ତୁଳସୀରେ ଜଳ ଦେବା ସମୟରେ କହି ଦିଅନ୍ତୁ ଏହି ତିନୋଟି ଶବ୍ଦ । ଦୂର ହୋଇଯିବ ଦାରିଦ୍ର୍ୟତା । କହିଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁ ।

ଥରେ ଭଗବାନ ବିଷ୍ଣୁଙ୍କୁ ସତ୍ୟଭାମା ତୁଳସୀରେ ଜଳ ଦେବାର ମାହାତ୍ମ୍ୟ ପଚାରିବାରୁ ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ ବୁଝାଇ ଥିଲେ । କିନ୍ତୁ ପରେ ସତ୍ୟଭାମା ତୁଳସୀରେ କିଭଳି ଜଳ ଦେବା ଉଚିତ ତାହା ପଚାରିବାରୁ ସ୍ବୟଂ ଭଗବାନ ବିଷ୍ଣୁ ତୁଳସୀରେ ଜଳ ଦେବା ସମୟରେ କେଉଁ ତିନୋଟି ଶବ୍ଦ ବ୍ୟବହାର କରିବା ଉଚିତ ତାହା ମଧ୍ୟ କହିବୁ । ଭଗବାନ ବିଷ୍ଣୁ ଏକ କଥା ଶୁଣାଇ କହିଛନ୍ତି ଯେ , ମଧ୍ୟଦେଶରେ ଜଣେ ଅତି ଦୁରାଚାରି ପରିବାରର ଦୁରାଚାରି ବ୍ରାହ୍ମଣ ରହୁଥିଲା । ସେ ଅନେକ ଖରାପ କାମରେ ଲିପ୍ତ ରହୁଥିଲେ । ଥରେ ପତ୍ର ଗୋଟାଇବାକୁ ସେ ଜଣେ ଋଷିଙ୍କ କୁଟୀର ପାଖକୁ ଗଲା । ପତ୍ର ତୋଳିବା ସମୟରେ ଏକ ସାପ କାମୁଡ଼ି ଦେବାରୁ ତାର ମୃତ୍ୟୁ ହୋଇଗଲା । ଯମରାଜଙ୍କ ଦୂତ ମାନେ ତାଙ୍କୁ ଯମାଲୋକକୁ ନେଇଯିବା ସମୟରେ ସେ ବିଳାପ କରିବାରେ ଲାଗିଲା ।

ତାପରେ ଯମପୁରରେ ଚିତ୍ରଗୁପ୍ତ କହିଲେ ଯେ ସେହି ବ୍ରାହ୍ମଣ ଜୀବନ ଘରୁ ମୃତ୍ୟୁ ପର୍ଯ୍ୟନ୍ତ କେବଳ ପାପ ହିଁ ପାପ କରିଛି । ଏହାପରେ ଯମଙ୍କ ଆଦେଶରେ ତାଙ୍କୁ ନର୍କରେ ଠେଲି ଦିଆଗଲା । ଅନେକ ବର୍ଷ କଷ୍ଟ ପାଇବା ପରେ ତାଙ୍କୁ ବଲଦ ଜନ୍ମ ମିଳିଲା । କିନ୍ତୁ ଦୁର୍ବଳ ହୋଇ ଯିବାରୁ ତାକୁ ତାର ମାଲିକ ଅନ୍ୟ ଲୋକକୁ ବିକ୍ରି କରିଦେଲା । କିନ୍ତୁ ସେହି ଲୋକ ଛୋଟା ଥିବାରୁ ବଳଦଟି ଉପରେ ବସି ଯିବାକୁ ଲାଗିଲା । ଏମିତି ଦିନେ ଉଚ୍ଚ ପର୍ବତ ଉପରେ ଯିବାରୁ ସେ ବଳଦଟି ତଳେ ପଡ଼ି ଦୀର୍ଘ ନିଶ୍ୱାସ ନେବାରେ ଲାଗିଲା । ସେହି ସମୟରେ ଲୋକେ ଦୟା କରି ନିଜ ନିଜ ପୁଣ୍ୟ ଦେବାରେ ଲାଗିଲେ । ଜଣେ ବେଶ୍ୟା ମଧ୍ୟ ନିଜର ପୁଣ୍ୟ ଦେଲା । ଏହାପରେ ଯମଦୂତ ମାନେ ବ୍ରାହ୍ମଣଙ୍କ ଆତ୍ମାକୁ ନେଇ ଯମରାଜଙ୍କ ସାମ୍ନାକୁ ଗଲେ । ଚିତ୍ରଗୁପ୍ତ ବ୍ରାହ୍ମଣର ପୁଣ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲା କାରଣ ବେଶ୍ୟା ଦେଇଥିବା ପୁଣ୍ୟ ବହୁତ ବଡ଼ ଥିଲା ।

ଏହାପରେ ଯମରାଜ ତାର ସବୁ ପାପାରୁ ମୁକ୍ତି ଦେଇ ପୁନର୍ଜନ୍ମ ଦେଲେ ଏବଂ ସେ ଏକ ଉତ୍ତମ ବ୍ରାହ୍ମଣ କୂଳରେ ଜନ୍ମ ନେଲା । ବଡ଼ ହେବା ପରେ ତାର ପୂର୍ବ ଜନ୍ମ କଥା ମନେ ପଡ଼ିଲା ଏବଂ ତାକୁ ପୁଣ୍ୟ ଦେଇଥିବା ବେଶ୍ୟା ବିଷୟରେ ଭାବି ତାକୁ ଖୋଜିବା ପାଇଁ ସେହିଆ ନଗରରେ ପହଞ୍ଚିଗଲା । ବେଶ୍ୟା ସେତେବେଳେ ବୁଢ଼ୀ ହୋଇ ଯାଇଥିଲା । ବ୍ରାହ୍ମଣ ଜଣକ ତାଙ୍କ ପାଦ ଛୁଇଁ ସବୁ ପୂର୍ବ ଜନ୍ମ କଥା କହିଲେ । ବ୍ରାହ୍ମଣ ପଚାରିଲା ଯେ ବେଶ୍ୟା ତାଙ୍କୁ କେଉଁ ପୁଣ୍ୟ ଦେବା କାରଣରୁ ସେ ନିଜର ସବୁ ପାପକୁ ଦୂର କରି ପାରିଲେ । ଏହାପରେ ବେଶ୍ୟା କହନ୍ତି ଯେ କୌଣସି ପୁଣ୍ୟ ନୁହେଁ ବରଂ ତାଙ୍କ ଘରେ ପିଞ୍ଜରାରେ ରହୁଥିବା ଏକ ଶୁଆ କହୁଥିବା ମନ୍ତ୍ରକୁ ସେ ପୁଣ୍ୟ ଆକାରରେ ତାଙ୍କୁ ଦେଇଥିଲେ ।

ଦୁହେଁ ଯାଇ ସେହି ଶୁଆକୁ ପଚାରିବା ପରେ ଶୁଆ କିଭଳି ପୂର୍ବ ଜନ୍ମରେ ଦୁଷ୍ଟ ବ୍ରାହ୍ମଣ ଥିଲା ଏବଂ ମୃତ୍ୟୁ ପରେ ଯମଲୋକକୁ ଯାଇଥିଲା ସେହି ବିଷୟରେ କହିବାକୁ ଲାଗିଲା । ଗୁରୁଜନ ମାନଙ୍କୁ ଅପମାନିତ କରିବା କାରଣରୁ ତାଙ୍କୁ ଶୁଆ ଜନ୍ମ ମିଳିଲା । ଖୁବ ଛୋଟ ବେଳୁ ବାପା ମା ଯିବା ପରେ କିଛି ସାଧୁ ତାକୁ ନେଇ ରଖିଲେ ଏବଂ ତାଙ୍କ କୁଟୀରରେ ଏକ ପିଞ୍ଜରାରେ ରଖିଦେଲେ । ସେଠାରେ ଥିବା ତୁଳସୀ ଗଛରେ ସବୁଦିନ ସେମାନେ ଜଳାର୍ପଣ କରିବା ସମୟରେ ଏକ ମନ୍ତ୍ର ନିଶ୍ଚୟ ବୋଲୁଥିଲେ ଯାହାକୁ ସେହି ଶୁଆ ମନେ ରଖିଥିଲା । ସେହି ମନ୍ତ୍ର କାରଣରୁ ତାର ଆୟୁଷ ୧୦୦ ବର୍ଷ ହୋଇଗଲା । ଏହାରି ଭିତରେ ଏକ ଚୋର ଆସି ଶୁଆକୁ ନେବା ପରେ ବେଶ୍ୟା ଜଣକ ଶୁଆକୁ କିଣି ଆଣିଥିଲେ ।

ବେଶ୍ୟା ଘରକୁ ଆସି ସେହି ମନ୍ତ୍ର ଜପ କରିବାରୁ ବେଶ୍ୟା ଭଲ ହୋଇଗଲା ଏବଂ ଭଗବାନ ବିଷ୍ଣୁଙ୍କ ପୂଜା କରିବାରେ ଲାଗିଲା । ସେହି ମନ୍ତ୍ର କାରଣରୁ ହିଁ ସମସ୍ତଙ୍କ ପାପ ନଷ୍ଟ ହୋଇଗଲା । ଶୁଆ ସେହି ମନ୍ତ୍ର କହିବା ପର ଠାରୁ ବେଶ୍ୟା ଏବଂ ବ୍ରାହ୍ମଣ ସେହି ମନ୍ତ୍ର କହି ତୁଳସୀରେ ଜଳ ଦେବରେ ଲାଗିଲେ । ଆଉ ତିନି ଜଣ ହିଁ ବିମାନରେ ବସି ସ୍ଵର୍ଗକୁ ଚାଲିଗଲେ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ସ୍ତ୍ରୀ ତୁଳସୀ ଗଛ ମୂଳରେ ଜଳ ଦେବା ସମୟରେ ” ଓଁ ବୃନ୍ଦାବତୈ ନମଃ ” ଜପ କରିଥାଏ ସେହି ବ୍ୟକ୍ତି କେବେ ଦୁଃଖୀ ହୁଏନାହିଁ ଏବଂ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାବ୍ୟତୀତ ସେହି ସ୍ତ୍ରୀ ସୌଭାଗ୍ୟଶାଳୀ ହୋଇଥାଏ ।

Leave a Reply

Your email address will not be published. Required fields are marked *