ସକାଳୁ ଉଠି ଏହି ଗୋଟିଏ ଜିନିଷ ଖାଇବା ଦ୍ୱାରା ହୋଇଥାଏ ଆର୍ଥିକ ଲାଭ , ଜାଣି ରଖନ୍ତୁ

ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ମାର୍ଗରେ ଯେଉଁ ବ୍ୟକ୍ତି ଚାଲିଥାଏ ସେହି ବ୍ୟକ୍ତିର ଜୀବନ ସାର୍ଥକ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ଖୁବ ନିଷ୍ଠାର ସହିତ ଏବଂ ପବିତ୍ର ମନର ସହିତ ତାଙ୍କ ପୂଜା କରିଥାଏ ସେହି ବ୍ୟକ୍ତିର ରକ୍ଷା ଭଗବାନ ଶ୍ରୀକୃଷ୍ଣ ନିଜ ହାତକୁ ନିଅନ୍ତି ଏବଂ ତାକୁ ଆଶୀର୍ବାଦ କରନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଭଗବାନଙ୍କୁ ପ୍ରତ୍ୟେକ ଦିନ ଆରାଧନା କରିବା ଉଚିତ , ଘରେ ପୂଜା କରିବା ଉଚିତ ଏବଂ ଦୀପ ଜଳାଇବା ଉଚିତ । କିନ୍ତୁ କର୍ମ ମଧ୍ୟ କରିବା ଉଚିତ ।

ଦିନରେ ୯ ଥର କରାଯାଇଥିବା ପ୍ରାର୍ଥନା ଯେକୌଣସି ପ୍ରକାରେ ଭଗବାନଙ୍କ ନିକଟରେ ପହଞ୍ଚି ଯାଏ । ଯେମିତିକି ସୂର୍ଯ୍ୟଙ୍କ ଠାରୁ ଆରୋଗ୍ୟ , ଅଗ୍ନି ଠାରୁ ଶ୍ରୀ , ଶିବଙ୍କ ଠାରୁ ଜ୍ଞାନ , ବିଷ୍ଣୁଙ୍କ ଠାରୁ ମୋକ୍ଷ , ଦୁର୍ଗା ମାତାଙ୍କ ଠାରୁ ରକ୍ଷାର , ଭୈରବଙ୍କ ଠାରୁ କଠିନତା , ସରସ୍ୱତୀଙ୍କ ଠାରୁ ବିଦ୍ୟା ତତ୍ତ୍ୱ , ଲକ୍ଷ୍ମୀଙ୍କ ଠାରୁ ଐଶ୍ୱର୍ଯ୍ୟ ବୃଦ୍ଧି , ପାର୍ବତୀଙ୍କ ଠାରୁ ସୌଭାଗ୍ୟ , ସ୍କନ୍ଧଙ୍କ ଠାରୁ ସନ୍ତାନ ବୃଦ୍ଧି ଏବଂ ଶ୍ରୀଗଣେଶଙ୍କ ଠାରୁ ସବୁ ପ୍ରକାରର ସୁଖ ପ୍ରାପ୍ତି ନିମିତ୍ତ ପ୍ରାର୍ଥନା କରିବା ଉଚିତ

ମନୁଷ୍ୟର ପ୍ରତ୍ୟେକ ଦିନଚର୍ଯାରେ ସକାଳର ଅନେକ ମହତ୍ତ୍ୱ ରହିଛି । ଯେଉଁଠାରୁ ଏକ ନୂତନ ଦିନର ଆରମ୍ଭ ହୋଇଥାଏ । ଏହି ସମୟରେ ସବୁ ପ୍ରକାରର ଶୁଭ କାମ ମଧ୍ୟ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସକାଳୁ ଉଠିବା ମାତ୍ରେ ଭୂମିକୁ ସ୍ପର୍ଶ କରି ନିଶ୍ଚିତ ପ୍ରଣାମ କରିବା ଉଚିତ । ଯେହେତୁ ଭୂମି ମାତା ଆମ ବୋଝ ନେଉଛନ୍ତି ତେଣୁ ପ୍ରତ୍ୟେକ ଦିନ ସକାଳୁ ଉଠି ପ୍ରଣାମ କରି ତାଙ୍କୁ କୃତଜ୍ଞତା ଜଣାଇବା ଉଚିତ । ଏମିତିରେବି ମନୁଷ୍ୟର ଶରୀର ଭୂମି ତତ୍ତ୍ୱରୁ ତିଆରି ହୋଇଛି । ଯଦି ଆପଣ ପ୍ରତ୍ୟେକ ଦିନ ଭୂମିକୁ ସ୍ପର୍ଶ କରି ପ୍ରଣାମ କରନ୍ତି ତେବେ ଆପଣ ସବୁ କାର୍ଯ୍ୟରେ ସଫଳ ହେବେ ।

ଗଙ୍ଗା ଜଳକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି । କାରଣ ଏହି ନଦୀରେ ଦେବଦେବୀ ମଧ୍ୟ ସ୍ନାନ କରିଛନ୍ତି । ତେଣୁ ପ୍ରତ୍ୟେକ ଦିନ ସକାଳୁ ସ୍ନାନ1କରିବା ସମୟରେ ଗାଧୋଇବା ପାଣିରେ ତିନି ଚାରି ବୁନ୍ଦା ଜଳ ଗଙ୍ଗା ଜଳ ମିଶାଇ ସ୍ନାନ କଲେ ମନ ଏବଂ ଶରୀରରେ ସକାରାତ୍ମକତା ଜାତ ହୋଇଥାଏ । ରୋଗରୁ ମୁକ୍ତି ମିଳେ ଏବଂ ରାହୁ କେତୁ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ ।

ରାତିରେ ଶୋଇବା ସମୟରେ ଏକ ତମ୍ବା ପାତ୍ରରେ ପାଣି ଭରି ଦୁଇ ତିନି ବୁନ୍ଦା ଗଙ୍ଗା ଜଳ ମିଶାଇ ମୁଣ୍ଡ ପାଖରେ ରଖି ଦିଅନ୍ତୁ । ସକାଳୁ ଉଠିବା ମାତ୍ରେ ସେହି ଜଳକୁ ବିଛଣାରେ ସିଞ୍ଚି ଅବଶିଷ୍ଟ ଜଳକୁ ପିଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଯୁଗ ଯୁଗର ପ୍ରାପ୍ତି ହୋଇଥାଏ । ଏପରି ବ୍ୟକ୍ତି ସଫଳ ଜୀବନର ଆନନ୍ଦ ପାଇଥାଏ । ଗଙ୍ଗା ଜଳ ପିଇବା ଦ୍ୱାରା ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ । କୌଣସି ବ୍ୟକ୍ତିକୁ ମୃତ୍ୟୁ ସମୟରେ ଯଦି ଗଙ୍ଗା ଜଳ ଦିଆଯାଏ ତେବେ ତାର ସବୁ ପାପ ନାଶ ହୋଇଥାଏ ଏବଂ ସେ ମୋକ୍ଷ ପାଇଥାଏ ।

ପ୍ରତ୍ୟେକ ଦିନ ପୋଷାକରେ ଗଙ୍ଗା ଜଳ ସିଞ୍ଚିଲେ ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ସନାତନ ଧର୍ମରେ ଲବଙ୍ଗର ଅନେକ ମହତ୍ତ୍ୱ ରହିଛି । ଏହାକୁ ଶକ୍ତିର ବାହକ କୁହାଯାଏ ଏବଂ ଦେବୀ ଦୁର୍ଗାଙ୍କ ପ୍ରତୀକ କୁହାଯାଏ । ଶାସ୍ତ୍ର ଅନୁସାରେ ଯଦି ଆପଣ ରାତିରେ ଲବଙ୍ଗକୁ ତକିଆ ତଳେ ରଖି ଦିଅନ୍ତି ଏବଂ ସକାଳ ସମୟରେ ତାହାକୁ ପାଣି ଦ୍ୱାରା ନଚୋବାଇ ଖାଇ ଦିଅନ୍ତି ତେବେ ଏହା ଦ୍ୱାରା ନଅ ଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଏହାଦ୍ବାରା ଧନ , ଐଶ୍ୱର୍ଯ୍ୟ ଏବଂ ବୁଦ୍ଧି ପ୍ରାପ୍ତି ହୋଇଥାଏ । ସକାଳୁ ଭଗବାନଙ୍କ ପୂଜା ପରେ ଯଦି ଆପଣ ବାହାରକୁ କିମ୍ବା କୌଣସି କାମରେ ଯାଉଛନ୍ତି ତେବେ ଭଗବାନଙ୍କ ନିକଟରେ ଚଢ଼ାଯାଇଥିବା କୌଣସି ଫୁଲର ଗୋଟିଏ ପାଖୁଡ଼ାକୁ ପ୍ରସାଦ ଆକାରରେ ଖାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ଭଗବାନଙ୍କ କୃପା ପ୍ରାପ୍ତ ହେବ । ଏହାଦ୍ବାରା ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ବୃଦ୍ଧି ହେବ ଆତ୍ମବିଶ୍ୱାସ ବୃଦ୍ଧି ହେବ । ଏହାବ୍ୟତୀତ ସକାଳୁ ଘରୁ ବାହାରିବା ସମୟରେ ଦୁଇ ଚାରି ଦାନା ଚାଉଳ ଖାଇ ଦିଅନ୍ତୁ । ଏହାଦ୍ବାରା ଭାଗ୍ୟ ଉଦୟ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ଅସୀମ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *