ସକାଳୁ ଉଠିବା ପରେ ଯେଉଁ ମଣିଷ କରିଥାଏ ଏହି ୪ ଟି କାମ । ଜୀବନସାରା ସେହି ବ୍ୟକ୍ତି ରହିଥାଏ ଦରିଦ୍ର ।

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ପ୍ରତିଦିନ ସକାଳୁ ଆପଣଙ୍କୁ କେଉଁ କାମ କରିବା ଉଚିତ ନୁହେଁ । ନଚେତ ଧୀରେ ଧୀରେ ଆପଣଙ୍କ ଜୀବନକୁ ଦାରିଦ୍ର୍ୟତା ଆସିବାରେ ଲାଗେ ଏବଂ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡ଼େ । ଆଉ ଯଦି ଆପଣ ଏହି ସବୁ କାମ ନକରନ୍ତି ତେବେ ଆପଣଙ୍କୁ ଜୀବନରେ କେବେବି ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ ଏବଂ ଜୀବନର ସବୁ କ୍ଷେତ୍ରରେ ସଫଳତା ମିଳିବ । ତେବେ ଚାଲନ୍ତୁ ସେହିସବୁ କାମ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ମହିଳାଙ୍କୁ ଘରର ଲକ୍ଷ୍ମୀ ମାନାଯାଏ । ତେଣୁ ଯେକୌଣସି ମହିଳାଙ୍କୁ କେବେବି ସକାଳ ସମୟରେ ଅପମାନିତ କରନ୍ତୁ ନାହିଁ । କାରଣ ନାରୀ ସ୍ବୟଂ ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାଏ । ଯଦି ଆପଣ ଏହି ଭୁଲ କରନ୍ତି ତେବେ ଆପଣଙ୍କ ଘରୁ ସଫଳତା ଦୂରେଇ ଯିବ ଏବଂ ଘରକୁ ଦାରିଦ୍ର୍ୟତା ଆସିବ ।

୨ . ଯଦି ଆପଣ ସକାଳୁ ଉଠିବା ମାତ୍ରେ ଘରେ ପୂଜା ହୋଇ ନଥିଲେ କେହି ଯଦି କିଛି ଧାର ମାଗିବାକୁ ଆସୁଛନ୍ତି ତେବେ ତାକୁ ଭୁଲରେବି ଦିଅନ୍ତୁ ନାହିଁ । ନଚେତ ବଡ଼ ସମସ୍ୟା ହୋଇପାରେ । ଯଦି ଆପଣ ପ୍ରତ୍ୟେକ ଦିନ ସକାଳୁ ଏହି କାମ ନକରନ୍ତି ତେବେ ଘରୁ ମାତା ଲକ୍ଷ୍ମୀ ଚାଲିଯିବେ ।

୩ . ସକାଳୁ ଉଠିବା ମାତ୍ରେ ତୁରନ୍ତ କାହା ସହିତ ଲଢ଼େଇ ଝଗଡ଼ା କଳହ କରିବା ଆଦୋୖ ଉଚିତ ନୁହେଁ । ଏପରି କଲେ ପୁରା ଦିନ ଆପଣଙ୍କର ଖରାପ ରହିବ । ଏହି କାରଣରୁ କାମରେ ମଧ୍ୟ ସଫଳତା ମିଳେ ନାହିଁ ।

୪ . ସକାଳ ସମୟରେ କେବେବି ମିଛ କହିବା ଉଚିତ ନୁହେଁ । ଯଦି ଏଭଳି କେହି ବ୍ୟକ୍ତି କରନ୍ତି ତେବେ ଏହା ବଡ଼ ପାପ ହୋଇଥାଏ । ଛୋଟ ପିଲା ଏବଂ ଗୁରୁଜନଙ୍କ ସାମ୍ନାରେ କେବେ ମିଛ କୁହନ୍ତୁ ନାହିଁ ।

୫ . ପ୍ରାୟତଃ ଲୋକଙ୍କ ଘରେ କ୍ଷୀର ଛିଡ଼ିବା ଘଟଣା ଘଟିଥାଏ । କିନ୍ତୁ ତାହା ଅଶୁଭ ପ୍ରମାଣିତ ହେବାର ଏକ ସଠିକ ସମୟ ରହିଛି । ଯଦି ପ୍ରତ୍ୟେକ ଦିନ ଘରେ ସକାଳୁ ସକାଳୁ କ୍ଷୀର ଛିଡୁଛି ତେବେ ଏହା ଅଶୁଭ ହୋଇଥାଏ । ଏହା ଦାରିଦ୍ର୍ୟତା ଆସିବାର ସଙ୍କେତ ଅଟେ ।

୬ . ସକାଳୁ ଉଠିବା ମାତ୍ରେ ପୂଜା ପାଠ ନକରିବା କିମ୍ବା ବିଳମ୍ବରେ ବିଛଣା ଛାଡ଼ିବା ଭଳି କାମ କଲେ ଘରକୁ ଦାରିଦ୍ର୍ୟତା ଆସିଥାଏ । ତେଣୁ ଶୀଘ୍ର ଉଠିବାର ଅଭ୍ୟାସ କରି ନିଅନ୍ତୁ । ଯେଉଁ ଘରର ଲୋକେ ସକାଳୁ ଶୀଘ୍ର ଉଠନ୍ତି ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ।

୭ . ସକାଳ ସମୟରେ କେହିବି କୌଣସି ପ୍ରକାରର ଭୁଲ କାମ କିମ୍ବା ଖରାପ ସମ୍ବନ୍ଧ ମଧ୍ୟ ବନାଇବା ଉଚିତ ନୁହେଁ । ସକାଳୁ ସକାଳୁ ମଦ ଗୁଟଖା ଏବଂ ତାମସିକ ଭୋଜନ ଦ୍ୱାରା ଦିନର ଆରମ୍ଭ କରନ୍ତି ତେବେ ଘରକୁ ଦାରିଦ୍ର୍ୟତା ଆସିବା ନିଶ୍ଚିତ ଅଟେ ।

୮ . ରବିବାର ଅମାବାସ୍ୟା କିମ୍ବା ପୂର୍ଣ୍ଣିମାରେ କେବେବି ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ । ପୁଣି ଏହିଦିନ ମାନଙ୍କରେ ଯଦି ଆପଣ ସକାଳ ସମୟରେ ଏହି କାମ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ନକରାତ୍ମକତା ସୃଷ୍ଟି ହେବ ।

ସକାଳୁ ଉଠି କଣ କରିବା ଆବଶ୍ୟକ:-

ସର୍ବପ୍ରଥମେ ସକାଳୁ ଉଠି ଘରେ ଝାଡୁ ଲଗାଇ ପୁରା ଘରକୁ ପରିଷ୍କାର କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନକୁ ସବୁ ପ୍ରକାରର ସୁଖ ଆସିବ । ପ୍ରତ୍ୟେକ ଦିନ ସକାଳୁ ମାତା ତୁଳସୀଙ୍କୁ ଜଳ ଅର୍ପିତ କରିବା ଉଚିତ । ଯେଉଁ ବ୍ୟକ୍ତି ଏଭଳି କରିଥାଏ ତାର ଜୀବନାରେ କେବେବି ଦାରିଦ୍ର୍ୟତା ଦେଖାଯାଏ ନାହିଁ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କୁ ମାନ ସମ୍ମାନ ସହିତ ଜାତକରେ ସୂର୍ଯ୍ୟ ଦୃଢ଼ ହୁଅନ୍ତୁ ତେବେ ସକାଳୁ ଶୀଘ୍ର ଉଠି ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ନିଶ୍ଚିତ ଜଳ ଅର୍ପଣ କରନ୍ତୁ । ପୂର୍ଣ୍ଣିମା , ଏକାଦଶୀ ଦିନ ଯଦି ଆପଣ ନିଜ ଘରର ଦ୍ୱାରରେ ସ୍ୱସ୍ତିକ ଚିହ୍ନ ନିର୍ମାଣ କରନ୍ତି ତେବେ ଦାରିଦ୍ର୍ୟତା ଦୂର ହୋଇଥାଏ । ଏହାବ୍ୟତୀତ ସବୁ ସକାରାତ୍ମକ ଶକ୍ତି ଆପଣଙ୍କ ଘରେ ରହିବ । ଘର ଉପରେ କୌଣସି ବାଧା ଥିଲେ ଯଦି ଆପଣ ସ୍ୱସ୍ତିକ ଚିହ୍ନ ନିର୍ମାଣ କରନ୍ତି ତେବେ ତାହା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *