କୌଣସି ହନୁମାନ ମନ୍ଦିରରେ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ଯେତେ ବଡ଼ କରଜ ହେଉ ସବୁ ହୋଇଯିବ କ୍ଷମା :-

କେହିବି ଲୋକ ନିଜ ଖୁସି ପାଇଁ କରଜ ନିଅନ୍ତି ନାହିଁ । ପରିସ୍ଥିତିରର ପଡ଼ି ହିଁ କରଜ ନେଇଥାନ୍ତି । କିନ୍ତି ଯଦି କରଜ ନେଇ ଫସି ଯାଆନ୍ତି ତେବେ ହନୁମାନଙ୍କ ମନ୍ଦିରରେ କିଛି ବିଶେଷ ଉପାୟ କରିବା ଉଚିତ । ମଙ୍ଗଳ ଗ୍ରହର କୁ ଦୃଷ୍ଟି କାରଣରୁ ହିଁ କରଜ ସମସ୍ୟା ଦେଖା ଦେଇଥାଏ । ତେଣୁ ମଙ୍ଗଳ ଗ୍ରହକୁ ହନୁମାନ ହିଁ ଠିକ କରିଥାନ୍ତି । କିଛି ଉପାୟ କରିବା ଦ୍ୱାରା ସବୁ ପ୍ରକାରର ସମସ୍ୟା ଦୂରେଇ ଯାଏ । କରଜ ନେବା ସମୟରେ କିଛି ଭୁଲ ହିଁ ଆପଣଙ୍କୁ ସମସ୍ୟାରେ ପକାଇଥାଏ । ଭୁଲରେ ବି ଶନିବାର ଦିନ କରଜ ନିଅନ୍ତୁ ନାହିଁ ।

ଏହାବ୍ୟତୀତ ୮ , ୧୭ ଏବଂ ୨୫ ତାରିଖରେ କରଜ ନିଅନ୍ତୁ ନାହିଁ । କାରଣ ୮ ଶନିଙ୍କର ସଂଖ୍ୟା ଅଟେ । ଯଦି ଆପଣ କରଜ ନେବାକୁ ଚାହୁଁଛନ୍ତି ତେବେ ସୋମବାର , ବୁଧବାର ଏବଂ ଶୁକ୍ରବାରରେ ନିଅନ୍ତୁ । ଏହିଦିନ ନିଆଯାଇଥିବା କରଜର ସମାଧାନ ହୋଇଯାଏ । ମନେ ରଖନ୍ତୁ କୌଣସି ଲୋନ ପେପରରେ ସାଇନ କରିବା ସମୟରେ କଳା ପେନରେ ସାଇନ କରନ୍ତୁ ନାହିଁ ।

ଅନେକ ସମୟରେ ଆପଣ ଏପରି କରଜରେ ଫସି ଯାଆନ୍ତି ଯେଉଁଥିରୁ ମୁକୁଳିବା ସମ୍ଭବ ହୁଏନାହିଁ । ତେଣୁ ଏଥିପାଇଁ ଏକ ଉପାୟ କରନ୍ତୁ । ଏକ ଭଲ ସବୁଜ ପାନ ପତ୍ର ଆଣି ସେଥିରେ ଏକ ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖି ପୁଡ଼ିଆ ପ୍ରସ୍ତୁତ କରନ୍ତୁ ।

ଏହାପରେ ତାହାକୁ ମଙ୍ଗଳବାର ସନ୍ଧ୍ୟା ସମୟରେ ନେଇ ହନୁମାନଙ୍କ ମନ୍ଦିରରେ ଅର୍ପିତ କରନ୍ତୁ । ଏହିପରି ଲଗାତାର ତିନୋଟି ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ । ଯଦି ଆପଣ ନିଜେ ପ୍ରତ୍ୟେକ ଥର ଯାଇପାରୁ ନାହାଁନ୍ତି ତେବେ ଆପଣଙ୍କ ପରିବାରର ଅନ୍ୟ କେହି ମଧ୍ୟ ଯାଇ କରି ପାରିବେ । ଏହାଦ୍ବାରା ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ହିଁ କରଜ ସମସ୍ୟା ଶେଷ ହୋଇଯିବ ।

ଅନେକ ସମୟରେ ଏପରି ହୋଇଥାଏ ଯେ କରଜ ସମସ୍ୟା ସହିତ ଆର୍ଥିକ ସମସ୍ୟା ରହିଥାଏ ଏବଂ ଜୀବନରେ ସୁଖ ଆସେ ନାହିଁ । ଏପରି ପରିସ୍ଥିତିରେ ଏକ ଭଲ ସବୁଜ ପାନ ପତ୍ର ଆଣି ତାହାର ବନ୍ଧୁର ପାର୍ଶ୍ଵରେ ଦୁଇଟି ଲବଙ୍ଗ ରଖନ୍ତୁ ଏବଂ ପାନ ପତ୍ରକୁ ଦୁଇ ହାତରେ ରଖି ଘର ବାହାରକୁ ବାହାରି ଯାଆନ୍ତୁ ।

ତାହାକୁ କୌଣସି ଏକ ପ୍ରବାହିତ ଜଳରେ ବସାଇ ଭଗବାନଙ୍କୁ କରଜ ମୁକ୍ତି ଏବଂ ସବୁ ସମସ୍ୟାର ସମାଧାନ ପାଇଁ ପ୍ରାର୍ଥନା କରନ୍ତୁ । ଦେଖିବେ ଏହି ଉପାୟ କରିବା ଦ୍ୱାରା ମାତ୍ର ୨ ମାସ ପରେ ହିଁ ଆପଣଙ୍କୁ ସଫଳତା ମିଳିବା ଆରମ୍ଭ ହୋଇଯିବ । ଏହାବ୍ୟତୀତ ଅନ୍ୟାନ୍ୟ ସମସ୍ୟାରୁ ବାହାରକୁ ଆସିବାର ରାସ୍ତା ମଧ୍ୟ ମିଳିଯିବ ।

ଆଉ ଏକ ଉପାୟ ଅନୁଯାୟୀ ମଙ୍ଗଳବାର ଦିନସାରା ସାତ୍ଵିକ ଭୋଜନ କରନ୍ତୁ ଏବଂ ରାତିରେ ସ୍ନାନ କରି ପରିଷ୍କାର ପୋଷାକ ପରିଧାନ କରନ୍ତୁ । ଏହାପରେ ହନୁମାନଙ୍କ ସାମ୍ନାରେ ରାତି ୧୧ ରୁ ୧ ପର୍ଯ୍ୟନ୍ତ ଆସନ ପକାଇ ବସନ୍ତୁ । ପ୍ରଥମେ ସୋରିଷ କିମ୍ବା ଘିଅ ର ଏକ ବଡ଼ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ।

ଏହାପରେ ୧୧ ଥର ହନୁମାନ ଚାଳିଶା ପାଠ କରନ୍ତୁ । ମନେ ରଖନ୍ତୁ ଏହି ଉପାୟ ୧୧ ଟି ମଙ୍ଗଳବାର କରିବା ଉଚିତ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଖୁବଶୀଘ୍ର କରଜରୁ ମୁକ୍ତି ମିଳିଯିବ । ଏହାସହିତ ଆର୍ଥିକ ଲାଭ ମଧ୍ୟ ହେବାକୁ ଆରମ୍ଭ କରିବ । ଏହାବ୍ୟତୀତ ଦୀପ ଜାଳିବା ସମୟରେ ତଳେ ଚାରି ପାଞ୍ଚ ଦାନା ମସୁରି ଡାଲି ରଖିଲେ କରଜ ସମସ୍ୟା ଦୂର ହେବା ସହିତ ଆର୍ଥିକ ଅଭିବୃଦ୍ଧି ମଧ୍ୟ ହୋଇଥାଏ । ଏହାଦ୍ବାରା ମଙ୍ଗଳ ସଦୃଢ଼ ହୋଇଥାଏ ।

Leave a Reply

Your email address will not be published. Required fields are marked *