ଥରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ସହିତ ସିରସାଗରରେ ଶେଷନାଗ ଶଯ୍ୟାରେ ବିଶ୍ରାମ କରୁଥିବା ସମୟରେ ମାତା ଲକ୍ଷ୍ମୀ ପଚାରିଲେ ଯେ ସ୍ତ୍ରୀ ଲୋକଙ୍କର କେଉଁ ଅଙ୍ଗ ତାଙ୍କୁ ସୌଭାଗ୍ୟ ପ୍ରଦାନ କରିଥାଏ । ଏହାର ଉତ୍ତର ଦେଇ ମହିଳାଙ୍କ ମହାନତା ଜଣେ ସ୍ତ୍ରୀ ଭାବରେ କେମିତି ହୋଇଥାଏ ତାହାର ଏକ କାହାଣୀ ଶୁଣାଇଛନ୍ତି । ଯେଉଁ ବ୍ୟକ୍ତି ଏହି କଥା ଶୁଣିଥାଏ ତାର ସବୁ ପାପ ନଷ୍ଟ ହୋଇଥାଏ । ପୁରା କାଳରେ କାଞ୍ଚି ନଗରରେ ଭକ୍ତ ଦାମୋଦର ଦାସ ଏବଂ ତାଙ୍କ ପତ୍ନୀ ବାସ କରୁଥିଲେ । ଦୁହେଁ ଏକୁଟିଆ ଥିଲେ ଏବଂ ଦୁହେଁ ଖୁବ ଶ୍ରଦ୍ଧାଳୁ ଥିଲେ । ଦୁହେଁ ପରମ ସନ୍ତୋଷ ଏବଂ ଦାମୋଦର ଭକ୍ତ ଥିଲେ ।
ଭିକ୍ଷା ବୃତ୍ତିରେ ଯାହା ମିଳୁଥିଲା ସେଥିରେ ସନ୍ତୁଷ୍ଟ ହେଉଥିଲେ ଏବଂ ତାଙ୍କର ଅନ୍ୟ କିଛି କାମନା ନଥିଲା । ଥରେ ଦାମୋଦର ଭିକ୍ଷା କରିବାକୁ ଯାଇ କିଛି ଭିକ୍ଷା ପାଇଲେ ନାହିଁ । ମନ ଦୁଃଖରେ ପତ୍ନୀଙ୍କୁ ଆସି କହିଲେ । ଏତିକିରେ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ଦ୍ୱାରରେ ଛିଡ଼ା ହୋଇଥିଲେ ଯିଏକି ଖୁବ ଭୋକିଲା ଥିଲେ । ଦାମୋଦର ତାଙ୍କୁ ଘରକୁ ସ୍ୱାଗତ କଲେ । ବୃଦ୍ଧ ଜଣକ ତାଙ୍କୁ ଭୋକ ମେଣ୍ଟାଇବାକୁ କହିଲେ । ଏହା ଶୁଣି ଦାମୋଦର ଅତ୍ୟନ୍ତ ଦୁଃଖିତ ହେଲେ । ଦାମୋଦର ଯାଇ ନିଜ ସ୍ତ୍ରୀକୁ କହିବା ପରେ ସେ ବି ଆଶ୍ଚର୍ଯ୍ୟ ହେଲେ କାରଣ ଦୁଇ ଦିନ ହେବ ଦୁହେଁ ଭୋକିଲା ଅଛନ୍ତି କିନ୍ତୁ ବର୍ତ୍ତମାନ ଅତିଥିଙ୍କୁ ଦେବା ପାଇଁ ତାଙ୍କ ପାଖରେ କିଛିବି ନାହିଁ । କିନ୍ତୁ ଦାମୋଦର ତାକୁ ବୃଦ୍ଧଙ୍କ ଅବସ୍ଥା ବିଷୟରେ କହିଲେ ।
ଦୁହେଁ ଭଗବାନଙ୍କୁ ପ୍ରାର୍ଥନା କରିବାରେ ଲାଗିଲେ । ଏତିକିରେ ଦାମୋଦରଙ୍କ ପତ୍ନୀ ଦାମୋଦରଙ୍କୁ ପଡ଼ୋଶୀଙ୍କ ଘରୁ ଏକ କଇଁଚି ଆଣିବାକୁ କହିଲେ । ତାଙ୍କ ସ୍ତ୍ରୀ ସେହି କଇଁଚି ଦ୍ୱାରା ତାଙ୍କ କେଶକୁ କାଟିବାକୁ କହିଲେ । ଦାମୋଦର ଆଶ୍ଚର୍ଯ୍ୟ ହେଲେ କାରଣ ଜଣେ ସ୍ତ୍ରୀ ପାଇଁ ତାର କେଶ ସବୁଠାରୁ ବଡ଼ ସୌଭାଗ୍ୟ ହୋଇଥାଏ । ଚାରିପାଖ କେଶକୁ ଛାଡ଼ି ମଝି କେଶକୁ କାଟି ଏକ ଡୋରି ବନାଇ ଦେଲେ ଏବଂ ତାହାକୁ ବଜାରରେ ବିକ୍ରି କରିବାକୁ ଗଲେ । ତାହା ତୁରନ୍ତ ବିକ୍ରି ହୋଇଗଲା । ସେହି ଟଙ୍କାରେ ସବୁ ଖାଦ୍ୟ ନେଇ ଆସିଲେ । ଦାମୋଦରଙ୍କ ପତ୍ନୀ ଅତି ଆଦରରେ ଭୋଜନ ବନାଇ ବୃଦ୍ଧାଙ୍କୁ ଅଳ୍ପ ଖାଦ୍ୟ ପରୋଶିଲେ । କିନ୍ତୁ ସେହି ବୃଦ୍ଧା ବିଚିତ୍ର ଥିଲେ ଏବଂ ଅଳ୍ପ ସମୟ ଭିତରେ ସବୁ ଭୋଜନ ଖାଇଦେଇ ।
ଖାଇ ସାରିବା ପରେ ପେଟରେ ହାତ ମାରି ଖୁବ ପ୍ରସନ୍ନ ଭାବରେ ଦାମୋଦର ଏବଂ ତାଙ୍କ ପତ୍ନୀଙ୍କର ପ୍ରଶଂସା କଲେ । କିନ୍ତୁ ସେ ଚାଲିବାକୁ ସକ୍ଷମ ନଥିଲେ ତେଣୁ ଗୋଟିଏ ଦିନ ବିଶ୍ରାମ ଏବଂ ସନ୍ଧ୍ୟାରେ ଏକ ହାଣ୍ଡି ଅନ୍ନ ଭୋଜନ କରିବେ ବୋଲି କହିଲେ । ଦାମୋଦର ନିଜ ସ୍ତ୍ରୀ ଙ୍କ ପାଖକୁ ଆସି ସେହି ବିଷୟରେ କହିଲେ । ଏହା ଶୁଣି ତାଙ୍କ ସ୍ତ୍ରୀ ନିଜର ବଳକା କେଶ କାଟିଲେ ଏବଂ ଦଉଡ଼ି ବନାଇଲେ । ତାହାକୁ ବିକ୍ରି କରି ସନ୍ଧ୍ୟା ଭୋଜନ ପାଇଁ ଜିନିଷ ଆଣିଲେ । କିନ୍ତୁ ସନ୍ଧ୍ୟାରେ ଭୋଜନ ପରେ ମଧ୍ୟ ସେହି ବୃଦ୍ଧା ଜଣକ ଥକି ଯାଇଥିବା କହି ରାତିରେ ବିଶ୍ରାମ ନେବେ କହିଲେ । ରାତିରେ ଦାମୋଦର ଏବଂ ତାଙ୍କ ପତ୍ନୀ ବୃଦ୍ଧାଙ୍କ ଗୋଡ଼ ଦବାଇଲେ ଏବଂ ତାଙ୍କର ସେବା କରିବାରେ ଲାଗିଲେ । ବାସ୍ତବରେ ସେହି ବୃଦ୍ଧ ଜଣକ ସ୍ୱୟଂ ଭଗବାନ ବିଷ୍ଣୁ ଥିଲେ ଯିଏକି ପତ୍ରର ଶଯ୍ୟାରେ ଖୁବ ଶାନ୍ତିରେ ଶୋଇଥିଲେ ।
ଏତିକି ବେଳେ ଦାମୋଦର ନିଜ ପତ୍ନୀଙ୍କୁ ଧୀରେ ଧୀରେ କହିବାରେ ଲାଗିଲେ ଯେ ଆଗାମୀ ଦିନ ସେ ଭିକ୍ଷା ମାଗିବାକୁ ଯିବେ ଏବଂ ବୃଦ୍ଧାଙ୍କୁ ଭୋଜନ କରାଇବେ କାରଣ ବୃଦ୍ଧା ଜଣକ ଖୁବ ଦୁର୍ବଳ ଥିଲେ । ସ୍ୱାମୀ ସ୍ତ୍ରୀଙ୍କର ଏଭଳି ଅତିଥି ପ୍ରେମ ଦେଖି ଖୁସି ହେଲେ । ପାଦ ଦବାଇ ଦୁହେଁ ସେହି ବୃଦ୍ଧାଙ୍କ ପାଦ ତଳେ ଶୋଇ ଯାଇଥିଲେ । ଏହାପରେ ହାତ ବୁଲେଇ ଦେବା ମାତ୍ରେ ଦାମୋଦରଙ୍କ ସ୍ତ୍ରୀଙ୍କର ଘନ କଳା କେଶ ଏବଂ ଦାମୋଦର ମଧ୍ୟ ସୁସ୍ଥ ସବଳ ହୋଇଗଲେ । ତାଙ୍କ କୁଡ଼ିଆ ଏକ ମହଲ ହୋଇଗଲା । ଦୁହେଁ ବୈକୁଣ୍ଠ ପ୍ରାପ୍ତି କରିବେ କହି ଭଗବାନ ବିଷ୍ଣୁ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ । କିଛି ସମୟ ପରେ ଯେତେବେଳେ ଦାମୋଦରଙ୍କ ପତ୍ନୀଙ୍କ ନିଦ ଭାଙ୍ଗିଲା ସେଠାକାର ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ଦାମୋଦର ମଧ୍ୟ ଆଶ୍ଚର୍ଯ୍ୟ ହେଲେ ଏବଂ ସେହି ବୃଦ୍ଧ ଅତିଥିଙ୍କୁ ପାଖରେ ନପାଇ ସେମାନେ ସମ୍ପୂର୍ଣ୍ଣ ଲୀଳା ବୁଝିଗଲେ । ଏହିଭଳି ଭବାରେ ଦାମୋଦରଙ୍କ ସ୍ତ୍ରୀ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତ୍ୟାଗ କରି ଅତିଥି ସେବାର ପରମ ଉଦାହରଣ ଦେଲେ । ଜଣେ ସ୍ତ୍ରୀ ପାଇଁ ତାର କେଶ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଭୂଷଣ ଏବଂ ସୌଭାଗ୍ୟ ଅଟେ ।