ଯେଉଁ ସ୍ତ୍ରୀ ଏହି ତିନୋଟି ଜିନିଷ ଦାନ କରିଥାଏ ସେ କେବେବି ବିଧବା ହୋଇ ନଥାଏ । ଜାଣି ରଖନ୍ତୁ ।

ପୁରାଣରେ ଦାନର ଅନେକ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଅନ୍ୟକୁ ସାହାଯ୍ୟ କଲେ ଏବଂ ଅନ୍ୟର କଲ୍ୟାଣ ପାଇଁ କାମ କଲେ ହିଁ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଯେଉଁ ବ୍ୟକ୍ତି ନିଜ ସାମ୍ୟର୍ଥ ଅନୁସାରେ ସମୟ ସମୟରେ ଦାନ ଧର୍ମ କରିଥାଏ ତାର କେବେ ଦୁର୍ଗତି ହୋଇ ନଥାଏ । ଦାନ କଲେ ହିଁ ମନୁଷ୍ୟର ଉଦ୍ଧାର ହୋଇଥାଏ । ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଗରୁଡ଼ ପୁରାଣ ଅନୁସାରେ ଦାନ ଦ୍ୱାରା ସାଂସାରିକ ମୋହ ଏବଂ ବିକାର ଠାରୁ ମୁକ୍ତି ମିଳିବା ପାଇଁ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । କାରଣ ମନୁଷ୍ୟ ଉପରକୁ ଆସୁଥିବା ସମସ୍ୟା ଦାନ କରିବା ଦ୍ୱାରା ହିଁ ଠିକ ହୋଇଥାଏ । କେବଳ ସେତିକି ନୁହେଁ ବାସ୍ତୁ ଶାସ୍ତ୍ର ଅନୁସାରେ ଜୀବନକୁ ଯେତେବେଳେ ଦୁର୍ଭାଗ୍ୟ ଆସିବା ଆରମ୍ଭ ହୋଇଯାଏ ସେତେବେଳେ ଆଗରୁ ହିଁ ପ୍ରତୀତ ହୋଇଥାଏ । ଘରେ କଳହ କ୍ଳେଶ ଉତ୍ପନ୍ନ ହେବା ଆରମ୍ଭ ହୋଇଯାଏ । ଯାହା ଏକ ବଡ଼ ଦୁର୍ଭାଗ୍ୟର ସଂକେତ ହୋଇଥାଏ ।

ମାତ୍ର ଶାସ୍ତ୍ର ଅନୁଯାୟୀ ଦାନ ଏପରି ଏକ ଉପାୟ ଅଟେ ଯାହାଦ୍ୱାରା ଦୁର୍ଭାଗ୍ୟ ନଷ୍ଟ ହୋଇଥାଏ । ତେଣୁ ଗରୁଡ଼ ପୁରାଣରେ କିଛି ଏପରି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଦାନ କରିବା ଦ୍ୱାରା ଜୀବନରେ କେବେବି ଦୁର୍ଭାଗ୍ୟ ଆସି ନଥାଏ । ଏହାବ୍ୟତୀତ ଯଦି କେହି ସ୍ତ୍ରୀ ଏହି ତିନୋଟି ଜିନିଷର ଦାନ କରିଥାଏ ସେ ସୌଭଗ୍ୟବତୀ ହୋଇଥାଏ । ଏପରି ସ୍ତ୍ରୀର ସ୍ୱାମୀର କେବେ ମୃତ୍ୟୁ ହୁଏନାହିଁ । ସେ ସର୍ବଦା ସୁହାଗନ ରହିଥାଏ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଏହିସବୁ ଜିନିଷ ଦାନ କରିଥାଏ ସେହି ବ୍ୟକ୍ତିର ମୃତ୍ୟୁ ପରେ ତାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।

1 . ଅନେକ ସମୟରେ ମନୁଷ୍ୟ ଜୀବନରେ ଅନେକ ସମସ୍ୟା ରହିଥାଏ । ଅନେକ ଚେଷ୍ଟା ପରେ ବି ତାହାର ସମାଧାନ ହୁଏ ନାହିଁ । ତାହା ଗ୍ରହ ଦୋଷ କାରଣରୁ ହୋଇଥାଏ । ତେଣୁ ଲୁଣ ଏକ ଏପରି ଜିନିଷ ଅଟେ ଯାହାକୁ ଦାନ କରିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ । ଲୁଣକୁ ସର୍ବଦା କୌଣସି ବ୍ରାହ୍ମଣ କିମ୍ବା ମନ୍ଦିରରେ ଦାନ କରିବା ଉଚିତ । ମାତ୍ର ଲୁଣ ଦାନ କରିବା ସମୟରେ ତାହାକୁ ସିଧା ହାତରେ କିମ୍ବା କୌଣସି ମନ୍ଦିରରେ ଦାନ କରିବା ଉଚିତ । ଏହାଦ୍ବାରା ପିତୃ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ପିତୃ ଦୋଷ ମଧ୍ୟ ଦୂର ହୋଇଥାଏ ।

2 . ଯଦି କୌଣସି ବ୍ୟକ୍ତି ଗମ୍ଭୀର ରୋଗରେ ପୀଡିତ ଅଛି ତେବେ ତାକୁ ନାଲି କପଡ଼ା ଦାନ କରିବା ଉଚିତ । କାରଣ ନାଲି ରଙ୍ଗର ଅର୍ଥ ମଙ୍ଗଳ ଦେବତା ଅଟନ୍ତି । ଯିଏକି ମନୁଷ୍ୟ ଜୀବନରୁ ସବୁ ସମସ୍ୟା ଦୂର କରିଥାନ୍ତି । ଏହାଦ୍ବାରା ରୋଗ ମଧ୍ୟ ଦୂର ହୋଇଥାଏ ।

3 . ଯଦି କୌଣସି ବ୍ୟକ୍ତି କୌଣସି ମାନସିକ ଚିନ୍ତା ଗ୍ରସ୍ତ ଅଛନ୍ତି ତେବେ ତାଙ୍କୁ କଳା ତିଳ ଦାନ କରିବା ଉଚିତ । ଏହାଦ୍ବାରା ମାନସିକ ଚିନ୍ତା ଦୂରେଇ ଯିବା ସହିତ ମନ ମଧ୍ୟ ପ୍ରସନ୍ନ ରହିବ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ତିଳ ଦାନ କରିଥାଏ ତାର କେବେବି ଦୁର୍ଗତି ହୋଇ ନଥାଏ । ଧଳା ତିଳ ଦାନ କଲେ ମନୁଷ୍ୟର ସବୁ ପାପ ନଷ୍ଟ ହୋଇଯାଏ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଶନିବାର ଦିନ ଶନି ମନ୍ଦିରକୁ ଯାଇ କଳା ତିଳ ନିଶ୍ଚୟ ଦାନ କରନ୍ତୁ । ଶନି ଦେବଙ୍କ କୃପାରୁ ସବୁ ଦୁଃଖ ଦୂର ହୋଇଯିବ । ଏହାସହିତ ସବୁ ଗ୍ରହ ଦୋଷ ମଧ୍ୟ ନଷ୍ଟ ହୋଇଯିବ ।

୪ . ଜଣେ ବିବାହିତ ନାରୀକୁ ପ୍ରତି ସୋମବାର ଶିବ ମନ୍ଦିରରେ କଞ୍ଚା କ୍ଷୀର , ଚାଉଳ ଏବଂ ଚିନି ଦାନ କରିବା ଉଚିତ । ଶିବ ମହାପୁରାଣ ଅନୁଯାୟୀ ଯେଉଁ ସ୍ତ୍ରୀ ଏହି ତିନୋଟି ଜିନିଷ ଶିବ ମନ୍ଦିରରେ ଦାନ କରିଥାଏ ସେ କେବେ ବିଧବା ହୋଇ ନଥାଏ । ଏହାଦ୍ବାରା ତାର ଜୀବନରେ କେବେ ଦୁଃଖ ଆସି ନଥାଏ ।

୫ . ମନୁଷ୍ୟ ଘିଅ ଏବଂ ଗୁଡ଼ ଦାନ କଲେ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଜୀବନରେ କେବେ କଳହ କ୍ଳେଶ ଦେଖା ଦିଏନାହିଁ । ଏହାଦ୍ବାରା ମାନସିକ ଚିନ୍ତା ମଧ୍ୟ ଆସି ନଥାଏ ଏବଂ ବ୍ୟକ୍ତି ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ମଧ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *