ବନ୍ଧୁଗଣ ଆଜିର ଏହି ଭିଡିଓରେ ଜାଣିବା ବେଲଗଛକୁ ଗୃହର କେଉଁଠି ଏବଂ କିପରି ରଖିଲେ ବାସ୍ତୁଦୋଷ ଦୂର ହେବା ସହିତ ଗୃହରେ ଧନର ବର୍ଷା ହୋଇଥାଏ। ବେଲଗଛ ଗୋଟିଏ ଏମିତି ଗଛ ଯାହାକି ସମସ୍ତ ସଂସାରରେ ଦୁର୍ଲ୍ଲଭ ଅଟେ। ତାର ଦିବ୍ୟତା, ତାର ଦୁର୍ଲ୍ଲଭତା,ତାର ଔଷଧୀୟ ଗୁଣ ଏବଂ କ୍ଷମତା ପାଇଁ ସମସ୍ତ ଦେବଦେବୀ ଏବଂ ସମସ୍ତ ମନୁଷ୍ୟ ଜାତିର ପ୍ରିୟ ଏବଂ ଆଦରଣୀୟ ହୋଇଥାଏ। ପୁରାଣ ଶାସ୍ତ୍ରରେ ବେଲଗଛର ସୃଷ୍ଟି ମାଆ ଲକ୍ଷ୍ମୀଙ୍କ ଅଂଶରୁ ହୋଇଛି। ଯାହାକି ଆପଣମାନେ ଅଳ୍ପବହୁତେ ଜାଣିଥିବେ। ତାହେଲେ ଚାଲନ୍ତୁ ଜଣିବା ସଂପୂର୍ଣ୍ଣ ବିଷୟବସ୍ତୁ।
ପ୍ରଥମେ ଜାଣିବା ବେଲ ଗଛର କିଛି ଉପକାରିତା ଏବଂ ଔଷଧିୟ ଗୁଣ ବିଷୟରେ…
ନମ୍ବର ୧.
ବେଲଗଛରେ ସାକ୍ଷାତ ଶିବ ଏବଂ ଶକ୍ତିଙ୍କର ବାସ ହୋଇଥାଏ। ବେଲପତ୍ରର ତ୍ରିଶାଖାରେ ତ୍ରିଦେବ ବାସ କରିଥାନ୍ତି। ଅର୍ଥାତ ବ୍ରହ୍ମା ବିଷ୍ଣୁ ମହେଶ୍ୱର ବାସ କରିଥାନ୍ତି।ଏଣୁ ବେଲଗଛ ମୂଳରେ ସବୁବେଳେ ଗାଧୋଇ ସାରି ପାଣିଦେଲେ କୋଟିପୂର୍ଣ୍ଣ ମିଳିଥାଏ। ଶିବଶଙ୍କର ସମେତ ମାଆ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଯାହାଫଳରେ କି ସେହି ମନୁଷ୍ୟ ସମସ୍ତ ପ୍ରାଣୀଙ୍କୁ ବସ କରିବାର ଶକ୍ତି ଲାଭ କରିଥାଏ ଏବଂ ଚାକିରି ତଥା ବ୍ୟବସାୟରେ ସଫଳତା ଲାଭ କରିଥାଏ ଏହା ସହିତ ଧନବାନ ହେବାରୁ ମଧ୍ୟ କେହି ରୋକି ପାରନ୍ତି ନାହିଁ ଅମାପ ଧନର ଅଧିକାରୀ ହୋଇଥାନ୍ତି।
ନମ୍ବର ୨.
ବେଲପତ୍ର ହେଉଛି ଶିବ ଏବଂ ସମସ୍ତ ଦେବୀ ମାନଙ୍କର ପ୍ରିୟ ପତ୍ର। ବେଲପତ୍ର ଶୁଖିଯାଏ ହେଲେ କେବେ ବାସି ହୁଏନାହିଁ। ବେଲପତ୍ର ଚନ୍ଦନର ଲେପ ଲଗାଇ ଶିବ ତଥା ଦେବୀଙ୍କୁ ଅର୍ପଣ କରିବା ଦ୍ଵାରା ମନୁଷ୍ୟର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
ନମ୍ବର ୩.
ବେଲଗଛର କାଠିକୁ ଚନ୍ଦନ ପରି ଘୋରି ଶିବ ତଥା ଦେବୀଙ୍କୁ ଟୀକା ଲଗାଇଲେ କୋଟି ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ। ଏବଂ ମନୁଷ୍ୟ ନିଜ ମଥାରେ ଏହି ବେଲ ଗଛର କାଠିକୁ ଚନ୍ଦନ ପରି ଟୀକା ଲଗାଇଲେ ସମସ୍ତ ପ୍ରାଣୀଙ୍କୁ ବସ କରିଥାଏ ଏବଂ ଦିବ୍ୟ ଚେତନା ଜାଗ୍ରତ ହୋଇଥାଏ ଏବଂ ସମସ୍ତ ଅଲୌକିକ ଶକ୍ତିର ସ୍ଥିତିକୁ ଅନୁଭବ କରିପାରେ। ଏବଂ ସମସ୍ତ ସଂସାରରେ ବିଜୟୀ ମଧ୍ୟ ହୋଇଥାଏ।
ନମ୍ବର ୪.
ସୋମବାର ଦିନ କିମ୍ବା ଚତୁର୍ଦ୍ଦଶୀ ଦିନ ବେଲଗଛ ମୂଳରେ ଧୂପ, ଦୀପ, ଭୋଗ, ପଣା ଏହି ସବୁ ସମର୍ପଣ କରି ସେହି ବେଲଗଛ ମୂଳର ଚେରକୁ ଆଣି ଲାଲ ସୂତାରେ ବାନ୍ଧି ଶରୀରରେ ଧାରଣ କଲେ ସଂସାରର ନକାରାତ୍ମକ ତଥା ଦୁଷ୍ଟ ଶକ୍ତିକୁ ପ୍ରବେଶ କରିବା ପାଇଁ ଦେଇନଥାଏ ଏବଂ ଶରୀରରେ ଥିବା ନକରାତ୍ମକ ତଥା ଦୁଷ୍ଟ ଶକ୍ତିକୁ ଏବଂ ନଜର ଦୋଷ ଏବଂ ତନ୍ତ୍ରମନ୍ତ୍ର ଶକ୍ତିକୁ ଶରୀରରୁ ବାହାର କରି ଦେଇଥାଏ ବା ତଡି ଦେଇଥାଏ ଏବଂ ଯେଉଁ ମନୁଷ୍ୟର ବିବାହ ହୋଇ ପାରୁ ନଥାଏ ଅବା ସନ୍ତାନ ହୋଇ ନଥାଏ ଏହି ବେଲଗଛର ଚେର ଧାରଣ କରିବା ଦ୍ୱାରା ଏବଂ ସବୁଦିନ ବେଲଗଛକୁ ପୂଜା କରିବା ଦ୍ଵାରା ଖୁବ ଶୀଘ୍ର ବିବାହ ହୋଇଥାଏ ଏବଂ ସନ୍ତାନ ହେଉନଥିବା ମନୁଷ୍ୟର ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ।
ନମ୍ବର ୫.
ଯେଉଁ ବ୍ୟକ୍ତି ଶିବ ତଥା ଦେବୀଙ୍କର ଆରାଧନା କରୁଥାନ୍ତି ଏବଂ ସେମାନେ ଯଦି ବେଲଗଛର ମୂଳରେ ବସି ଶିବ ତଥା ଦେବୀଙ୍କର ମନ୍ତ୍ର ଜପ କରନ୍ତି ତେବେ ଖୁବଶିଘ୍ର ସେମାନଙ୍କର ସାଧନା ପୂର୍ଣ୍ଣ ହୋଇଥାଏ ଏବଂ ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ।
ନମ୍ବର ୬.
ସାଧାରଣତଃ ଘରର ଚାରିପାଖରେ ବଡ଼-ବଡ଼ ଗଛ ରହିବା ଅଶୁଭ ହୋଇଥାଏ ଏବଂ ସେସବୁ ଶଛର ଛାଇ ଘରେ ପଡ଼ିବା ଦ୍ବାରା ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ ମାତ୍ର ବେଲଗଛ ଏହା ଏମିତି ଏକ ଦିବ୍ୟ ଗଛ ଯାହାକି ଘରର ଚର୍ତୁପାଶ୍ୱରେ ଯେକୌଣସି ସ୍ଥାନରେ ରହିଲେ ଏହା ଶୁଭ ହୋଇଥାଏ ଏବଂ ଏହି ବେଲଗଛର ଛାଇ ଘର ଉପରେ ପଡିଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ଘରର ନକରାତ୍ମକତା ମଧ୍ୟ ଦୂର ହୋଇଥାଏ।
ନମ୍ବର ୭. ବେଲଗଛ ଘରର କେଉଁ ଦିଗରେ ରହିଲେ କ’ଣ ହୋଇଥାଏ?
ବେଲଗଛ ଉତ୍ତର କିମ୍ବା ଉତ୍ତର ପୂର୍ବ ଐଶାନ୍ୟ କୋଣରେ ରହିଲେ ଧନ କିମ୍ବା ଅର୍ଥର ଅଭାବ ରୁହେ ନାହିଁ ଏବଂ ଅଭାବ ଥିଲେ ଧନ ଆଗମନର ବାଟ ଖୋଲିଯାଏ।ଘରର ପୂର୍ବ ଦିଗରେ ବେଲଗଛ ରହିଲେ ଘରେ ସୁଖଶାନ୍ତି ବଜାୟ ରୁହେ।ଘରର ପଶ୍ଚିମ ଦିଗରେ ବେଲଗଛ ରହିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ ଏବଂ ଘରର ଦକ୍ଷିଣ ଦିଗରେ ବେଲଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୋଇଥାଏ।
ବନ୍ଧୁଗଣ ଯଦି ଆପଣଙ୍କ ଘରେ ବେଲଗଛ ନଥାଏ ତାହେଲେ ଯେକୋୖଣସି ଦିନ ଯେକୋୖଣସି ତିଥିରେ ବେଲଗଛକୁ ଆଣି ଘରେ ଲଗାଇ ପାରିବେ ଏବଂ ପୂଜା ମଧ୍ୟ କରିପାରିବେ। ବନ୍ଧୁଗଣ ବେଲପତ୍ରରେ ଅନେକ ଭିଟାମିନ ଏବଂ ପୋଷକତତ୍ତ୍ବ ଗୁଣ ମଧ୍ୟ ଥାଏ।ଏହା ବେଲପତ୍ରକୁ ପ୍ରତିଦିନ ସେବନ କଲେ ଶରୀରରେ ବଳ ଏବଂ ସୌନ୍ଦର୍ଯ୍ୟର ବୃଦ୍ଧି ହୋଇଥାଏ ତଥା ଝାଡ଼ା, ଗ୍ୟାସ, ଜ୍ବର ଇତ୍ୟାଦି ସମସ୍ତ ରୋଗ ଦୂର ହୋଇଥାଏ। ତେବେ ଏହାତ ଥିଲା ବେଲଗଛକୁ ନେଇ କିଛି ମହତ୍ତ୍ୱପୂର୍ଣ୍ଣ କଥା।