ନିତ୍ୟ ତୁଳସୀରେ ଜଳ ଦେଇଥିଲେ କଣ ହୋଇଥାଏ ? ସ୍ବୟଂ ଭଗବାନ ବିଷ୍ଣୁ କହିଛନ୍ତି ଏଭଳି କିଛି ।

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ମାନା ଯାଇଥାଏ । ଏହି ଗଛରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ବୋଲି କୁହାଯାଏ । ତୁଳସୀଙ୍କୁ ବିଷ୍ଣୁପ୍ରିୟା କୁହାଯାଏ । ତେଣୁ ଯେଉଁ ବ୍ୟକ୍ତି ପ୍ରତିଦିନ ତୁଳସୀର ପୂଜା କରିଥାଏ ତାର କେବେ ଦୁର୍ଗତି ହୋଇ ନଥାଏ । ତେବେ ତୁଳସୀକୁ ଜଳ ଦେଲେ କଣ ଲାଭ ମିଳେ ତାହା ଆଜି ଆମେ ଏହି ଲେଖା ମାଧ୍ୟମରେ କହିବୁ । ଥରେ ଦେବୀ ସତ୍ୟଭାମା ଭଗବାନ ବିଷ୍ଣୁଙ୍କୁ ପ୍ରଶ୍ନ କଲେ ଯେ ” ଭଗବାନ ବିଷ୍ଣୁ ସମଗ୍ର ବିଶ୍ୱର ପାଳନକର୍ତ୍ତା ହେବା ସତ୍ତ୍ୱେବି କାହିଁକି ସେ ତୁଳସୀ ଗଛରେ ପାଣି ଦେଉଛନ୍ତି ” । ଉତ୍ତରରେ ଭଗବାନ ବିଷ୍ଣୁ କହିଛନ୍ତି ଯେ ତୁଳସୀ ଗଛ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ରୂପ ଅଟେ ।

ଏହି ଗଛରେ ଜଳ ଚଢ଼ାଇଲେ ମଣିଷ ଶତ ଶତ ପାପରୁ ବର୍ତ୍ତିଯାଏ । ଏହାକୁ ବୁଝାଇବାକୁ ଯାଇ ଭଗବାନ ବିଷ୍ଣୁ ଏକ କଥା ଶୁଣାଇଛନ୍ତି । ଯାହାକୁ ମଣିଷ ଶ୍ରବଣ କଲେ ସବୁ ପାପ ଦୂର ହୋଇଯିବ । ସେହି କଥା ଅନୁଯାୟୀ ଗୋଟିଏ ଦେଶରେ ଅବନ୍ତିପୁରରେ ଧନେଶ୍ୱର ନାମକ ଜଣେ ବ୍ରାହ୍ମଣ ରହୁଥିଲା ଯିଏକି ସବୁବେଳେ ଖରାପ କାମ , କପଟ , ଛଳନା ଏବଂ ଚୋରି କରି ଟଙ୍କା କମାଉଥିଲା । ଦିନରେ ଚୋରି ଏବଂ ରାତିରେ ବେଶ୍ୟାଙ୍କ ସହିତ ରାତି ବିତାଉଥିଲା । ଥରେ ସେ ହରିଦ୍ରି ବିକ୍ରି ପାଇଁ ମାହେଦ୍ରପୁର ପହଞ୍ଚିଲା ଏବଂ ନର୍ମଦା ନଦୀ କୂଳରେ ଥିବା ସନ୍ଥ ମହାତ୍ମା ରହୁଥିବା କୁଟୀରରେ ଏକ ମାସ ରହି ସେମାନଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା ଏବଂ ଅଜାଣତରେ ତୁଳସୀ ଗଛରେ ଜଳ ଅର୍ପଣ କଲା ।

ଥରେ ସେ ଶୋଇଥିବା ସମୟରେ ନିଦରେ ସାପ କାମୁଡ଼ି ଦେବାରୁ ତାର ମୃତ୍ୟୁ ହୋଇଗଲା । ସକାଳୁ କୁଟୀରରେ ଥିବା ସାଧୁ ମାନେ ତାଙ୍କ ମୁଁହରେ ତୁଳସୀ ପତ୍ର ଏବଂ ଜଳ ଦେଲେ । ମୃତ୍ୟୁ ପରେ ଯମରାଜଙ୍କ ଦୂତ ମାନେ ବ୍ରାହ୍ମଣଙ୍କୁ ଯମପୁରକୁ ନେଇଗଲେ । ଯମପୁରରେ ଚିତ୍ରଗୁପ୍ତ ତାଙ୍କ ପାପ ପୂର୍ଣ୍ଣ ସମୟ ଦେଖି ତାଙ୍କୁ ନର୍କକୁ ପଠାଇବା ପାଇଁ ଯମରାଜଙ୍କୁ କହିଲେ । ତାଙ୍କୁ ଯେତେବେଳେ ଜଳନ୍ତା ନିଆଁରେ ପକାଇ ଦିଆଗଲା ସେତେବେଳେ ନିଆଁ ଥଣ୍ଡା ପଡ଼ିଗଲା । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ଯେତେବେଳେ ଯମରାଜ ଜାଣିଲେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ସେହି ସମୟରେ ସେଠାରେ ଦେବର୍ଷି ନାରଦ ଆସି ପହଞ୍ଚିଲେ ।

ଯାହାଙ୍କୁ ଯମରାଜ ଏଭଳି ଘଟିବାର କାରଣ ବିଷୟରେ ମଧ୍ୟ ପଚାରିଲେ ଯେ ଜଣେ ଠକ ପାପୀ ଦୁରାଚାରି ବ୍ରାହ୍ମଣ ନର୍କରେ ପଡ଼ିବା ପରେ ନର୍କ କାହିଁକି ଥଣ୍ଡା ହୋଇ ଯାଉଛି । ନାରଦ କହିଛନ୍ତି ଯେ ସେହି ବ୍ରାହ୍ମଣ ଜଣକ ଅଜାଣତରେ ସେ ଏମିତି କିଛି କରିଛି ଯାହା ପୁଣ୍ୟ ଠାରୁ ଆହୁରି ଅଧିକ । ଅର୍ଥାତ ସେ ନିତ୍ୟ ତୁଳସୀରେ ଜଳ ଅର୍ପଣ କରୁଥିଲେ । ଏହାପରେ ଯମରାଜ ନିଜ ଦୂତଙ୍କୁ କହି ସେହି ବ୍ରାହ୍ମଣଙ୍କୁ ନେଇ ନର୍କର ଦର୍ଶନ ସହିତ ବିଷ୍ଣୁଲୋକକୁ ପଠାଇବାକୁ କହିଲେ । ତେଣୁ ଭଗବାନ ବିଷ୍ଣୁଙ୍କ ଅନୁଯାୟୀ ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ ସର୍ବଦା ସୁଖ ସମୃଦ୍ଧି ରହିଥାଏ । ଯେଉଁ ବ୍ୟକ୍ତି ନିତ୍ୟ ତୁଳସୀର ପୂଜା କରିଥାଏ ତାର ସବୁ ପାପ ଦୂର ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ତୁଳସୀ ଗଛକୁ ସଠିକ ଭାବରେ ରଖିବା ପାଇଁ ଅନେକ ଖାସ ନିୟମ ମଧ୍ୟ ପ୍ରଣୟନ କରିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *