କୌଣସି ବ୍ୟକ୍ତି ଆପଣଙ୍କ ଯେତେବି ଖାସ ହୁଅନ୍ତୁ ନା କାହିଁକି , ଜଳ ସହିତ ଜଡିତ ଜିନିଷ କେବେ ମଧ୍ୟ କାହାକୁ ଦେବା ଉଚିତ ନୁହେଁ। ଯେପରିକି ଆକ୍ୱାରିୟମ , ପାଣିଯୁକ୍ତ କୌଣସି ସୋ ପିସ , ପାଣି ବୋତଲ , କୁଣ୍ଡ ଇତ୍ୟାଦି। ଉପହାରରେ ଏଭଳି ଜିନିଷ ଦେବା ଦ୍ଵାରା ବ୍ୟକ୍ତିଙ୍କୁ ଅର୍ଥର ଅଭାବ କିମ୍ବା ଆର୍ଥିକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ।
ଆପଣଙ୍କ ବୃତ୍ତି ସହିତ ଜଡିତ ଜିନିଷ:-
ଯେକୌଣସି ଉତ୍ସବରେ ନିଜ ବୃତ୍ତି ସହିତ ଜଡିତ ଜିନିଷଗୁଡିକୁ ଆଦୌ ଉପହାର ଭାବେ ଦେବା ଉଚିତ ନୁହେଁ। ଉଦାହରଣ ସ୍ୱରୂପ ଯଦି ଆପଣ ଲେଖା ସମ୍ବନ୍ଧୀୟ ବୃତ୍ତିରେ ଅଛନ୍ତି , ତେବେ କାହାକୁ ପେନ , ବହି , ଖାତା , କାଳି ଦିଅନ୍ତୁ ନାହିଁ। ଏହିପରି ଜିନିଷ ଉପହାରରେ ଦେବା ଦ୍ୱାରା ବ୍ୟକ୍ତିଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡିପାରେ।
ରୁମାଲ:-
କୌଣସି ଉତ୍ସବରେ ରୁମାଲ ମଧ୍ୟ ଉପହାର ଭାବରେ ଦିଆଯିବା ଉଚିତ ନୁହେଁ। ବାସ୍ତୁ ଅନୁଯାୟୀ ରୁମାଲକୁ ଉପହାର ଭାବେ ଦେବା ଦ୍ଵାରା ଲୋକମାନଙ୍କ ମଧ୍ୟରେ ନକାରାତ୍ମକତା ବିସ୍ତାର ହୋଇଥାଏ ଏବଂ ସମ୍ପର୍କରେ ଖରାପ ପ୍ରଭାବ ପଡିଥାଏ।

ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ:-
ବାସ୍ତୁଶାସ୍ତ୍ର ଅନୁସାରେ ଇଶ୍ୱରଙ୍କ ମୂର୍ତ୍ତି ଏବଂ ଫଟୋକୁ ଉପହାର ଭାବରେ ଦିଆଯିବା ଉଚିତ ନୁହେଁ। ଏହାକୁ ରଖିବା ଏବଂ ପୂଜା କରିବା ପାଇଁ ଏକ ନିୟମ ଅଛି , ତେଣୁ ଏହାକୁ ନିଜେ କିଣିବା ଉଚିତ।

ତୀକ୍ଷ୍ଣ ଜିନିଷ:-
ବାସ୍ତୁ ଅନୁଯାୟୀ ତୀକ୍ଷ୍ଣ ଜିନିଷ ଯେପରି ଛୁରୀ , କଇଞ୍ଚୀ , ଖଣ୍ଡା ଇତ୍ୟାଦିକୁ କାହାକୁ ମଧ୍ୟ ଉପହାରରେ ଦେବା ଦ୍ଵାରା ଖରାପ ସମୟ ଆସିପାରେ , ଏଥିପାଇଁ ଭାଗ୍ୟକୁ ଦୁର୍ଭାଗ୍ୟରେ ପରିଣତ ନକରିବା ପାଇଁ ତୀକ୍ଷ୍ଣ ଜିନିଷ ଉପହାର ଭାବରେ ଦିଅନ୍ତୁ ନାହିଁ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।