ଯଦି ଜୀବନରେ ଚାହୁଁଛନ୍ତି ଭାଗ୍ୟର ସମର୍ଥନ, ତେବେ ନିଶ୍ଚିନ୍ତ ଭାବରେ କରନ୍ତୁ ଏହି ୬ଟି କାର୍ଯ୍ୟ ।

କର୍ମ ଏବଂ ଭାଗ୍ୟ ହେଉଛି ଜୀବନର ଦୁଇଟି ଚକ । ଏଥି ମଧ୍ୟରୁ ଗୋଟିଏ ବିନା ମଧ୍ୟ ଜଣେ ବ୍ୟକ୍ତି ନିଜ ଜୀବନକୁ ସଠିକ୍ ଭାବରେ ବଞ୍ଚି ପାରିବ ନାହିଁ, କିନ୍ତୁ ଅନେକ ଥର କଠିନ ପରିଶ୍ରମ କରିବା ପରେ ମଧ୍ୟ ଭାଗ୍ୟ ତାଙ୍କର ସମର୍ଥନ କରିନଥାଏ । ଏପରି ପରିସ୍ଥିତିରେ ଆପଣଙ୍କୁ କହିବାକୁ ଯାଉଛୁ ଆପଣ କ’ଣ କାର୍ଯ୍ୟ କରି ଆପଣଙ୍କ ଭାଗ୍ୟକୁ ଦୃଢ଼ କରି ପାରିବେ । ସୁଖମୟ ଜୀବନଯାପନ କରିବା ପାଇଁ ହିନ୍ଦୁ ଶାସ୍ତ୍ରରେ ଅନେକ ନିୟମ, ରୀତିନୀତି ଏବଂ ପରମ୍ପରା କୁହାଯାଇଅଛି । ଏହି ନିୟମ, ରୀତିନୀତି ଏବଂ ପରମ୍ପରାକୁ ପାଳନ କଲେ , ଜଣେ ବ୍ୟକ୍ତିଙ୍କୁ ଅକ୍ଷୟ ପୁର୍ଣ୍ୟ ସହିତ ଧନ ଏବଂ ସମ୍ପତି ଲାଭ କରିଥାଏ, ଭାଗ୍ୟ ସହିତ ଜଡିତ ବାଧା ଦୂର ହୋଇଥାଏ । ଧର୍ମଶାସ୍ତ୍ରରେ ବର୍ଣ୍ଣିତ ଏକ ଶ୍ଳୋକ, ଯେଉଁଥିରେ ୬ ଟି ଏପରି କାର୍ଯ୍ୟ କୁହାଯାଇ ଅଛି, ଯାହା ପାଳନ କଲା ପରେ ସେହି କାର୍ଯ୍ୟ ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରି ଦେଇପାରେ । ଶ୍ଳୋକ:- ବିଷ୍ଣୁରେକାଦଶି ଗୀତା ତୁଲସୀ ବିପ୍ରଧେନବଃ । ଅସାରେ ଦୁର୍ଗସଂସାରେ ଷଟପଦୀ ମୁକ୍ତିଦାୟିନୀ ।। ଏହି ଶ୍ଳୋକରେ ୬ଟି କଥା କୁହା ଯାଇଛି, ଯାହାର ଧ୍ୟାନ ଜୀବନରେ ରଖିବା ପରେ ମନୁଷ୍ୟର ସମସ୍ତ ପ୍ରକାର ବାଧାବିଘ୍ନ ଦୂର ହୋଇପାରିବ ।

୧. ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚ୍ଚନା

Google

ଏହି ୬ ଟି କଥାରେ ପ୍ରଥମ କଥା ହେଉଛି ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରିବା । ଭଗବାନ ବିଷ୍ଣୁ ପରମାତ୍ମାଙ୍କ ତିନୋଟି ସ୍ଵରୂପ ମଧ୍ୟରୁ ଏକ, ଭଗବାନ ବିଷ୍ଣୁଙ୍କୁ ଜଗତର ପାଳନକର୍ତା ବୋଲି ବିଶ୍ୱାସ କରାଯାଏ । ଶ୍ରୀହରି ମଧ୍ୟ ଐଶ୍ଵର୍ଯ୍ୟ , ସୁଖ, ସମୃଦ୍ଧି ଏବଂ ଶାନ୍ତିର ପ୍ରଭୁ ମଧ୍ୟ ଅଟନ୍ତି । ବିଷ୍ଣୁ ଅବତାରଙ୍କୁ ପୂଜା କରିବା ଦ୍ୱାରା ଜଣେ ଧର୍ମ, ଅର୍ଥ, କାର୍ଯ୍ୟ ଏବଂ ମୋକ୍ଷ ସବୁ କିଛି ପ୍ରାପ୍ତ କରି ପାରିବେ ।

୨. ଏକାଦଶୀ ବ୍ରତ ।

ଏହି ଶ୍ଳୋକ ମଧ୍ୟରୁ ଦ୍ଵିତୀୟ କଥା ହେଉଛି ଏକାଦଶୀ ବ୍ରତ । ଏହି ବ୍ରତ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଛି । ହିନ୍ଦୁ ପଂଚାଙ୍ଗ ଅନୁସାରେ ପ୍ରତି ମାସରେ ଦୁଇଟି ଏକାଦଶୀ ପଡ଼ିଥାଏ । ଗୋଟିଏ କୃଷ୍ଣ ପକ୍ଷରେ ଏବଂ ଅନ୍ୟଟି ଶୁକ୍ଲା ପକ୍ଷରେ । ଉଭୟ ପକ୍ଷର ଏକାଦାଶିରେ ବ୍ରତ କରିବା ପରମ୍ପରା ପ୍ରାଚୀନ କାଳରୁ ଚାଲିଆସିଛି । ଆଜି ମଧ୍ୟ ଯେଉଁ ଲୋକମାନେ ସଠିକ୍ ପଦ୍ଧତି ଏବଂ ନିୟମର ପାଳନ କରି ଏକାଦଶୀ ବ୍ରତ କରିଥାନ୍ତି, ସେମାନଙ୍କ ଘରେ ସୁଖ ଏବଂ ସମୃଦ୍ଧି ସବୁବେଳେ ରହିଥାଏ ।

୩.ଗୀତା ପାଠ ।

ବିଶ୍ୱାସ କରାଯାଏ ଯେ ଶ୍ରୀମଦ୍ ଭାଗବତ ଗୀତା ଭଗବାନ ଶ୍ରୀକୃଷ୍ଣଙ୍କର ସାକ୍ଷାତ ଜ୍ଞାନସ୍ଵରୂପ ଅଟେ। ଯେଉଁ ଲୋକମାନେ ନିୟମିତ ଭାବରେ ଗୀତା କିମ୍ବା ଗୀତାର ଶ୍ଳୋକ ପାଠ କରନ୍ତି ସେମାନେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି । ଆପଣ ଯେକୌଣସି ଶୁଭ କାର୍ଯ୍ୟ କରୁଥାନ୍ତି, ଭଗବାନଙ୍କ ଉପରେ ଧ୍ୟାନ କରି କରନ୍ତୁ, ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ବଢିଯାଇଥାଏ ।

୪. ତୁଳସୀ

ଘରେ ତୁଳସୀ ରହିବା ଶୁଭ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ, ଏହି କଥା ବିଜ୍ଞାନ ମଧ୍ୟ ସହମତି ଦେଉଛି । ତୁଳସୀ ପତ୍ରର ବାସ୍ନାରେ ପରିବେଶରେ ଥିବା ସୂକ୍ଷ୍ମ କ୍ଷତିକାରକ ଜୀବାଣୁ ସମସ୍ତ ନଷ୍ଟ ହୋଇଯାଇ ଥାନ୍ତି । ଘର ଚାରିପାଖରେ ଥିବା ନକାରାତ୍ମକ ଶକ୍ତି ଦୁର ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ବଢ଼ିଥାଏ । ଏହା ସହିତ ତୁଳସୀର ଯତ୍ନ ନେବା ଏବଂ ପୂଜା କରିଲେ ଦେବୀ ଲକ୍ଷ୍ମୀଙ୍କ ସମେତ ସମସ୍ତ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

୫. ବ୍ରାହ୍ମଣଙ୍କୁ ସମ୍ମାନ

ହିନ୍ଦୁ ଧର୍ମ ଅନୁସାରେ ବ୍ରାହ୍ମଣମାନଙ୍କୁ ସର୍ବଦା ସମ୍ମାନିତ କରାଯାଏ ବୋଲି ବିଶ୍ୱାସ ରହିଛି । ଯେଉଁ ଲୋକମାନେ ବ୍ରାହ୍ମଣଙ୍କ ଅପମାନ କରିଥାନ୍ତି, ସେମାନେ ଜୀବନରେ ସବୁବେଳେ ଦୁଃଖ ପାଇଥାନ୍ତି । ବ୍ରାହ୍ମଣ ହିଁ ଭଗବାନ ଓ ଭକ୍ତଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିଥାନ୍ତି । ବ୍ରାହ୍ମଣମାନେ ହିଁ ଉପଯୁକ୍ତ ପଦ୍ଧତି ସହିତ ପୂଜା ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିଥାନ୍ତି । ଶାସ୍ତ୍ରଗୁଡ଼ିକର ଜ୍ଞାନ ପ୍ରସାରିତ କରିଥାନ୍ତି । ଦୁଃଖ ଦୂର କରିବା ଏବଂ ସୁଖମୟ ଜୀବନ ହାସଲ କରିବା ପାଇଁ ଉପାୟ କହିଥାନ୍ତି । ତେଣୁ ବ୍ରାହ୍ମଣମାନଙ୍କୁ ସର୍ବଦା ସମ୍ମାନ କରିବା ଉଚିତ୍ ।

୬. ଗାଈ ସେବା

Google

ଏହି ଶ୍ଳୋକରେ ଗୋ ଅର୍ଥାତ୍ ଗାଈର ମହତ୍ତ୍ୱ ମଧ୍ୟ ଉଲ୍ଲେଖ କରାଯାଇଛି । ଯେଉଁ ଘରେ ଗାଈ ରହିଥାଏ, ସେଠାରେ ସମସ୍ତ ଦେବୀ ଦେବତା ବାସ କରିଥାନ୍ତି । ଗାଈ ପାଖରୁ ମିଳୁଥିବା କ୍ଷୀର, ମୂତ୍ର, ଓ ଗୋବର ପବିତ୍ର ଓ ସ୍ଵାସ୍ଥ୍ୟ ବର୍ଦ୍ଧକ ହୋଇଥାଏ । ଏହି କଥା ବିଜ୍ଞାନ ମଧ୍ୟ ସ୍ବୀକାର କରି ସାରିଛି । ଗାଈର ମୂତ୍ରକୁ ପ୍ରତିଦିନ ସେବନ କଲେ କେନ୍ସର୍ ପରି ବହୁତ୍ ବଡ଼ ବଡ଼ ରୋଗରୁ ମଧ୍ୟ ସୁସ୍ଥ ହୋଇପାରିବ । ଯଦି ଗାଈର ପାଳନ ନକରି ପାରିବ ତେବେ କୌଣସି ଗୋଶାଳାରେ ନିଜର ଭକ୍ତି ଓ ସାମର୍ଥ୍ୟ ଅନୁସାରେ ଟଙ୍କା ଦାନ କରିପାରିବା । ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *