ଥରେ ରାମଙ୍କ ବଂଶଜ ମହାରାଜ ଦିଲ୍ଲୀପ , ମହର୍ଷି ବଶିଷ୍ଠଙ୍କ ପାଖକୁ ଯାଇ ମୃକଣ୍ଡ ଋଷିଙ୍କ ପତ୍ନୀ ମରୁଦ୍ଧତିଙ୍କ ଗର୍ଭରୁ ମହା ତାଜସ୍ୱି ପୁତ୍ର କିଭଳି ଜନ୍ମ ହେଲା ସେହି ବିଷୟରେ ପଚାରିଲେ । ଏହାପରେ ମହର୍ଷି ମାର୍କଣ୍ଡେୟଙ୍କ ଜନ୍ମର ବୃତ୍ତାନ୍ତ ଶୁଣାଇଥିଲେ । ଅନେକ ବର୍ଷ ପୂର୍ବରୁ ମୃକଣ୍ଡୁଙ୍କ ନିଜ ପତ୍ନୀ ମରୁଦ୍ଧତିଙ୍କ ସହିତ ନିଜ କୁଡ଼ିଆରେ ରହୁଥିଲେ । ଉଭୟଙ୍କର କୌଣସି ପୁତ୍ର ନଥିବାରୁ ମରୁଦ୍ଧତି ନିଜ ସ୍ୱାମୀଙ୍କ ପାଖରେ ଏକ ପୁତ୍ର କାମନା କଲେ । ଆଉ ସ୍ୱାମୀ ସ୍ତ୍ରୀ ମହାଦେବଙ୍କ ତପସ୍ୟା କରିବାରେ ଲାଗିଲେ । କିଛି ବର୍ଷର ତପସ୍ୟା ପରେ ମହାଦେବ ପ୍ରସନ୍ନ ହୋଇ ସେହି ଦୁହିଁଙ୍କୁ ବର ମାଗିବାକୁ କହିଲେ । ରୁଷି ମୃକଣ୍ଡୁଙ୍କ ପୁତ୍ର ପ୍ରାପ୍ତି ନିମନ୍ତେ ବର ମାଗିବାରୁ ମହାଦେବ ପଚାରିଲେ ଯେ ତାଙ୍କୁ ଦୀର୍ଘାୟୁ ଥିବା ଜ୍ଞାନ ହୀନ ପୁତ୍ର ଆବଶ୍ୟକ ନା ଅଳ୍ପ ବର୍ଷର ଜ୍ଞାନୀ ଏବଂ ତେଜସ୍ୱୀ ପୁତ୍ର ଆବଶ୍ୟକ ।
ଯେଉଁଥିରେ ମୃକଣ୍ଡୁଙ୍କ ଅଳ୍ପ ବୟସର ତେଜସ୍ୱୀ ପୁତ୍ର ପ୍ରାପ୍ତି କାମନା କଲେ । ମହାଦେବ ତାଙ୍କୁ ୧୬ ବର୍ଷର ଜ୍ଞାନୀ ଏବଂ ତେଜସ୍ୱୀ ପୁତ୍ର ପ୍ରାପ୍ତିର ବର ଦେଲେ । କିଛି ଦିନ ପରେ ମରୁଦ୍ଧତି ଗର୍ଭବତୀ ହେଲେ ଏବଂ ଯେତେବେଳେ ପୁତ୍ର ଜନ୍ମ ନେଲେ ସେ ପ୍ରବଳ ତେଜସ୍ୱୀ ଏବଂ ଜ୍ଞାନୀ ଥିଲେ । ଏମିତିକି ସ୍ଵର୍ଗରେ ମଧ୍ୟ ତାଙ୍କୁ ପ୍ରଶଂସା କରାଗଲା । ମହର୍ଷି ବେଦବ୍ୟାସ ସେହି ପୁତ୍ରର ଜାତକ ସଂସ୍କାର କଲେ । ପୁତ୍ରର ନାମ ରଖାଗଲା ମାର୍କଣ୍ଡେୟ । ଯାହାକୁ ଦେଖି ନଗରର ସବୁ ଅଧିବାସୀ ଆଶ୍ଚର୍ଯ୍ୟ ହେବା ସହିତ ସେ ସ୍ବୟଂ ମହାଦେବଙ୍କ ରୂପ ବୋଲି କହୁଥିଲେ । ଏହାପାରେ ୫ ବର୍ଷ ପର୍ଯ୍ୟନ୍ତ ପୁତ୍ରର ସବୁ ସଂସ୍କାର କରି ୫ ବର୍ଷରୁ ବେଦ ଜ୍ଞାନ ଦେବା ଆରମ୍ଭ କଲେ । ଯେତେବେଳେ ମାର୍କଣ୍ଡେୟଙ୍କର ୧୬ ବର୍ଷ ଚାଲିଲା ସେତେବେଳେ ମୃକଣ୍ଡୁ ଖୁବ ଦୁଃଖିତ ହେଲେ ।
ଯାହା ଦେଖି ମାର୍କଣ୍ଡେୟ ନିଜ ପିତାଙ୍କୁ ତାଙ୍କ ଦୁଃଖର କାରଣ ପଚାରିଲେ । ଏହାପରେ କାରଣ ଶୁଣି ମାର୍କଣ୍ଡେୟ ତାଙ୍କୁ ଦୁଃଖୀ ନହେବାକୁ କହିଲେ ଏବଂ ମହାଦେବଙ୍କୁ ତପସ୍ୟା କରି ସେ ଅମର ହେବେ ବୋଲି କହିଲେ । ଯାହା ଶୁଣି ମୃକଣ୍ଡୁ ଏବଂ ମରୁଦ୍ଧତି ନିଜ ଚିନ୍ତା ଦୂର କରିଦେଲେ । ଏହାପରେ ସେ ଦକ୍ଷିଣ ଦିଗରେ ସମୁଦ୍ର କୂଳକୁ ଯାଇ ବିଧି ପୂର୍ବକ ଏକ ଶିବଲିଙ୍ଗ କରି ତିନି ପାଳି ସ୍ନାନ କରି ପୂଜା କରୁଥିଲେ ଏବଂ ସ୍ତୋତ୍ର ପାଠ କରୁଥିଲେ । ସେହି ପୂଜା କରିବା ସମୟରେ ହିଁ ତାଙ୍କ ମୃତ୍ୟୁର ଶେଷ ମୁହୂର୍ତ୍ତ ଆସିଗଲା ଏବଂ ତାଙ୍କ ଜୀବନ ନେବାକୁ କାଳ ଯାଇ ସେଠାରେ ପହଞ୍ଚିଗଲେ । ଏହା ଦେଖି ମାର୍କଣ୍ଡେୟ କହିଲେ ଯେ ଯେତେ ପର୍ଯ୍ୟନ୍ତ ସେ ମହାଦେବଙ୍କ ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ ନକରି ସାରିଛନ୍ତି ସେତେ ପର୍ଯ୍ୟନ୍ତ ସେ ଅପେକ୍ଷା କରନ୍ତୁ ।
ଏହା ଶୁଣି କାଳ ହସିବାରେ ଲାଗିଲେ ଏବଂ କହିଲେ ଯେ ମନୁଷ୍ୟର ମୃତ୍ୟୁ ସମୟ ଆସିଲେ ସେତେବେଳେ କାଳ ଆସିବା ସୁନିଶ୍ଚିତ ଏବଂ ସେତେବେଳେ ତାଙ୍କର ଅଧୁରା କାମ ଦେଖା ଯାଏ ନାହିଁ । ଏହା କହି ନିଜ ସହ ଯିବାକୁ କହିଲା । ଏହା ଶୁଣି ମାର୍କଣ୍ଡେୟ କହିଲେ ଯେ ଯେଉଁ ବ୍ୟକ୍ତି ଭଗବାନ ମହାଦେବଙ୍କ ଆରାଧନା କରିବାରେ କାହାକୁ ଅଟକାଇ ଥାଏ ତାର ବିନାଶ ହୋଇଥାଏ । ମହାଦେବଙ୍କ ଭକ୍ତ ଉପରେ କେହିବି ପ୍ରଭୁତ୍ୱ ବିସ୍ତାର କରିପାରିବେ ନାହିଁ । ଏହା ଶୁଣି କାଳକୁ ଖୁବ କ୍ରୋଧ ଆସିଲା ଏବଂ ସେ କହିଲେ ଯେ ସମୁଦ୍ରରେ ଯେତିକି ବାଲି ନାହିଁ ସେ ସେତିକି ବ୍ରାହ୍ମଣର ସଂହାର କରିଛନ୍ତି । ଆଉ ମହାଦେବ ତାଙ୍କର ରକ୍ଷା କରି ପାରୁଛନ୍ତି କି ନାହିଁ ଚୁନତି ଦେଇ ମାର୍କଣ୍ଡେୟଙ୍କ ପ୍ରାଣ ହରଣ କରିବାକୁ ଆଗକୁ ବଢ଼ିଲେ । ସେହି ସମୟରେ ହିଁ ମହାଦେବ ଶିବଲିଙ୍ଗରୁ ଉତ୍ପନ୍ନ ହୋଇଗଲେ ଏବଂ କାଳ ଛାତିରେ ଗୋଇଠା ମାରିଲେ ।
ଏତିକିରେ କାଳ ପଛକୁ ଯାଇ ଭୟଭୀତ ହୋଇ ଛିଡ଼ା ହୋଇ ରହିଲେ । କାଳ ମହାଦେବଙ୍କୁ କ୍ଷମା ମାଗିବା ସହିତ ମହାଦେବ ମାର୍କଣ୍ଡେୟଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ ଅନେକ କାଳ ପର୍ଯ୍ୟନ୍ତ ବଞ୍ଚିବାକୁ ଆଶୀର୍ବାଦ ଦେଲେ । ଏହାପରେ ମହାଦେବ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ । ଏହାପରେ ମାର୍କଣ୍ଡେୟ ନିଜ କୁଡ଼ିଆକୁ ଯାଇ ନିଜ ପିତା ମାତାଙ୍କୁ ପ୍ରଣାମ କରି ସବୁ ବୃତ୍ତାନ୍ତ ଶୁଣାଇ ଦେଲେ । ସେ ଅନେକ କାଳ ପର୍ଯ୍ୟନ୍ତ ପୃଥିବୀରେ ବାସ କରିଥିଲେ ଏବଂ ଅନେକ ପ୍ରଳୟ ମଧ୍ୟ ନିଜ ଆଖିରେ ଦେଖିଛନ୍ତି । ଯିଏ ମହାଦେବଙ୍କ ଆରାଧନା କରିଥାଏ ତାକୁ କାଳ ଛୁଇଁ ପାରେ ନାହିଁ । ଏହାପରେ ବଶିଷ୍ଠ କହନ୍ତି ଯେ ଯେଉଁ ବ୍ୟକ୍ତି ମୁନି ମାର୍କଣ୍ଡେୟଙ୍କ କଥା ଶୁଣିଥାଏ ତାଙ୍କର ଜନ୍ମ ଜନ୍ମାନ୍ତରର ପାପ ନଷ୍ଟ ହୋଇଯାଏ ।