ନଡ଼ିଆ ଆପଣଙ୍କର ବନ୍ଦ ହୋଇଥିବା ଭାଗ୍ୟର ତାଲାକୁ ଖୋଲିଦେବ, ସୁଖ ଏବଂ ସମୃଦ୍ଧି ହାସଲ କରିବାରେ ସହାୟକ ହେବ। କରନ୍ତୁ ଏହି ସହଜ ଉପାୟ

ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର, ସମୁଦ୍ର ଶାସ୍ତ୍ର, ଏପରି କିଛି ଶାସ୍ତ୍ର ଅଛି ଯାହାକୁ ଅନୁସରଣ କରି ଆମେ ଆମ ଜୀବନରେ ଆସୁଥିବା ଅସୁବିଧା ଗୁଡ଼ିକର ମୋଡ଼ ପରିବର୍ତ୍ତନ କରିପାରିବା। ଲୋକମାନେ ଯନ୍ତ୍ରଣା ଭୋଗୁଥିବା ସମୟରେ ଏହି ଶାସ୍ତ୍ରୀୟ ଉପଚାରର  ଅନୁସରଣ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ଜାଣିବା ପରେ, ଆପଣ ମଧ୍ୟ ଏହି କାମ କରିବା ପୂର୍ବରୁ ହଜାର ଥର ଚିନ୍ତା କରିବେ ଏବଂ ଏହି କାମ କରିବା ବିଷୟରେ କେବେବି ମଧ୍ୟ ଚିନ୍ତା କରିବେ ନାହିଁ, କାରଣ ଯଦି ଆପଣ ଏହିସବୁ କାମ କରିବାକୁ ଚିନ୍ତା କରନ୍ତି ତାହେଲେ ଆପଣଙ୍କୁ ଥରେ ଚିନ୍ତା କରିବାକୁ ପଡିବ ଆପଣଙ୍କ ସହିତ କଣ ଘଟି ପାରେ। ଆଜିର ଦିନରେ ମଧ୍ୟ ପୂଜାପାଠ କରିବାର ପରମ୍ପରା ପାଳନ କରାଯାଉଛି, ବିଶ୍ୱାସ କରାଯାଏ ଯେ ପୂଜା କରିବା ଦ୍ୱାରା ମନୁଷ୍ୟର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ପୂଜା କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ଘର ପରିବାରରେ କୌଣସି ପ୍ରକାରର ବିପଦ ଆସିନଥାଏ କିନ୍ତୁ ପୂଜାପାଠର କିଛି ନିୟମ ଅଛି ଯାହା ପାଳନ କରିବା ନିତାନ୍ତ ଆବଶ୍ୟକ | ଆପଙ୍କ ଜାଣିବା ପାଇଁ କହିରଖୁ ଯେ ଆମ ହିନ୍ଦୁଧର୍ମରେ ପୂଜାପାଠରେ ନଡ଼ିଆର ବ୍ୟବହାର କରାଯାଏ ଏବଂ ଏହାକୁ ଫଟାଯାଏ । ହିନ୍ଦୁ ଧର୍ମରେ ଗଛ ଲତାର ଗୁଣ ଚିହ୍ନଟ କରି ଏହାକୁ ଧାର୍ମିକ କାର୍ଯ୍ୟକଳାପରେ ଜଡିତ କରାଯାଇଥାଏ। ଏହିପରି ଅନେକ ଔଷଧୀୟ ଗୁଣ ନଡ଼ିଆରେ ମିଳିଥାଏ, ସେଗୁଡିକ ବ୍ୟବହାର କରି ଆପଣ ନିଜ ସ୍ୱାସ୍ଥ୍ୟକୁ ଠିକ୍ ରଖିପାରିବେ ଏବଂ ଅନେକ ଚମତ୍କାର ପଦକ୍ଷେପ ଦ୍ୱାରା ଆପଣ ନିଜର ଖରାପ ହୋଇଯାଇଥିବା କାମକୁ ଭଲ କରିପାରିବେ | ଆସନ୍ତୁ ଜାଣିବା ନଡିଆର ୩ଟି ଚମତ୍କାର ଉପାୟ  ବିଷୟରେ:-

୧- ରୋଗ ଏବଂ ସଙ୍କଟରୁ ମୁକ୍ତି ପାଇବା ପାଇଁ:-

ଯଦି ଆପଣ କିମ୍ବା ଆପଣଙ୍କ ପରିବାର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ତାହେଲେ ଏହି ଉପାୟ କରନ୍ତୁ, ଗୋଟେ ନଡ଼ିଆ ନିଅନ୍ତୁ ଯାହା ପାଣିରେ ପରିପୂର୍ଣ୍ଣ ଥିବ ଏବଂ ସେହି ନଡ଼ିଆକୁ ଆପଣଙ୍କ ନିଜ ଉପରେ ଏବଂ ନିଜ ପରିବାରର ସଦସ୍ୟଙ୍କ ଉପରେ ୨୧ ଥର ମଥାରୁ ବୁଲେଇ ଆଣନ୍ତୁ , ଆପଣ ଏହି ପ୍ରତିକାର ଶନିବାର କିମ୍ବା ମଙ୍ଗଳବାର ଦିନ ହିଁ କରନ୍ତୁ ଏହାପରେ ଏହି ନଡ଼ିଆକୁ ନେଇ ଯାଇ ପ୍ରଭୁ  ହନୁମାନଙ୍କ ମନ୍ଦିରରେ ରଖନ୍ତୁ ଏବଂ ହନୁମାନ ଚାଳିସା ପାଠ କରନ୍ତୁ। ଏମିତି କରିବା ଫଳରେ ଆପଣଙ୍କ ପରିବାର ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ଦୂର ହୋଇଯିବ ଏବଂ ଆପଣଙ୍କର ସମସ୍ତ କାର୍ଯ୍ୟ ଭଲରେ ଚାଲିବ।

୨- ବ୍ୟାପାରରେ ଲାଭ କରିବା ପାଇଁ:-

ଯଦି ଆପଣଙ୍କୁ ବ୍ୟାପାରରେ ଲଗାତାର କ୍ଷତି ହେଉଛି ତେବେ ଆପଣ ଏପରି ଏକ ନଡ଼ିଆ ନେଇ ୨.୫ ମିଟର ହଳଦିଆ କପଡ଼ାରେ ଗୁଡ଼ାଇ ଏକ ଜଡ଼ା ଜାନୁ( ପଇତା ସୂତା )ରେ ୨.୫ କିଲୋ ମିଠା ସହିତ ଅାଖପାଖରେ ଥିବା କୌଣସି ବିଷ୍ଣୁ ମନ୍ଦିରରେ ନିଜର ସଂକଳ୍ପ ସହିତ ଚଢାଇ ଦିଅନ୍ତୁ । ଏପରି କରି ସରିବା ପରେ ତୁରନ୍ତ ଆପଣଙ୍କ ବ୍ୟାପାରରେ ଲାଭ ହେବାକୁ ଲାଗିବ ।

୩- ସ୍ଥାୟୀ ଚାକିରି ପାଇଁ:-

ଆପଣ ଏମିତି କରନ୍ତୁ ଗୋଟେ ନଡ଼ିଆ ଚୋପା (ନଡିଆ କତା) ନିଅନ୍ତୁ ଏବଂ ଏହି ଚୋପାକୁ ପୋଡି ପାଉଁଶ ପ୍ରସ୍ତୁତ କରନ୍ତୁ ଏହା ପରେ ସେହି ପାଉଁଶରେ ନଡିଆ ପାଣି ମିଶାଇ ଏହାକୁ ଗୋଳା ପ୍ରସ୍ତୁତ କରନ୍ତୁ, ଏଥିରେ ୭ଟି ଗୋଳା ପ୍ରସ୍ତୁତ କରନ୍ତୁ ସେଥିରୁ ଚାରିଟି ଚାରି କୋଣରେ ରଖିଦିଅନ୍ତୁ ଏବଂ ଗୋଟିଏ ଗୋଳା ଛାତ ଉପରେ ଫିଙ୍ଗିଦିଅନ୍ତୁ। ବାକି ଦୁଇଟି ବଞ୍ଚିଥିବା ଗୋଳା ଭିତରୁ ଗୋଟିଏ ଅଶ୍ୱତ୍ଥ ଗଛ ତଳେ ରଖିଦିଅନ୍ତୁ ଏବଂ ଗୋଟିଏ ଆପଣ ଯେଉଁ ଅଫିସରେ ଜୀବନ ସାରା କାମ କରିବାକୁ ଚାହୁଁଛନ୍ତି ସେହି ଅଫିସ କୋଣରେ ରଖିଦିଅନ୍ତୁ। କିନ୍ତୁ ବିଶେଷ ଧ୍ୟାନ ଦେବେ ଯେ ଆପଣ ଏହି ଉପାୟ କରିବା ସମୟରେ ଯେମିତି ଆପଣଙ୍କୁ କେହି ନ ଦେଖିବେ। ୭ ଦିନ ପରେ ସେହି ଗୋଳା ଗୁଡିକୁ ଆପଣ ଯେଉଁ ଯେଉଁ ସ୍ଥାନରେ ରଖିଥିଲେ ସେହି ସ୍ଥାନରୁ କାଢି ବାହାର କରି ଦିଅନ୍ତୁ।

Google

ଆପଣମାନଙ୍କୁ ଏହି ଯେଉଁ ନଡିଆକୁ ନେଇ ୩ଟି ପ୍ରତିକ୍ରିୟା ବିଷୟରେ କୁହାଗଲା, ବହୁତ ଭଲ ଉପାୟ ଅଟେ। ଯଦି ଏହି ଉପାୟକୁ ସଠିକ ଭାବରେ  କରାଯାଏ, ତାହେଲେ ଆପଣ ଏହି ଉପାୟ ଗୁଡିକୁ  କରି ଆପଣ ଚାହୁଁଥିବା ମନସ୍କାମନା ନିଶ୍ଚିତ ଭାବରେ ପୂରଣ ହେବ | ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ।

Leave a Reply

Your email address will not be published. Required fields are marked *