୨୦୨୪ ଫେବୃଆରୀ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ରହିବ କିଛି ଏଭଳି । ଘଟିବ ଛଅ ବଡ଼ ଘଟଣା ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ୨୦୨୪ ରେ ମିଥୁନ ରାଶିର ବ୍ୟକ୍ତିଙ୍କ ଜୀବନ କିପରି ରହିବ ସେହି ବିଷୟରେ କହିବୁ ।

୧ . ନବଗ୍ରହ:-

ଏହି ରାଶିର ବ୍ୟକ୍ତିଙ୍କର ଚତୁର୍ଥ ଘରେ କେତୁ ରହିବେ । ସପ୍ତମ ଘରେ ଶୁକ୍ରଙ୍କ ସହିତ ମଙ୍ଗଳ ବିରାଜିତ ହେବ , ଅଷ୍ଟମରେ ବୁଧ ଗ୍ରହ ଏବଂ ଦଶମ ଘରେ ରାହୁ ଗ୍ରହ ଅଛନ୍ତି ।

୨ . ସ୍ୱାସ୍ଥ୍ୟ:-

ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କର ସ୍ୱାମୀ ଗ୍ରହ ବୁଧଦେବ ଅଟନ୍ତି । ରାଶିର ସ୍ୱାମୀ ସ୍ବୟଂ ବୁଧ ଅଟନ୍ତୁ । ବୁଧ ୨୦ ପର୍ଯ୍ୟନ୍ତ ଅଷ୍ଟମରେ ଏବଂ ୨୦ ପରେ ନବମ ଗ୍ରହକୁ ଆସିବେ । ଅଷ୍ଟମ ଘରକୁ ଭଲ ବୋଲି ବିବେଚନା କରାଯାଏ ନାହିଁ । ଏହି ଘର ଅଶୁଭ ହୋଇଥାଏ । ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହୋଇପାରେ । ଫେବୃଆରୀ ୨୦ ପର୍ଯ୍ୟନ୍ତ ଶରୀରର ବିଶେଷ ଧ୍ୟାନ ଦିଅନ୍ତୁ ।

୩ . ଶିକ୍ଷା:-

ଶିକ୍ଷାର ଘର ପଞ୍ଚମ ଏବଂ ଏହି ଘରର ଭଗବାନ ଶୁକ୍ର ଅଟନ୍ତି । କିନ୍ତୁ ଫେବୃଆରୀ ୧୨ ରେ ଶୁକ୍ର ଅଷ୍ଟମ ଘରକୁ ଚଳନ କରିବ । ଆପଣଙ୍କ ପାଠ ପଢ଼ା ବହୁତ ଭଲ ରହିବ । ପାଠ ପଢ଼ା ପାଇଁ ଆପଣ ଭଲ ନିଷ୍ପତ୍ତି ନେଇ ପାରନ୍ତି । ଶୁକ୍ର ଅଷ୍ଟମ ଘରକୁ ଆସିବା ପରେ ପଢ଼ାରେ ବ୍ୟତିକ୍ରମ ହୋଇପାରେ ।

୪ . ପ୍ରେମ ଜୀବନ:-

ପଞ୍ଚମ ଘର ପ୍ରେମ ଜୀବନର ଭାଗ ହୋଇଥାଏ । ପଞ୍ଚମ ଘରର ମାଲିକ ଶୁକ୍ରଦେବ ଅଟନ୍ତି । ଫେବୃଆରୀ ୧୨ ପର୍ଯ୍ୟନ୍ତ ଶୁକ୍ର କେନ୍ଦ୍ରରେ ଅଛନ୍ତି । ଶୁକ୍ର ଅଷ୍ଟମକୁ ଚଳନ କଲେ ସୂର୍ଯ୍ୟ ସହିତ ମିଶି ଫେବୃଆରୀ ୨୦ ପର୍ଯ୍ୟନ୍ତ ରହିବ । ତେଣୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ପ୍ରେମ ଜୀବନ ଅତ୍ୟନ୍ତ ଭଲ ରହିବ । ଶୁକ୍ରଙ୍କ ଚଳନ ସହିତ ସମ୍ପର୍କରେ ପରିବର୍ତ୍ତନ ଆସିପାରେ । ଏହି ସମୟରେ ପ୍ରେମ ଜୀବନ ପ୍ରତି ଟିକିଏ ସତର୍କ ରୁହନ୍ତୁ । ଅଧିକ ଜିଦ କଲେ ଉଭୟଙ୍କ ମଧ୍ୟରେ ସମସ୍ୟା ବଢ଼ିପାରେ ।

୫ . ବୈବାହିକ ଜୀବନ:-

ସପ୍ତମ ଘର ବୈବାହିକ ଜୀବନର ଘର ହୋଇଥାଏ । ଏହି ଘରର ସ୍ୱାମୀ ଅଟନ୍ତି ସ୍ୱୟଂ ବୃହସ୍ପତି । ଏହି ଗ୍ରହ ଏକାଦଶରେ ରହି କୌଣସି ଦୃଷ୍ଟିରେ ସପ୍ତମ ଘରକୁ ଦେଖୁଛନ୍ତି । ତେଣୁ ଆପଣଙ୍କ ବୈବାହିକ ଜୀବନ ଅତ୍ୟନ୍ତ ଭଲ ରହିବ । ଶୁକ୍ର ମଧ୍ୟ ସପ୍ତମରେ ଥିବାରୁ ବୈବାହିକ ଜୀବନ ଅତ୍ୟନ୍ତ ଭଲ ରହିବ । ଦୁଇ ଜଣଙ୍କ ମଧ୍ୟରେ ଭଲପାଇବା ବଢ଼ିବ । ଫେବୃଆରୀ ୬ ପର୍ଯ୍ୟନ୍ତ ଲାଇଫ ପାର୍ଟନରଙ୍କ ଠାରେ କ୍ରୋଧ ଦେଖା ଦେଇପାରେ । ମୋଟ ଉପରେ କହିବାକୁ ଗଲେ ଫେବୃଆରୀ ମାସରେ ବୈବାହିକ ଜୀବନ ଅତ୍ୟନ୍ତ ଭଲ ରହିବ ।

୬ . ଭାଗ୍ୟ , କ୍ୟାରିଅର ଏବଂ ବ୍ୟାପାର:-

ଆପଣଙ୍କ ଭାଗ୍ୟ ସ୍ଥାନର ମାଲିକ ହେଉଛନ୍ତି ଶନିଦେବ । କ୍ୟାରିଅରର ମାଲିକ ହେଉଛନ୍ତି ଦେବଗୁରୁ ବୃହସ୍ପତି । ଦଶମ ଘରର ମାଲିକ ଏକାଦଶ ଘରେ ଅଛନ୍ତି । ଏହି ମାସରେ ଭାଗ୍ୟ ଆପଣଙ୍କ ସାଥ ଦେବ । ଶନିଦେବ ଆପଣଙ୍କ ଭାଗ୍ୟକୁ ମଜବୁତ କରିଦେବ । ମିଥୁନ ରାଶି ପାଇଁ ଶନିଦେବ ପୁରା ବର୍ଷ ଅତ୍ୟନ୍ତ ଭଲ କରିବେ ।

Leave a Reply

Your email address will not be published. Required fields are marked *