ଚାଣକ୍ୟ କହିଛନ୍ତି ଯେ ସ୍ତ୍ରୀର ହୃଦୟ ପୂର୍ଣ୍ଣ ନୁହେଁ । ସ୍ତ୍ରୀ ସର୍ବଦା ଜଣକ ସହିତ ରହିଲେ ଅନ୍ୟ ଜଣକ ସହିତ କଥା ହୋଇଥାଏ ଏବଂ ଅନ୍ୟକୁ ଇଚ୍ଛା କରିଥାଏ । ମୂର୍ଖ ଏହା ଭାବିଥାଏ ଯେ ସେ ସୁନ୍ଦର ଝିଅ ତାକୁ ଭଲ ପାଏ । ଯେଉଁ କାରଣରୁ ସେ ତାର ଗୁଲାମ ହୋଇଯାଏ ଏବଂ ତାର ଇସାରାରେ ନାଚି ଥାଏ । ଏହି ଦୁନିଆରେ ଏମିତି କେହି ପୁରୁଷ ଅଛିକି ଯାହାକୁ ସ୍ତ୍ରୀ ନିଜ କାବୁ କରି ନାହିଁ । ଏମିତି କେହି ବ୍ୟକ୍ତି ଅଛିକି ଯାହା ଉପରେ ସମୟର ପ୍ରକୋପ କିମ୍ବା ରାଜାଙ୍କ ପ୍ରଭାବ ପଡ଼ିନାହିଁ । ଦୁନିଆରେ କଣ ଏମିତି କେହି ଭିକାରୀ ଅଛି ଯାହାକୁ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛି ?
ଏମିତି କେଉଁ ଦୁଷ୍ଟ ଯିଏକି ଦୁର୍ଗୁଣର ସହାୟତାରେ ସୁଖ ପ୍ରାପ୍ତ କରୁଛି । ବ୍ୟକ୍ତିକୁ ତାହାର ମହାନତା ତାର ଗୁଣ ହିଁ ପ୍ରଦାନ କରିଥାଏ ଏବଂ ସେ ଯେଉଁ ପରଦାରେ କାମ କରିଥାଏ କେବଳ ତାହା ଦ୍ୱାରା ହିଁ କିଛି ହୋଇ ନଥାଏ । କଣ ଆପଣ ଗୋଟିଏ କାଉକୁ କେବେ ଗରୁଡ଼ ବୋଲି ବିବେଚନା କରିବେ କି ଯଦି ସେ ଉଚ୍ଚ ଅଟ୍ଟାଳିକା ଉପରେ ଯାଇ ବସିଯାଏ । ଯେଉଁ ବ୍ୟକ୍ତି ଗୁଣ ଦ୍ୱାରା ରୋହିତ ଏବଂ ଯାହାଙ୍କର ଲୋକେ ଆଲୋଚନା କରନ୍ତି ଏବଂ ସମ୍ମାନ କରନ୍ତି ସେ ହିଁ ସମର୍ଥ ହୋଇଥାଏ । କିନ୍ତୁ ଯେଉଁ ବ୍ୟକ୍ତି ଏସବୁ ନିଜେ ଅର୍ଥାତ ନିଜେ ନିଜର ଗୁଣ ଗାନ କରିଥାଏ ସେ ନିରର୍ଥକ ହୋଇଥାଏ । ଯଦି ଜଣେ ବିବେକ ସମ୍ପନ୍ନ ବ୍ୟକ୍ତି ଭଲ ଗୁଣର ପରିଚୟ ଦେଇଥାଏ ତେବେ ତାର ଗୁଣକୁ ରତ୍ନ ତୁଲ୍ୟ ମାନ୍ୟତା ମିଳିଥାଏ ।
ଜଣେ ସର୍ବ ଗୁଣ ସମ୍ପନ୍ନ ବ୍ୟକ୍ତି କେବେବି ନିଜକୁ ସିଦ୍ଧ କରି ପାରିବ ନାହିଁ । ଯେତେ ପର୍ଯ୍ୟନ୍ତ ତାକୁ ସମୁଚିତ ସୁରକ୍ଷା ମିଳିନାହିଁ । ସେହି ପରି ଏକ ମଣିକୁ ଆଭୂଷଣ ଦ୍ୱାରା ନସଜାଇବା ପର୍ଯ୍ୟନ୍ତ ତାହା ସୁନ୍ଦର ଦେଖାଯାଏ ନାହିଁ । ଯେଉଁ ବ୍ୟକ୍ତି ଧନ ଅଳଙ୍କାର ଏବଂ ସ୍ତ୍ରୀ ଭୋଗ କରି ସନ୍ତୁଷ୍ଟ ହେଉନାହିଁ ଏପରି ଲୋକ ଅନେକ ପୂର୍ବରୁ ମରି ସାରିଛନ୍ତି । ଏଭଳି ବ୍ୟକ୍ତି କେବେବି ଶାନ୍ତିରେ ରହି ପାରିବେ ନାହିଁ । ସବୁ ପ୍ରକାରର ପାପ ଶେଷ ହୋଇପାରେ ମାତ୍ର ଜୀବଙ୍କ ପ୍ରତି କରିଥିବା ଅତ୍ୟାଚାର ଜନିତ ପାପ କେବେବି ନଷ୍ଟ ହୁଏନାହିଁ । ଅପମାନିତ ହୋଇ ବଞ୍ଚିବା ଠାରୁ ଭଲ ମରିଯିବା ।
କାରଣ ଆପମାନିତ ହୋଇ ବଞ୍ଚିଲେ ଜୀବନ ସାରା ଦୁଃଖ ଭୋଗିବାକୁ ପଡ଼ିଥାଏ । ସବୁ ଜୀବ ମଧୁର ବଚନ ଦ୍ୱାରା ଆନନ୍ଦିତ ହୋଇଥାନ୍ତି । ଏହି ଦୁନିଆ ରୂପକ ବୃକ୍ଷରେ ଦୁଇଟି ମଧୁର ଫଳ ଲାଗିଛି । ଗୋଟିଏ ହେଉଛି ମଧ୍ୟର ବଚନ ଏବଂ ଅନ୍ୟଟି ହେଉଛି ସତସଙ୍ଘ । ଦାନ , ବିଦ୍ୟାର୍ଜନ ଏବଂ ତପ ପୂର୍ବ ଜନ୍ମ ଭଳି ଏ ଜନ୍ମରେ ମଧ୍ୟ ରହିବ । ଯାହାର ଜ୍ଞାନ ପୁସ୍ତକ ମଧ୍ୟରେ ନିହିତ ସେ କେବେବି ଜ୍ଞାନର ଉଚିତ ଉପଯୋଗ କରି ପାରେ ନାହିଁ । ତେଣୁ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟର ଆଚାର ସହିତ ଜଡ଼ିତ କିଛି ବଚନ ବର୍ଣ୍ଣନା କରିଛନ୍ତି ଯାହାକୁ ପ୍ରତ୍ୟେକ ମନୁଷ୍ୟ ମାନିବା ଉଚିତ ।