ଏହିଭଳି ଭାବରେ ମହାଦେବ ଭାଙ୍ଗିଥିଲେ ବ୍ରହ୍ମାଙ୍କ ଅହଂକାର । କିଏ ଅଟନ୍ତି ଶ୍ରେଷ୍ଠ ଜାଣି ନିଅନ୍ତୁ ।

ସଂସାରର ସୃଷ୍ଟି ପରେ ପରେ ଥରେ ବ୍ରହ୍ମା ଏବଂ ବିଷ୍ଣୁ ସାମ୍ନାସାମ୍ନି ହେଲେ । ବ୍ରହ୍ମା ଯେତେବେଳେ ବିଷ୍ଣୁଙ୍କୁ ତାଙ୍କ ପରିଚୟ ପଚାରିଲେ ସେତେବେଳେ ବିଷ୍ଣୁ କହିଲେ ଯେ ସେ ପାଳନ କର୍ତ୍ତା ଅଟନ୍ତି ଏବଂ ତାଙ୍କର ନାଭି କୋମଳରୁ ହିଁ ବ୍ରହ୍ମାଙ୍କର ସୃଷ୍ଟି ହୋଇଛି । ଏହା ଶୁଣି ବ୍ରହ୍ମା କ୍ରୋଧିତ ହୋଇଗଲେ ଏବଂ ନିଜେ ସୃଷ୍ଟି କର୍ତ୍ତା ଏବଂ ତାଙ୍କ ଠାରୁ ସର୍ବୋତ୍ତମ ଆଉ କେହି ନାହିଁ ବୋଲି କହିଲେ । ଏହା ଶୁଣି ବିଷ୍ଣୁ ଜାଣିପାରିଲେ ଯେ ବ୍ରହ୍ମାଙ୍କର ରଜଜ ଗୁଣ କାରଣରୁ ତାଙ୍କର ଅହଂକାର ସୃଷ୍ଟି ହୋଇଛି ଏବଂ ସେ ସେହି ଅହଂକାରକୁ ଭାଙ୍ଗିବାକୁ ମହାଦେବଙ୍କୁ ସ୍ମରଣ କଲେ । ଏତିକି ବେଳେ ଦୁହିଁଙ୍କ ମଧ୍ୟରେ ଶ୍ବେତବର୍ଣ୍ଣର ଏକ ବିଶାଳ ଶିବଲିଙ୍ଗ ସୃଷ୍ଟି ହେଲା । ତାହା ଏତେ ବଡ଼ ହୋଇଥିଲା ଯେ ବ୍ରହ୍ମା ମଧ୍ୟ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଏହାପରେ ବ୍ରହ୍ମା ମହାଦେବଙ୍କୁ ତାଙ୍କର ପରିଚୟ ପଚାରିଲେ । ଏହା ଶୁଣି ସେ ବ୍ରହ୍ମାଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବାକୁ ଆସିଥିବା କହିଲେ । ଏହା ଶୁଣି ବ୍ରହ୍ମା କହିଲେ ଯେ ଯେହେତୁ ସେ ସର୍ବପ୍ରଥମେ ଆସିଛନ୍ତି ତେଣୁ ସେ ଶ୍ରେଷ୍ଠ । ତେଣୁ ଏହି କଥାରେ ମହାଦେବ କହିଲେ ଯେ ସେହି ଶିବଲିଙ୍ଗର ସମାପ୍ତି କେଉଁଠି ତାହା ବିଷ୍ଣୁ ଏବଂ ବ୍ରହ୍ମାଙ୍କ ମଧ୍ୟରେ ଯିଏ ସନ୍ଧାନ କରିବ ସେ ଶ୍ରେଷ୍ଠ ବୋଲି ମାନି ନିଆଯିବ । ଏହି ସର୍ତ୍ତ ଶୁଣି ବ୍ରହ୍ମାଙ୍କୁ ଗର୍ବ ହେଲା ଏବଂ ସେ ସର୍ତ୍ତ ସ୍ୱୀକାର କରିନେଲେ । ଭଗବାନ ବିଷ୍ଣୁ ଏବଂ ମହାଦେବ ମନେ ମନେ ହସିବାକୁ ଲାଗିଲେ । ଭଗବାନ ବ୍ରହ୍ମା ଉପରକୁ ଗଲେ ଏବଂ ବିଷ୍ଣୁ ତଳକୁ ଯିବାରେ ଲାଗିଲେ । ବିଷ୍ଣୁଙ୍କୁ ଶିବଲିଙ୍ଗଙ୍କ ସମାପ୍ତି ଜଣା ପଡ଼ିଲାନି ତେଣୁ ସେ ବହୁତ ଜଲଦି ଫେରି ଆସିଲେ ।

ବ୍ରହ୍ମା ଅହଂକାରରେ ଆହୁରି ଉପରକୁ ଗଲେ କିନ୍ତୁ ତାଙ୍କୁ ମଧ୍ୟ ଶିବଲିଙ୍ଗର ସମାପ୍ତି ଜଣା ପଡ଼ିଲା ନାହିଁ । ମଝିରେ ଅଟକି ଭାବିବାକୁ ଲାଗିଲେ ଯେ ଏହା କେମିତିକା ବିଚିତ୍ର ଲିଙ୍ଗ ଯାହାର ଆରମ୍ଭ ନାହିଁ କିମ୍ବା ଅନ୍ତ ମଧ୍ୟ ନାହିଁ । ଏହି ସମୟରେ ଶିବଙ୍କ ମଥାରୁ କେତକୀ ଫୁଲ ବ୍ରହ୍ମାଙ୍କ ପାଖରେ ଆସି ପଡ଼ିଲା । ଯାହାକୁ ନେଇ ବ୍ରହ୍ମା ଖୁବ ଖୁସି ହେଲେ ଏବଂ ଫେରି ଆସିଲେ । ଅହଂକାରରେ ଜର୍ଜରିତ ଥିବା ବ୍ରହ୍ମା ଫେରିଆସି ସେହି କେତକୀ ଫୁଲକୁ ଦେଖାଇ ତାହା ଶିବଲିଙ୍ଗର ମସ୍ତକରୁ ଆଣିଥିବା କଥା କହିଲେ । ଏହା ଦେଖି ବିଷ୍ଣୁ ଏହାର ସାକ୍ଷୀ ମାଗିଲେ । ଏଥିପାଇଁ ସତ୍ୟବାନ ପବିତ୍ର ଲୋକଙ୍କୁ ହିଁ ସାକ୍ଷୀ କରାଯାଇ ପାରିବ । ଏତିକିରେ ବ୍ରହ୍ମା କେତକୀ ଫୁଲକୁ ସାକ୍ଷୀ ଦେବାକୁ କହିଲେ । କେତକୀ ଫୁଲ ମଧ୍ୟ ମିଛ କହିଲା ଯେ ବ୍ରହ୍ମା ତାଙ୍କୁ ଶିବଙ୍କ ମସ୍ତକରୁ ନେଇ ଆସିଛନ୍ତି ।

କେତକୀର ଏଭଳି ମିଥ୍ୟା ବଚନ ଶୁଣି ଭଗବାନ ବିଷ୍ଣୁ ମନେ ମନେ ହସିବାକୁ ଲାଗିଲେ । ଏହା ଶୁଣି ଭଗବାନ ବିଷ୍ଣୁ କହିଲେ ଯେ ତାଙ୍କ ପାଇଁ କେବଳ ମହାଦେବଙ୍କ ବଚନ ହିଁ ସାକ୍ଷୀ ଅଟେ । ବ୍ରହ୍ମା ଏବଂ କେତକୀ ଫୁଲର ଏଭଳି ଦୁଷ୍ଟ ସ୍ଵଭାବ ଦେଖି ମହାଦେବ କ୍ରୋଧିତ ହୋଇଗଲେ ଏବଂ କେତକୀ ଫୁଲକୁ ତାର ମିଛ ପାଇଁ ସବୁ ଦିନ ପାଇଁ ତ୍ୟାଗ ଦେଲେ । ତାପରେ ବ୍ରହ୍ମାଙ୍କୁ ମଧ୍ୟ ନିଜ ଭୁଲ ବିଷୟରେ ଜଣା ପଡ଼ିଗଲା । ଏହାପରେ ସେ ମହାଦେବ ଏବଂ ଭଗବାନ ବିଷ୍ଣୁଙ୍କୁ କ୍ଷମା ମାଗିଲେ । ଏହି ଭଳି ଭାବରେ ଭଗବାନ ଶିବ , ବ୍ରହ୍ମାଙ୍କ ଅହଂକାର ଭାଙ୍ଗିଥିଲେ । ଆଉ ସେହିଦିନ ଠାରୁ ମହାଦେବଙ୍କୁ କେତକୀ ଫୁଲ ଅର୍ପଣ କରାଯାଏ ନାହିଁ ।

Leave a Reply

Your email address will not be published. Required fields are marked *