ଜୀବନକୁ ବଦଳାଇବାକ ଚାହୁଁଛନ୍ତି କି । ତେବେ ନିଶ୍ଚିତ ଭାବରେ ଜାଣି ନିଅନ୍ତୁ ଏହିକିଛି କଥା ।

ଶାସ୍ତ୍ର ଅନୁଯାୟୀ ଯଦି ଆପଣ କାହାକୁ ନିଜ ଜୀବନ ଠାରୁ ଅଧିକ ପ୍ରେମ କରିବେ ତେବେ ଜୀବନରେ ଅଗଣିତ ସମସ୍ୟା ଭରି ଯିବ । କାରଣ କୁହାଯାଏ ଯେ ଯେଉଁ ମନୁଷ୍ୟ କାହାକୁବି ଭଲ ପାଏନି ସେହି ବ୍ୟକ୍ତି ପାଖରେ ସମସ୍ୟା ମଧ୍ୟ ନଥାଏ । ଏହାବ୍ୟତୀତ ଜୀବନର ସବୁଠାରୁ ସହଜ ଉପାୟ ହେଉଛି ଠିକ ଲାଗିଲେ କ୍ଷମା ମାଗି ନିଅନ୍ତୁ ଏବଂ ଠିକ ଲାଗିଲେ କ୍ଷମା କରି ଦିଅନ୍ତୁ । ମନୁଷ୍ୟକୁ ସବୁବେଳେ ହସ ହସ ମୁଖରେ ରହିବା ଉଚିତ । ନଚେତ କ୍ରୋଧରେ ଦେଇଥିବା ଆଶୀର୍ବାଦ ମଧ୍ୟ ଅଭିଶାପ ପାଲଟି ଯାଏ । ଏକା ଭଳି ଦେଖା ଯାଉଥିବା ଏକାଧିକ ଦିଆସିଲି କାଠି ମଧ୍ୟରୁ କିଛି ଦିଆସିଲି କାଠି ଧୂପ ଜଳିବାରେ ସାହାଯ୍ୟ କରୁଥିବା ବେଳେ ଆଉ କିଛି ସିଗାରେଟ ଜାଳିବାରେ ସାହାଯ୍ୟ କରିଥାଏ ।.

ଏହାବ୍ୟତୀତ ଆଜିକା ଜୀବନରେ ମନୁଷ୍ୟର ପୁରା ଜୀବନଶୈଳୀ ବଦଳି ଯାଇଛି । ଆଜିକା ଦୁନିଆରେ କେହି କାହାରି ନୁହେଁ । ସାମାନ୍ୟ କଳି ଝଗଡ଼ା ମଧ୍ୟ ସମ୍ପର୍କକୁ ବହୁତ ଜଲଦି ଭାଙ୍ଗି ଦେଇଥାଏ । ଆଜିକାଲି ଧୋକା ସେଇ ବ୍ୟକ୍ତି ଦେଇଥାଏ ଯାହା ଉପରେ ଅଧିକ ଭରସା ଥାଏ । ଯେଉଁ ବ୍ୟକ୍ତି ଅନ୍ୟକୁ ଈର୍ଷା କରିଥାଏ ତାକୁ କେବେବି ଶାନ୍ତି ମିଳି ନଥାଏ । କାହା ଉପରେ ଏଭଳି କ୍ରୋଧ କରିବା ମଧ୍ୟ ଉଚିତ ନୁହେଁ ଯେମିତି ସେହି ସମସ୍ୟାର ସମାଧାନ କେବେ ଭବିଷ୍ୟତରେ ହୋଇପାରିବ ନାହିଁ । ଜଣେ ମଣିଷ ଅନ୍ୟକୁ ବାରମ୍ବାର କ୍ଷମା କରିପାରେ । କିନ୍ତୁ ଜଣକ ଉପରେ କେବଳ ଥରେ ଭରସା କରାଯାଇ ପାରିବ ।

କଠିନ ସମୟରେ ଯଦି ଧୌର୍ଯ୍ୟର ସହିତ କାମ କରାଯାଏ ତେବେ ସମସ୍ୟାର ସମାଧାନ ହୋଇଯାଏ । ଧୌର୍ଯ୍ୟ ଦ୍ବାରା ମନୁଷ୍ୟ ସବୁ ସମସ୍ୟାର ସମାଧାନ କରିପାରେ । ଯାହାକୁ ଜଣେ ଶକ୍ତି ଏବଂ ଶିଘ୍ରତାର ସହିତ କେବେବି କରି ପାରିବ ନାହିଁ । ଆଜିକା ସମୟରେ ମନୁଷ୍ୟ ମାନଙ୍କ ସମ୍ପର୍କରେ ସବୁବେଳେ ସମସ୍ୟା ଦେଖା ଦେଇଥାଏ କାରଣ ଯେଉଁ ବୁଝାମଣା ସମ୍ପର୍କରେ ଉଭୟଙ୍କ ମନରେ ରହିବା କଥା ତାହା ମୁଣ୍ଡରେ ରହୁଛି । କାରଣ ମନୁଷ୍ୟ ଭଲ କଥା କେବଳ ମୁହଁରେ କହିପାରେ କିନ୍ତୁ କାମରେ କରି ଦେଖାଇ ପାରେ ନାହିଁ । ପୁଣି ଆଜିକାଲିକା ସମୟରେ ଯେଉଁ ମଣିଷ ଉପରେ ଆପଣ ଆଶା ରଖିଥିବେ ସେ ହିଁ ଖରାପ ସମୟରେ ବିଶ୍ୱାସ ଭାଙ୍ଗିଥାଏ କିନ୍ତୁ ଯିଏ କି ନିଜର ନୁହେଁ ସେ ଖୁବ ଖରାପ ସମୟରେ ମଧ୍ୟ ସାଥ ଛାଡ଼ି ନଥାଏ ।

Leave a Reply

Your email address will not be published. Required fields are marked *