ଘରେ ଏହି ଦିଗରେ ରଖନ୍ତୁ ଟିଭି , ନଚେତ୍ ହେବ ଆର୍ଥିକ କ୍ଷତି |

ବାସ୍ତୁ ଶାସ୍ତ୍ରର ବହୁତ ମହତ୍ୱ ଅଛି | ଯଦି ଘରର ବାସ୍ତୁ ଠିକ୍ ନଥାଏ , ତେବେ ସେହି ଘରର ବ୍ୟକ୍ତିଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥାଏ | ଏହା ସହିତ ଆପଣଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ | ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର କବାଟ, ଝରକା, ରୋଷେଇ ଘର, ବାଥରୁମ, ଶୋଇବା ଘର ଏବଂ ଏପରିକି ଗଛକୁ ମଧ୍ୟ ସଠିକ୍ ଦିଗରେ ରଖିବା ଆବଶ୍ୟକ ହୋଇଥଏ | ସେହିଭଳି ଟିଭିକୁ ମଧ୍ୟ ଘରର ସଠିକ୍ ଦିଗରେ ରହିବା ଆବଶ୍ୟକ ଅଟେ | ଏପରି ନ କରିଲେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ |

ଦକ୍ଷିଣ ଦିଗରେ ରହିବା ଦରକାର ଚେହରା :-

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ନିଜ ଘରେ ଟିଭି ରଖିବାର ଦିଗ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ | ଟିଭିର ଦିଗ ଏପରି ହେବା ଉଚିତ ଯେ ଦର୍ଶକଙ୍କ ଚେହେରା ସବୁବେଳେ ଦକ୍ଷିଣ ଆଡକୁ ହେଉଥିବ | ଏହା କରିବା ଦ୍ୱାରା ଘରେ ସମୃଦ୍ଧତା ଆସିଥାଏ |

ଏହି ଦିଗରେ ରଖନ୍ତୁ ଟିଭି :-

ଘରର ଲିଭିଂ-ରୁର ଦକ୍ଷିଣ-ପୂର୍ବ ଦିଗରେ ହିଁ ଟିଭି ରହିବା ଶୁଭ ବୋଲି ବିବେଚନା କରାଯାଏ | ଟିଭିକୁ ଏହି ଦିଗରେ ରଖିବା ଘରେ ସକରାତ୍ମକ ଶକ୍ତି ଆଣିଥାଏ | ସେଠାରେ କୌଣସି କଳି-ଝଗଡା ହୋଇନଥାଏ |

ବେଡ଼ରୁମ୍ ରେ ଲଗାନ୍ତୁ ଟିଭି :-

ଅନେକ ଲୋକ ବେଡ଼ରୁମ୍ ରେ ଟିଭି ଲାଗନ୍ତି, କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ବେଡ଼ରୁମ୍ ରେ ଟିଭି ରହିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ | ଯଦିଓ ଅଧିକାଂଶ ଲୋକ ନିଜ ବେଡ଼ରୁମ୍ ରେ ଟିଭି ରଖିବାକୁ ପସନ୍ଦ କରନ୍ତି | ଏହା କରିବା ଦ୍ୱାରା ଘରେ ଅସନ୍ତୋଷ ପରିସ୍ଥିତି ସୃଷ୍ଟି ହୋଇଥାଏ |

ପ୍ରବେଶ ଦ୍ୱାର ସାମ୍ନାରେ ଟିଭି :-

ଅନେକ ଘରେ ପ୍ରବେଶ କରିବା ମାତ୍ରେ ସାମ୍ନାରେ ଟିଭି ଲଗାହୋଇଥାଏ | କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏହା କରିବା ଶୁଭ ନୁହେଁ | ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଟିଭି ରହିବା ନକାରାତ୍ମକ ଶକ୍ତି ବିସ୍ତାର କରିଥାଏ |

Leave a Reply

Your email address will not be published. Required fields are marked *