ଯେତେବେଳେ ପତିବ୍ରତା ହେଲେବି ସ୍ତ୍ରୀକୁ କେବେ କୁହନ୍ତୁ ନାହିଁ ଏହି ତିନୋଟି କଥା । ନଚେତ ମୁହଁ ଦେଖାଇ ପାରିବେ ନାହିଁ ।

ଏକ ସାପର କହିବା ଅନୁଯାୟୀ ଜଣେ ସ୍ତ୍ରୀ ଯେତେ ପତିବ୍ରତା ହେଉ ନା କାହିଁକି ସେ କେବେବି ତିନୋଟି କଥା ଆଦୋୖ ଭୁଲିବା ଉଚିତ ନୁହେଁ । ଏହାକୁ ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ କହିବୁ । ପ୍ରାଚୀନ କାଳରେ ଏକ ସାପ ଧରାଳି ଦଳ ଜଙ୍ଗଲର ଏକ ଶୁନଶାନ ରାସ୍ତା ଦେଇ ଯାଉଥିଲେ । ସେମାନେ ଏକ ବୃକ୍ଷ ତଳେ ଆଶ୍ରୟ ନେଉ ନେଉ ଦେଖିଲେ ଯେ ସେଠାରେ ଏକ ବଡ଼ ଗାତ ଥିଲା । ଯେଉଁଠି ହୁଏତ ସାପ ମିଳିପାରେ ବୋଲି ସେମାନଙ୍କର ଧାରଣା ହେଲା । ସେହି ଗାତକୁ ତିନି ଫୁଟ ପର୍ଯ୍ୟନ୍ତ ଖୋଳିବା ପରେ ସେମାନେ ଏକ ବିଶାଳ କଳା ନାଗ ସାପ ପାଇଲେ । ତାହାକୁ ପେଡ଼ିରେ ପୁରାଇ ସେମାନେ ପୁଣି ଯିବାକୁ ଲାଗିଲେ । ସାପର ବିଷ ଦାନ୍ତ ଭାଙ୍ଗିବେ ଭାବି ଯେତେବେଳେ ସେମାନେ ପେଡ଼ି ଖୋଲିଲେ ସେତେବେଳେ ସାପ ଜାଗାରେ ଏକ ସୁନ୍ଦର ଦାମୀ ସ୍ୱର୍ଣ୍ଣ ହାର ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଖୁସି ହୋଇ ସେହି ହାରକୁ ବିକ୍ରି କରିବାକୁ ରାଜା ଚନ୍ଦ୍ରଶେଣଙ୍କ ଭାଗ୍ୟନଗର ଗଲେ ।

ରାଜା ସେହି ହାର ଦେଖି ସେମାନଙ୍କୁ ହଜାରେ ସ୍ୱର୍ଣ୍ଣ ମୁଦ୍ରା ଦେଇ ତାହାକୁ ନିଜ ରାଣୀଙ୍କ ପାଇଁ କିଣିନେଲେ । କିନ୍ତୁ ରାଜା ଯେତେବେଳେ ତାହାକୁ ନିଜ ରାଣୀଙ୍କୁ ଉପହାର ଆକାରରେ ଦେଇ ରାଣୀଙ୍କୁ ପେଡ଼ି ଖୋଲିବାକୁ କହିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ତା ଭିତରେ ଜଣେ ସୁନ୍ଦର ତେଜସ୍ୱୀ ବାଳକ ଶୋଇଥିଲେ । ଏହା ଦେଖି ରାଜା ରାଣୀ ଭାବିଲେ ଯେ ଯେହେତୁ ଦୁହିଁଙ୍କର ପୁତ୍ର ନାହିଁ ତେଣୁ ସ୍ୱୟଂ ମହାଦେବଙ୍କ ଆଶୀର୍ବାଦ ସ୍ୱରୂପ ତାଙ୍କୁ ଏହି ପୁତ୍ର ପ୍ରାପ୍ତ ହୋଇଛି । ସେହି ବାଳକଙ୍କୁ ଦୁହେଁ ଲାଳନ ପାଳନ କରିବେ ବୋଲି ଭାବିଲେ ।କିନ୍ତୁ ରାଜା ଏବଂ ରାଣୀଙ୍କର ଏହିସବୁ କଥାକୁ କିଛି ଦାସୀ ଶୁଣି ନେଇଥିଲେ । ଏମିତି ଦିନେ ରାଣୀଙ୍କର ପୁତ୍ର ଜନ୍ମ ହୋଇଥିବା କଥାକୁ ମଧ୍ୟ ରାଜା ଘୋଷଣା କରିଦେଲେ । ରାଜାଙ୍କ ପୁଅ ଧୀରେ ଧୀରେ ବଡ଼ ହେଲା ଏବଂ ବିବାହ ବୟସ ଆସିବା ମାତ୍ରେ ରାଜା ରାଣୀ ତାଙ୍କର ବିବାହ କରାଇବାକୁ ସ୍ଥିର କଲେ ।

ରାଜ୍ୟକୁ ଲାଗି ଆଉ ଏକ ରାଜ୍ୟ ସୋଭିତପୁରର କୋମଳଦ୍ବଜ ରାଜାଙ୍କର ଜଣେ ସୁନ୍ଦରୀ କନ୍ୟା ଥିଲେ । ଯିଏକି ୧୪ ବିଦ୍ୟାରେ ପାରଙ୍ଗମ ଥିଲେ । ନିଜ କନ୍ୟା ବୈଜୟନ୍ତିଙ୍କ ବିବାହ ପାଇଁ ରାଜା ଜଣେ ପଣ୍ଡିତ ଏବାଂ ନାଇଙ୍କୁ ଉପଯୁକ୍ତ ବରପାତ୍ର ଖୋଜିବାକୁ ପଠାଇଲେ । ସବୁ ରାଜ୍ୟରେ ଖୋଜୁଖୋଜୁ ସେମାନେ ରାଜା ଚନ୍ଦ୍ରଶେଣଙ୍କ ଦରବାରରେ ମଧ୍ୟ ଯାଇ ପହଞ୍ଚିଲେ । ରାଜା ଭୁଲି ଯାଇଥିଲେ ଯେ ତାଙ୍କ ପୁତ୍ର ଜଣେ ନାଗ ବୋଲି । କିନ୍ତୁ ବୈଜୟନ୍ତି ଏବଂ ଚନ୍ଦ୍ରଶେଣଙ୍କ ପୁତ୍ରର ବିବାହ ସ୍ଥିର ହେଲା । ଏମିତି ନଗରାଜ ଏବଂ ବୈଜୟନ୍ତିଙ୍କ ବିବାହ ହୋଇଗଲା । କିନ୍ତୁ ଦିନେ ମହଲର ଦାସୀ ବୈଜୟନ୍ତିଙ୍କ ମନରେ ଏହି ଶଙ୍କା ଉତ୍ପନ୍ନ କଲେ ଯେ ନଗରାଜ ଚନ୍ଦ୍ରଶେଣଙ୍କ ପୁତ୍ର ନୁହଁନ୍ତୁ ।

ଏହା ଶୁଣି ବୈଜୟନ୍ତି ବାରମ୍ବାର ନଗରାଜଙ୍କୁ ପଚାରିବାରେ ଲାଗିଲେ । ଯେତେ ବୁଝାଇଲେବି ସେ ନବୁଝିବାରୁ ତାଙ୍କୁ ଅନ୍ୟତ୍ର ରହସ୍ୟ ବିଷୟରେ କହିବେ ବୋଲି ବନ ବିହାର ବାହାନାରେ ଦୁହେଁ ଏକ ନଦୀ ପାଖକୁ ଗଲେ । ବୈଜୟନ୍ତିଙ୍କୁ ସେ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ ଯଦି ସେ ନିଜର ରହସ୍ୟ ତାଙ୍କୁ କହିବେ ତେବେ ସବୁକିଛି ନଷ୍ଟ ହୋଇଯିବ ଏବଂ ସେ ପଶ୍ଚାତାପ କରିବେ । ଯେତେବେଳେ ସେ ନଦୀରେ ଓହ୍ଲାଇ ନିଜର ପ୍ରକୃତ ରୂପକୁ ଆସିଲେ ସେ ସେହି ଜଳାରେ ସମାହିତ ହୋଇଗଲେ । ବୈଜୟନ୍ତି ଯେତେ ଅପେକ୍ଷା କଲେ ବି ସେ ଆଉ ଫେରିଲେନି । ତେଣୁ ସେ ମହଲକୁ ଯାଇ ରାଜାଙ୍କୁ ତାଙ୍କ ପୁତ୍ର ନଦୀରେ ବୁଡ଼ି ଯାଇଥିବା କଥା କହିଲେ । ରାଜା ନିଜ ପୁତ୍ରକୁ ଖୋଜିବାକୁ ସୈନ୍ୟଙ୍କୁ ଆଦେଶ ଦେଲେ ।

କିନ୍ତୁ ପୁତ୍ର ନମିଳିବାରୁ ରାଜା ରାଣୀ ଏବଂ ବୈଜୟନ୍ତି ଦୁଃଖୀ ହୋଇଗଲେ । ବୈଜୟନ୍ତି ନିଜକୁ ଖୁବ ଦୋଷୀ କରୁଥିଲେ କାରଣ ତାଙ୍କ ସ୍ୱାମୀଙ୍କ ଠାରୁ ବିୟୋଗ ପାଇଁ କେବଳ ସେ ହିଁ ଦାୟୀ ଥିଲେ । କିନ୍ତୁ ସେ ୧୪ ଜ୍ଞାନରେ ନିପୁଣ ଥିଲେ ତେଣୁ ସେ ଲୋକଙ୍କୁ ଡାକି କିଛି ଆଶ୍ଚର୍ଯ୍ୟ କଥା କହିବାକୁ କହିଲେ । ଯିଏ ଅତି ଆଶ୍ଚର୍ଯ୍ୟ ଏବଂ ରହସ୍ୟ କଥା କହିବ ତାକୁ ୧୦୦ ସ୍ୱର୍ଣ୍ଣ ମୁଦ୍ରା ଦେବେ ବୋଲି କହିଲେ । ଏମିତି ଲୋକଙ୍କର ଭିଡ଼ ବୈଜୟନ୍ତିଙ୍କ ଦରବାରରେ ଲାଗୁଥିଲା । ଦିନେ ଜଣେ ବୃଦ୍ଧ ସେହି ରାଜ୍ୟର ଜଙ୍ଗଲ ଦେଇ ଯାଉଥିବା ବେଳେ ସନ୍ଧ୍ୟା ହୋଇଗଲା ତେଣୁ ସେ ଭୟରେ ଏକ ବର ଗଛ ମୂଳରେ ଆଶ୍ରୟ ନେଲେ । ସମୟ ଅତିବାହିତ ହେବା ସହିତ କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଲା । ସେଠାରେ ଅଧା ନାଗ ଏବଂ ଅଧା ମଣିଷ ଥିବା ଲୋକେ ଏକ ଦରବାରରେ ନଗରାଜଙ୍କ ପୁତ୍ରଙ୍କ ବିବାହ ବିଷୟରେ ଆଲୋଚନା କରୁଥିଲେ ।

ନଗରାଜଙ୍କ ପୁତ୍ର ତଳକୁ ମୁହଁ କରି ବସିଥିଲେ । କିଛି ସମୟ ପରେ ସଭା ଭଙ୍ଗ ହେବା ପରେ ଯେତେବେଳେ ନଗରାଜ ସେହି ବରଗଛ ମୂଳକୁ ଆସୁଥିଲେ ବୃଦ୍ଧା ଜଣକ ଦେଖି ଭୟଭୀତ ହୋଇଗଲେ । କିନ୍ତୁ ସେହି ନଗରାଜ ଜଣକ ବରଗଛ ମୂଳରେ ନିଜ ପତ୍ନୀ ବୈଜୟନ୍ତିଙ୍କୁ ମନେ ପକାଇ କାନ୍ଦୁଥିଲେ । ବୃଦ୍ଧା ଜଣକ ଖୁବ ଗରିବ ଥିଲେ ତେଣୁ ସେହି ଆଗାମୀ ଦିନ କିଛି ଟଙ୍କା ପାଇବା ଉଦ୍ଦେଶ୍ୟରେ ରାଣୀ ବୈଜୟନ୍ତିଙ୍କ ପାଖକୁ ଯାଇ ସେହି ରହସ୍ୟମୟ କଥା ଶୁଣାଇ ଦେଲେ । ଏହା ଶୁଣି ବୈଜୟନ୍ତି ତାଙ୍କୁ ସୁନା ମୋହର ଦେଇ ତାଙ୍କୁ ସେଇ ସ୍ଥାନକୁ ନେଇ ଯିବାକୁ କହିଲେ । କିନ୍ତୁ ଅନେକ ସମୟ ଅପେକ୍ଷା କରିବା ପରେବି କୌଣସି ସଭା ହେଲାନାହିଁ । ଯେଉଁ କାରଣରୁ ବୈଜୟନ୍ତି କ୍ରୋଧିତ ହେଲେ ଏବଂ ନିରାଶ ହୋଇ ଫେରି ଆସିଲେ । ବୃଦ୍ଧା ଜଣକ ଜ୍ୟୋତିଷଙ୍କୁ ପଚାରିବା ପରେ ଜାଣିବାକୁ ପାଇଲେ ଯେ ସେଦିନ ପୂର୍ଣ୍ଣିମା ତିଥି ଥିଲା ।

ଆଗାମୀ ପୂର୍ଣ୍ଣିମା ଦିନ ବୃଦ୍ଧା ଏବଂ ବୈଜୟନ୍ତି ଯାଇ ସେମିତି ସଭା ହେଉଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସଭା ଭଙ୍ଗ ହେବା ପରେ ଯେତେବେଳେ ନଗରାଜ ଆସି ଗଛ ତଳେ କାନ୍ଦିବା ଆରମ୍ଭ କଲେ ତାହାକୁ ଦେଖି ବୈଜୟନ୍ତି ସହି ପାରିଲେନି ଏବଂ ତଳକୁ ଓହ୍ଲାଇ ନିଜ ସ୍ୱାମୀଙ୍କ ହାତ ଧରିନେଲେ । ଏହା ଦେଖି ନାଗରାଜ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ବୈଜୟନ୍ତିଙ୍କୁ କହିଲେ ସେଠାରୁ ଯିବା ପାଇଁ କାରଣ ସେ ଆଉ ତାଙ୍କ ସ୍ତ୍ରୀଙ୍କୁ ପ୍ରାପ୍ତ ହୋଇ ପାରିବେ ନାହିଁ । ବୈଜୟନ୍ତି କ୍ଷମା ମାଗିବା ପରେ ସେ ତାଙ୍କୁ ଏକ ଉପାୟ କହିଲେ ଯେ ଆଗାମୀ ପୂର୍ଣ୍ଣିମା ତୃତୀୟ ସଭାରେ ଯଦି ସେ ତାଙ୍କ ପିତାଙ୍କୁ ତାଙ୍କୁ ମାଗି ନିଅନ୍ତି ତେବେ ସେ ହୁଏତ ତାଙ୍କର ହୋଇଯିବେ । ରାଣୀ ବୈଜୟନ୍ତି ଆଗାମୀ ପୂର୍ଣ୍ଣିମା ଦିନ ସଭା ସମୟରେ ରାଣୀ ଯାଇ ସିଂହାସନ ପଛରେ ଲୁଚିଗଲେ ଏବଂ ସୁଯୋଗ ଦେଖି ବାହାରକୁ ଆସି ନାଗରାଜଙ୍କ ପିତାଙ୍କ ସାମ୍ନାରେ ନିଜ ସ୍ୱାମୀଙ୍କୁ ମାଗିବା ସହିତ ସବୁ ଘଟଣା କହିଲେ ।

ଏହି ଘଟଣା ବିଷୟରେ ନିଜ ପୁତ୍ର ନାଗରାଜଙ୍କ ଠାରୁ ମଧ୍ୟ ଶୁଣିବା ପରେ ତାଙ୍କ ପିତା ତାଙ୍କୁ ଅଭିଶାପ ଦେଇ କହିଲେ ଯେ ନିଜ ସ୍ତ୍ରୀକୁ ଏଭଳି ଛାଡ଼ି ଆସିବା ତାଙ୍କର ଅପରାଧ ହୋଇଛି ତେଣୁ ବୈଜୟନ୍ତିଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏବଂ ନିଜର ରାଜ୍ୟ ସମ୍ଭାଳିବା କର୍ତ୍ତବ୍ୟ ପରେ ହିଁ ସେ ନଗଲୋକକୁ ଫେରି ପାରିବେ ବୋଲି କହିଲେ । ଏମିତି ବୈଜୟନ୍ତି ନିଜ ସ୍ୱାମୀକୁ ଫେରିପାଇ ମହଲ ଫେରିଗଲେ । ରାଜା ନିଜ ପୁତ୍ରକୁ ଦେଖି ଖୁବ ଖୁସି ହେଲେ ଏବଂ ତାଙ୍କ ଅସୁସ୍ଥତା ମଧ୍ୟ ଭଲ ହୋଇଗଲା । ଏହାପରେ ବୈଜୟନ୍ତି ନିଜ ସ୍ୱାମୀଙ୍କ ସହିତ ଖୁସିରେ ରହିଲେ । ତେବେ ଏଥିରୁ ଏହି ଶିକ୍ଷା ମିଳୁଛି ଯେ ଯେଉଁ କଥା କହିବା ଉଚିତ ନୁହେଁ ସ୍ତ୍ରୀ ଯେତେ ବାଧ୍ୟ କଲେବି ତାହା କହିବା ଉଚିତ ନୁହେଁ । ଯେଉଁ କଥା କହିଲେ ସଙ୍କଟ ଆସିବ ଏବଂ ସ୍ତ୍ରୀର ପିତା ମାତାଙ୍କୁ ଅପମାନ କରି କହିବା ଉଚିତ ନୁହେଁ । ଯେଉଁ କଥା କହିଲେ ସମ୍ପର୍କ ଭାଙ୍ଗିଯିବ ତାହା ମଧ୍ୟ କୁହନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *