ଯେତେ ରୋଜଗାର କଲେବି ଏହି ଏହି ୫ଜଣ ଲୋକ କେବେବି ଧନୀ ହୋଇ ପାରିବେ ନାହିଁ, ଆପଣ ବି ଜାଣି ନିଅନ୍ତୁ

ବନ୍ଧୁଗଣ ଯେତେ ରୋଜଗାର କଲେ ମଧ୍ୟ ଏହି ୫ ଜଣ ବ୍ୟକ୍ତି କେବେ ହୋଇପାରିବେ ନାହିଁ ଧନୀ। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ନୀତି ନିୟମକୁ ଯେଉଁ ମାନେ ପାଳନ କରିଥାନ୍ତି ସେମାନଙ୍କୁ ଜୀବନରେ ବହୁତ ଶୀଘ୍ର ସଫଳତା ମିଳିଥାଏ। ଶାସ୍ତ୍ରେରେ ମାନବ ଜୀବନ ଶୈଳୀକୁ ନେଇ ଅନେକ ନୀତି ନିୟମ ବିଷୟରେ ଉଲ୍ଲେଖ କରାଯାଇଛି। ଯଦି ଜଣେ ବ୍ୟକ୍ତି ଏମିତି ସବୁ ନିୟମକୁ ତାଙ୍କ ଜୀବନରେ ପାଳନ କରିବେ ଏବଂ ନିଜର କର୍ମରେ ଲଗାଇ ଥାଆନ୍ତି ତେବେ ସେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ସୁଖ ଶାନ୍ତି ମିଳିଥାଏ। ଯେତେବେଳେ ଟଙ୍କା ପଇସା ଉପରେ କଥା ଆସେ ତ ସମସ୍ତେ ଧନୀ ହେବାକୁ ଚାଁହାନ୍ତି। ସମସ୍ତଙ୍କର ସ୍ୱପ୍ନ ରହିଥାଏ କି ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ। କିନ୍ତୁ ଲୋକମାନେ ଅଜାଣତରେ ଏମିତି କିଛି ଭୁଲ କରି ବସିଥାନ୍ତି ଯାହା ଦ୍ୱାରା ସେମାନେ ଜୀବନରେ କେବେବି ଧନୀ ହୋଇ ପାରନ୍ତି ନାହିଁ ଏବଂ ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ସେମାନେ ସେହି ଟଙ୍କାକୁ ସଞ୍ଚୟ କରି ରଖି ପାରନ୍ତି ନାହିଁ। ଆସନ୍ତୁ ଜାଣିବା ସେହି ୫ଟି ବ୍ୟକ୍ତି ମାନଙ୍କ ବିଷୟରେ ଯେଉଁମାନେ ଯେତେ ରୋଜଗାର କଲେ ମଧ୍ୟ ଜୀବନରେ କେବେ ବି ଧନୀ ହୋଇପାରନ୍ତି ନାହିଁ।

Google

ମଇଳା ବସ୍ତ୍ର ପିନ୍ଧିବା ବ୍ୟକ୍ତି:- ଯେଉଁମାନଙ୍କର ସୁନ୍ଦର ଏବଂ ପରିଷ୍କାର ବସ୍ତ୍ର ଥାଇ ମଧ୍ୟ ସେମାନେ ମଇଳା ଏବଂ ଚିରା ଫଟା ପୋଷାକ ପିନ୍ଧନ୍ତି ତେବେ ମା ଲକ୍ଷ୍ମୀ ଏପରି ବ୍ୟକ୍ତିଙ୍କ ଜୀବନକୁ କେବେବି ଆସନ୍ତି ନାହିଁ। ଯେଉଁମାନେ ଅପରିଷ୍କାର ଜୀବନ ଯାପନ କରନ୍ତି ଏବଂ ସେମାନଙ୍କର ଚାରି ପାଶ୍ୱର୍ରେ ପରିଷ୍କାର ପରିଛନ୍ନତା ମଧ୍ୟ ରଖି ନଥାନ୍ତି ତେବେ ମା ଲକ୍ଷ୍ମୀଙ୍କ କୃପା ସେମାନଙ୍କ ଉପରେ ପଡ଼ି ନଥାଏ। ଏପରି ଲୋକମାନଙ୍କୁ ସମାଜରେ ମଧ୍ୟ ପସନ୍ଦ କରାଯାଇ ନଥାଏ ଏବଂ ଆଗାମୀ ଦିନ ମାନଙ୍କରେ ସେମାନଙ୍କୁ ଅପମାନର ସମୁଖୀନ ହେବାକୁ ପଡିଥାଏ। ଯେଉଁ ବ୍ୟକ୍ତି ଦାନ୍ତ ସଫା ରଖନ୍ତି ନାହିଁ:- ଶାସ୍ତ୍ର ଅନୁସାରେ ଯେଉଁମାନେ ଦାନ୍ତକୁ ସଠିକ ଭାବେ ସଫା ରଖନ୍ତି ନାହିଁ, ତେବେ ସେହି ଲୋକମାନଙ୍କୁ ନିଶ୍ଚୟ ଦରିଦ୍ରର ସମୁଖୀନ ହେବାକୁ ପଡିଥାଏ। କୁହାଯାଏ ଯେ ମା ଲକ୍ଷ୍ମୀ କଦାପି ମଇଳା ଦାନ୍ତ ଥିବା ବ୍ୟକ୍ତିଙ୍କ ପାଖକୁ ଆସନ୍ତି ନାହିଁ। ଏଥି ସହିତ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ଦାନ୍ତ ସଫା ରଖୁଥିବା ବ୍ୟକ୍ତିଙ୍କ ଉପରେ ରହିଥାଏ। ଭୋକ ଠାରୁ ଅଧିକ ଭଜନ କରୁଥିବା ବ୍ୟକ୍ତି:- ଜୀବନ ଶାସ୍ତ୍ର ଅନୁସାରେ ଭୋକ ଠାରୁ ଅଧିକ ଖାଉଥିବା ବ୍ୟକ୍ତ ମଧ୍ୟ ଧନୀ ହୋଇ ପାରିବେ ନାହିଁ। ଦାରିଦ୍ର୍ୟ ହିଁ ମନୁଷ୍ୟକୁ ଦରିଦ୍ର କରିଥାଏ ଏବଂ ସେହି ସମୟରେ ଅଧିକ ଖାଉଥିବା ବ୍ୟକ୍ତି ଜୀବନରେ କେବେବି ସୁଖରେ ରହି ପାରି ନଥାଏ।

Google

କଟୁ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି:- ମନେ ରଖନ୍ତୁ ଯେଉଁମାନେ କଟୁ ଶବ୍ଦ କୁହନ୍ତି ସେମାନେ କଦାପି ଧନୀ ହୋଇପାରିବେ ନାହିଁ। ଯେକୌଣସି ବ୍ୟକ୍ତି ନିଜ ଶବ୍ଦରେ ଅନ୍ୟ ମାନଙ୍କୁ ଆଘାତ କରିଥାଏ ସେ କେବେ ମଧ୍ୟ ମା ଲକ୍ଷ୍ମୀଙ୍କର କୃପା ପାଇ ପାରି ନଥାଏ। ଏଥି ସହିତ ତାଙ୍କର କୌଣସି ବନ୍ଧୁ ମଧ୍ୟ ହୋଇ ନଥାଆନ୍ତି। ଏହିପରି ଲୋକମାନେ ଭଲ ବନ୍ଧୁ ଅପେକ୍ଷା ଅଧିକ ଶତ୍ରୁ ମାନଙ୍କ ଦ୍ୱାରା ଘେରି ହୋଇ ରହିଥାନ୍ତି। ସକାଳେ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ରହୁଥିବା ବ୍ୟକ୍ତି:- ଯେଉଁମାନେ ଅଳସୁଆ ଏବଂ ନିଜ ପାଇଁ ପ୍ରଥମେ ଭାବନ୍ତି ସେମାନେ କଦାପି ଧନୀ ହୋଇ ପାରିବେ ନାହିଁ। ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟସ୍ତ ପର୍ଯ୍ୟନ୍ତ ଯେଉଁମାନେ ଶୋଇ ରହନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା କେବେବି ରହି ନଥାଏ। ବିନା କାରଣରେ ଶୋଇବା ମଣିଷ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ବନ୍ଧୁଗଣ ଏହି ୫ ଜଣ ବ୍ୟକ୍ତି ଯେତେ ରୋଜଗାର କଲେ ମଧ୍ୟ କେବେବି ଜୀବନରେ ଧନୀ ହୋଇ ପାରି ନଥାନ୍ତି। ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହି ଆର୍ଟିକିଲଟିକୁ ସେଆର କରି ଦିଅନ୍ତୁ । ଆଉ ଏମିତି ନୂଆ ନୂଆ ଅପଡେଟ ପାଇଁ ଆମ ସହିତ ଯୋଡି ହୋଇ ରହିଥାନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ।

Leave a Reply

Your email address will not be published. Required fields are marked *