ଯେତେବେଳେ ଚିନ୍ତିତ ଥିବେ ସେତେବେଳେ କୃଷ୍ଣଙ୍କର କଥା ଆପଣଙ୍କ ଦୁଃଖ ଦୂର କରିଦେବ..

ବନ୍ଧୁଗଣ ଭଗବାନ କୃଷ୍ଣ କହିଥାନ୍ତି ଜୀବନ ଜିଇଁବାର ଦୁଇଟି ହିଁ ରାସ୍ତା ଅଛି | ଗୋଟିଏ ତ ଜ୍ଞାନର ମାର୍ଗ ଏବଂ ଅନ୍ୟଟି ହେଉଛି ସଂସାରର ମୋହ ଆଉ ଲାଳସା | ପ୍ରତ୍ୟେକ ମନୁଷ୍ୟ ନିଜ ମନର ଦାସ ହୋଇଥାଏ, ଆମ ମନ ଯେମିତି ରାସ୍ତା ଦେଖେଇଥାଏ ଆମେ ସେମିତି ହିଁ ଚାଲିଥାଉ | ଅନେକ ଲୋକ ଥାନ୍ତି ଯେଉଁ ମାନେ ଧନ ଧାନ୍ୟ ଏବଂ ବନ୍ଧୁ ପରିବାର ବର୍ଗ ରେ ସନ୍ତୁଷ୍ଟ ହୋଇ ନଥାନ୍ତି |

ଏହିପରି ଲୋକଙ୍କୁ ଜୀବନ ରେ ଦୁଃଖ କଷ୍ଟ ଆଉ ଚିନ୍ତା ସବୁବେଳେ ଘେରି ରହିଥାଏ | ଯାହାଠୁ ବଂଚିବା ପାଇଁ ଗୋଟିଏ ହିଁ ମାର୍ଗ ଶ୍ରୀକୃଷ୍ଣ | ଏହି ପୋଷ୍ଟ ରେ ଆମେ ଏହିପରି କିଛି ଶ୍ରୀକୃଷ୍ଣ ଙ୍କର ବାଣୀ କହିବୁ ଯାହାକୁ ସମୟ ସମୟରେ ଜାଣିବା ଦ୍ୱାରା ଦୁଃଖ କଷ୍ଟ ରୁ ମୁକ୍ତି ମିଳିପାରିବ | ଆଉ ଏହି ବାଣୀକୁ ଆପଣେ ଇବା ଦ୍ୱାରା ଚିନ୍ତା ଦୂର ହୋଇଥାଏ ଏବଂ ଖୁସି ମିଳିଥାଏ |

1. ଅନ୍ୟ ବିଷୟରେ ଭାବିଠୁ ଭଲ ଆପଣ ନିଜ କର୍ମ କରନ୍ତୁ – ଅନ୍ୟ ଲୋକ ଯାହା କରୁଛନ୍ତି ସେ ସେମାନଙ୍କ କର୍ମ ତେବେ ସେ ବିଷୟରେ ଭାବି ନିଜ ସମୟରେ ବର୍ବାଦ କରିବା ଉଚିତ ନୁହେଁ | ତେବେ ବନ୍ଧୁଗଣ ନିଜ କର୍ମ କରିବା ଆପଣଙ୍କ ପାଇଁ ଶ୍ରେୟସ୍କର ହେବ |

2. ନର୍କ ର ତିନୋଟି ରାସ୍ତା ଲାଳସା, କ୍ରୋଧ ଏବଂ କାମନା –

ଭଗବାନ କୃଷ୍ଣ କହିଛନ୍ତି ମନୁଷ୍ୟ ପାଖ ରେ ଯଦି ଏହି ତିନୋଟି ଗୁଣ ରହିଛି ତେବେ ସେହି ଲୋକ ନର୍କ କୁ ଯାଇଥାଏ | ତେବେ ବନ୍ଧୁଗଣ ଏହି ତିନୋଟି ଜିନିଷ ଦୁରେଇ ରୁହନ୍ତୁ |

3. କର୍ମ କରିଚାଲ ଫଳର ଇଛା ରଖନାହିଁ – କେବେ ବି ଫଳର ଇଛା ରଖି କୌଣସି କାର୍ଯ୍ୟ କରନ୍ତୁ ନାହିଁ | କାରଣ କର୍ମ ର ଫଳ ସବୁବେଳେ ଭଲ ହିଁ ହୋଇଥାଏ | ତେବେ ଏହି ବିଷୟ ରେ ଚିନ୍ତା କରି ନିଜ କର୍ମ ରେ ବାଧା ଆଣନ୍ତୁ ନାହଁ |

4- କଣ ହେଇଥିଲା, କାହିଁକି ହେଇଛି, କଣ ପାଇଁ ହେଉଛି, ଆଉ କଣ ହେବ? ଆପଣ କେବେ ବି ଅତୀତ କୁ ଠିକ କରିପାରିବେ ନାହିଁ ଏବଂ ଭବିଷ୍ୟତ କୁ ଦେଖିପାରିବେ ନାହିଁ ତେବେ ଏହି ବିଷୟରେ ଚିନ୍ତା କରି ନିଜ କଷ୍ଟ କୁ ଦୁଇଗୁଣିତ କରନ୍ତୁ ନାହିଁ | କେବଳ ନିଜର କର୍ମ କରିଚାଳନ୍ତୁ |

5. ଯାହା ଆପଣଙ୍କ ଜୀବନ ରେ ହେଉଛି ଆପଣ ତାକୁ ବଦଳେଇ ପାରିବେ ନାହିଁ | ଜୀବନ ଏବଂ ମୃତ୍ୟୁ ର ଅନ୍ତର କୁ ଆପଣ କେବେ ମାପି ପାରିବେ ନାହିଁ | ଜୀବନ ବହୁତ ଛୋଟ ଏହା ଏକ ବିଚରଧାରା ଆପଣଙ୍କ ମନ ଛୋଟ ହେଉ କି ବଡ ଏହାକୁ କେବେ ବି ଜାଣିପାରିବ ନାହିଁ | ତେଣୁ ଚିନ୍ତା କରନ୍ତୁ ନାହିଁ କର୍ମ କରନ୍ତୁ |

6.ଏହି ଶରୀର ଆପଣଙ୍କର ନୁହେଁ ନା ହିଁ ଆପଣ ଏହି ଶରୀର ର, ଏହି ଶରୀର ପାଞ୍ଚ ତତ୍ୱ ର ଅଟେ ଏବଂ ଏହା ମଧ୍ୟ ରେ ହିଁ ଲୀନ ହୋଇଯିବ | ଆତ୍ମା ଆପଣଙ୍କର କଣ ଆପଣ କେବେ ଏହା ବିଷୟରେ ଭାବିଛନ୍ତି?

7.ଡର ନାହିଁ କି କଣ ହେଇଥିଲା କଣ ହଉଚି ଆଉ କଣ ହେବ? ଏହା ବ୍ୟତୀତ ଆପଣ ଧ୍ୟାନ ଦିଅନ୍ତୁ ସତ୍ୟ କଣ?

8.ମନୁଷ୍ୟ ନିଜ ବିଶ୍ୱାସ ସହ ତିଆରି ହୋଇଥାଏ,ତେବେ ଯଦି ବିଶ୍ୱାସ ରଖିବେ ତେବେ ସବୁକିଛି କରିପାରିବେ | ଯଦି ବିଶ୍ୱାସ କରିବେ ନାହିଁ ତେବେ କିଛି କରିପାରିବେ ନାହିଁ |

9.କ୍ରୋଧ ସବୁ ସମସ୍ୟା ର କାରଣ ଏବଂ ମନ ସବୁବେଳେ ଇର୍ଷା ଏବଂ ଚିନ୍ତା ରେ ଭରି ରହିଥାଏ | ଏହା ସବୁବେଳେ ଆପଣଙ୍କ ମନ ରେ ପ୍ରଭାବ ପକାଇ ଥାଏ | ତେବେ ନିଜ ରାଗ କୁ ଆୟତ୍ତ ରେ ରଖନ୍ତୁ |

10.ଆପଣ ନିଜର କଥା ଶୁଣନ୍ତୁ ତାହା କରନ୍ତୁ ଯାହା ଆପଣଙ୍କ ମନ ଆପଣଙ୍କୁ କରିବାକୁ କହୁଛି | ସଦା ସର୍ବଦା ନିଜ କାମ ପ୍ରତି ସଚୋଟ ରୁହନ୍ତୁ |

11.ଏହି ଦୁନିଆ ଆପଣଙ୍କର ନୁହେଁ ଆଉ ନା ହିଁ ଆପଣ ଏହି ଦୁନିଆର ତେବେ କାହିଁକି ନିଜ ଖୁସି ଅନ୍ୟଙ୍କ ଭିତରେ ଖୋଜୁଛ |

12.ସବୁବେଳେ ସତ କୁହନ୍ତୁ, ସତ ରେ ଆପଣଙ୍କୁ ଲାଭ ନମିଳି ପାରେ କିନ୍ତୁ ଶାନ୍ତି ନିଶ୍ଚିନ୍ତ ମିଳିବ |

13. ସଂସାରର ସବୁବେଳେ ଜିନିଷ ବ୍ୟୟ କରନ୍ତୁ ନାହିଁ କେବେଳ ସେତିକି କରନ୍ତୁ ଯେତିକି ଆପଣଙ୍କର ଆବଶ୍ୟକ | ବାକି ଅନ୍ୟ ମାନଙ୍କ ପାଇଁ ଛାଡିଦିଅନ୍ତୁ ଏବଂ ମନକୁ ସନ୍ତୁଷ୍ଟ କରିବା ଶିଖନ୍ତୁ |

14.ଖୁସିରେ ବଂଚିବାକୁ ଚାହୁଁଛନ୍ତି ତେବେ ନିଜ ଇଛା କୁ ତ୍ୟାଗ କରିଦିଅନ୍ତୁ |

Leave a Reply

Your email address will not be published. Required fields are marked *