ମାଘ ମାସରେ ଖାଆନ୍ତୁ ନାହିଁ ଏହିସବୁ ଜିନିଷ । ଭୁଲରେବି କରନ୍ତୁ ନାହିଁ ଏହିସବୁ ଜିନିଷର ଦାନ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ନିଜ ଜାତକ ଅନୁଯାୟୀ ମାଘ ମାସରେ ନିୟମ ଅନୁଯାୟୀ କେଉଁ ସବୁ ଜିନିଷ ଦାନ କଲେ ମାଘ ମାସର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହେବ । ମାଘ ମାସରେ ସ୍ନାନ ଏବଂ ଦାନର ଅନେକ ମହତ୍ତ୍ୱ ରହିଛି । ମାଘ ମାସରେ ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଅର୍ଥାତ ତାର ଦୃଶ୍ୟମାନ ହେଉଥିବା ସମୟରେ ହିଁ ସ୍ନାନ କରିବାର ନିୟମ ରହିଛି । ଏହା ମାଘ ମାସର ସ୍ନାନ କରିବାର ଉତ୍ତମ ସମୟ ଅଟେ । ତେବେ ଚାଲନ୍ତୁ ଜାଣିନେବା ଯେ ମାଘ ମାସରେ କେଉଁ କେଉଁ କାମ କରିବା ନିହାତି ଦରକାର । ମାଘ ମାସରେ ବିଶେଷ ଭାବରେ ସୂର୍ଯ୍ୟ ଦେବତାଙ୍କୁ ପୂଜା ଉପାସନା କରିବାର ନିୟମ ରହିଛି ।

ଏହିଦିନ ସ୍ନାନ ସହିତ ଦାନ ଏବଂ ତୁଳସୀ ପୂଜନର ବିଶେଷ ମହତ୍ତ୍ୱ ରହିଛି । ଏହି ମାସରେ ପ୍ରତ୍ୟେକ ଦିନ ଶ୍ରୀମଦ ଭାଗବତ ଗୀତା ପାଠ କରିବା ଉତ୍ତମ ହୋଇଥାଏ । ଏହାଦ୍ବାରା ଘରର ଅଶାନ୍ତି ଏବଂ ଜୀବନର ସବୁ ପାପ ମଧ୍ୟ ଦୂର ହୋଇଯାଏ ।

୧ . ମେଷ କିମ୍ବା ବିଛା ରାଶି:-

ଯଦି ଆପଣଙ୍କର ମେଷ ରାଶି କିମ୍ବା ବିଛା ରାଶି ତେବେ ଆଧିପତ୍ୟ ଗ୍ରହ ହେଉଛନ୍ତି ମଙ୍ଗଳ ଗ୍ରହ । ତେଣୁ ମଙ୍ଗଳବାର ଦିନ ତମ୍ବା କଳସୀରେ ମସୁର ଡାଲି ଭରି ଗରିବ , ପଣ୍ଡିତ , ପୁରୋହିତଙ୍କୁ ଦାନ କରି ଦିଅନ୍ତୁ । ଏହାଦ୍ବାରା ଜନ୍ମ ଜାତକରେ ମଙ୍ଗଳ ଦୋଷ ଥିଲେ ତାହା ଦୂର ହୋଇଯିବ ।

୨ . ବୃଷ ଏବଂ ତୁଳା ରାଶି:-

ଯଦି ଆପଣଙ୍କର ବୃଷ କିମ୍ବା ତୁଳା ରାଶି ଏବଂ ଜାତକରେ ଶୁକ୍ରଙ୍କ ସ୍ଥିତି ଥାଏ ତେବେ ଶୁକ୍ରବାର ଦିନ ଶ୍ୱେତ ବର୍ଣ୍ଣର କପଡ଼ାରେ କିଛି ଅରୁଆ ଚାଉଳ ଏବଂ କିଛି ଚିନି ବାନ୍ଧି ଦାନ କରନ୍ତୁ । ଏହାଦ୍ବାରା ଜାତକରେ ଶୁକ୍ରଙ୍କ ସ୍ଥିତି ଖରାପ ଥିଲେ ଭଲ ହୋଇଯାଏ ।

୩ . ମିଥୁନ କିମ୍ବା କନ୍ୟା ରାଶି:-

ଯଦି ଆପଣଙ୍କର ମିଥୁନ କିମ୍ବା କନ୍ୟା ରାଶି ତେବେ ତେବେ ଆଧିପତ୍ୟ ଗ୍ରହ ବୁଧ ଏବଂ ଜାତକରେ ବୁଧ ଖରାପ ସ୍ଥିତିରେ ଥିଲେ ସବୁଜ ରଙ୍ଗର କପଡ଼ାରେ ସବୁଜ ଗୋଟା ମୁଗ ବାନ୍ଧି ଦାନ କରନ୍ତୁ । ସମସ୍ୟା ଦୂର ହୋଇଯିବ ।

୪ .କର୍କଟ ରାଶି:-

ଏହି ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ରମା । ଜାତକରେ ଚନ୍ଦ୍ର ଭଲ ସ୍ଥିତିରେ ନଥିଲେ ସୋମବାର ଦିନ ଶ୍ୱେତ କପଡ଼ାରେ ଅରୁଆ ଚାଉଳ ଏବଂ ମିଶ୍ରୀ ବାନ୍ଧି ଦାନ କରି ଦିଅନ୍ତୁ । ଏହାଦ୍ବାରା ଚନ୍ଦ୍ରମାଙ୍କ ପୀଡ଼ା ଦୂର ହୋଇଥାଏ ।

୫ . ସିଂହ ରାଶି:-

ସିଂହ ରାଶିର ଅଧିପତି ଗ୍ରହ ସୂର୍ଯ୍ୟ ଦେବ । ଜାତକରେ ସୂର୍ଯ୍ୟ ଖରାପ ସ୍ଥିତିରେ ଥିଲେ ପ୍ରତ୍ୟେକ ରବିବାର ଦିନ ଏକ ତମ୍ବା କଳସୀରେ ଗହମ ପୁରାଇ ଦାନ କରି ଦିଅନ୍ତୁ । ସୂର୍ଯ୍ୟଙ୍କ ଦୁଷ୍ପ୍ରଭାବ ଦୂର ହେବାକୁ ଲାଗିବ ।

୬ . ଧନୁ କିମ୍ବା ମୀନ ରାଶି:-

ଏହି ଜାତକର ଦେବ ଗୁରୁ ହେଉଛନ୍ତି ବୃହସ୍ପତି ଗ୍ରହ । ଜାତକରେ ଗୁରୁ ଖରାପ ସ୍ଥିତିରେ ଥିଲେ ପ୍ରତ୍ୟେକ ଗୁରୁବାର ପିତ୍ତଳ ଥାଳିରେ ଗହମ ଭରି ଦାନ କରି ଦିଅନ୍ତି ।

୭ . ମକର କିମ୍ବା କୁମ୍ଭ ରାଶି:-

ଏହି ଦୁଇ ରାଶିର ସ୍ୱାମୀ ଗ୍ରହ ଶନି ଦେବ । ଜାତକରେ ଶନି ଦେବଙ୍କ ସ୍ଥିତି ଖରାପ ଥିଲେ ମାଘ ମାସର ପ୍ରତ୍ୟେକ ଶନିବାର ଦିନ କଳା କପଡ଼ାରେ କଳା ରାଶି ଘୋଡ଼ାଇ ଦାନ କରି ଦିଅନ୍ତୁ । ଏହାଦ୍ବାରା ଶନିଙ୍କ ପୀଡ଼ା ଦୂର ହୋଇଯିବ । ରାହୁଙ୍କ ଦୋଷ ଥିଲେ ପ୍ରତ୍ୟେକ ବୁଧବାର କମ୍ବଳ ସହିତ କିଛି ସୋରିଷ ଦାନ କରି ଦିଅନ୍ତୁ ।

ଶାସ୍ତ୍ର ଅନୁଯାୟୀ ମାଘ ମାସରେ କିଛି ଜିନିଷ ଯେମିତିକି , ମଦିରା , ମୂଳା ଖାଇବା ଅନୁଚିତ । ମାଘ ମାସର ପ୍ରତିପଦରେ ପାଣି କଖାରୁ , ଦ୍ୱିତୀୟାରେ ଭେଜି ବାଇଗଣ , ତୃତୀୟାରେ ପୋଟଳ ଖାଇବା ଅନୁଚିତ । ଚତୁର୍ଥିରେ ମୂଳା ଖାଇବା ଅନୁଚିତ । ସେହିଭଳି ଷଷ୍ଠୀ ତିଥିରେ ନିମ ଖାଇବା ଉଚିତ ନୁହେଁ । ଅଷ୍ଟମୀରେ ନଡ଼ିଆ ଏବଂ ଦଶମୀରେ ଲାଉ ଖାଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *