୨୦୨୪ ଫେବୃଆରୀରେ ଏହିଭଳି ରହିବ ମେଷ ରାଶିର ରାଶିଫଳ । ଆପଣଙ୍କର ହୋଇଥିଲେ ନିହାତି ଜାଣି ନିଅନ୍ତୁ ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ୨୦୨୪ ଫେବୃଆରୀ ମେଷ ରାଶି ପାଇଁ କିଭଳି ରହିବ ।

ନବଗ୍ରହର ସ୍ଥିତି:-

ଆପଣଙ୍କର ପ୍ରଥମ ଘରେ ଦେବ ଗୁରୁ ବୃହସ୍ପତି , ଦ୍ଵାଦଶରେ ରାହୁ ଦେବ , ଷଷ୍ଠରେ କେତୁ ଗ୍ରହ ବିରାଜିତ ଅଛନ୍ତି । ଦଶମ ଘରେ ସୂର୍ଯ୍ୟ ଦେବଙ୍କ ସହିତ ବୁଧଗ୍ରହ ଅଛନ୍ତି । ଏକାଦଶ ଘରେ ସ୍ୱୟଂ ଶନିଦେବିରାଜିତ ଅଛନ୍ତି ।

ସ୍ୱାସ୍ଥ୍ୟ:-

ଆପଣଙ୍କ ରାଶିର ସ୍ୱାମୀ ମଙ୍ଗଳ ଗ୍ରହ ନବମ ସ୍ଥାନରେ ଅଛନ୍ତି ଏବଂ ଫେବୃଆରୀ ୬ ରେ ଦଶମ ଘରକୁ ପ୍ରବେଶ କରିବେ । ମଙ୍ଗଳ ଉଚ୍ଚରେ ରହିଥିବା ହେତୁ ସ୍ଥିତି ଅତ୍ୟନ୍ତ ଭଲ ରହିଛି । ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ଅତ୍ୟନ୍ତ ଭଲ ରହିବ । କିନ୍ତୁ ଯଦି ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ । ଫେବୃଆରୀ ମାସରେ ମେଷ ରାଶିର ବ୍ୟକ୍ତିଙ୍କୁ ଶାରୀରିକ ସୁସ୍ଥତା ମିଳିବ ।

ଶିକ୍ଷା:-

ପଞ୍ଚମ ଘରଟି ଶିକ୍ଷାର ଘର ଅଟେ ଏବଂ ସ୍ୱାମୀ ସୂର୍ଯ୍ୟ ଦେବ ବିରାଜିତ ଅଛନ୍ତି । କିନ୍ତୁ ଫେବୃଆରୀ ୧୪ ରେ ଏକାଦଶ ଘରକୁ ଚଳନ କରିବେ । ଫେବୃଆରୀ ୧୪ ରେ ପରୀକ୍ଷା ଥିଲେ ତାହା ଭଲ ହେବ । ପରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଭାଗ୍ୟ ବିଶେଷ ଭଲ ରହିବ । ପାଠ ପଢ଼ାରେ ସଫଳତା ମିଳିବ । ନୂଆ ଜାଗାରେ ଆପଣ ଆଡ଼ମିଶନ କରି ପାରିବେ ।

ପ୍ରେମ ସମ୍ପର୍କ:-

ପଞ୍ଚମ ଘର ପ୍ରେମ ସମ୍ବନ୍ଧୀୟ ଏବଂ ଏଠାରେ ସୂର୍ଯ୍ୟ ଭଲ ସ୍ଥିତିରେ ଅଛନ୍ତି । ସୂର୍ଯ୍ୟ ଏବଂ ମଙ୍ଗଳ ଏକତ୍ରିତ ଥିବାରୁ ଏହି ଦିନ ସବୁ ଉତ୍ତମ ହେବାକୁ ଯାଉଛି । ପ୍ରେମ ସମ୍ବନ୍ଧ ଭଲ ରହିବ । ସୂର୍ଯ୍ୟ ୧୪ ଫେବୃଆରୀରେ ଅନ୍ୟ ଘରକୁ ଚାଲିଗଲେ କିଛି କିଛି କଥାରେ ଭୁଲ ବୁଝାମଣା ହୋଇପାରେ । କିନ୍ତୁ ପରେ ତାହା ଠିକ ହୋଇଯିବ । ଉଭୟେ କୁଆଡ଼େ ବୁଲିବାକୁ ଯାଇ ପାରନ୍ତି ।

ବୈବାହିକ ଜୀବନ:-

ବିବାହର ଘର ହେଉଛି ସପ୍ତମ । ସପ୍ତମ ଘରର ମାଲିକ ଶୁକ୍ର । ତେଣୁ ସେ ତ୍ରିକୋଣରେ ଫେବୃଆରୀ ୧୨ ପର୍ଯ୍ୟନ୍ତ ରହିବେ ଏବଂ ତାପରେ ଦଶମ ଘରକୁ ଚଳନ କରିବେ । ଆପଣଙ୍କ ଲାଇଫ ପାର୍ଟନରଙ୍କ ଭାଗ୍ୟରେ ଉନ୍ନତି ଦେଖା ଦେବ ଏବଂ କ୍ୟାରିଅର ଭଲ ରହିବ । ଏହି ମାସରେ ଉଭୟଙ୍କ ମଧ୍ୟରେ ଭଲପାଇବା ନିବିଡ଼ ହେବ ଏବଂ ସମ୍ପର୍କ ଭଲ ରହିବ ।

କ୍ୟାରିଅର ଏବଂ ବ୍ୟାପାର ବାଣିଜ୍ୟ:-

ଭାଗ୍ୟ ସ୍ଥାନର ମାଲିକ ହେଉଛନ୍ତି ଦେବଗୁରୁ ବୃହସ୍ପତି । କ୍ୟାରିଅରର ମାଲିକ ହେଉଛନ୍ତି ସ୍ବୟଂ ଶନିଦେବ । ବୃହସ୍ପତି ପ୍ରଥମ ଘରେ ଏବଂ ଶନି ଦେବ ଏକାଦଶ ଘରେ ରହିଛନ୍ତି । ଭାଗ୍ୟସ୍ଥାନର ସ୍ୱାମୀ ଗୁରୁ ବୃହସ୍ପତି ରହିବେ ତେଣୁ ଭାଗ୍ୟ ଅତ୍ୟନ୍ତ ଭଲ ରହିବ । ଆପଣ କୌଣସି ଶୁଭ କାର୍ଯ୍ୟ କରିବାକୁ ଚାହୁଁଥିଲେ ସମୟ ଅତ୍ୟନ୍ତ ଭଲ ରହିଛି । କୌଣସି ନିବେଶ କରିବାକୁ ଚାହୁଁଥିଲେ ସମୟ ଅତ୍ୟନ୍ତ ଭଲ ରହିଛି । କ୍ୟାରିଅର ବିଷୟରେ କହିଲେ ଶନି ଦେବ ଦଶମ ଘରର ମାଲିକ ଅଟନ୍ତି । ତେଣୁ କାମ ଅଧିକ ଆସିବ କିନ୍ତୁ ଆପଣ ଆଗ୍ରହର ସହିତ କାମ କରିବେ । ଚାକିରୀରେ ଆପଣଙ୍କର ପ୍ରମୋଶନ ହୋଇପାରେ ।

Leave a Reply

Your email address will not be published. Required fields are marked *