ଚୈତ୍ର ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ଘରୁ ବାହାରକୁ ଫିଙ୍ଗି ଦିଅନ୍ତୁ ଏହି ପାଞ୍ଚଟି ଜିନିଷ । ହୋଇଥାଏ ଦୁଃଖ ଦାରିଦ୍ର୍ୟତାର କାରଣ ।

ଏଥର ଚୈତ୍ର ନବରାତ୍ରୀ ଏପ୍ରିଲ ୯ ରେ ଆରମ୍ଭ ହେଉଛି । ଏହିଦିନ ମଙ୍ଗଳବାର ଅଟେ ଏବଂ ଏପ୍ରିଲ ୧୭ ରେ ନବରାତ୍ରୀ ସମାପ୍ତ ହୋଇଯିବ । ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ଏପରି ଭୁଲ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଘରକୁ କେବେବି ମାତା ଲକ୍ଷ୍ମୀଙ୍କ ଆଗମନ ହୁଏନାହିଁ ଏବଂ କୌଣସି ଦେବଦେବୀ ଘରକୁ ଆସିବେ ନାହିଁ । ନବରାତ୍ରୀ ପୂର୍ବରୁ ହିଁ ମନ୍ଦିରକୁ ଭଲଭାବରେ ସଫା କରି ଦିଅନ୍ତୁ । ପୂଜା ଘରେ ଏଣୁତେଣୁ ଜିନିଷ , ବାସୀ ଫୁଲ କିମ୍ବା ଜଳି ସାରିଥିବା ଦିଆସିଲି କାଠି କିମ୍ବା ଖୋଳ ରଖନ୍ତୁ ନାହିଁ ବାହାର କରି ଦିଅନ୍ତୁ । ଘରେ ସବୁ କିଛି ଜିନିଷ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଉଚିତ ସ୍ଥାନରେ ରଖାଯିବା ଉଚିତ ନଚେତ ନକାରାତ୍ମକତା ସୃଷ୍ଟି ହୋଇଥାଏ ।

ଘରର ମୁଖ୍ୟଦ୍ୱାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯାହାକି ଘରର ସୁଖ ସମୃଦ୍ଧି ଏବଂ ବୈଭବ ସହିତ ଜଡ଼ିତ । ତେଣୁ କିଛି ଜିନିଷ ରହିଛି ଯାହାକୁ ଘରର ମୁଖ୍ୟଦ୍ୱାର ସାମ୍ନାରେ ରଖିଲେ ଘରର ମହିଳା ଏବଂ ଗୁରୁଜନ ମାନଙ୍କୁ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସମାସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ସାମ୍ନାରେ ଅପରିଷ୍କାର ପାଣି ଜମା ହେଲେ ନକାରାତ୍ମକତା ସୃଷ୍ଟି ହୋଇଥାଏ ଯାହାକି ଘର ଉପରେ ଖରାପ ପ୍ରଭାବ ପକାଇ ଥାଏ । ଏହାଦ୍ବାରା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ମାତା ଲକ୍ଷ୍ମୀ ରୁଷ୍ଟ ହେବା ସହିତ ରାହୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ । ଘର ସାମ୍ନାରେ ସେହି କଣ୍ଟା ଜାତୀୟ ଗଛ ଯେଉଁଥିରୁ କ୍ଷୀର ଭଳି ତରଳ ପଦାର୍ଥ ବାହାରି ଥାଏ ଏବଂ ଫୁଲ ହୋଇ ନଥାଏ ତାହାକୁ ରଖନ୍ତୁ ନାହିଁ ।

ଏହାଦ୍ବାରା ଘରେ ରାହୁ କେତୁ ଦୋଷ ଉତ୍ପନ୍ନ ହେବା ସହିତ ଘରକୁ ଭୂତ ପ୍ରେତ ପ୍ରବେଶ କରିଥାଏ ଏବଂ ଶତ୍ରୁ ମଧ୍ୟ ବଢ଼ିଥାଏ । ଘରର ମୁଖ୍ୟଦ୍ୱାର ସାମ୍ନାରେ ଅଳିଆ ଆବର୍ଜନା , ଡଷ୍ଟବିନ , ଝାଡୁ ପୋଛା ଆଦି ରଖାଯିବା ଉଚିତ ନୁହେଁ ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହେବେ । ଘରର ମୁଖ୍ୟଦ୍ୱାର ସାମ୍ନାରେ ସୁଗନ୍ଧିତ ଫୁଲ ଗଛ କିମ୍ବା ତୁଳସୀ ଗଛ ରଖି ପାରିବେ । ଯାହାଦ୍ୱାରା ମାତା ଲକ୍ଷ୍ମୀ ଆକର୍ଷିତ ହୋଇ ଘରକୁ ପ୍ରବେଶ କରିବେ । ସେହିଭଳି ଯଦି ଘର ସାମ୍ନାରେ କୌଣସି ବିଦ୍ୟୁତ ଖୁଣ୍ଟ କିମ୍ବା ଗଛ ରହିଯାଏ ତେବେ ସୂର୍ଯ୍ୟ କିରଣ ଘର ମଧ୍ୟକୁ ପ୍ରବେଶ କରିପାରେ ନାହିଁ । ଯାହାଦ୍ୱାରା ଘର ଭିତରକୁ ନକାରାତ୍ମକତା ପ୍ରବେଶ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ସାମ୍ନାରେ କୌଣସି ବଡ଼ ଗର୍ତ୍ତ କିମ୍ବା କାଦୁଅ ରହିବା ଉଚିତ ନୁହେଁ ।

ନଚେତ ଏହାଦ୍ବାରା ଶୋକ ସୃଷ୍ଟି ହୋଇଥାଏ । ଘରର ମୁଖ୍ୟଦ୍ୱାର ସାମ୍ନାରେ ମନ୍ଦିର ରହିବା ମଧ୍ୟ ଉଚିତ ନୁହେଁ । ଘରର ମୁଖ୍ୟଦ୍ୱାରରେ ମାତା ଲକ୍ଷ୍ମୀଙ୍କ ଫୋଟ ଲଗାଇବା ଉଚିତ ନୁହେଁ । ସର୍ବଦା ମାତା ଲକ୍ଷ୍ମୀଙ୍କ ଫୋଟକୁ ଘରର ପୂଜା ଘରେ ସ୍ଥାପିତ କରିବା ଉଚିତ । ଘରର ଆଲମାରୀ ଭିତରେ ମଧ୍ୟ ଆପଣ ମାତା ଲକ୍ଷ୍ମୀଙ୍କ ଫୋଟ କିମ୍ବା ମାତା ଲକ୍ଷ୍ମୀଙ୍କ ସହିତ ଜଡ଼ିତ ଜିନିଷ ରଖିପାରିବେ । ଘର ପ୍ରବେଶ ଦ୍ୱାରରେ ଜୋତା ଚପଲ ରଖିବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ ଘର ଦ୍ୱାରରୁ ଫେରି ଯାଆନ୍ତି । ଘରର ମୁଖ୍ୟଦ୍ୱାରରେ କଦଳୀ ପତ୍ର ବନ୍ଦନବାର ଲଗାଇବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ଆକର୍ଷିତ ହୁଅନ୍ତି ଏବଂ ଏଭଳି ଘର ଉପରେ ସବୁବେଳେ ନିଜର ଆଶୀର୍ବାଦ ବର୍ଷା କରନ୍ତି ।

Leave a Reply

Your email address will not be published. Required fields are marked *