେ ଗୁଡ଼ାଇ ଘରର ମୁଖ୍ୟଦ୍ୱାରରେ ଟାଙ୍ଗି ଦିଅନ୍ତୁ । ଏହାଦ୍ବାରା ଘରାକୁ ନକାରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ ଏବଂ ଘରେ ସୁଖ ସମୃଦ୍ଧି ରହିଥାଏ ।

ଯଦି ଘରେ ଅନେକ ଦିନ ହେବ ସନ୍ତାନ ପ୍ରାପ୍ତି ହେଉନାହିଁ ତେବେ ରବି ପୁଷ୍ୟ ନକ୍ଷତ୍ର ଏବଂ ଗୁରୁ ପୁଷ୍ୟ ନକ୍ଷତ୍ର ଦିନ ଏକ ଅରଖ ଗଛର ମୂଳ ଆଣି ପ୍ରଥମେ ମହାଦେବଙ୍କ ମନ୍ଦିରକୁ ଯାଆନ୍ତୁ । ଏହାପରେ ତାହାକୁ ଏକ ଲୋଟା ଜଳରେ ଧୋଇ ମହା ଦେବଙ୍କ ଉପରେ ଅର୍ପିତ କରି ଦିଅନ୍ତୁ । ତାହାକୁ ଉଠାଇ ଅଙ୍କନ ନାଲି ସୂତାରେ ବାନ୍ଧି ନିଜ କମରରେ ବାନ୍ଧି ଦିଅନ୍ତୁ । ବହୁତ ଜଲଦି ଶୁଭ ଖବର ମିଳିବ । ଅନେକ ସମୟରେ ସବୁ କାମ ବିଗିଡ଼ିଯାଏ । ସେହି ସମୟରେ ଏକ ଅରଖ ଗଛର ମୂଳ ଆଣି ଭଗବାନ ଗଣେଶଙ୍କ ନିକଟରେ ରଖି ଦିଅନ୍ତୁ । କିଛି ସମୟ ପରେ ତାହାକୁ ନିଜ ସିନ୍ଧୁକରେ ରଖି ଦିଅନ୍ତୁ ।

ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଅରଖ ଗଛର ଶାଖାରୁ ବାହାରୁଥିବା କ୍ଷୀର ଅନେକ ସମସ୍ୟାକୁ ଦୂର କରିଥାଏ । ଯଦି ଜୀବନରେ ଅଧିକ ସମସ୍ୟା ଦେଖା ଦେଉଛି ତେବେ ପ୍ରତ୍ୟେକ ସୋମବାର ମହାଦେବ ମନ୍ଦିରକୁ ଯାଇ ଅରଖ ଫୁଲ ମାଳା ବନାଇ ଅର୍ପିତ କରନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ରବି ପୁଷ୍ୟ ନକ୍ଷତ୍ରରେ ନାଲି କପଡ଼ାରେ ଅରଖ ଫୁଲ ଗୁଡ଼ାଇ ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖନ୍ତି ତେବେ ଘରେ ସୁଖ ଶାନ୍ତି ସମୃଦ୍ଧି ବଜାୟ ରହିବ ।

ଯଦି ଶତ୍ରୁ ଅଧିକ ସମସ୍ୟା ସୃଷ୍ଟି କରୁଛନ୍ତି ତେବେ ଧଳା ଅରଖ ଫୁଲ ଗଛ ନିକଟକୁ ଯାଇ ପତ୍ରକୁ ଛିଡ଼ାଇ ସେଥିରେ କ୍ଷୀରରେ ଶତ୍ରୁର ନାମ ଲେଖି ସେହି ଗଛ ମୂଳରେ ମାଟିରେ ଦବାଇ ଦିଅନ୍ତୁ , ଶତ୍ରୁ ଶାନ୍ତ ହୋଇଯିବ । ଆପଣ ଚାହିଁଲେ ତାହାକୁ ଜଳରେ ମଧ୍ୟ ପ୍ରବାହିତ କରି ପାରିବେ । ଏକାଧିକ ଶତ୍ରୁ ଥିଲେ ଭିନ୍ନ ଭିନ୍ନ ପତ୍ରରେ ନାମ ଲେଖନ୍ତୁ । ଏହି ଉପାୟ ଆପଣ କୌଣସି ଶନିବାର , ରବିବାର କିମ୍ବା ମଙ୍ଗଳବାର ଦିନ କରି ପାରିବେ । ଦେଖିବେ ନଜର ଦୋଷ ଦୂର ହୋଇଯିବ । ୨୧ ବର୍ଷର ପୁରୁଣା ଅରଖ ଗଛ ମୂଳରେ ଭଗବାନ ଗଣେଶଙ୍କ ଆକୃତିର ଏକ ମୂଳ ବାହାରି ଥାଏ , ଯାହାକୁ ଯଦି ଆପଣ ଆଣି ପୂଜା କରନ୍ତି ତେବେ ଜୀବନର ସବୁ ସମସ୍ୟା ଦୂର ହେବା ସହିତ ସୁଖ ଶାନ୍ତି ସମୃଦ୍ଧି ବଜାୟ ରହିଥାଏ ।

Leave a Reply

Your email address will not be published. Required fields are marked *