ବହୁତ ରୋଜଗାର କରିବା ସତ୍ତ୍ୱେ ମଧ୍ୟ ଘରେ ଧନ ରହୁ ନଥିଲେ , ଗୋମତି ଚକ୍ରର ଏହି ସରଳ ଉପାୟ କରନ୍ତୁ ।

ଯଦି ଆପଣଙ୍କୁ କ୍ରମାଗତ ଭାବରେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡୁଅଛି , ତେବେ ପ୍ରଥମ ସୋମବାର ଦିନ ୧୧ଟି ଅଭିମନ୍ତ୍ରିତ ଗୋମତି ଚକ୍ରକୁ ହଳଦୀ ଦ୍ୱାରା ତିଲକ କରନ୍ତୁ ଏବଂ ଶିବଙ୍କୁ ଧ୍ୟାନ କରି ଏହାକୁ ହଳଦିଆ କପଡ଼ାରେ ବାନ୍ଧି ପୁରା ଘରେ ବୁଲାଇ କୌଣସି ପ୍ରବାହିତ ପାଣିରେ ଭସାଇ ଦିଅନ୍ତୁ।ଏଭଳି କରିବାର କେବଳ କିଛି ସମୟ ପରେ ଲାଭ ମିଳିବ। ୨) ଯଦି ଆପଣଙ୍କର ବ୍ୟବସାୟରେ କାହାର ନଜର ଲାଗିଯାଏ , ତେବେ ୧୧ଟି ଅଭିମନ୍ତ୍ରିତ ଗୋମତି ଚକ୍ର ଏବଂ ତିନୋଟି ଛୋଟ ନଡ଼ିଆକୁ ପୂଜା କରିବାପରେ ହଳଦିଆ କପଡ଼ାରେ ବାନ୍ଧି ମୁଖ୍ୟ ଫାଟକରେ ଟାଙ୍ଗିଦିଅନ୍ତୁ। ଏହା ପରେ ଆପଣଙ୍କର ବ୍ୟବସାୟକୁ ମଧ୍ୟ କାହାର ନଜର ଲାଗିବ ନାହିଁ। ୩) ଯଦି କୌଣସି ପିଲା ଶୀଘ୍ର ଭୟଭୀତ ହୋଇଯାଉଛି , ତେବେ ପ୍ରଥମ ମଙ୍ଗଳବାର ଦିନ ଅଭିମନ୍ତ୍ରିତ ଗୋମତି ଚକ୍ରରେ ହନୁମାନଙ୍କର ଡାହାଣ କାନ୍ଧର ସିନ୍ଦୁର ନେଇ ତିଲକ କରି କୌଣସି ନାଲି କପଡ଼ାରେ ବାନ୍ଧି ପିଲାଙ୍କ ବେକରେ ପିନ୍ଧାଇ ଦିଅନ୍ତୁ। ପିଲାର ଭୟ କରିବା ଶେଷ ହୋଇଯିବ।

Google

୪) ଯଦି ଆପଣଙ୍କ ହାତରେ ଅଧିକ ଖର୍ଚ୍ଚ ହେଉଛି , ତେବେ ପ୍ରଥମ ଶୁକ୍ରବାର ଦିନ ୧୧ଟି ଅଭିମନ୍ତ୍ରିତ ଗୋମତି ଚକ୍ରକୁ ହଳଦିଆ କପଡାରେ ରଖି , ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ବିଧିବିଧାନ ଅନୁଯାୟୀ ପୂଜା କରନ୍ତୁ। ଦ୍ୱିତୀୟ ଦିନରେ ସେଥି ମଧ୍ୟରୁ ୪ଟି ଗୋମତି ଚକ୍ର ଉଠାଇ ଘରର ଚାରି କୋଣରେ ଗୋଟିଏ କିମ୍ବା ଦୁଇଟି ପୋତି ଦିଅନ୍ତୁ ଏବଂ ୩ଟି ଗୋମତି ଚକ୍ରକୁ ନାଲି କପଡ଼ାରେ ବାନ୍ଧି ଟଙ୍କା ରଖିବା ସ୍ଥାନରେ ରଖିଦିଅନ୍ତୁ ଏବଂ ପୂଜା ସ୍ଥାନରେ ୩ଟି ଚକ୍ରକୁ ରଖିଦିଅନ୍ତୁ। ଶେଷରେ ରହିଥିବା ଗୋଟିଏ ଚକ୍ରକୁ କୌଣସି ମନ୍ଦିରକୁ ଯାଇ ନିଜ ସମସ୍ୟା ନିବେଦନ ସହିତ ଭଗବାନଙ୍କୁ ଅର୍ପଣ କରିଦିଅନ୍ତୁ। ଏହା କରିବା ଦ୍ୱାରା କିଛି ସମୟ ମଧ୍ୟରେ ଲାଭ ଦେଖିବାକୁ ମିଳିବ।

Google

୫) ଯଦି କୌଣସି ବ୍ୟକ୍ତି କିମ୍ବା ପିଲାକୁ ବାରମ୍ବାର ନଜର ଲାଗୁଥାଏ , ତେବେ ସେମାନେ କୌଣସି ନିର୍ଜନ ସ୍ଥାନକୁ ଯାଇ ୩ଟି ଗୋମତି ଚକ୍ରକୁ ନିଜ ଉପରେ ୭ଥର ବୁଲାଇ ପଛକୁ ଫୋପାଡ଼ି ଦିଅନ୍ତୁ ଓ ପଛକୁ ବୁଲି ଚାହଁନ୍ତୁ ନାହିଁ। ଏହି କାର୍ଯ୍ୟ କରିବା ଦ୍ୱାରା କେବେ ମଧ୍ୟ ନଜର ଦୋଷ ହେବ ନାହିଁ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ।

Leave a Reply

Your email address will not be published. Required fields are marked *