ପ୍ରାୟ ପ୍ରତ୍ୟେକ ଝିଅ ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି । ହୁଏତ ସବୁ ଝିଆଙ୍କ ସ୍ୱଭାବ ଏବଂ ଯତ୍ନ କରିବାର ଗୁଣ ସମାନ କିନ୍ତୁ ସେହି ଗୁଣ ସମସ୍ତେ ଭିନ୍ନ ଭିନ୍ନ ପ୍ରଦର୍ଶନ କରିଥାନ୍ତି । ଝିଅଙ୍କୁ ଘରର ଲକ୍ଷ୍ମୀ ବୋଲି ବିଶ୍ୱାସ କରାଯାଏ ଏବଂ ତାହାର ଭିନ୍ନ ଭିନ୍ନ କାରଣ ମଧ୍ୟ ରହିଛି । ଘରେ ମହିଳା ମାନେ ରହିଲେ ଶାନ୍ତି ବଜାୟ ରହିଥାଏ ଏବଂ ଘରେ ସବୁବେଳେ ସକା-ରାତ୍ମକ ଶକ୍ତିର ବାସ ହୋଇଥାଏ ।
ଝିଅଟିଏ ଯେତେବେଳେ ବିବାହ କରି ନିଜ ଶାଶୁ ଘରକୁ ଯାଏ ଶାଶୁ ଘରେ ତାଙ୍କୁ ଲକ୍ଷ୍ମୀ କହି ଗୃହ ପ୍ରବେଶ କରାଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ନାମର ଝିଅ ଅଛନ୍ତି ଯେଉଁମାନେ ଲକ୍ଷ୍ମୀ ଙ୍କ ପ୍ରତିମା ହେବା ସହିତ ଏତେ ଭଲ ହୋଇଥାନ୍ତି ଯେ ଶାଶୁ ଘରେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିପରି ୫ ଟି ନାମର ଝିଅଙ୍କ ବିଷୟରେ କହିବୁ ଯେଉଁମାନେ ଶାଶୁ ଘରକୁ ଗଲେ ସବୁବେଳେ ଖୁସି ବଜାୟ ରହିଥାଏ ।
୧ . P ନାମର ଝିଅ :-
ଏହି ନାମର ଝିଅ ମାନେ ମନରୁ ବେଶ ଭଲ ହୋଇଥାନ୍ତି । ସେମାନେ ସବୁବେଳେ ଅନ୍ୟର ଦୁଃଖକୁ ନିଜର କରନ୍ତି । ବିବାହ ପୂର୍ବରୁ ଯେପରି ଥାଆନ୍ତି ବିବାହ ପରେ ମଧ୍ୟ ସେମାନଙ୍କ ସ୍ୱଭାବର କୌଣସି ପରିବର୍ତ୍ତନ ହୋଇ ନଥାଏ । ନିଜ ପାର୍ଟନର ର ଯତ୍ନ ନେବା ସହିତ ପୁରା ପରିବାରର ଯତ୍ନ ନେଇଥାନ୍ତି ଯେଉଁ କାରଣରୁ ଶାଶୁ ଘର ଲୋକଙ୍କର ପ୍ରିୟ ହୋଇ ରହନ୍ତି । ବଚନ ରେ ମଧ୍ୟ ଏମାନେ ଭଲ ହୋଇଥାନ୍ତି ।
୨ . D ନାମର ଝିଅ :-
ଏହି ନାମର ଝିଅ ମାନେ ନିଜେ ଭାଗ୍ୟଶାଳୀ ହେବା ସହିତ ଶାଶୁ ଘର ଲୋକଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ଶାଶୁ ଘରେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଏମାନେ କାମରେ ବେଶ ଭଲ ହୋଇଥାନ୍ତି । ନିଜ ଲୋକଙ୍କ ମନକୁ କିପରି ଜିତିବାକୁ ହୁଏ ଏହା ସେମାନଙ୍କୁ ବେଶ ଭଲ ଭାବରେ ଜଣା । ନିଜ ଜୀବନସାଥି ଙ୍କଟ ମଧ୍ୟ ବେଶ ପ୍ରିୟ ହୋଇଥାନ୍ତି ।
୩ . S ନାମର ଝିଅ :-
ନିଶ୍ଚିତ ରୂପରେ ଏହି ନାମର ଝିଅ ଶାଶୁ ଘର ଲୋକଙ୍କର ପ୍ରିୟ ହୋଇଥାନ୍ତି । ଏମାନେ ଯେକୌଣସି ପରିସ୍ଥିତି କୁ ଠିକ କରିବାକୁ କ୍ଷମତା ରଖନ୍ତି ଯେଉଁ କାରଣରୁ ଶାଶୁ ଘର ଲୋକେ ଏମାନଙ୍କୁ ଅଧିକ ସପୋର୍ଟ କରନ୍ତି । ଏମାନଙ୍କ ପ୍ରତ୍ୟେକ କାର୍ଯ୍ୟ ନିଜ ଜୀବନସାଥୀ ଏବଂ ଶାଶୁ ଘର ଲୋକଙ୍କ ମାନ ସମ୍ମାନ ବୃଦ୍ଧି ନିମନ୍ତେ ହିଁ ହୋଇଥାଏ । ଏମାନେ ସବୁବେଳେ ଅନ୍ୟର ଖୁସି ପାଇଁ ହିଁ କାମ କରିଥାନ୍ତି ।
୪ . R ନାମର ଝିଅ :-
ଏହି ନାମଟି ଝିଅ ମାନେ ମନରୁ ଖୁବ ସରଳ ହୋଇଥାନ୍ତି । ନିଜ କ୍ୟାରିଅର ପାଇଁ ଖୁବ ସତର୍କ ରହନ୍ତି ସତ କିନ୍ତୁ ସବୁବେଳେ ନିଜ ପରିବାରକୁ ସାଥିରେ ନେଇ ଚାଲନ୍ତି । ଏମାନଙ୍କ ସ୍ଵଭାବ କାରଣରୁ ଶାଶୁ ଘର ଲୋକେ ଏମାନଙ୍କୁ ଖୁବ ଭଲ ପାଆନ୍ତି । ଏମାନେ ନିଜ ପାର୍ଟନର ର ପ୍ରିୟ ହୋଇଥାନ୍ତି ମଧ୍ୟ ।
୫ . N ନାମର ଝିଅ :-
ଏହି ନାମର ଝିଅ ମାନଙ୍କ ପାଦ ଶାଶୁ ଘରେ ପଡ଼ିବା ମାତ୍ରେ ଘରକୁ ସକା-ରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଭିତରୁ ଏମାନେ ଖୁବ କୋମଳ ହୋଇଥାନ୍ତି । ଶାଶୁ ଘର ଲୋକଙ୍କର ଯତ୍ନ ନେଇଥାନ୍ତି ଏମାନେ । ଏମାନେ ସବୁବେଳେ ସମସ୍ତଙ୍କ ଖୁସି ଅନୁଯାୟୀ କାମ କରିଥାନ୍ତି ।