ମକର ସଂକ୍ରାନ୍ତିରେ ସେବନ କରନ୍ତୁ ଏହି ପାଞ୍ଚଟି ଜିନିଷ । ମାତା ଲକ୍ଷ୍ମୀ ପ୍ରସନ୍ନ , କରାଇବେ ଧନ ବର୍ଷା ।

ପ୍ରତିବର୍ଷ ପୌଷ ମାସରେ ମକର ରାଶିରେ ସୂର୍ଯ୍ୟଙ୍କର ଗୋଚର କରିବାକୁ ମକର ସଂକ୍ରାନ୍ତି କୁହାଯାଏ । ଜାନୁଆରୀ ୧୪ ରେ ରାତି ୮.୧୪ ମିନିଟରେ ସୂର୍ଯ୍ୟ ମକର ରାଶିରେ ଗୋଚର କରିବେ । ତେଣୁ ସେହି ସମୟ ଠାରୁ ମକର ସଂକ୍ରାନ୍ତି ପର୍ବ ପାଳିତ ହେବ । ହିନ୍ଦୁ ଧର୍ମ ଅନୁଯାୟୀ ୧୫ ତାରିଖରେ ହିଁ ମକର ସଂକ୍ରାନ୍ତି ପାଳିତ ହେବ କାରଣ ସକାଳ ସମୟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯିବ । ଏହିଦିନ ପବୁତ୍ର ନଦୀରେ ସ୍ନାନ କରି ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ ସହିତ ଧନ ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ଅନେକ ଉପାୟ ରହିଛି । ଯେଉଁ ବିଷୟରେ ଆଜି ଆମେ ଏହି ଲେଖା ମାଧ୍ୟମରେ କହିବୁ ।

ମକର ସଂକ୍ରାନ୍ତିରେ କିଛି ଖାସ ପାଞ୍ଚଟି ଜିନିଷ ସେବନ କଲେ ବର୍ଷ ସାରା ଧନ ସମ୍ପତ୍ତିରେ ଅଭାବ ରହିବ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହିବର୍ଷ ମକର ସଂକ୍ରାନ୍ତିରେ ରୋହିଣୀ ନକ୍ଷତ୍ରର ଖାସ ସଂଯୋଗ ବନୁଛି ଯାହାକି ସନ୍ଧ୍ୟା ୮.୧୮ ମିନିଟ ପର୍ଯ୍ୟନ୍ତ ରହିବ । ଏହିସମୟରେ ଦାନର ମହତ୍ତ୍ୱ ରହିଛି । ଏହାବ୍ୟତୀତ ଭ୍ରମ ଯୋଗ ମଧ୍ୟ ବନୁଛି । ଏହି ସମୟରେ ଆରମ୍ଭ ହୋଇଥିବା କୌଣସି କାର୍ଯ୍ୟ ସାର୍ଥକ ହୋଇଥାଏ । ଏହି ସମୟରେ ସୁନା ଚାନ୍ଦିର ପ୍ରୟୋଗ ମଧ୍ୟ ଉତ୍ତମ ହୋଇଥାଏ । ଏହିଦିନ ଘରକୁ ମାତା ଲକ୍ଷ୍ମୀଙ୍କର ଚରଣ ପାଦୁକା ଆଣି ପାରିବେ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ଆପଣ ମିଠା ବ୍ୟଞ୍ଜନ ବନାଇ ପାରିବେ । ଏହାକୁ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରି ନିଜ ପରିବାର ସହିତ ପ୍ରସାଦ ଆକାରରେ ସେବନ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ନିଶ୍ଚିତ ଭାବରେ ଧନର ବର୍ଷା କରନ୍ତି ।

ମକର ସଂକ୍ରାନ୍ତି ଦିନ ରାଶି ଏବଂ ଗୁଡ଼ ଲଡୁ ବନାଇ ମାତାଙ୍କୁ ଅର୍ପିତ କରିବାର ନିୟମ ରହିଛି । ଏହି ଲଡୁକୁ ଅରିଜିତ ମୁହୂର୍ତ୍ତ ୧୨.୮ ରୁ ୧୨.୫୨ ପର୍ଯ୍ୟନ୍ତ ମାତାଙ୍କୁ ଅର୍ପିତ କରି ପାରିବେ । ଏହାପରେ ତାହାକୁ ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ ମଧ୍ୟ ଖାଆନ୍ତୁ । ଏହି ଦିନ ରାଶିଗୁଡ଼ର ସେବନ ସହିତ ଦାନ କରିବା ଦ୍ଵାରା କେବେ ଧନର ଅଭାବ ହୁଏନାହିଁ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ମକର ସଂକ୍ରାନ୍ତି ଦିନ ଚାଉଳ ଏବଂ ବିରି ଡାଲିରେ ଖେଚୁଡ଼ି ବନାଇ ସୂର୍ଯ୍ୟଙ୍କୁ ଅର୍ପିତ କରିବା ସହିତ ଗରିବ ଲୋକଙ୍କୁ ଦାନ କରନ୍ତୁ ଏବଂ ପରିବାର ଲୋକଙ୍କ ସହିତ ମିଶି ନିଜେ ଏହାକୁ ପ୍ରସାଦ ଆକାରରେ ଗ୍ରହଣ ମଧ୍ୟ କରନ୍ତୁ । ମକର ସଂକ୍ରାନ୍ତି ଦିନ ଖିଚୁଡ଼ି ଖାଇଲେ ସବୁ ମନସ୍କାମନା ପୂରଣ ହେବ ।

ଏହାଦ୍ବାରା ଶନି ଦୋଷରୁ ମଧ୍ୟ ମୁକ୍ତି ମିଳେ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କଦଳୀ ଏବଂ ଅଙ୍ଗୁର ନିଶ୍ଚୟ ଅର୍ପଣ କରନ୍ତୁ । ଘରେ କୌଣସି ବ୍ୟକ୍ତି ଦୀର୍ଘ ସମୟ ହେବ ରୋଗରେ ପଡ଼ିଥିଲେ ଅରିଜିତ ମୁହୂର୍ତ୍ତରେ ତାଙ୍କୁ ଏହାକୁ ସେବନ କରିବାକୁ ଦିଅନ୍ତୁ । ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ପୂଜା ଦିଅନ୍ତୁ ଏବଂ ପୂଜାରେ କଦଳୀ ନିଶ୍ଚୟ ଅର୍ପଣ କରନ୍ତୁ । ଏହାଦ୍ବାରା ପିତୃଦେବ ପ୍ରସନ୍ନ ହୋଇଥାନ୍ତି । ମକର ସଂକ୍ରାନ୍ତି ଦିନ ଅରିଜିତ ମୁହୂର୍ତ୍ତରେ ଅଳ୍ପ ଲୁଣର ସେବନ କରି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ବଜାୟ ରହିବ । ଏହାଦ୍ବାରା ହଠାତ ଆପଣଙ୍କୁ ଧନ ଲାଭ ହେବ । ମକର ସଂକ୍ରାନ୍ତି ଦିନ ମାତା ଲକ୍ଷ୍ମୀଙ୍କୁ କନ୍ଦମୂଳ ଏବଂ ଚଣାର ଭୋଗ ନିଶ୍ଚୟ ଲଗାନ୍ତୁ । ଏହାଦ୍ବାରା ଘରେ ଧନର ଅଭାବ ରହେ ନାହିଁ ।

Leave a Reply

Your email address will not be published. Required fields are marked *