Chanakya Niti:ପତ୍ନୀଙ୍କୁ ଏହି 5 କଥା କହି ଫସିଯାନ୍ତି ପତି, ଜୀବନ ସାରା ତାଙ୍କ ଇଶାରାରେ ନାଚିଥାନ୍ତି..

ଆପଣ ଦେଖିଥିବେ କି କିଛି ସ୍ତ୍ରୀ ନିଜ ସ୍ୱାମୀମାନଙ୍କୁ ନିଜ ଇଶାରା ନଚେଇ ଥାନ୍ତି | ସ୍ୱାମୀ ମଧ୍ୟ ସେମାନଙ୍କ ଇଶାରାରେ କାଠ କଣ୍ଢେଇ ପରି ନାଚିଥାନ୍ତି | ବାସ୍ତବରେ ଏଥିରେ ସମସ୍ତ ଭୁଲ ସ୍ୱାମୀ ମାନଙ୍କର ହିଁ ହୋଇଥାଏ | ସେମାନେ ନିଜ ପତ୍ନୀଙ୍କୁ କିଛି ଖାସ କହିଦେଇ ଥାନ୍ତା | ଏହାର ଫାଇଦା ସ୍ତ୍ରୀ ଉଠାଇ ଥାନ୍ତି| ମହାନ ଅର୍ଥଶାସ୍ତ୍ରୀ, କୂଟନୀତିଜ୍ଞ ଏବଂ ରାଜନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ନିଜ ଚାଣକ୍ୟ ନୀତି ରେ ଏହାର ଉଲ୍ଲେଖ କରିଛନ୍ତି | ତାଙ୍କ ହିସାବରେ ପତି ପତ୍ନୀଙ୍କୁ କିଛି ଖାସ କଥା କେବେ ବି କହିବା ଉଚିତ ନୁହେଁ |

ପତ୍ନୀଙ୍କୁ ଭୁଲରେ ବି କୁହନ୍ତୁ ନାହିଁ ଏହା କଥା

1.ଯଦି କେହି ଆପଣଙ୍କ ଅପମାନ କରନ୍ତି କିମ୍ଵା ସମସ୍ତଙ୍କ ସାମ୍ନାରେ ଆପଣଙ୍କ ଇଜ୍ଜତ ଉପରେ ଆଞ୍ଚ ଆଣନ୍ତି ତେବେ ଏହି କଥା କାହା ସହ ସେୟାର କରନ୍ତି ନାହିଁ |ସେମାନେ ଆପଣଙ୍କ ଏହି କଥାର ମଜାକ ଉଡାଇ ପାରନ୍ତି | ଆପଣଙ୍କୁ ଏହି ରାଜକୁ ସମସ୍ତଙ୍କ ସହ ସେୟାର କରିବାର ଧମକ ଦେଇ ଆପଣଙ୍କ ସହ କିଛି ବି କରେଇ ପାରନ୍ତି | ଏହି କଥା ନିଜ ସ୍ତ୍ରୀଙ୍କୁ ମଧ୍ୟ କହିବା ଉଚିତ ନୁହେଁ | ସ୍ଥିତି ଅନୁସାରେ ସେ ମଧ୍ୟ ଏହାକୁ ନେଇ ବହୁତ କଥା କହିପାରନ୍ତି | ଆପଣଙ୍କୁ ସମସ୍ତଙ୍କ ସାମ୍ନାରେ ନୀଚ ଦେଖେଇ ପାରନ୍ତି |

2.ଚାଣକ୍ୟ ନୀତି ଅନୁସାରେ ମନୁଷ୍ୟଙ୍କୁ ନିଜ ଭୁଲ ଏବଂ ଦୁର୍ବଳତା ବିଷୟରେ କାହାକୁ ବି କହିବା ଉଚିତ ନୁହେଁ | ଯଦି ଆପଣ ଆପଣଙ୍କ ଦୁର୍ବଳତା ଅନ୍ୟଙ୍କ ସାମ୍ନାରେ ଦର୍ଶାଇବେ ତେବେ ସେହି ମଣିଷ ତାର ଲାଭ ଉଠେଇବାରେ ଡେରି କରିବେ ନାହିଁ | ଏହା ପରେ ସେ ଆପଣଙ୍କ କମଜୋରୀର ଧମକ ଦେଇ ଆପଣଙ୍କ ଠୁ ଯାହା ଇଛା ତାହା କରିନେବେ | ସେ ଆପଣଙ୍କ କମଜୋରୀ କୁ ପୁରା ଦୁନିଆ ଆଗରେ କହି ଆପଣଙ୍କୁ ନୀଚ ଦେଖେଇ ପାରିବେ | ସେଥିପାଇଁ ନିଜ ଦୁର୍ବଳତା ବନ୍ଧୁ ଓ ପରିବାରଙ୍କୁ ନୁହେଁ ବରଂ ନିଜ ସ୍ତ୍ରୀ ଙ୍କୁ ମଧ୍ୟ କହିବା ଉଚିତ ନୁହେଁ

3.ଆଚାର୍ଯ୍ୟ ଚାଣକ୍ୟ ଅନୁସାରେ ନିଜ ଦାନ ଙ୍କୁ ମଧ୍ୟ ସବୁ ବେଳେ ଗୁପ୍ତ ରଖିବା ଦରକାର | ଯଦି ଆପଣ ଦାନ ବିଷୟରେ ସ୍ତ୍ରୀଙ୍କୁ କହିବେ ତେବେ ସେ ତାନା ମାରି ପାରନ୍ତି | କହି ପାରନ୍ତି କି ଦାନ କରିବାକୁ ପଇସା ଅଛି କିନ୍ତୁ ମୋର ଜରୁରତ ପାଇଁ ନାହିଁ | ଏହା ବ୍ୟତୀତ ଦାନର ଅଧିକ ଡେଙ୍ଗୁରା ପିଟା ଯିବା ଦ୍ୱାରା ସେହି ଦାନର ମହତ୍ୱ ଶେଷ ହୋଇଯାଏ | ଏମିତିରେ ଆପଣ ଦାନ ଏବଂ ମହତ୍ୱ କୁ ଗୁପ୍ତ ରଖିବା ରେ ହିଁ ଭଲ ଅଟେ |

4.ଗୋଟିଏ ପତି କୁ କେବେ ବି ନିଜ ପତ୍ନୀକୁ ଅସଲି ରୋଜଗାର କହିବା ଉଚିତ ନୁହେଁ | ଯଦି ଆପଣ ତାଙ୍କୁ ନିଜର ଇନକମ ର ସମସ୍ତ ସୋର୍ସ କହିଦେବେ ତେବେ ସେ ଆପଣଙ୍କ ଠାରୁ ଆହୁରି ଅଧିକ ପଇସା ମାଗିବେ |ତାଙ୍କର ଖର୍ଚ ଆହୁରି ବଢ଼ିଯିବ |ଆପଣଙ୍କ ସେଭିଙ୍ଗ କମ ହୋଇଯିବ |ତାଙ୍କୁ କୌଣସି ଜିନିଷର ଆବଶ୍ୟକତା ନଥିବ କିନ୍ତୁ ତଥାପି ସେ ସେହି ଜିଣିଷ କିଣିନେବେ |

5.ପତି କୁ ନିଜ ପତ୍ନୀଙ୍କୁ କେବେ ବି ପୁରୁଣା ପ୍ରେମ ପ୍ରସଙ୍ଗ ସହ ଜଡିତ ସମ୍ପର୍କ ବିଷୟରେ କହିବା ଉଚିତ ନୁହେଁ |ଏହା ଯୋଗୁ ପତି ଏବଂ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇପାରେ | ତାପରେ ସେ ଏହି କଥାକୁ ଧରି ଆପଣଙ୍କୁ ବହୁତ ତାନା ମାରିପାରିବେ | ଆପଣଙ୍କ ରାଜ ଅନ୍ୟଙ୍କୁ କହିଦେବାର ଧମକ ମଧ୍ୟ ଦେଇ ପାରିବେ | ସେଥିପାଇଁ ନିଜ ପୂର୍ବ ପ୍ରେମିକା ବିଷୟରେ ପତ୍ନୀଙ୍କୁ ନକହିବାରେ ହିଁ ଭଲ |

Leave a Reply

Your email address will not be published. Required fields are marked *