ପ୍ରାୟତଃ ଆପଣ ଏପରି ଲୋକଙ୍କୁ ଦେଖିଥିବେ ଯେଉଁମାନେ ସବୁବେଳେ କିଛି ନା କିଛି ମାଗୁଥାନ୍ତି। ସେମାନଙ୍କୁ କେବେ କୌଣସି ଜିନିଷର ଆବଶ୍ୟକ ହୋଇଥାଏ ତ ପୁଣି ସେମାନେ କେବେ କୌଣସି ଜିନିଷ ଭୁଲିଯାଆନ୍ତି ଯେଉଁଥିପାଇଁ ସେମାନେ ଆପଣଙ୍କୁ ପାଖକୁ ଆସିଥାନ୍ତି ଓ ଆପଣଙ୍କୁ ଉଧାର ମାଗିଥାନ୍ତି। ଏହା କିଛି ବି ହୋଇପାରେ। ଏହା ଟଙ୍କା , ପୋଷାକ କିମ୍ବା ଅନ୍ୟ କୌଣସି ଆବଶ୍ୟକୀୟ ଜିନିଷ ମଧ୍ୟ ହୋଇପାରେ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , କିଛି ଜିନିଷ ଏଭଳି ଅଛି , ଯାହାକୁ ଉଧାର ନେବାଦ୍ୱାରା ଆପଣଙ୍କର ସମସ୍ୟା ହୋଇପାରେ। ଆସନ୍ତୁ ସେହି ଜିନିଷଗୁଡ଼ିକ ବିଷୟରେ ଜାଣିବା।
୧) ପେନ୍:-
ଚିତ୍ରଗୁପ୍ତ ନିଜ ଲେଖନୀ ମାଧ୍ୟମରେ ଆମ ଜୀବନରେ ଆଗକୁ ଆସୁଥିବା ଅସୁବିଧା କିମ୍ବା ଖୁସିର ଢାଞ୍ଚା ପ୍ରସ୍ତୁତ କରିଥାନ୍ତି। ସେଥିପାଇଁ ଜୀବନରେ କଲମକୁ ବହୁତ ଗୁରୁତ୍ୱ ଦିଆଯାଇଛି। ବେଦ ଅନୁଯାୟୀ ନିଜର କଲମକୁ କାହା ସହିତ ବାଣ୍ଟିବା କିମ୍ବା କାହାଠାରୁ କଲମ ଉଧାର ନେବା ଦ୍ୱାରା ଉନ୍ନତିରେ ବାଧା ସୃଷ୍ଟି ହୋଇପାରେ।

୨) ପାନିଆ:-
ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜର ପାନିଆ ଆଣିବାକୁ ଭୁଲିଯାଆନ୍ତି ଏବଂ ଅନ୍ୟମାନଙ୍କୁ ପାନିଆ ମାଗିଥାନ୍ତି। ଅନ୍ୟର କାହାର ପାନିଆ ବ୍ୟବହାର କରିବା ସ୍ୱାସ୍ଥ୍ୟ ଏବଂ ଶାସ୍ତ୍ର ଦୃଷ୍ଟିରୁ ହିତକାରକ ନୁହେଁ। କେବଳ ପାନିଆ ନୁହେଁ ବରଂ ମୁଣ୍ଡ ସହିତ ଜଡିତ ସମସ୍ତ ସାମଗ୍ରୀ ଅନ୍ୟ ମାନଙ୍କ ସହ କେବେ ମଧ୍ୟ ବାଣ୍ଟିବା ଉଚିତ୍ ନୁହେଁ।
୩) ମୁଦି:-
ମୁଦି ଉଧାର ନେବା ସାଧାରଣ କଥା ଅଟେ। ଏହା ସହିତ ଜୀବନରେ ଆସୁଥିବା ବିପରୀତ ପରିସ୍ଥିତିକୁ ଯୋଡି କରି ଦେଖାଯାଇଛି। କଦାପି ଅନ୍ୟ କାହାର ମୁଦି ପିନ୍ଧିବା ଉଚିତ୍ ନୁହେଁ କିମ୍ବା ଏହାକୁ ଦେବା ନେବା ଉଚିତ୍ ନୁହେଁ। ଏହାଦ୍ୱାରା ଆପଣଙ୍କ ଜୀବନରେ ସମସ୍ୟା ଆସିବା ସହିତ ଆପଣଙ୍କୁ ଆର୍ଥିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିପାରେ।
୪) ପୋଷାକ:-
ଅନ୍ୟର କାହାର ପୋଷାକ କେବେ ମଧ୍ୟ ଉଧାର ନେବା ଉଚିତ ନୁହେଁ। ଏହା କେବଳ ଶାସ୍ତ୍ରରେ ନିଷେଧ ନୁହେଁ ବରଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ମଧ୍ୟ ଭଲ ନୁହେଁ। ଶାସ୍ତ୍ର ଅନୁଯାୟୀ ଅନ୍ୟ କାହାର ପୋଷାକ ପିନ୍ଧିବା ଦ୍ୱାରା ଆପଣଙ୍କର ଭାଗ୍ୟ ଆପଣଙ୍କ ଉପରେ ଋଷି ଯାଇଥାଏ ଏବଂ ଦୁର୍ଭାଗ୍ୟ ଆପଣଙ୍କୁ ଚାରିପାଖରୁ ଘେରି ଯାଇଥାଏ।

୫) ଘଡି:-
କାହାକୁ ଘଡି ଦେବା ଓ ନେବା ଆପଣଙ୍କୁ ଅସୁବିଧାରେ ପକାଇପାରେ। ତେଣୁ ଅନ୍ୟ କେହି ବ୍ୟକ୍ତିଙ୍କୁ ନିଜର ଘଡି କେବେ ମଧ୍ୟ ପିନ୍ଧିବାକୁ ଦେବା ଉଚିତ୍ ନୁହେଁ। କାରଣ ଘଡିକୁ ବ୍ୟକ୍ତିଙ୍କ ଜୀବନର ସମୟ ସହିତ ସଂଯୁକ୍ତ କରି ଦେଖାଯାଇଛି। ଏହିପରି ସ୍ଥିତିରେ ଅନ୍ୟ କାହାର ଘଡିକୁ ନିଜ ହାତରେ ବାନ୍ଧିବା ଦ୍ୱାରା ଆପଣଙ୍କ ବୃତ୍ତିଗତ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।