ଝିଟିପିଟି ମାଟି ଉପରେ ଚାଲିବାର କଣ ସଂକେତ ହୋଇଥାଏ?

ପ୍ରାୟତଃ ଲୋକ ଘରେ ଝିଟିପିଟି କୁ ଦେଖିଥାନ୍ତି,ତେବେ ଏହାକୁ ଦେଖିବା ଅତ୍ୟନ୍ତ ସାଧାରଣ ହୋଇଥାଏ । କିନ୍ତୁ ଏହା ବହୁତ କମ ଜାଣନ୍ତି ଯେ ଜୀବ ଜନ୍ତୁ ଏବଂ ପ୍ରକୃତିଙ୍କ ଭିତରେ ଗୋଟିଏ ଅଲଗା ସମ୍ବନ୍ଧ ରହିଥାଏ । ବାସ୍ତବରେ ଶାସ୍ତ୍ର ରେ ଝିଟିପିଟି କୁ ଏକ ଖାସ ଜୀବ ବୋଲି ବିବେଚିନା କରାଯାଇଛି । ଶାସ୍ତ୍ର ରେ ଝିଟିପିଟିକୁ ଦେଖିବା ଏବଂ ଏହା ସହ ଜଡିତ ଅନେକ ଗତିବିଧି ବିଷୟରେ ବିସ୍ତାର ରୂପରେ ସୂଚନା ଦିଆଯାଇଛି । ଯାହାର ସୂଚନା ଯଦି ଆପଣ ଜାଣନ୍ତି ତେବେ ଆପଣ ଜୀବନ ରେ ସମସ୍ତ ଲକ୍ଷ କୁ ପାଇପାରିବେ । ଶାସ୍ତ୍ରରେ ବିଖ୍ୟାତ ସକୁନ ଶାସ୍ତ୍ର ଅନୁସାରେ ଝିଟିପିଟି କୁ କୌଣସି ଖାସ ସମୟରେ ଦେଖିବା,ଭୂମି ଉପରେ ଦେଖିବା ଶରୀରରେ ଗଳିବା ଭବିଷ୍ୟତରେ ହେବାକୁ ଯାଉଥିବା ଶୁଭ ଅଶୁଭ ଘଟଣା ଆଡ଼କୁ ଇଶାରା କରିଥାଏ ।

ଏହା ବ୍ୟତୀତ ମଧ୍ୟ ଝିଟିପିଟିର କୌଣସି ବିଶେଷ ଅଙ୍ଗରେ ପଡିବା ମଧ୍ୟ ଶୁଭ ଅଶୁଭର ସଂକେତ ଦେଇଥାଏ । ଏହା ଆପଣ ନିଶ୍ଚିନ୍ତ ଶୁଣିଥିବେ କି ଦୀପାବଳୀ ଦିନ ଯଦି ଝିଟିପିଟି ଦେଖାଯାଏ ତେବେ ମା ଲକ୍ଷ୍ମୀ ଆଗମନ ହୋଇଥାଏ । ଏବଂ ଏହା ମଧ୍ୟ ବିଶ୍ୱାସ କରାଯାଏ କି ଯଦି ଏହି ଦିନ ଆପଣଙ୍କ ଉପରେ ଝିଟିପିଟି ପଡ଼ିଯାଏ ତେବେ ବର୍ଷ ସାରା ଟଙ୍କାର ବର୍ଷା ହୋଇଥାଏ । କିନ୍ତୁ ହୁଏତ ଆପଣ ଜାଣିଥିବେ କି ଝିଟିପିଟିର ଗୋଟିଏ ପ୍ରୟୋଗ ମାଧ୍ୟମରେ ଆପଣ ଅନେକ ଲାଭ ପାଇପାରିବେ । ତେବେ ଆମେ ଆଜି ଆପଣଙ୍କ ପାଇଁ ଏହିପରି ଏକ ଟିପସ ନେଇକି ଆସିଛୁ । ତେବେ ଚାଲନ୍ତୁ ଜାଣିବା ଏମିତି କଣ କରିବା ଦ୍ୱାରା ଆପଣଙ୍କୁ ଜୀବନରେ ଅନେକ ଉନ୍ନତି ମିଳିଯିବ ।

ଯଦି ଆପଣଙ୍କୁ ଘରେ ଝିଟିପିଟି ଦେଖାଯାଏ ତେବେ ତୁରନ୍ତ ଠାକୁରଙ୍କ ପାଖରେ ରଖିଥିବା ସିନ୍ଦୁର ଏବଂ ଚାଉଳ ଆଣି ତା ଉପରେ ଛିଞ୍ଚିଦେଇ ମନରେ ଯାହା ଆପଣଙ୍କ ମନରେ ଅଛି ମାଗି,ଏବଂ ଏହା କହିବା ଯେ ଜଲ୍ଦି ପୁରା ହେଉଯାଉ । ଶାସ୍ତ୍ର ରେ ଝିଟିପିଟିକୁ ଗୋଟିଏ ପୂଜନୀୟ ପ୍ରାଣୀ ବୋଲି କୁହାଯାଇଛି । ଏହାକୁ ପୂଜା କରିବା ଦ୍ୱାରା ଧନ ସହ ସମ୍ବନ୍ଧତ ସବୁ ଅସୁବିଧା ଶେଷ ହୋଇଯାଏ ଏବଂ ଆପଣଙ୍କ ଜୀବନରେ କେବେ ବି କୌଣସି କଷ୍ଟ ରହିନଥାଏ ।

ତେବେ ବନ୍ଧୁଗଣ ଧ୍ୟାନ ରଖିବେ ଆମେ ପ୍ରାୟତ ଝିଟିପିଟି ଦେଖିଥାଉ କିନ୍ତୁ ସବୁବେଲେ ଏହି ଉପାୟ କରିବା ଦ୍ୱାରା ଫଳ ମିଳିନଥାଏ ତେବେ କେବଳ ସନ୍ଧ୍ୟା ସମୟରେ ହିଁ ଏହି ଉପାୟ କରିବା ଫଳପ୍ରଦ ହୋଇଥାଏ । ଝିଟିପିଟି ଏମିତି ଏକ ଜୀବ ଯାହାକୁ ଦେଖିବା ମାତ୍ରେ ହିଁ ଲୋକଙ୍କୁ ଘୃଣା ଆସିଥାଏ ।ଏହାକୁ ଦୁରେଇକି କିମ୍ବା ବାହାର କରି ଆପଣ ନିଜର ହିଁ କ୍ଷତି କରୁଛନ୍ତି କାରଣ ଝିଟିପିଟି କୁ ଲକ୍ଷ୍ମୀଙ୍କ ପ୍ରତୀକ ମନାଯାଏ । ଏବଂ ଏହାକୁ ପୂଜା କରିବା ଦ୍ୱାରା ଶୁଭ ସଂକେତ ମିଳିଥାଏ । ଯଦି ଦୀପାବଳି ସମୟରେ କିମ୍ବା କୌଣସି ବି ସମୟ ରେ ଆପଣ ଘର ସଫା କରୁଥିବା ବେଳେ ଯଦି ଆପଣ ମଲା ଝିଟିପିଟି ଦେଖନ୍ତି ତେବେ ଏହା ଅଶୁଭ ସଂକେତ ବୋଲି କୁହାଯାଏ ।

ତେବେ ଯଦି ଆପଣଙ୍କ ହାତରେ ଝିଟିପିଟି କିମ୍ବା ଝିଟିପିଟିର ଛୁଆ ମରିଯାଏ ତେବେ ଏହାକୁ ନଫିଙ୍ଗି ,ମାଟିରେ ଖାଲ ଖୋଲି ଏହାର ସଂତ୍କାର କରିଦେବା ଉଚିତ । ଏହା କରିବା ଦ୍ୱାରା ଆପଣ ନିଜକୁ ଏହି ପାପରୁ ମୁକ୍ତି କରିପାରିବେ ନହେଲେ ମାତା ଲକ୍ଷ୍ମୀ ରାଗିଯିବେ ଏବଂ ଧନ ସମ୍ପତ୍ତି ର ଅସୁବିଧା ଦେଖାଦେବକି ଲାଗିବ । ଏତେ ଅସୁବିଧା ଆସିବ ଆପଣ ବୁଝିବି ପାରିବେ ନାହିଁ କି ଏହା ଆପଣଙ୍କ ସହ କଣ ହେଉଛି । ତେବେ ଏହି ପ୍ରକାରରେ ଚାଲନ୍ତୁ ଜାଣିବା ଏହିପରି କେଉଁ ଘଟଣା ଦ୍ୱାରା ଆପଣଙ୍କର ଶୁଭ ହେବ କିମ୍ବା ଅଶୁଭ ; ତେବେ ବନ୍ଧୁଗଣ ଯଦି ଆପଣ ଖାଇବା ସମୟରେ ଝିଟିପିଟିର ଶବ୍ଦ ଶୁଣନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ଏହା ଆପଣଙ୍କ ଜୀବନ ରେ ଅଚାନକ କୌଣସି ଧନ ପ୍ରାପ୍ତିର ସଂକେତ ଦେଇଥାଏ । କୌଣସି ଶୁଭ ସମାଚାର ମିଳିବାର ସଂକେତ ଦେଇଥାଏ । କିମ୍ବା ଆପଣଙ୍କ ଜୀବନରେ କିଛି ଶୁଭ ହେବାର ସଂକେତ କୁ ଏହା ଦର୍ଶାଇ ଥାଏ

ତେବେ ଯଦି ଆପଣଙ୍କୁ ଝିଟିପିଟିର କୌଣସି ମେଳି ଦେଖାଯାଏ ତ ଏହାର ସଂକେତ ହେଉଛି ଆପଣଙ୍କୁ ବହୁତ ପୁରୁଣା ବନ୍ଧୁଙ୍କ ସହ ଭେଟ ଭେଟ ଯାହାକୁ ଆପଣ ବହୁତ ଅପେକ୍ଷା କରିଥିଲେ ସେ ଆପଣଙ୍କ ପାଖକୁ ଫେରିଆସିବ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହି ଏହା କିପରି ହେଲା କିନ୍ତୁ ଏହିପରି ସଂକେତ ମିଳିଥାଏ । ତେବେ ଆଉ ଏକ କଥା ବି ରହିଛି ଯଦି ଆପଣ ସ୍ୱପ୍ନ ରେ କୌଣସି ମରିଯାଇଥିବା ଝିଟିପିଟିକୁ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଉପରେ ବହୁତ ବଡ଼ ବିପଦ ଆସିବାକୁ ଯାଉଛି ।

କୁହାଯାଏ କି ଯଦି ମଣିଷ ଯାଉଥିବା ସମୟରେ ଝିଟିପିଟି ହାତରେ କିମ୍ବା କାନ୍ଧରେ ପଡିଜାଏ ତେବେ ଏହା ଭବିଷ୍ୟତ ରେ ଆପଣଙ୍କୁ ମାନ ସାମ୍ନାନ ମିଳିବାର ସଂକେତ ହୋଇଥାଏ । ଏହା ମଧ୍ୟ କୁହାଯାଏ ଯଦି ଆପଣଙ୍କ ଆଣ୍ଠୁରେ ଝିଟିପିଟି ପଡ଼ିଯାଏ ତେବେ ବହୁତ ଶୁଭ ହୋଇଥାଏ । ତେବେ ଯଦି ଆପଣ ଖାଇବା ସମୟରେ କୌଣସି ଝିଟିପିଟି ଦେଖନ୍ତୁ ତେବେ ଏହାକୁ ମଧ୍ୟ ଶୁଭ ବୋଲି କୁହାଯାଏ କିନ୍ତୁ ଯଦି ଖାଇଲା ବେଳେ ପାଦରେ ଝିଟିପିଟି ପଡେ ତେବେ ଏହା ସଂକେତ ମିଳେ କି ଆପଣଙ୍କୁ ଭବିଷ୍ୟତ ରେ ରୋଗ ହେବାର ସମ୍ଭାବନା ରହିଛି ।

ତେବେ ଏହା ମଧ୍ୟ କୁହାଯାଏ କି ଯଦି ଆପଣ ଘରେ ବସି କଥା ହେଉଥିବା ସମୟରେ ଯଦି ଝିଟିପିଟି ଶବ୍ଦ କରେ ତେବେ ଆପଣ ଯାହା ବୁ କଥା ହେଉଛନ୍ତି ତାହା ସତ ହେବାକୁ ଯାଉଛି ବୋଲି ବିଶ୍ୱାସ କରାଯାଏ । ଯଦି ଝିଟିପିଟି ଆପଣଙ୍କ ମୁଣ୍ଡରେ ପଡେ ତେବେ ଏହା ଶୁଭ ସଂକେତ ହୋଇଥାଏ ଏହା ଆପଣଙ୍କ ଜୀବନରେ ଧନ ସମ୍ପତ୍ତିର ବୃଦ୍ଧି ହେବାର ସଂକେତ ଦେଇଥାଏ । ତେବେ କୁହାଯାଏ କି ଯଦି ଝିଟିପିଟି କୌଣସି ପୋକ କୁ ଖାଇଥିବା ସମୟରେ ଯଦି ଆପଣ ଦେଖନ୍ତି ତେବେ ଏହାର ଅର୍ଥ ଏହା କି ଆପଣ ଶୁଭ କିମ୍ବା ଅଶୁଭ ଖବର ଦୁହିଁଙ୍କ ମଧ୍ୟରୁ କିଛି ବି ପାଇପାରନ୍ତୁ ତେବେ ଆପଣ ବୁଝିଯିବା ଦରକାର କି ଏହା ଏକ ସଂକେତ ହୋଇଥାଏ । ଏହା ମଧ୍ୟ କୁହାଯାଏ କି ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ଯାତ୍ରା କରୁଛନ୍ତି ଏବଂ ବାଟରେ ଆପଣଂକୁ କୌଣସି ଝିଟିପିଟି ଲଢେଇ କରୁଥିବାର ଦେଖାଗଲେ ତେବେ ଏହାର ଅର୍ଥ ଆପଣଂକୁ ସେହି କାର୍ଯ୍ୟ ବହୁତ କଷ୍ଟରେ ପ୍ରାପ୍ତି ହେବ । ନଚେତ ତାକୁ ପାଇବା ପାଇଁ ଆପଣଂକୁ କଷ୍ଟ ବହୁତ କରୁବାକୁ ପଡିପାରେ ।

ଝିଟିପିଟି ଯଦି କାହାର ମସ୍ତକ ରେ ପଡେ ତେବେ ଧନ ଲାଭ ହୋଇଥାଏ । ଯଦି ଡାହାଣ କାନରେ ପଡେ ତେବେ ଆଭୂଷଣ ର ପ୍ରାପ୍ତି ହୋଇଥାଏ । ତେବେ ବାମ ପଟ କାନ ରେ ପଡିବା ଦ୍ୱାରା ଆୟୁ ଲମ୍ବା ହୋଇଥାଏ ।ଝିଟିପିଟି ଯଦି କେସ ଉପରେ ପଡେ କିମ୍ବା ସେଥିରେ ଫସିଯାଏ ଏହାର ଅର୍ଥ କୌଣସି ଖରାପ ଖବର ଆସିବାର ସମ୍ଭାବନା ହୋଇଥାଏ । ଯଦି ଝିଟିପିଟି ଆପଣ ଠାକୁର ଘରେ ଦେଖନ୍ତୁ ତେବେ ଗଙ୍ଗା ଜଳ ନେଇକି ଏହାକୁ ପୂଜା କରିବା ଦରକାର କାରଣ ଝିଟିପିଟି କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କୁହାଯାଏ । ତେବେ ଏହିପରି ହେବା ଦ୍ୱାରା ଆପଣଂକୁ ଧନର ଲାଭ ହୋଇଥାଏ । ତେବେ ଯଦି ଆପଣଂକୁ ବାରମ୍ବାର ସ୍ୱପ୍ନରେ ଝିଟିପିଟି ଝଗଡ଼ା କରୁଥିବା ଦେଖାଯାଉଛନ୍ତି ତେବେ ଏହା ସଙ୍କେତ ହୋଇଥାଏ ଯେ ଆପଣ ଭବିଷ୍ୟତ ରେ କୌଣସି ବିବାଦ ରେ ଫସିବାକୁ ଯାଉଛନ୍ତି । ଏହା ଦ୍ୱାରା ଆପଣଂକୁ ସର୍ତକ ହେଇଯିବା ଉଚିତ ।

Leave a Reply

Your email address will not be published. Required fields are marked *