ଘରକୁ ଦାରିଦ୍ର୍ୟତା ନେଇ ଆସିଥାଏ ଏହି ପାଞ୍ଚଟି ଜିନିଷ । ହୋଇଥାଏ ଧନର ନାଶ ।

ସାଧରଣତଃ ପାଞ୍ଚଟି କାରଣ ପାଇଁ ଘରେ ଧନ ରହେ ନାହିଁ । ବାସ୍ତୁ ଶାସ୍ତ୍ରରେ ଅନେକ କାରଣ ବିଷୟରେ ବର୍ଣ୍ଣନା କରାଯାଇଛି । ଅନେକ ସମୟରେ ଆମର ସାଧରଣ ଭୁଲ ପାଇଁ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଯେଉଁ କାରଣରୁ ଘରେ କ୍ଳେଶ ଏବଂ ଧନ ହାନୀ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘର ମଧ୍ୟରେ ନକରାତ୍ମକ ଏବଂ ସକାରାତ୍ମକ ଦୁଇ ପ୍ରକାରର ଶକ୍ତି ରହିଥାଏ । କିଛି ଜିନିଷ ମଧ୍ୟ ଏପରି ରହିଛି , ଯାହାକୁ ଘରେ ରଖିଲେ ସେଥିରୁ ନକରାତ୍ମକ ଶକ୍ତି ନିର୍ଗତ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏହି ସବୁ ଜିନିଷକୁ ରହିବାକୁ ସ୍ପଷ୍ଟ ଭାବରେ ବାରଣ କରାଯାଇଛି । କିନ୍ତୁ କିଛି ଲୋକ ଭୁଲରେ କିମ୍ବା ଜାଣି ଶୁଣି ଏହିସବୁ ଜିନିଷକୁ ଘରେ ରଖି ଦିଅନ୍ତି ।

ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଯେ ଘରେ କେଉଁ ଜିନିସ ରଖିଲେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ଏବଂ ପାଞ୍ଚଟି କାରଣ କଣ ? ବାସ୍ତୁ ଦୋଷ ଅନୁଯାୟୀ ପ୍ରଥମତଃ ଘରର ମୁଖ୍ୟଦ୍ୱାର ଦକ୍ଷିଣ ଦିଗ ଆଡ଼କୁ ହେବା ଉଚିତ ନୁହେଁ । ଏହାଦ୍ବାରା ଘରର ମୁଖ୍ୟଙ୍କର କେବେ ଉନ୍ନତି ହୁଏନାହିଁ । ଘରେ ସବୁବେଳେ ଦୁଃଖ ଦାରିଦ୍ର୍ୟତା ରହେ । ପରିବାରରେ ଅଧିକ ଖର୍ଚ୍ଚ ଏବଂ ବାରମ୍ବାର ଲଢ଼େଇ ଝଗଡ଼ା ହୋଇଥାଏ । ତେଣୁ ଦକ୍ଷିଣ ଦିଗରେ କେବେ ଦ୍ୱାର ହେବା ଉଚିତ ନୁହେଁ । ଯଦି ଆପଣଙ୍କ ମୁଖ୍ୟ ଦ୍ୱାର ଉପରେ କୌଣସି ଗଛର ଛାୟା ପଡ଼େ ତେବେ ତାହା ଉତ୍ତମ ନୁହେଁ । ବାସ୍ତୁ ଶାସ୍ତ୍ରରେ ତାହାକୁ ଖୁବ ହାନୀକାରକ ମାନା ଯାଇଥାଏ ।

ଏହି କାରଣରୁ ଘରେ ସର୍ବଦା ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେଣୁ ଘରର ମୁଖ୍ୟଦ୍ଵାର ସାମ୍ନାରେ କେବେ କୌଣସି ଗଛର ଛାୟା ଏବଂ ବିଦ୍ୟୁତ ଖୁଣ୍ଟ ମଧ୍ୟ ରହିବା ଉଚିତ ନୁହେଁ । ନଚେତ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ଏବଂ ଧନ ହାନୀ ହୋଇଥାଏ । ଘର ସାମ୍ନାରେ କେବେ ପାଣି ଜମା ହୋଇ ରହିବା ଉଚିତ ନୁହେଁ । ଏହାବ୍ୟତୀତ କୌଣସି ପଶୁଙ୍କୁ ବାନ୍ଧିବା ପାଇଁ ଖୁଣ୍ଟ ମଧ୍ୟ ମୁଖ୍ୟଦ୍ୱାର ସାମ୍ନାରେ ରହିବା ଉଚିତ ନୁହେଁ । ପାଣି ଟ୍ୟାପରୁ ଲଗାତାର ଜଳ ପଡ଼ି ନଷ୍ଟ ହେଉଥିଲେ ତାହା ବାସ୍ତୁ ଦୋଷର କାରଣ ହୋଇଥାଏ । ଯଦି ଆପଣଙ୍କ ଘରେ ଏଭଳି କୌଣସି ଟ୍ୟାପ ଅଛି ତେବେ ତାହାକୁ ତୁରନ୍ତ ଠିକ କରାଇ ନିଅନ୍ତୁ । କାରଣ ବାସ୍ତୁ ଶାସ୍ତ୍ରରେ ଏହାକୁ ସବୁଠାରୁ ବଡ଼ ଦୋଷ ମାନା ଯାଇଛି ।

ଘରର କବାଟରେ ଫାଙ୍କ ରହିଥାଏ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । କାରଣ ଏହାଦ୍ବାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ମୁଖ୍ୟଦ୍ୱାରକୁ ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଶବ୍ଦ ସୃଷ୍ଟି ହେବା ଉଚିତ ନୁହେଁ । ଘରର ମୁଖ୍ୟଦ୍ୱାରରେ ଚଉକାଠ ନଥିଲେ ନକରାତ୍ମକତା ଘରକୁ ପ୍ରବେଶ କରିଥାଏ । ଚଉକାଠ ଘରର ଏକ ବନ୍ଧ ଯାହାକି ଘରକୁ ସବୁବେଳେ ରକ୍ଷା କରିଥାଏ । ଦ୍ୱାରା ଦ୍ୱାରା ଘର ସୁରକ୍ଷିତ ରହିଥାଏ ଏବଂ କୌଣସି ନକରାତ୍ମକ ଶକ୍ତି ଘର ମଧ୍ୟକୁ ଆସିପାରେ ନାହିଁ ।

Leave a Reply

Your email address will not be published. Required fields are marked *