ମଙ୍ଗଳବାର କିମ୍ବା ଶନିବାର ଦିନ ଚୁପଚାପ ଏହି ସ୍ଥାନରେ ବାନ୍ଧି ଦିଅନ୍ତୁ କଳା ସୂତା । ହୋଇଯିବେ ଧନୀ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି କିଛି ଉପାୟ ବିଷୟରେ କହିବୁ , ଯାହାକୁ ଯଦି ଆପଣ କରନ୍ତି ତେବେ ଆପଣଙ୍କ ଜୀବନାରେ କୌଣସି ସମସ୍ୟା ଆସିବ ନାହିଁ । ସମସ୍ୟା ପ୍ରାୟତଃ ଅନେକ ନକରାତ୍ମକତା କାରଣରୁ ମଧ୍ୟ ହୋଇପାରେ । ସାଧାରଣତଃ ନଜର ଦୋଷ ଏବଂ ଈର୍ଷା କାରଣରୁ ମଧ୍ୟ ଏଭଳି ହୋଇପାରେ । କିନ୍ତୁ ଆଜିକାର ଉପାୟ କଲେ କୌଣସିବି ନକରାତ୍ମକ ଶକ୍ତି ଆପଣଙ୍କ ଉପରେ ପ୍ରଭାବ ପକାଇ ପାରିବ ନାହିଁ । ଏହି ଉପାୟକୁ କରିବା ପାଇଁ କଳା ରେଶମୀ ସୂତାର ଆବଶ୍ୟକତା ରହିଛି । କଳା ସୂତା ଅନେକ ପୁରା କାଳରୁ ନଜର ଦୋଷକୁ ଦୂର କରିବା ପାଇଁ ବ୍ୟବହାର କରାଯାଇ ଆସୁଛି ।

ପଞ୍ଚତତ୍ତ୍ୱରେ ତିଆରି ମନୁଷ୍ୟର ଶରୀର ଉପରେ ଯେତେବେଳେ ନଜର କିମ୍ବା ନକରାତ୍ମକ ଶକ୍ତିର ପ୍ରଭାବ ପଡ଼େ ତେବେ କଳା ସୂତା ସେସବୁକୁ ଦୂର କରିପାରେ । ଏହାକୁ ଆପଣ ଭିନ୍ନ ଭିନ୍ନ ଉପଯୋଗରେ ନେଇ ପାରିବେ । କଳା ରଙ୍ଗ ଖରାପ ଜିନିଷକୁ ଅବଶୋଷିତ କରିନିଏ । ତେଣୁ ପ୍ରଯ୍ୟାପ୍ତ ଲମ୍ବର ଏକ କଳା ସୂତା ନେଇ ମଙ୍ଗଳବାର କିମ୍ବା ଶନିବାର ଦିନ କୌଣସି ହନୁମାନ ମନ୍ଦିରକୁ ଯାଆନ୍ତୁ । ସେଠାକୁ ଯାଇ ଶନିଙ୍କୁ ଏବଂ ହନୁମାନଙ୍କୁ ଅର୍ପିତ କରିଥିବା ସୋରିଷ ତେଲରେ ତାହାକୁ ସାମାନ୍ୟ ବୁଡାଇ ନିଜର ପ୍ରତ୍ୟେକ ସମସ୍ୟା ସ୍ମରଣ କରି ଗୋଟିଏ ଗୋଟିଏ ଗଣ୍ଠି ପକାଇ ଯାଆନ୍ତୁ ।

ଏହିପରି ସାତୋଟି ଗଣ୍ଠି ଲଗାଇ ଶନିଦେଵ କିମ୍ବା ଶ୍ରୀହନୁମାନଙ୍କ ସାମ୍ନାରେ ରଖି ପ୍ରଣାମ କରି ଦୀପ ଜଳାନ୍ତୁ ଏବଂ ” ଓଁ ଶନିଶ୍ଚରାୟ ନମଃ ” ମନ୍ତ୍ରର ୨୧ ଥର ଜପ କରି କିମ୍ବା ହନୁମାନ ମନ୍ଦିର ଯାଇଥିଲେ ହନୁମାନ ଚାଳିଶା ପାଠ କରି ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଘରକୁ ନେଇ ଆସନ୍ତୁ । ଘରର ପୂଜଘରେ ତାହାକୁ ଗୋଟିଏ ରାତି ପାଇଁ ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ନିଜ ହାତରେ କିମ୍ବା ବେକରେ କିମ୍ବା ଘରର ଅନ୍ୟ ସଦସ୍ୟଙ୍କ ଅଙ୍ଗରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ସବୁ ପ୍ରକାରର ସମସ୍ୟା ଏବଂ ନକରାତ୍ମକତା ଦୂର ହୋଇଯିବ । କିନ୍ତୁ ଏହି ସୂତାର କୌଣସି ଗଣ୍ଠି ଯେମିତି ଅଲଗା ନହୁଏ ।

କେବଳ ଏହିଆ ଗୋଟିଏ ସୂତାକୁ ହିଁ ନିଜ ଶରୀରରେ ଧାରଣ କରନ୍ତୁ ଏବଂ ଅନ୍ୟ ସୂତାକୁ ବାହାର କରି ଦିଅନ୍ତୁ । ଯଦି ଅପଇଁ ଏହାକୁ ଶରୀରର ନବାନ୍ଧନ୍ତି ତେବେ ଘରର ମୁଖ୍ୟଦ୍ୱାରରେ ବାନ୍ଧି ପାରିବେ । ଏହାଦ୍ବାରା ସୂତା ବାହାର ନକରାତ୍ମକତାକୁ ଅବଶୋଷିତ କରି ଘରକୁ ଠିକ ରଖିଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲେ ଶୋଇବା ବିଛଣା ତଳେ ମଧ୍ୟ ଏକ କଳା ସୂତା ଅଭିମନ୍ତ୍ରିତ କରି ରଖି ପାରିବେ । ମନେ ରଖନ୍ତୁ ଆପଣ ଧାରଣ କରିଥିବା କଳା ସୂତାକୁ ମଝିରେ ମଝିରେ ଅଭିମନ୍ତ୍ରିତ କରି ନିଅନ୍ତୁ । ଘରେ କୌଣସି ବ୍ୟକ୍ତିକୁ ନଜର ଦୋଷ ଲାଗିଥିଲେ ସେହି ବ୍ୟକ୍ତିର ହାତରେ ନିଶ୍ଚିତ ଭାବରେ ଏହି କଳା ସୂତା ବାନ୍ଧିବା ଉଚିତ । ଯାହାଦ୍ୱାରା ବାସ୍ତୁ ଦୋଷ ଏବଂ ନକରାତ୍ମକତା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *