ଭୁଲକରି ମଧ୍ୟ ଅନ୍ୟଙ୍କ ସହ ଏହି 5 ଜିନିଷ ସେୟାର କରନ୍ତୁ ନାହିଁ,ନହେଲେ ସାମ୍ନା କରିବାକୁ ହେବ ଆର୍ଥିକ ସମସ୍ୟା..

ଆଜିକାଲିର ସମୟରେ ପ୍ରତ୍ୟେକ ଲୋକ ଏହା ଚାହାଁନ୍ତି କି ତାଙ୍କୁ ଧନ ସହ ଜଡିତ ସମସ୍ୟାଗୁଡିକର ସାମ୍ନା କରିବାକୁ ନପଡୁ |
ସମସ୍ତେ ଅଧିକ ରୁ ଅଧିକ ପଇସା ରୋଜଗାର କରିବା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି | ସମସ୍ତେ ଏହା ଚାହାଁନ୍ତି କି ତାଙ୍କର ଧନ ସମ୍ପତ୍ତି ରେ ବୃଦ୍ଧି ହେଉ | କିନ୍ତୁ ଶତ ଚେଷ୍ଠା ପରେ ମଧ୍ୟ ଅଧିକ ଧନ ରୋଜଗାର କରିବାରେ ସଫଳତା ମିଳେ ନାହିଁ କିମ୍ବା ପରିଶ୍ରମ କରି ରୋଜଗାର କରିଥିବା ପଇସା ଫିଜୁଲ ଖର୍ଚ୍ଚ ହୋଇଯାଏ | ବାସ୍ତବ ରେ ଆମ ଦ୍ୱାରା ହିଁ କିଛି ଭୁଲ ଅଜାଣତରେ ହୋଇଯାଏ, ଯାହା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଯାଏ |

ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏମିତି ଜିନିଷ ବିଷୟରେ କୁହା ଯାଇଛି, ଯାହାକୁ ଯଦି ଅନ୍ୟଙ୍କ ସହ ସେୟାର କରାଯାଏ, ତେବେ ଏହାର କାରଣ ରୁ ଜୀବନରେ ଅସୁବିଧା ଉଠେଇବାକୁ ପଡ଼ିଯାଏ | ଏମିତି ଦେଖାଯାଏ ତ ନିଜ ମଧ୍ୟରେ ଜିନିଷ ବାଣ୍ଟିବା ଆମକୁ ପିଲାଦିନେ ଶିଖାଯାଇଥାଏ | ବାସ୍ତବରେ ଏହା ଏକ ଭଲ ଅଭ୍ୟାସ ଏବଂ ଏଥିରେ କୌଣସି ଖରାପ ମଧ୍ୟ ନାହିଁ କିନ୍ତୁ ଯଦି ବାସ୍ତୁ ଶାସ୍ତ୍ର ବିଶ୍ୱାସ କରାଯାଏ ତ ଆପଣ ସବୁ ଜିନିଷ ନିଜ ମଧ୍ୟ ରେ ସେୟାର କରିନିଅନ୍ତୁ କିନ୍ତୁ 5 ଜିନିଷ ଏମିତି ଅଛି ଯାହାକୁ କେବେ ବାଣ୍ଟିବା ଉଚିତ ନୁହେଁ |

ଯଦି ଏହିପରି କରାଯାଏ ତ ଏହା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ର ପ୍ରଭାବ ବଢିଯାଏ, ଯେଉଁ କାରଣରୁ ପରିବାର ରେ ଆର୍ଥିକ ଅସୁବିଧା, ବେମାରୀ ଏବଂ କଳହର ସମୟ ଆରମ୍ଭ ହୋଇଯାଏ | ପ୍ରକୃତ ରେ ଏହି 5 ଜିନିଷ କଣ? ଯାହାକୁ କେବେ ସେୟାର କରିବା ଉଚିତ ନୁହେଁ? ଆସନ୍ତୁ ଏହା ବିଷୟରେ ଜାଣିବା..

ଅନ୍ୟଙ୍କ ଅନୁସାରେ ଜୋତା ଚପଲ ପିନ୍ଧିବା ଉଚିତ ନୁହେଁ..

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଅନ୍ୟଙ୍କୁ ମାଗିକି ଆମକୁ କଦାପି ଜୋତା ଏବଂ ଚପଲ ବ୍ୟବହାର କରିବା ଉଚିତ୍ ନୁହେଁ, କାରଣ ଏହା କରିବା ଅଶୁଭ ବୋଲି ବିବେଚନା କରାଯାଏ | ଶାସ୍ତ୍ରରେ ଏହା ଉଲ୍ଲେଖ କରାଯାଇଛି ଯେ ଶନି ମନୁଷ୍ୟର ପାଦରେ ରୁହନ୍ତି | ଏପରି ପରିସ୍ଥିତିରେ, ଯଦି ଆମେ ଅନ୍ୟଙ୍କ ଜୋତା ଏବଂ ଚପଲ ମାଗିକି ବ୍ୟବହାର କରୁ, ତେବେ ଏହି କାରଣରୁ ଶାନୀଙ୍କ କ୍ରୋଧ ଆମ ଉପରେ ବଢ଼ୀପାରେ | ଏହି କାରଣରୁ ଘରେ ଦାରିଦ୍ର୍ୟ ଆସେ ଏବଂ ଆର୍ଥିକ ସଙ୍କଟକୁ ସାମ୍ନା କରିବାକୁ ପଡେ |

ଘଣ୍ଟା ଉଧାର ମାଗିକି ପିନ୍ଧିବା ଉଚିତ ନୁହେଁ..

ବାସ୍ତୁ ଶାସ୍ତ୍ର ଅନୁସାରେ, ଆମକୁ ଅନ୍ୟଙ୍କର ଘଣ୍ଟା ମାଗିକି ପିନ୍ଧିବା ଉଚିତ ନୁହେଁ କାରଣ ଘଣ୍ଟା କେବଳ ଆମକୁ ସମୟରେ କୁହେ ନାହିଁ ବରଂ ମନୁଷ୍ୟ ଜୀବନ ରେ ଆସୁଥିବା ଭଲ ଏବଂ ଖରାପ ସମୟ ଏହା ସହ ଜଡିତ ଥାଏ | ଧରିନିଅନ୍ତୁ ଯଦି କୌଣସି ବ୍ୟକ୍ତିର ଖରାପ ସମୟ ଚାଲୁଛି, ଯଦି ଆମେ ତାଙ୍କ ଘଣ୍ଟା ମାଗିକି ପିନ୍ଧି ନିଅନ୍ତି ତେବେ ଏହାର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡ଼ିବାର ସମ୍ଭାବନା ରହିଥାଏ |

ସାଙ୍ଗମାନଙ୍କର ମୁଦି ପିନ୍ଧିବା ଉଚିତ ନୁହେଁ..

ଆପଣ କଦାପି ଅନ୍ୟମାନଙ୍କର କିମ୍ବା ଆପଣଙ୍କର କୌଣସି ବନ୍ଧୁଙ୍କଠାରୁ ମୁଦି ମାଗିବା ଏବଂ ଏହାକୁ ଆଙ୍ଗୁଠିରେ ପିନ୍ଧିବା ଉଚିତ୍ ନୁହେଁ | ବାସ୍ତବରେ ଏହି ମୁଦି କିମ୍ବା ରତ୍ନ ଧାତୁ ସେଗୁଡ଼ିକ କିଛି ଗ୍ରହ କିମ୍ବା ରାଶି ସହିତ ଜଡିତ ଥାଏ | ଏହି କାରଣରୁ, ଯଦି ଆପଣ ଅନ୍ୟମାନଙ୍କ ମୁଦି କିମ୍ବା ରତ୍ନ ପଥର ପିନ୍ଧନ୍ତି, ତେବେ ଏହା ଜୀବନ ଉପରେ ଅନେକ ପ୍ରଭାବ ପକାଇବାର ସମ୍ଭାବନା ଅଛି |

କଲମ ଉଧାର ନେଇଛନ୍ତି ତ ଫେରେଇଦିଅ..

ଏହା ପ୍ରାୟତ ଦେଖାଯାଏ ଯେ ଯେତେବେଳେ ଆମେ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ସ୍ଥାନକୁ ଯାଆନ୍ତି, ଆମେ ପ୍ରାୟତ ଅନ୍ୟ ମାନଙ୍କଠାରୁ ପେନ ମାଗିଥାଉ, ଯାହା ପରେ ଆମେ ଏହାକୁ ଫେରାଇବାକୁ ମନେ ରଖୁନାହୁଁ |ଏହା ଏକ ଭୁଲ ପଦ୍ଧତି ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି | ଅନ୍ୟ ଜଣଙ୍କର ଭାଗ୍ୟ ସେହି ପେନ କିମ୍ବା କଲମ ସହିତ ଜଡିତ | ଏପରି ପରିସ୍ଥିତିରେ, ଯଦି ସେହି ବ୍ୟକ୍ତିଙ୍କ ଜୀବନରେ ଏକ ଖରାପ ପର୍ଯ୍ୟାୟ ଚାଲିଥାଏ, ତେବେ ଆପଣ ଜାଣିଶୁଣି ତାଙ୍କ କଲମ ନେଇ ନିଜ ଉପରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି | ଯଦି ଧରାଯାଉ ଆପଣଙ୍କୁ କୌଣସି କାରଣରୁ କଲମ ମାଗିବାକୁ ପଡେ , ତେବେ ଏହାକୁ ଆପଣ ନିଜ ପାଖରେ ରଖନ୍ତୁ ନାହିଁ, ସେହି ବ୍ୟକ୍ତିଙ୍କୁ ଫେରେଇ ଦିଅନ୍ତୁ |

ଅନ୍ୟଙ୍କର ପୋଷାକ ପିନ୍ଧିବା ଉଚିତ ନୁହେଁ..

ଏହା ପ୍ରାୟତ ଘଟେ ଯେ ବନ୍ଧୁ ଏବଂ ପରିବାରର ଲୋକମାନେ ନିଜ ମଧ୍ୟରେ ପୋଷାକ ଅଦଳ ବଦଳ କରନ୍ତି | ଏହା ଏକ ସାଧାରଣ କଥା କିନ୍ତୁ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଆମେ ଏହା କରିବା ଉଚିତ୍ ନୁହେଁ | ଏହି କାରଣରୁ, ଜଣେ ବ୍ୟକ୍ତିଙ୍କ ଶରୀରର ସଂକ୍ରମଣ ଅନ୍ୟ ଜଣଙ୍କ ନିକଟରେ ମଧ୍ୟ ପହଞ୍ଚିପାରେ | କେବଳ ଏତିକି ନୁହେଁ, ଏହି କାରଣରୁ ବ୍ୟକ୍ତିର ଦୁର୍ଭାଗ୍ୟ ପ୍ରାଧାନ୍ୟ ଦେବା ଆରମ୍ଭ କରେ |

Leave a Reply

Your email address will not be published. Required fields are marked *