ଜାନୁଆରୀ ୨୫ ପୌଷ ପୂର୍ଣ୍ଣିମା , ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଗୁପ୍ତ ଜିନିଷ । ମିଳିବ ଅପାର ଧନ…………

ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛ ମହତ୍ତ୍ୱ ବେଶ ଭିନ୍ନ ଅଟେ । ସେହିଭଳି ଏହି ତୁଳସୀ ଗଛରେ କିଛି ଖାସ ଦିନ ଯେମିତିକି ପୂର୍ଣ୍ଣିମା କିମ୍ବା ଏକାଦଶୀରେ କିଛି ଜିନିଷ ବାନ୍ଧିବାର ନିୟମ ରହିଛି । ଜାନୁଆରୀ ୨୫ ରେ ପୌଷ ପୂର୍ଣ୍ଣିମା ପଡ଼ିବ । ତେଣୁ ଏହିଦିନ କେଉଁ ଜିନିଷ ତୁଳସୀ ଗଛରେ ବାନ୍ଧିବା ଜରୁରୀ ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ଯେତିକି ଜରୁରୀ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ତାହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ସର୍ବଦା ସୁଖ ସମୃଦ୍ଧି ବଜାୟ ରହିଥାଏ । ମାତ୍ର ଅନେକ ଲୋକ ଖାଲି ତୁଳସୀ ଗଛ ରଖି ଭୁଲ କରିଥାନ୍ତି । ବାସ୍ତବରେ ତୁଳସୀ ଗଛକୁ ରଖିଲେ ତାହା ଉପରେ ଏକ ନାଲି ଚୁନି ଘୋଡ଼ାଇ ଦେବା ଆବଶ୍ୟକ । ଯାହାଦ୍ୱାରା ଘରକୁ ସର୍ବଦା ସୁଖ ସମୃଦ୍ଧି ଆସିଥାଏ

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଚୁନି ପୁରୁଣା ହୋଇଗଲେ କିମ୍ବା ଫାଟି ଯାଇଥିଲେ ତାହାକୁ କେବଳ ପର୍ବପର୍ବାଣିରେ ହିଁ ବଦଳାଇଥାନ୍ତି । ମାତ୍ର ଏପରି ନୁହେଁ ବରଂ ତୁଳସୀ ଗଛରେ ଚୁନି ପ୍ରତି ସପ୍ତାହ ବଦଳାଇ ଦେବା ଉଚିତ । ନଚେତ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । କିନ୍ତୁ ଖାଲି ତୁଳସୀ ଗଛ ଘରେ ଲଗାନ୍ତୁ ନାହିଁ । କାରଣ ତୁଳସୀ ଆମ ମା’ ଭଳି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଭୁଲରେ ବି କିଛି ଜିନିଷ ତୁଳସୀ ଗଛରେ ରଖିବା ଉଚିତ ନୁହେଁ ।

୧ . ତୁଳସୀ ଗଛରେ ଗଙ୍ଗା ଜଳ ଦେବା ଆଦୋୖ ଉଚିତ ନୁହେଁ । ତୁଳସୀ ଗଛରେ ସର୍ବଦା ପରିଷ୍କାର ପାଣି ଦେବା ଉଚିତ । ଅନେକ ଲୋକ ଦୂଷିତ ପାଣି ଅର୍ପିତ କରିଥାନ୍ତି । ଯାହା କରିବା ଉଚିତ ନୁହେଁ । ତୁଳସୀ ଗଛରେ ପିଇବା ଉପଯୋଗୀ ପାଣି ଅର୍ପିତ କରିବା ଉଚିତ । ତୁଳସୀ ଗଛରେ ପାଣି ଦେବା ପୂର୍ବରୁ ପ୍ରଥମେ ନିଜେ ସ୍ନାନ କରି ଶୁଦ୍ଧ ହୁଅନ୍ତୁ । ଯେଉଁ ପାତ୍ରରେ ପାଣି ନେଉଛନ୍ତି ତାହା ମଧ୍ୟ ପରିଷ୍କାର ହେବା ଉଚିତ ନଚେତ ପାପ ଲାଗିଥାଏ ।

୨ . ସପ୍ତାହରେ ଥରେ ପାଣିରେ କ୍ଷୀର ମିଶାଇ ତୁଳସୀ ଗଛରେ ଚଢାନ୍ତୁ । ତୁଳସୀ ଗଛରେ କ୍ଷୀର ଚଢ଼ାଇଲେ ଘରକୁ ସୁଖ ଶାନ୍ତି ଆସିଥାଏ ଏବଂ ଉନ୍ନତି ଦେଖା ଦେଇଥାଏ । ତୁଳସୀ ଗଛ ଲଗାଇବା ସମୟରେ ମାଟି ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଅର୍ଥାତ ପରିଷ୍କାର ମାଟିରେ ହିଁ ତୁଳସୀ ଗଛ ଲଗାନ୍ତୁ । ସେଥିରୁ ଗୋଡ଼ି କଙ୍କଡ଼ ସଫା କରି ଦିଅନ୍ତୁ । ନଚେତ ପାପ ଲାଗିଥାଏ । ତୁଳସୀ ଗଛରେ ଶାଳୀଗ୍ରାମ ପ୍ରତିମା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ତୁଳସୀ ଗଛରେ ଅନ୍ୟ ଦେବଦେବୀଙ୍କ ପ୍ରତିମା ରଖିବା ଉଚିତ ନୁହେଁ । କେବଳ ଶାଳୀଗ୍ରାମ ପ୍ରତିମା ହିଁ ସର୍ବଶ୍ରେଷ୍ଠ ଅଟେ ।

୩ . ତୁଳସୀ ଗଛ ଶୁଖିଗଲେ ତାହାକୁ ଘରେ ରଖିବା ଉଚିତ ନୁହେଁ । ତାହାକୁ ମାଟିରେ ପୋତି ଦିଅନ୍ତୁ କିମ୍ବା ପାଣିରେ ବିସର୍ଜିତ କରି ଦିଅନ୍ତୁ । ନଚେତ ଆପଣ ତାହାକୁ ଘରେ ରଖନ୍ତୁ ଏବଂ କୌଣସି ଯଜ୍ଞ ପରମ୍ପରା ହେଲେ ହୋମରେ ବ୍ୟବହାର କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ତୁଳସୀ ସାଧରଣତଃ ବିଭିନ୍ନ ପ୍ରକାରର ହୋଇଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ ହିନ୍ଦୁ ପରିବାରରେ କେବଳ ରାମ ତୁଳସୀ ଏବଂ କୃଷ୍ଣ ତୁଳସୀ ଲଗା ଯାଇଥାଏ । ଅନ୍ୟ ତୁଳସୀ ରଖାଯାଇ ନଥାଏ ।

ତୁଳସୀ ଗଛ ପାଖରେ ସର୍ବଦା ସ୍ୱଚ୍ଛତା ରହିବା ଆବଶ୍ୟକ । ଏହା ପାଖରେ କୌଣସି ପ୍ରକାରର ଆବର୍ଜନା , ଜୋତା ଚପଲ ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ତୁଳସୀଙ୍କର ଅପମାନ ହୋଇଥାଏ ଏବଂ ତୁଳସୀ ଗଛର ଆଖପାଖର ବାତାବରଣ ଅଶୁଦ୍ଧ ହୋଇଯାଏ । ଯାହାଦ୍ୱାରା ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇବା ସର୍ବଶ୍ରେଷ୍ଠ ଅଟେ । କାରଣ କଦଳୀ ଗଛରେ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ବାସ ହୋଇଥାଏ । ଏହାକୁ ତୁଳସୀ ଗଛ ପାଖରେ ଲଗାଇଲେ ଧନ ବୃଦ୍ଧି ହୋଇଥାଏ । ତୁଳସୀ ଗଛ ମୂଳରେ ଶାଳିଗ୍ରାମ ରଖିଲେ ଦାରିଦ୍ର୍ୟତାର ନାଶ ହୋଇଥାଏ । ଶାଳିଗ୍ରାମକୁ ଭଗବାନ ବିଷ୍ଣୁଙ୍କ ରୂପ ବୋଲି କୁହାଯାଏ । ଯେଉଁ ଘରେ ତୁଳସୀ ଗଛ ସହିତ ଶାଲିଗ୍ରାମର ପୂଜା ମଧ୍ୟ କୁହାଯାଏ ସେଠାରେ ସର୍ବଦା ସୁଖ ସମୃଦ୍ଧିର ବାସ ହୋଇଥାଏ ଏବଂ ଦାରିଦ୍ର୍ୟତା ଦୂର ହୋଇଯାଏ ।

ସନ୍ଧ୍ୟା ସମୟରେ ତୁଳସୀ ପାଖରେ ଦୀପ ଜଳାଇବା ସମୟରେ ଏହି ମନ୍ତ୍ରର ଉଚ୍ଚାରଣ ” ଓଁ ବୃନ୍ଦାବନୟେ ସ୍ୱାହା ” କରିବା ଉଚିତ । ଏହାଦ୍ବାରା ବ୍ୟକ୍ତିକୁ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ । ଶୁକ୍ରବାର ଦିନ ତୁଳସୀର କୌଣସି ଶାଖାକୁ ନାଲି ରଙ୍ଗର ସୂତା ବାନ୍ଧି ନିଜର ମନସ୍କାମନା କୁହନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ପୂରଣ ହେବ । ତାପରେ ଆପଣ ତାହାକୁ ନେଇ କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *