ଫେବୃଆରୀ ୨୦୨୪ ରେ ବୃଷରାଶିର ବ୍ୟକ୍ତିଙ୍କ ଜୀବନରେ ଘଟିବ ୬ ଟି ବଡ଼ ଘଟଣା …….

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ୨୦୨୪ ଫେବୃଆରୀରେ ବୃଷରାଶିର ବ୍ୟକ୍ତିଙ୍କ ଜୀବନ କିଭଳି ରହିବ ସେହି ବିଷୟରେ କହିବୁ ।

୧ . ଗ୍ରହ ସ୍ଥିତି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଗ୍ରହ ସ୍ଥିତି ବିଷୟରେ କହିବାକୁ ଗଲେ ଦ୍ୱାଦଶରେ ଦେବ ଗୁରୁ ବୃହସ୍ପତି ଏକାଦଶ ଘରେ ରାହୁ ଦେବ ଏବଂ ପଞ୍ଚମ ଘରେ କେତୁ ଦେବ , ଅଷ୍ଟମରେ ଶୁକ୍ରଙ୍କ ସହିତ ମଙ୍ଗଳ , ନବମରେ ସୂର୍ଯ୍ୟଙ୍କ ସହିତ ମଙ୍ଗଳ ଏବଂ ଦଶମ ସ୍ଥାନରେ ସ୍ୱୟଂ ଶନି ଦେବ ବିରାଜିତ ଅଛନ୍ତି ।

୨ . ସ୍ୱାସ୍ଥ୍ୟ:-

ପ୍ରଥମ ଘରର ମାଲିକ ଶୁକ୍ର ଦେବ ହୋଇଥିବାରୁ ସେ ୧୨ ତାରିଖ ଦିନ ଅଷ୍ଟମ ଘରକୁ ଗୋଚର କରିବେ ଏବଂ ତାପରେ ନବମ ଘରକୁ ଯିବେ । ତେଣୁ ଆପଣ ୧୨ ଫେବୃଆରୀ ପର୍ଯ୍ୟନ୍ତ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ବାହାର ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଖରାପ ଖାଦ୍ୟ ଖାଆନ୍ତୁ ନାହିଁ ଏବଂ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଫେବୃଆରୀ ୧୨ ପରେ ଇମ୍ୟୁନିଟି ସିଷ୍ଟମ ମଜବୁତ ହେବା ସହିତ ଶରୀର ମଧ୍ୟ ଭଲ ରହିବ ।

୩ . ଶିକ୍ଷା:-

ଶିକ୍ଷା ବିଷୟରେ କହିଲେ ଜାତକର ପଞ୍ଚମ ଭାଗ ଶିକ୍ଷା ସହିତ ଜଡ଼ିତ ହୋଇଥାଏ । ପଞ୍ଚମ ଭାଗର ସ୍ୱାମୀ ସ୍ୱୟଂ ବୁଧ ଦେବ ଯିଏକି ନବମ ସ୍ଥାନରେ ବିରାଜିତ ଅଛନ୍ତି । ଫେବୃଆରୀ ୨୦ ରେ ଦଶମ ଘରକୁ ଗୋଚର କରିବେ । ଶିକ୍ଷା କ୍ଷେତ୍ରରେ ଉନ୍ନତି ଦେଖାଦେବ କାରଣ ବୁଧଦେବ ଭଲ ସ୍ଥିତିରେ ଅଛନ୍ତି । ପରେ ବୁଧ କେନ୍ଦ୍ରରେ ଅବସ୍ଥାନ କରିବେ ।

୪ . ପ୍ରେମ:-

ଜାତକରେ ପଞ୍ଚମ ଘର ପ୍ରେମ ଜୀବନ ସହିତ ଜଡ଼ିତ ହୋଇଥାଏ । ଏହି ମାସରେ ପ୍ରେମ ଜୀବନ ଅତ୍ୟନ୍ତ ଭଲ ରହିବ । ବର୍ତ୍ତମାନ ନବମ ଏବଂ ପରେ ଦଶମ ଘରେ ଗୋଚର କରିବେ । ୧୨ ରୁ ୨୦ ଫେବୃଆରୀ ପର୍ଯ୍ୟନ୍ତ ଶୁକ୍ର ଏବଂ ବୁଧ ଏକାଠି ଚଳନ କରିବେ । ସାଥୀଙ୍କ ସହିତ ସମ୍ପର୍କ ବହୁତ ଭଲ ରହିବ । ଦୁଇଜଣ କୁଆଡ଼େ ବାହାରକୁ ଯାଇ ପାରନ୍ତି । ଦୁଇଜଣଙ୍କ ମଧ୍ୟରେ କିଛି ଭୁଲ ବୁଝାମଣା ହୋଇପାରେ ।

୫ . ବୈବାହିକ ଜୀବନ:-

ସପ୍ତମ ଭାଗ ଆପଣଙ୍କ ବୈବାହିକ ଜୀବନର ଭାଗ ଅଟେ । ସପ୍ତମ ଭାଗର ମାଲିକ ମଙ୍ଗଳ ଦେବ ଅଟନ୍ତି । ଆପଣଙ୍କ ଜୀବନସାଥୀଙ୍କ ସହିତ ଭଲ ସମ୍ବନ୍ଧ ରହିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆସିବ । ଆପଣଙ୍କ ପାର୍ଟନର କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ । ସର୍ବପରେ କହିବାକୁ ଗଲେ ବୈବାହିକ ଜୀବନ ଖୁବ ରହିବ ।

୬ . ଭାଗ୍ୟ , କ୍ୟାରିଅର ଏବଂ ବ୍ୟାପାର:-

ଆପଣଙ୍କ ଭାଗ୍ୟ ସ୍ଥାନ ଏବଂ କ୍ୟାରିଅରର ମାଲିକ ହେଉଛନ୍ତି ଶନିଦେବ । ଶୁକ୍ର ମଧ୍ୟ ନବମ ଘରେ ଅଛନ୍ତି । ଫେବୃଆରୀ ୧୨ ରେ ଆପଣଙ୍କ ଭାଗ୍ୟ ଅତ୍ୟନ୍ତ ଭଲ ରହିବ । ୧୨ ପରେ ସମୟ ଆହୁରି ଭଲ ହେବ ଏବଂ କୌଣସି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଚତୁର୍ଥ ଘରର ମାଲିକ ସୂର୍ଯ୍ୟ ଦେବ ହୋଇଥିବାରୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । କାମରେ ସୁଖ ମିଳିବ କିନ୍ତୁ କାର୍ଯ୍ୟର ଚିନ୍ତା ଲାଗି ରହିବ ।

Leave a Reply

Your email address will not be published. Required fields are marked *