ମାସିକ ଧର୍ମ ସମୟରେ କାହାକୁ ସ୍ପର୍ଶ କରିବା ଉଚିତ ନୁହେଁ ଏବଂ ସ୍ତ୍ରୀଙ୍କୁ କାହିଁକି ଆସିଥାଏ ମାସିକ ଧର୍ମ ।

ଥରେ ମାତା ଲକ୍ଷ୍ମୀଙ୍କ ଉପସ୍ଥିତିରେ ଭଗବାନ ବିଷ୍ଣୁ ସିରସାଗରରେ ଆରାମ କରୁଥିଲେ । ଏହି ସମୟରେ ମାତା ଲକ୍ଷ୍ମୀ ପ୍ରଶ୍ନ କରିଛନ୍ତି ଯେ କାହିଁକି ମହିଳାଙ୍କୁ ମାସିକ ଧର୍ମ ଆସିଥାଏ ଏବଂ ସେହି ସମୟରେ ମହିଳାଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ । ମାତା ଲକ୍ଷ୍ମୀଙ୍କ ପ୍ରଶ୍ନ ଅନୁଯାୟୀ ଭଗବାନ ବିଷ୍ଣୁ ଦେବ ଶର୍ମାଙ୍କ କଥା ଶୁଣାଇଛନ୍ତି । ସେହି କଥା ଅନୁଯାୟୀ ଖୁବ ପୁରୁଣା କାଳରେ ମଧ୍ୟ ଦେଶରେ ଦେବଶର୍ମା ନାମକ ଜଣେ ଗରିବ ବ୍ରାହ୍ମଣ ରହୁଥିଲେ ଯିଏକି ବେଦ ଶାସ୍ତ୍ରରେ ପୁରା ପାରଙ୍ଗମ ଥିଲେ । ସେ ଖୁବ ଶାନ୍ତ ଭଲ ସ୍ୱାଭାବର ଥିଲେ ଏବଂ ନିଜ ଜ୍ଞାନର ଉପଯୋଗ କେବେବି ଧନ ଅର୍ଜନ କରିବାକୁ କରି ନଥିଲେ । ଥରେ ସେହି ଦେବ ଶର୍ମା ଏକ କୁକୁର ଏବଂ ବଳଦ ପରସ୍ପର ମଧ୍ୟରେ କଥା ହେଉଥିଲେ ଯେଉଁ ଦୁଇଜଣ ଦେବଶର୍ମାଙ୍କ ପୂର୍ବଜନ୍ମର ବାପା ମା’ ଥିଲେ ।

ତେଣୁ ନିଜ ମାତା ପିତାଙ୍କ ପାଇଁ କଣ କରିବେ ଭାବି ରାତିସାରା ନିଦ ହେଉ ନଥିଲା । ଏହାର ସମାଧାନ କେବଳ ଋଷି ବଶିଷ୍ଠ କରିବେ ବୋଲି ବିବେଚନା କଲେ ଦେବଶର୍ମା । ଏହାପରେ ବଶିଷ୍ଠଙ୍କୁ ଯାଇ ପଚାରିଲେ ଯେ ଗତକାଲି ସେ ଯେଉଁ ବ୍ରାହ୍ମଣଙ୍କୁ ଭୋଜନ କରାଇଥିଲେ ସେହି ବ୍ରାହ୍ମଣଙ୍କୁ ଦେଇଥିବା କ୍ଷୀରରେ ଏକ ସାପ ବିଷ ଉଗାଳି ଦେଇଥିଲା । ଯାହା ଗତକାଲି ଆସିଥିବା ଏକ କୁକୁର କହୁଥିବାର ସେ ଶୁଣିବାକୁ ପାଇଲେ । ଯଦି ସେହି କ୍ଷୀରରେ ଭୋଜନ ହୋଇଥାନ୍ତା ତେବେ ଅନର୍ଥ ହୋଇ ଯାଇଥାନ୍ତା । ଯାହାକୁ ସେହି କୁକୁର ଖାଇ ଦେଇଥିବାରୁ ଭଲ ଭାବରେ ଚାଲି ପାରୁନାହିଁ । ଏହାପରେ ବଳଦ କହେ ଯେ ପୂର୍ବଜନ୍ମରେ ଥିବା ପୁତ୍ର ଏହି ଜନ୍ମରେ ସମସ୍ତଙ୍କୁ ଭୋଜନ କରାଇଲା ସତ କିନ୍ତୁ ତାଙ୍କୁ ଚାରା ସୁଦ୍ଧା ପକାଇଲେ ନାହିଁ ।

ଯେଉଁ କାରଣରୁ ସେ ଦୁଃଖିତ ଅଛନ୍ତି । ଏଥିପାଇଁ ସେ ଚିନ୍ତିତ ହୋଇ ଗୁରୁ ବଶିଷ୍ଠଙ୍କୁ କହିଲେ । ଏହାପରେ ବଶିଷ୍ଠ କହନ୍ତି ଯେ ପୂର୍ବ ଜନ୍ମରେ ତାଙ୍କ ବାପା ମା ‘ ଖୁବ୍ ପାପ କରିଥିବାରୁ ତାଙ୍କର ଏଭଳି ଦୁର୍ଦ୍ଦଶା ହୋଇଛି । ସେହି ବଳଦ ପୂର୍ବ ଜନ୍ମରେ ବ୍ରାହ୍ମଣ ଥିଲେ ଏବଂ ଏକାଦଶୀରେ ବ୍ରତ କରି ଭୋଜନ କରିବା ସହିତ ଦାନ ଧର୍ମ ମଧ୍ୟ କରି ନଥିଲେ । ଏହାସହିତ ପିତୃଙ୍କୁ ଶ୍ରାଦ୍ଧ ନେଦବା ସହିତ ତାଙ୍କ ମାତାଙ୍କ ମାସିକ ଧର୍ମ ସମୟରେ ତାଙ୍କ ସହିତ ସମ୍ବନ୍ଧ ବନାଇ ଥିଲେ । ଏହି କାରଣରୁ ଏହି ଜନ୍ମରେ ତାଙ୍କର ବଳଦ ଜନ୍ମ । ଏହା ବ୍ୟତିତ ତାଙ୍କ ମା ରଜସ୍ଵଲା ହୋଇ ଖାଦ୍ୟ ବନାଇଥିଲେ ଅର୍ଥାତ୍ ମାସିକ ଧର୍ମ ସମୟରେ ଖାଦ୍ୟ ବନାଇ ଥିଲେ । ତେଣୁ ତାଙ୍କୁ ଅଭଳି କୁକୁର ଜନ୍ମ ମିଳିଛି ।

ମାସିକ ଧର୍ମ ସମୟରେ ମହିଳାଙ୍କୁ ଅନେକ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । ଏହାପରେ ଦେବଶର୍ମା ତାଙ୍କ ପିତା ମାତାଙ୍କ ମୁକ୍ତି ପାଇଁ ଉପାୟ ପଚାରିଲେ । ସମାଧାନ ଅନୁଯାୟୀ ଯଦି ସେ ଅମାବାସ୍ୟା ଦିନ ନିଜ ମାତା ପିତାଙ୍କ ଶ୍ରାଦ୍ଧ ଦେଇ ଦାନ ଧର୍ମ ଏବଂ ଗୋମାତାଙ୍କୁ ଖୁଆନ୍ତି ତେବେ ତାଙ୍କ ମାତା ପିତାଙ୍କୁ ମୁକ୍ତି ମିଳି ପାରିବ । ସତ୍ୟ ଯୁଗରେ ଏକ କାହାଣୀ ଅନୁଯାୟୀ ବ୍ରହ୍ମ ହତ୍ୟା କାରଣରୁ ସ୍ତ୍ରୀଙ୍କୁ ମାସିକ ଧର୍ମ ଆସିଥାଏ ବୋଲି କଥା ରହି ଆସିଛି ଯେଉଁ ପୁରୁଷ ମାସିକ ଧର୍ମ ସମୟରେ ସ୍ତ୍ରୀଙ୍କୁ ସ୍ପର୍ଶ କରିଥାଏ ଏବଂ ସମ୍ବନ୍ଧ ବନାଇ ଥାଏ ତାକୁ ବ୍ରହ୍ମ ହତ୍ୟାର ପାପ ଲାଗିଥାଏ ।

Leave a Reply

Your email address will not be published. Required fields are marked *