ପୁରୁଷମାନଙ୍କର କଳା ଜାଇ କେଉଁଠି ଥିଲେ ଧନବାନ ହୋଇଥାନ୍ତି, ଆଜି ହିଁ ଜାଣି ନିଅନ୍ତୁ ଆପଣଙ୍କର ଅଛି କି ନାହିଁ

ବନ୍ଧୁଗଣ ଧର୍ମ ଶାସ୍ତ୍ର ମତରେ ନାରୀ ମାନଙ୍କର ବାମ ଅଙ୍ଗରେ ଏବଂ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳାଯାଇ କିମ୍ବା ତିଳ ଚିହ୍ନ ଥିଲେ ସ୍ୱଭାଗ୍ୟ ଜନକ ହୋଇଥାଏ। ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ପୁରୁଷ ମାନଙ୍କର କେଉଁ ଅଙ୍ଗରେ କଳାଯାଇ ବା ତିଳ ଥିଲେ ପୁରୁଷ ମାନେ ଧୋନି ବା ଐଶ୍ୱର୍ଯ୍ୟ ଭୋଗ କରିବେ। ତାହେଲେ ଆସନ୍ତୁ ଜାଣିବା। କୌଣସି ପୁରୁଷଙ୍କ ବାହୁରେ  ତିଳ ଚିହ୍ନ ଥିଲେ ସେହି ପୁରୁଷ ଶକ୍ତିଶାଳି ଏବଂ କ୍ଷମତା ଶୀଳ ପୁରୁଷ ହୋଇଥାଆନ୍ତି। କୌଣସି ପୁରୁଷ ହାତରେ ବା ବାହୁରେ ତିଳ ଚିହ୍ନ ଥିଲେ ବହୁତ ପ୍ରତିଷ୍ଠାବାନ ବ୍ୟକ୍ତି ହୋଇଥାଆନ୍ତି  ବହୁତ ଜ୍ଞାନୀ ମଧ୍ୟ ହୋଇଥାଆନ୍ତି ଏବଂ ସମାଜରେ ବହୁତ ସମ୍ମାନ ପାଇଥାନ୍ତି। ଏହା ସହିତ ସେମାନେ ବହୁତ ଚାଲାକ ମଧ୍ୟ ହୋଇଥାଆନ୍ତି। କୌଣସି ପୁରୁଷଙ୍କ ପାପୁଲିରେ ତିଳ ଚିହ୍ନ ଥିଲେ ଉତ୍ତମ ହୋଇଥାଆନ୍ତି ଏବଂ ପାପୁଲିର ପଛ ପଟେ ତିଳ ଚିହ୍ନ ଥିଲେ ମଧ୍ୟ ସେହି ତିଳ ଚିହ୍ନ ଅତ୍ୟନ୍ତ ଶୁଭଙ୍କର ହୋଇଥାଏ ଏବଂ ସେହି ପୁରୁଷଙ୍କୁ ଧନୀ କରାଇ ଥାଏ। ଯେଉଁ ପୁରୁଷଙ୍କ ଗଳାରେ ତିଳ ଚିହ୍ନ ଥାଏ ସେହି ପୁରୁଷ ଆରାମ ଦାୟକ ଜୀବନ ଅତିବାହିତ କରିଥାନ୍ତି। କହୁଣୀ ଉପରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ବହୁତ ବିଦ୍ୱାନ ହୋଇଥାନ୍ତି ଏବଂ କ୍ଷମତା ଶୀଳ ହୋଇଥାନ୍ତି। ଲୋଲାଟର ମଝିରେ ବା ଭୃଲତାରେ ତିଳ ଚିନ୍ହ ଥିଲେ ସେହି ପୁରୁଷ ବହୁତ ଉତ୍ତମ ହୋଇଥାଆନ୍ତି ଭାଗ୍ୟଶାଳୀ ମଧ୍ୟ ହୋଇଥାଆନ୍ତି। ମଥାର ଡାହାଣରେ ଥିଲେ ପୁରୁଷ ଶକ୍ତିଶାଳୀ ଏବଂ କ୍ଷମତାଶାଳୀ ହୋଇଥାଆନ୍ତି। ଆଖିର ପୋତାରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ନିଜର ଜୀବନସାଥୀଙ୍କୁ ବହୁତ ଭଲ ପାଇଥାନ୍ତି ଆଦର ଯତ୍ନ କରିଥାନ୍ତି ବହୁତ ସୁଖ ଦେଇଥାନ୍ତି। ଯେଉଁ ପୁରୁଷଙ୍କ ଗାଲରେ ତିଳ ଚିହ୍ନ ଥାଏ ସେହି ପୁରୁଷ ଅତ୍ୟନ୍ତ ଧନଶାଳୀ ହୋଇଥାଆନ୍ତି ବା ସେହି ତିଳ ଚିହ୍ନ ବ୍ୟକ୍ତିକୁ ଧନ ବାନ କରାଇଥାଏ। ଓଠରେ ତିଳ ଚିହ୍ନ ଥିଲେ ବା ଓଠରେ ଉପରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ବହୁତ ସୋଚଟ ହୋଇଥାଆନ୍ତି ଏବଂ ଜୀବନରେ ବହୁତ ଅଗ୍ରଗତି ମଧ୍ୟ କରିଥାନ୍ତି। ନାକ ଉପରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ବହୁତ ପ୍ରଭାବଶାଳୀ ହୋଇଥାଆନ୍ତି ଏବଂ ବହୁତ ସୁଖ ମଧ୍ୟ ପ୍ରାପ୍ତି କରିଥାନ୍ତି। ଏବେ ଜାଣିବା ଆଙ୍ଗୁଳି ବିଷୟରେ। ବୃଦ୍ଧା ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେ ପୁରୁଷ କାର୍ଯ୍ୟକୁଶଳୀ ହୋଇଥାନ୍ତି। ନ୍ୟାୟ ପ୍ରିୟ ହୋଇଥାଆନ୍ତି ଏବଂ ସମାଜରେ ବହୁତ ପ୍ରତିଷ୍ଠାବାନ ହୋଇଥାଆନ୍ତି। ତିର୍ଜନୀ ବା ବିଷ ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ବହୁତ ବିଦ୍ୱାନ ହୋଇଥାଆନ୍ତି, ଗୁଣବାନ ହୋଇଥାଆନ୍ତି ଏବଂ ଜୀବନରେ କେବେବି ଧନର ଅଭାବ ହୋଇନଥାଏ।

Google

ମଧ୍ୟମା ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ପୁରୁଷଙ୍କୁ ଉତ୍ତମ ଫଳ ମିଳିଥାଏ। ସମସ୍ତ ସୁଖର ପ୍ରାପ୍ତି କରିଥାନ୍ତି। ଜୀବନ ଶାନ୍ତିପୁର୍ଣ ହୋଇଥାଏ। ଅନାମିକା ଆଙ୍ଗୁଳିରେ ବା ପରି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ପୁରୁଷଙ୍କୁ ବହୁତ ଯଶ ଏବଂ ଧନ ମିଳିଥାଏ। ଏବଂ ସେହି ପୁରୁଷ ପରିବାର ପ୍ରେମୀ ହୋଇଥାଆନ୍ତି। କନିଷ୍ଠ ଆଙ୍ଗୁଳି ବା କାନି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ବହୁତ ଧନ ସମ୍ପତ୍ତିର ମାଲିକ ହୋଇଥାଆନ୍ତି।ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

 

Leave a Reply

Your email address will not be published. Required fields are marked *