ଏପରି କାମ କଲେ ହୋଇଥାଏ ଦୁନିଆର ସବୁଠାରୁ ବଡ଼ ପାପ , ନିଶ୍ଚୟ ଜାଣି ରଖନ୍ତୁ :-

ମଣିଷ ଜୀବନରେ ଅନେକ ଦୁଃଖ ସମସ୍ୟା ଲାଗି ରହିଥାଏ । ତେବେ ଜୀବନରେ ମଣିଷ ପ୍ରତ୍ୟେକ କାମ କରିବା ଆଗରୁ ବୁଝି ବିଚାରି କାମ କରିବା ଉଚିତ । କଠିନ କାମ ସମସ୍ୟରେ ସେବକର , ସମ୍ପର୍କ ସମୟରେ ଭାଇ ବନ୍ଧୁର ଏବଂ ଆପତ୍ତି କାଳରେ ମିତ୍ରର ଅସଲ ପରୀକ୍ଷା ହୋଇଥାଏ । ଧନ ନାଶ ସମୟରେ ସ୍ତ୍ରୀର ପରୀକ୍ଷା ହୋଇଥାଏ ।

ସିଂହ ଠାରୁ ଗୋଟିଏ , କାଉ ଠାରୁ ପାଞ୍ଚ , ବଗ ଠାରୁ ୪ ଏବଂ କୁକୁର ଠାରୁ ୬ ଟି ଗୁଣ ଶିଖିବା ନିହାତି ଆବଶ୍ୟକ । ସବୁ କାମକୁ ମନ ଲଗାଇ କରିବା ଉଚିତ । ମନ ଦୁଃଖ ଥିବା ସମୟରେ ନିଜର ସମସ୍ୟା ଅନ୍ୟ ସାମ୍ନାରେ କୁହନ୍ତୁ ନାହିଁ ।ମଣିଷକୁ ନିଜର କାମ ସବୁବେଳେ ନିଜ ହାତରେ ହିଁ କରିବା ଉଚିତ ।

ଧନ , ଜୀବନ , ବାସନା ଏବଂ ଭୋଜନ ଭଳି ଇଚ୍ଛା ମଣିଷର କେବବି ଶେଷ ହୁଏ ନାହିଁ । ଏହିସବୁ ଜିନିଷ ଯେତେ ମିଳିଲେ ବି ତାର ଲାଳସା କେବେ ଶେଷ ହୁଏ ନାହିଁ । ଭବିଷ୍ୟତ ସମସ୍ୟା ପାଇଁ ପୂର୍ବରୁ ହିଁ ଅଳ୍ପ ଧନ ସଞ୍ଚୟ କରିବା ଉଚିତ । କାରଣ ଖରାପ ସମୟରେ କେହି କାହାର ହୁଅନ୍ତି ନାହିଁ ।

ଜୀବନରେ ଅତି ଭଲ ହୋଇ ମଧ୍ୟ ଜୀବନ ବ୍ୟତୀତ କରିବା ଭଲ ନୁହେଁ । କାରଣ ଭଲ ମଣିଷକୁ ଲୋକେ ଦବାଇ ଦେବେ । ପୁଣି ଦୁନିଆରେ ମଣିଷ ପ୍ରତି ସବୁ ନଜର ଭଗବାନ ହିଁ ରଖିଥାନ୍ତି । ଏହି ସମଗ୍ର ଦୁନିଆ ବିବାଦରେ ଘେରି ହୋଇ ରହିଛି । ତେଣୁ କୌଣସିବି ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନେବା ଉଚିତ ।

ଭଲ ଚରିତ୍ରର ଲୋକେ କେଉଁଠି ବି କେଉଁ ପରିସ୍ଥିତିରେ ରହିଲେ ବି ନିଜର ଭଲ ଚରିତ୍ରକୁ କେବେ ଛାଡ଼ନ୍ତି ନାହିଁ । ଅନ୍ନ , ପାଣି ଏବଂ ଜ୍ଞାନ ହିଁ ଜୀବନର ଅସଲ ମୂଲ୍ୟବାନ ଜିନିଷ ଅଟେ । ଆମଦାନୀ ଠାରୁ ଅଧିକ ଖର୍ଚ୍ଚ କରୁଥିବା ବ୍ୟକ୍ତି ଏବଂ ଅନ୍ୟ ବିଷୟରେ ଖରାପ ଚିନ୍ତା କରୁଥିବା ବ୍ୟକ୍ତି କେବେବି ଖୁସିରେ ରହିପାରେ ନାହିଁ । ସେହିପରି ଗୁରୁଙ୍କୁ ବିନା ପୂଜାରେ ମଣିଷ କେବେବି ଭଲ ଶିକ୍ଷା ଲାଭ କରି ପାରିବ ନାହିଁ । ଯେଉଁ ନାରୀ ନିଜ ସ୍ୱାମୀଙ୍କ କଥା ମାନି ନଥାଏ ଏବଂ ଭୁଲ କାର୍ଯ୍ୟ କରିଥାଏ ସେହି ନାରୀର ସ୍ୱାମୀର ଆୟୁଷ କମିଯାଏ ।

ଜୀବନ ଅସ୍ଥାୟୀ ଅଟେ । ତେଣୁ ପ୍ରତ୍ୟକ ମୁହୂର୍ତ୍ତକୁ ଭଲ କାମରେ ଲଗାଇବା ଉଚିତ । ଯେଉଁ ବ୍ୟକ୍ତି ଅନ୍ୟର ମଙ୍ଗଳ କରିଥାଏ କେବଳ ସେହି ବ୍ୟକ୍ତି ହିଁ ଶାନ୍ତିରେ ରହିଥାଏ । ଇନ୍ଦ୍ରିୟ ଉପରେ ସଂଯମ ରକ୍ଷା କରିବା ଏବଂ ଜୀବ ଉପରେ ଦୟା କରିବା ଦ୍ୱାରା ହିଁ ମଣିଷକୁ ମୁକ୍ତି ମିଳିଥାଏ ।

ଭଲ କର୍ମ ଦ୍ୱାରା ହିଁ ଜୀବନରେ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଦେବଗୁରୁ ମଧ୍ୟ ପ୍ରସନ୍ନ ହୁଅନ୍ତି । ମଣିଷ ଦେହରୁ ଆତ୍ମାକୁ ଦୂର କରି କେବେବି ଚିହ୍ନି ହେବନାହିଁ । ମଣିଷର ଭାବନା ଅନୁଯାୟୀ ହିଁ ତାକୁ ଫଳ ମିଳିଥାଏ ।

Leave a Reply

Your email address will not be published. Required fields are marked *